Posted inUncategorized

ଚୟନରେ ସ୍ବଚ୍ଛତାକୁ ଦେବାଶିଷଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୬।୧୨(କ୍ରୀଡ଼ା ପ୍ରତିନିଧି)-”ଓଡ଼ିଶାରେ ବହୁ ପ୍ରତିଭାସମ୍ପନ୍ନ କ୍ରିକେଟର ଅଛନ୍ତି, ମାତ୍ର ସେମାନଙ୍କୁ ତାହା ପ୍ରଦର୍ଶନ ମାଧ୍ୟମରେ ଦେଖାଇବାକୁ ପଡ଼ିବ। ତା’ ହେଲେ ଯାଇ ଜାତୀୟ ଦଳପାଇଁ ସୁଯୋଗ ସୃଷ୍ଟି ହୋଇପାରିବ। ନ ହେଲେ ଚୟନକର୍ତ୍ତା କିଛି କରିପାରିବେନି। କୋଭିଡ୍‌ ପାଇଁ ଯଦିଓ ରାଜ୍ୟ କ୍ରିକେଟ କାର୍ଯ୍ୟକଳାପ କମିଛି ତେବେ ଗତ ଏକମାସ ମଧ୍ୟରେ ତାହା ତ୍ୱରାନ୍ବିତ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିକଟରେ କରିଥିବା ଟି୨୦ ଟୁର୍ନାମେଣ୍ଟରୁ ଅନେକ ପ୍ରତିଭା ସାମ୍ନାକୁ ଆସିଛନ୍ତି। ଏହା ରାଜ୍ୟ କ୍ରିକେଟ ପାଇଁ ବହୁତ ଭଲ କଥା। ଜାତୀୟ ଚୟନ କର୍ତ୍ତାଭାବେ ମୁଁ ପ୍ରଥମେ ଦଳର ଲକ୍ଷ୍ୟ ଓ ଅଭିଳାଷକୁ ଦେଖିବି। ସେହି ଅନୁସାରେ ଯୋଜନା ପ୍ରସ୍ତୁତ କରିବି। ତେବେ ଚୟନ ସମୟରେ ଯେପରି କୌଣସି ଖେଳାଳିଙ୍କ କ୍ଷେତ୍ରରେ ପାତର ଅନ୍ତର ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବି“ ବୋଲି ଜାତୀୟ ସିନିୟର ଚୟନ କମିଟି ସଦସ୍ୟ ମନୋନୀତ ହେବାର ଗୋଟିଏ ଦିନପରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି।
ଜୁନିୟର ଚୟନକର୍ତ୍ତାଭାବେ ଭିନ୍ନ ଚ୍ୟାଲେଞ୍ଜ ଥିଲା। ସିନିୟର ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହୁଥିବାରୁ ଏ କ୍ଷେତ୍ରରେ ଦାୟିତ୍ୱ ନିଶ୍ଚିତ ଅଧିକ ରହିବ। ଜୁନିୟର ଚୟନ କମିଟିରେ ଥିବାବେଳେ ଯେତେବେଳେ ଅନ୍ୟ ଜୋନ୍‌ର ଚୟନକର୍ତ୍ତାମାନେ ଓଡ଼ିଶା ପିଲାଙ୍କ କଥା କହନ୍ତି ସେତେବେଳେ ଗର୍ବ ଅନୁଭବ ହୁଏ ବୋଲି ୨୦୧୮ ସେପ୍ଟେମ୍ବରରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଜୁନିୟର ଦଳର ଦାୟିତ୍ୱରେ ଥିବା ଦେବାଶିଷ ପ୍ରକାଶ କରିଛନ୍ତି। ଶୁକ୍ରବାରଠାରୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। କୋଭିଡ୍‌ ପାଇଁ ଫୋନ ମାଧ୍ୟମରେ ପ୍ରଥମ ଆଲୋଚନା ହୋଇଛି। ଆଗକୁ ଏବେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ହେବ। ସେଥିରୁ ଖେଳାଳି ଚୟନ ହେବେ। ରଣଜୀ ଟ୍ରଫି ହିଁ ମୁଖ୍ୟ। ସେଥିରେ ଭଲ ପ୍ରଦର୍ଶନ କଲେ ଦୁଲୀପ ଟ୍ରଫି ଏବଂ ସେଠାରେ ଭଲ କଲେ ଓଭରଅଲ୍‌ ଭାରତ -ଏ ପାଇଁ ସୁଯୋଗ ଆସିବ। ଖେଳାଳି ଓ ଚୟନ କର୍ତ୍ତା ଦାୟିତ୍ୱ ତୁଲାଇବାରେ ଭିନ୍ନ ଚାପ ରହିଥାଏ। ଖେଳାଳିଭାବେ ଜଣେ ସବୁବେଳେ ଭଲ ପ୍ରଦର୍ଶନ କରି ଟିମ୍‌କୁ ଜିତାଇବାକୁ ଚାହିଁଥାଏ। ମାତ୍ର କୋଚ୍‌ଭାବେ ମଧ୍ୟ ଦଳର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିଥାଏ। ମାତ୍ର ଚୟନକର୍ତ୍ତା ହେଲେ କେମିତି ଭଲ ଖେଳାଳିଙ୍କୁ ଚୟନ କରି ବେଞ୍ଚ୍‌ ଷ୍ଟ୍ରେନ୍ଥ ବୃଦ୍ଧି କରାଯିବ ତା’ ଉପରେ ଫୋକସ ରହିବ। କୌଣସି ପ୍ରତିଭାଙ୍କ କ୍ଷେତ୍ରରେ ଯେପରି ଅବହେଳା ନ ହୁଏ, ତା’ ଉପରେ ଫୋକସ ରହିବ ବୋଲି ସେ କହିଛନ୍ତି।
ଓଡ଼ିଶାରୁ ଅଧିକରୁ ଅଧିକ ପିଲା ଦେଶପାଇଁ ଖେଳନ୍ତୁ ବୋଲି ସମସ୍ତଙ୍କ ଇଚ୍ଛା। ଏବେ ଓସିଏ ଯେଉଁ ଧାରା ଆରମ୍ଭ କରିଛି ତାହା ରାଜ୍ୟ କ୍ରିକେଟ ପାଇଁ ଶୁଭ ଲକ୍ଷଣ। ଖେଳାଳି ଜୀବନକୁ ମୁଁ ବେଶି ଉପଭୋଗ କରିଛି। କୋଚ୍‌ ଏକ ଭିନ୍ନ ଭୂମିକା। ଏବେ ଚୟନକର୍ତ୍ତାଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଭଲ ପିଲାଙ୍କ ଉପରେ ନଜର ରଖିବାର ଅଛି। ଏ ତିନି ଭୂମିକାକୁ ସେ ଉପଭୋଗ କରୁଛନ୍ତି ବୋଲି ଦେବାଶିଷ କହିଛନ୍ତି।
ହରବିନ୍ଦର ସିଂ, ଆବି କୁରୁଭିଲା ଓ ଦେବାଶିଷ ଏକ ସମୟରେ ସାଥିହୋଇ ଖେଳୁଥିଲେ। ଏବେ ଚୟନକର୍ତ୍ତା ଦାୟିତ୍ୱରେ ଅଛନ୍ତି। ଏହାକୁ ଏକ ସଂଯୋଗ ବୋଲି ଦେବାଶିଷ କହିଛନ୍ତି। ପରସ୍ପରକୁ ଭଲଭାବେ ଜାଣିଥିବାରୁ ଆଗାମୀ ଦିନରେ କାର୍ଯ୍ୟ ସମ୍ପାଦନ ଭଲ ହେବ ବୋଲି ସେ ଆଶା ରଖିଛନ୍ତି। ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ଦେବାଶିଷ ମତ ଦେଇଛନ୍ତି। କାରଣ କ୍ରିକେଟର କ୍ରେଜ୍‌ ବଢ଼ୁଛି। ୧୯୯୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ ଅନ୍ତର୍ଭୁକ୍ତ ହୋଇଥିଲା। ସୌଭାଗ୍ୟ ବଶତଃ ମୁଁ ତାହାର ଅଂଶବିଶେଷ ଥିଲି। ସେଠାକାର ଅନୁଭବ ଦୃଷ୍ଟିରୁ କ୍ରିକେଟ ଅଲିମ୍ପିକ୍ସରେ ସାମିଲ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଯେଉଁ ପିଲା ଯେଉଁ ଫର୍ମାଟକୁ ସୁଟ୍‌ କରୁଛି ତାଙ୍କୁ ସେଥିରେ ନେବା ଉପରେ ଧ୍ୟାନ ରହିବ ବୋଲି ସେ କହିଛନ୍ତି।
ଭଲ ଖେଳାଳି ଚୟନ କ୍ଷେତ୍ରରେ ଚୟନକର୍ତ୍ତା ଶତପ୍ରତିଶତ ଦୃଷ୍ଟି ଦେଇଥାନ୍ତି। ମାତ୍ର ଯଦି ସେଥିରେ କେହି ଭଲ ପ୍ରଦର୍ଶନ କରି ନ ପାରିଲା ସେ କ୍ଷେତ୍ରରେ ଅଭିଯୋଗ ଆସିଥାଏ। ଏହା ପ୍ରକ୍ରିୟାର ଏକ ଅଂଶବିଶେଷ।
ଦେଶର ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ମଧ୍ୟରେ ରବି ବିଷ୍ଣୋଇ, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂ, ପ୍ରିୟମ ଗର୍ଗଙ୍କ ପରି ବହୁପ୍ରତିଭା ଅଛନ୍ତି। ଯେଉଁମାନେ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିପାରିବେ। ଓଡ଼ିଶାର ଯୁବ ଖେଳାଳିଙ୍କ ମଧ୍ୟରେ ରାଜେଶ ମହାନ୍ତି ଏବଂ ଶୁଭ୍ରାଂଶୁ ସେନାପତି ବହୁ ପ୍ରତିଭା ସମ୍ପନ୍ନ। ସେମାନଙ୍କ ଉପରେ ନିଶ୍ଚିତ ଫୋକସ ରହିବ ବୋଲି କହିଛନ୍ତି ଏହି ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର। ତାଙ୍କ ପାଇଁ ବୈଠକ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ସ୍ବୀକାର କରିଛନ୍ତି ଦେବାଶିଷ। ସେଥିରେ ଅନେକ କିଛି ଜାଣିବାକୁ ମିଳିବ। ସେ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ଉପରେ ଆସ୍ଥା ରଖିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)କୁ ଧନ୍ୟବାଦ ଜଣାଇଛନ୍ତି ଦେବାଶିଷ। ବିଶେଷ କରି ଏପରି ସୁଯୋଗ ପାଇଁ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ନିଯୁକ୍ତି ସଂସ୍ଥା ନାଲ୍‌କୋକୁ ସେ ଧନ୍ୟବାଦ ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସହିଦଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ପକ୍ଷରୁ ଦେବାଶିଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri