ସଂସ୍କାରରେ ବାଧା

Dillip Cherian

ଚଳିତ ବର୍ଷ ପ୍ରାରମ୍ଭରେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିଆଙ୍କ ପୁସ୍ତକ‘ଇଣ୍ଡିଆ ଅନ୍‌ଲିମିଟେଡ-ରିକ୍ଲେମିଂ ଦି ଲଷ୍ଟ ଗ୍ଲୋରି’ପ୍ରକାଶ ପାଇଥିଲା। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ,ଭାରତୀୟ ବାବୁମାନେ ସୋସିଆଲ ହ୍ୟାଙ୍ଗଓଭରରେ ଆକ୍ରାନ୍ତ,ଯେଉଁଥିପାଇଁ ମୋଦି ସରକାର ଆରମ୍ଭ କରିବାକୁ ଚାହଁୁଥିବା ସଂସ୍କାରଗୁଡ଼ିକର ଗତି ଧିମା ପଡ଼ିଯାଇଛି। ତାଙ୍କ ଦୃଷ୍ଟିକୋଣକୁ ମଜଭୁତ କରିବାକୁ ଯାଇ ସେ ଦାବି କରିଥିଲେ ଯେ,ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ପାଇଁ ସରକାର ଉଦ୍ୟମ କରିଥିତ୍ଲେ ଏବଂ ନୀତି ଆୟୋଗ ପ୍ରସ୍ତୁତ କରିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ତାଲିକାକୁ ପ୍ରଧାନମନ୍ତ୍ରୀ ମୋଦି କ୍ୟାବିନେଟରେ ଅନୁମୋଦନ କରାଇବା ସତ୍ତ୍ୱେ ଏଗୁଡ଼ିକର ଘରୋଇକରଣ ପ୍ରକ୍ରିୟା ବହୁଦିନ ଧରି ବନ୍ଦ ରହିଥିଲା। ସେ ମଧ୍ୟ ଦର୍ଶାଇଥିଲେ ଯେ, ପ୍ରଶାସନର ଶୀର୍ଷ ସ୍ତରରେ ଲାଟେରାଲ ଏଣ୍ଟ୍ରି (ପ୍ରତିଷ୍ଠିତ ସଂସ୍ଥାରେ କାର୍ଯ୍ୟରତ ଦକ୍ଷ ଅଧିକାରୀଙ୍କୁ ପ୍ରଶାସନିକ ପଦବୀରେ ନିଯୁକ୍ତି ଦେବା) ବ୍ୟବସ୍ଥା ଆରମ୍ଭ କରିଥିଲେ। ପାନଗାରିଆଙ୍କ ମତରେ ବାବୁମାନେ ଏହି ପ୍ରକ୍ରିୟାକୁ ଧିମା କରିଦେଲେ। ଏମିତି ଧିମା କରିଦେଲେ ଯେ, ମୋଦିଙ୍କ ପ୍ରଥମ ପାଳିର ଠିକ୍‌ ଶେଷ ବେଳକୁ ଏହି ବ୍ୟବସ୍ଥାରେ ବାହାରୁ କେବଳ ୯ ଜଣ ଅଧିତ୍କାରୀଙ୍କୁ ପ୍ରଶାସନିକ ପଦବୀରେ ନିଯୁକ୍ତ କରାଯାଇପାରିଥିଲା। ପାନଗାରିଆଙ୍କ ଭିବିଷ୍ୟବାଣୀ ଏବେ ସତ ହେବ ବୋଲି ଜଣାପଡୁଛିି (ଯଦି ଏହା ବାବୁମାନଙ୍କ କଡା ବିରୋଧର ସମ୍ମୁଖୀନ ହେବ!)। ୯ ଜଣ ଅଧିକାରୀଙ୍କ ମଧ୍ୟରୁ ଜଣେ ସରକାରୀ ପଦ ଛାଡ଼ିଦେବାକୁ ନିଷ୍ପତ୍ତି ନେଇସାରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଲାଟେରାଲ ଏଣ୍ଟ୍ରିରେ ବାଣିଜ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଥିବା କ୍ଷେତ୍ର ବିଶେଷଜ୍ଞ ଅରୁଣ ଗୋୟଲ ପ୍ରାୟ ଏକ ବର୍ଷ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଯୋଜନାରେ ବାହାରୁ ଅଣାଯାଇଥିବା ଅନ୍ୟମାନେ ବି ସମାନ ଢଙ୍ଗରେ ସରକାରରୁ ବାହାରିଯିବେ ବୋଲି ଅଧିତ୍କ ବିଶ୍ୱାସ କରାଯାଉଛି। ମୋଦିଙ୍କ ପ୍ରିୟ ସଂସ୍କାର କୁହାଯାଉଥିବା ଲାଟେରାଲ ଏଣ୍ଟ୍ରିକୁ ପୂର୍ବରୁ କୌଣସି ସରକାର ଲାଗୁ କରିବାକୁ ଇଚ୍ଛା ପ୍ରକାଶ କରି ନ ଥିଲେ। କିନ୍ତୁ ବାହାରୁ ପ୍ରଶାସନକୁ ପ୍ରବେଶ କରିଥିବା ବିଶେଷଜ୍ଞମାନେ ଯଦି ସରକାରରୁ ଏମିତି ବାହାରିଯିବେ, ତେବେ ଏହି ସଂସ୍କାର ଶେଷ ହୋଇଯିବ। ଏବେଠୁ ଏହାର ସୂଚନା ମଧ୍ୟ ମିଳିଗଲାଣି। ବାହାର କ୍ଷେତ୍ରରୁ ବିଶେଷଜ୍ଞମାନଙ୍କୁ ଆଣି ପ୍ରଶାସନର ଉଚ୍ଚ ସ୍ତରରେ ଖାଲିଥିତ୍ବା ବିଶେଷଜ୍ଞ ପଦ ପୂରଣ କରିବା ଲାଗି ଗତବର୍ଷ ଲାଟେରାଲ ଏଣ୍ଟ୍ରି ବ୍ୟବସ୍ଥା ଆରମ୍ଭ କରାଯାଇଥିଲେ ବି ଚଳିତ ବର୍ଷ ଏଥିରେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଏହି ସାହସିକ ପଦକ୍ଷେପ ସଫଳ ନ ହେବା କ’ଣ ତା ଭାଗ୍ୟରେ ଅଛି? କେତେ ଜଣ ପର୍ଯ୍ୟବେକ୍ଷକ ବିଶ୍ୱାସ କରନ୍ତି ଯେ, ବାହାରୁ ପ୍ରଶାସନିକ କ୍ଷେତ୍ରକୁ ପ୍ରବେଶ କରିଥିବା ବିଶେଷଜ୍ଞମାନଙ୍କ ପକ୍ଷରୁ ସମ୍ଭାବ୍ୟ ବିପଦ ଥିବା ପ୍ରତିଷ୍ଠିତ ବାବୁମାନେ ଅନୁଭବ କରିବା ସହ ସରକାରଙ୍କ ଏଭଳି ପ୍ରୟାସକୁ କୌଣସି ପ୍ରକାରେ ନିଷ୍ଫଳ କରିବାକୁ ଚାହଁୁଥିବାରୁ ଏହି ବ୍ୟବସ୍ଥା ସଫଳ ହେବ ନାହିଁ ବୋଲି ଆରମ୍ଭରୁ ଜଣାପଡୁଥିଲା। ବାବୁମାନଙ୍କ ଗଡ ଭାଙ୍ଗି ପଡୁଥିବାରୁ ବା ସେମାନଙ୍କ କ୍ଷେତ୍ରରେ ଅନ୍ୟମାନଙ୍କ ପ୍ରବେଶ ହେବାରୁ ସେମାନେ ଏହା ବିରୋଧରେ ଲଢେଇ କରୁଥିବା ଜଣାପଡୁଛି। ସେମାନେ ତାଙ୍କ ଚାରି ପାଖରେ ଠିଆ କରିଥିବା ପାଚେରି ଏଯାବତ ମଜଭୁତ ରହିଛି ଓ ସେମାନଙ୍କୁ ସୁରକ୍ଷା ଦେଉଛି।
ଏନ୍‌ଡିଡିବିର ନୂଆ ମୁଖ୍ୟ
୨୦୧୪ ପର୍ଯ୍ୟନ୍ତ ନ୍ୟାଶନାଲ ଡାଇରି ଡେଭଲପ୍‌ମେଣ୍ଟ ବୋର୍ଡ (ଏନ୍‌ଡିଡିବି)ର ଚେୟାରମ୍ୟାନ ପଦ ଡାଇରି ଅଧିକାରୀମାନଙ୍କ ହାତରେ ରହୁଥିଲା। କିନ୍ତୁ କେନ୍ଦ୍ରରେ ୬ ବର୍ଷ ଶାସନ କାଳରେ ମୋଦି ସରକାର ଏନ୍‌ଡିଡିବିର ଶୀର୍ଷ ପଦବୀରେ କେବଳ ଦକ୍ଷ ବରିଷ୍ଠ ପ୍ରଶାସକଙ୍କୁ ଚୟନ କରିଛନ୍ତିି। ଚଳିତ ମାସ ପ୍ରାରମ୍ଭରେ ସରକାର ଏଜିଏମ୍‌ୟୁଟି (ଅରୁଣାଚଳ ପ୍ରଦେଶ, ଗୋଆ,ମିଜୋରାମ, ଯୁନିୟନ ଟେରିଟୋରିଜ୍‌) କ୍ୟାଡର୍‌ର ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବର୍ଷା ଜୋଷୀଙ୍କୁ ଏନ୍‌ଡିଡିିବିର ନୂଆ ଚେୟାରପର୍ଶନ ଭାବେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଜୋଷୀ ଆନିମଲ ହଜବାଣ୍ଡ୍ରି ଆଣ୍ଡ୍‌ ଡାଇରିଂ ବା ପ୍ରାଣୀପାଳନ ଓ ଡାଇରି ବିକାଶ ବିଭାଗ; ମତ୍ସ୍ୟପାଳନ, ପ୍ରାଣୀପାଳନ ଓ ଡାଇରି ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଥିଲେ। ତାଙ୍କ ନିଯୁକ୍ତି ପରେ ଦିଲୀପ ରଥଙ୍କ ଆଶା ମଉଳିଗଲା ଯିଏ କି ଏନ୍‌ଡିଡିବିର ପରିଚାଳନା ନିର୍ଦ୍ଦେଶକ ଥିତ୍ଲେ। ପରେ ସେ ୨୦୧୬ରୁ ଅଧ୍ୟକ୍ଷ ପଦର ଅତିରିକ୍ତ ଦାୟିତ୍ୱରେ ରହିଥିଲେ ଓ ତାଙ୍କ କାର୍ଯ୍ୟକାଳ ଥରେ ସମ୍ପ୍ରସାରିତ ହୋଇଥିଲା। ଏନ୍‌ଡିଡିବିର ପୂର୍ବତନ ମୁଖ୍ୟ ଡ.ଅମୃତା ପଟେଲଙ୍କ ପରେ ଜଣେ ଭାରତୀୟ ଭାବେ ସେ ବୋର୍ଡ ଅଫ୍‌ ଇଣ୍ଟର୍‌ନ୍ୟାଶନାଲ ଡାଇରି ଫେଡେରେଶନକୁ ନିର୍ବାଚିତ ହୋଇଥିଲେ ବୋଲି ଦାବି କରିଥିବା ଜଣାପଡିଛି। ସୋସିଆଲ ମିଡିଆରେ ତାଙ୍କର ଏହି ସଫଳତା ସମ୍ପର୍କରେ ସେ ପ୍ରଚାର କରିଥିଲେ ବି ତାହା ତାଙ୍କୁ ସରକାରଙ୍କ ପ୍ରିୟ କରାଇପାରିଲାନି କି ଯେଉଁ କ୍ଷମତା ମିଳିବା କଥା ତାହା ମିଳିଲାନାହିଁ। ବର୍ଷା ଜୋଷୀ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପେରେଶନର କମିଶନର, ଦିଲ୍ଲୀ ସରକାରଙ୍କ ଶକ୍ତି ସଚିବ, ନୂଆ ଏବଂ ପାରମ୍ପରିକ ଶକ୍ତି ମନ୍ତ୍ରଣାଳୟର ସଚିବ ଏବଂ ଭାରତର ଜନଗଣନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?