Posted inUncategorized

ଚୟନରେ ସ୍ବଚ୍ଛତାକୁ ଦେବାଶିଷଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୨୬।୧୨(କ୍ରୀଡ଼ା ପ୍ରତିନିଧି)-”ଓଡ଼ିଶାରେ ବହୁ ପ୍ରତିଭାସମ୍ପନ୍ନ କ୍ରିକେଟର ଅଛନ୍ତି, ମାତ୍ର ସେମାନଙ୍କୁ ତାହା ପ୍ରଦର୍ଶନ ମାଧ୍ୟମରେ ଦେଖାଇବାକୁ ପଡ଼ିବ। ତା’ ହେଲେ ଯାଇ ଜାତୀୟ ଦଳପାଇଁ ସୁଯୋଗ ସୃଷ୍ଟି ହୋଇପାରିବ। ନ ହେଲେ ଚୟନକର୍ତ୍ତା କିଛି କରିପାରିବେନି। କୋଭିଡ୍‌ ପାଇଁ ଯଦିଓ ରାଜ୍ୟ କ୍ରିକେଟ କାର୍ଯ୍ୟକଳାପ କମିଛି ତେବେ ଗତ ଏକମାସ ମଧ୍ୟରେ ତାହା ତ୍ୱରାନ୍ବିତ ହୋଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିକଟରେ କରିଥିବା ଟି୨୦ ଟୁର୍ନାମେଣ୍ଟରୁ ଅନେକ ପ୍ରତିଭା ସାମ୍ନାକୁ ଆସିଛନ୍ତି। ଏହା ରାଜ୍ୟ କ୍ରିକେଟ ପାଇଁ ବହୁତ ଭଲ କଥା। ଜାତୀୟ ଚୟନ କର୍ତ୍ତାଭାବେ ମୁଁ ପ୍ରଥମେ ଦଳର ଲକ୍ଷ୍ୟ ଓ ଅଭିଳାଷକୁ ଦେଖିବି। ସେହି ଅନୁସାରେ ଯୋଜନା ପ୍ରସ୍ତୁତ କରିବି। ତେବେ ଚୟନ ସମୟରେ ଯେପରି କୌଣସି ଖେଳାଳିଙ୍କ କ୍ଷେତ୍ରରେ ପାତର ଅନ୍ତର ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବି“ ବୋଲି ଜାତୀୟ ସିନିୟର ଚୟନ କମିଟି ସଦସ୍ୟ ମନୋନୀତ ହେବାର ଗୋଟିଏ ଦିନପରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି।
ଜୁନିୟର ଚୟନକର୍ତ୍ତାଭାବେ ଭିନ୍ନ ଚ୍ୟାଲେଞ୍ଜ ଥିଲା। ସିନିୟର ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହୁଥିବାରୁ ଏ କ୍ଷେତ୍ରରେ ଦାୟିତ୍ୱ ନିଶ୍ଚିତ ଅଧିକ ରହିବ। ଜୁନିୟର ଚୟନ କମିଟିରେ ଥିବାବେଳେ ଯେତେବେଳେ ଅନ୍ୟ ଜୋନ୍‌ର ଚୟନକର୍ତ୍ତାମାନେ ଓଡ଼ିଶା ପିଲାଙ୍କ କଥା କହନ୍ତି ସେତେବେଳେ ଗର୍ବ ଅନୁଭବ ହୁଏ ବୋଲି ୨୦୧୮ ସେପ୍ଟେମ୍ବରରୁ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଜୁନିୟର ଦଳର ଦାୟିତ୍ୱରେ ଥିବା ଦେବାଶିଷ ପ୍ରକାଶ କରିଛନ୍ତି। ଶୁକ୍ରବାରଠାରୁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। କୋଭିଡ୍‌ ପାଇଁ ଫୋନ ମାଧ୍ୟମରେ ପ୍ରଥମ ଆଲୋଚନା ହୋଇଛି। ଆଗକୁ ଏବେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ହେବ। ସେଥିରୁ ଖେଳାଳି ଚୟନ ହେବେ। ରଣଜୀ ଟ୍ରଫି ହିଁ ମୁଖ୍ୟ। ସେଥିରେ ଭଲ ପ୍ରଦର୍ଶନ କଲେ ଦୁଲୀପ ଟ୍ରଫି ଏବଂ ସେଠାରେ ଭଲ କଲେ ଓଭରଅଲ୍‌ ଭାରତ -ଏ ପାଇଁ ସୁଯୋଗ ଆସିବ। ଖେଳାଳି ଓ ଚୟନ କର୍ତ୍ତା ଦାୟିତ୍ୱ ତୁଲାଇବାରେ ଭିନ୍ନ ଚାପ ରହିଥାଏ। ଖେଳାଳିଭାବେ ଜଣେ ସବୁବେଳେ ଭଲ ପ୍ରଦର୍ଶନ କରି ଟିମ୍‌କୁ ଜିତାଇବାକୁ ଚାହିଁଥାଏ। ମାତ୍ର କୋଚ୍‌ଭାବେ ମଧ୍ୟ ଦଳର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିଥାଏ। ମାତ୍ର ଚୟନକର୍ତ୍ତା ହେଲେ କେମିତି ଭଲ ଖେଳାଳିଙ୍କୁ ଚୟନ କରି ବେଞ୍ଚ୍‌ ଷ୍ଟ୍ରେନ୍ଥ ବୃଦ୍ଧି କରାଯିବ ତା’ ଉପରେ ଫୋକସ ରହିବ। କୌଣସି ପ୍ରତିଭାଙ୍କ କ୍ଷେତ୍ରରେ ଯେପରି ଅବହେଳା ନ ହୁଏ, ତା’ ଉପରେ ଫୋକସ ରହିବ ବୋଲି ସେ କହିଛନ୍ତି।
ଓଡ଼ିଶାରୁ ଅଧିକରୁ ଅଧିକ ପିଲା ଦେଶପାଇଁ ଖେଳନ୍ତୁ ବୋଲି ସମସ୍ତଙ୍କ ଇଚ୍ଛା। ଏବେ ଓସିଏ ଯେଉଁ ଧାରା ଆରମ୍ଭ କରିଛି ତାହା ରାଜ୍ୟ କ୍ରିକେଟ ପାଇଁ ଶୁଭ ଲକ୍ଷଣ। ଖେଳାଳି ଜୀବନକୁ ମୁଁ ବେଶି ଉପଭୋଗ କରିଛି। କୋଚ୍‌ ଏକ ଭିନ୍ନ ଭୂମିକା। ଏବେ ଚୟନକର୍ତ୍ତାଭାବେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଭଲ ପିଲାଙ୍କ ଉପରେ ନଜର ରଖିବାର ଅଛି। ଏ ତିନି ଭୂମିକାକୁ ସେ ଉପଭୋଗ କରୁଛନ୍ତି ବୋଲି ଦେବାଶିଷ କହିଛନ୍ତି।
ହରବିନ୍ଦର ସିଂ, ଆବି କୁରୁଭିଲା ଓ ଦେବାଶିଷ ଏକ ସମୟରେ ସାଥିହୋଇ ଖେଳୁଥିଲେ। ଏବେ ଚୟନକର୍ତ୍ତା ଦାୟିତ୍ୱରେ ଅଛନ୍ତି। ଏହାକୁ ଏକ ସଂଯୋଗ ବୋଲି ଦେବାଶିଷ କହିଛନ୍ତି। ପରସ୍ପରକୁ ଭଲଭାବେ ଜାଣିଥିବାରୁ ଆଗାମୀ ଦିନରେ କାର୍ଯ୍ୟ ସମ୍ପାଦନ ଭଲ ହେବ ବୋଲି ସେ ଆଶା ରଖିଛନ୍ତି। ଅଲିମ୍ପିକ୍ସରେ କ୍ରିକେଟ ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ଦେବାଶିଷ ମତ ଦେଇଛନ୍ତି। କାରଣ କ୍ରିକେଟର କ୍ରେଜ୍‌ ବଢ଼ୁଛି। ୧୯୯୮ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ ଅନ୍ତର୍ଭୁକ୍ତ ହୋଇଥିଲା। ସୌଭାଗ୍ୟ ବଶତଃ ମୁଁ ତାହାର ଅଂଶବିଶେଷ ଥିଲି। ସେଠାକାର ଅନୁଭବ ଦୃଷ୍ଟିରୁ କ୍ରିକେଟ ଅଲିମ୍ପିକ୍ସରେ ସାମିଲ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଯେଉଁ ପିଲା ଯେଉଁ ଫର୍ମାଟକୁ ସୁଟ୍‌ କରୁଛି ତାଙ୍କୁ ସେଥିରେ ନେବା ଉପରେ ଧ୍ୟାନ ରହିବ ବୋଲି ସେ କହିଛନ୍ତି।
ଭଲ ଖେଳାଳି ଚୟନ କ୍ଷେତ୍ରରେ ଚୟନକର୍ତ୍ତା ଶତପ୍ରତିଶତ ଦୃଷ୍ଟି ଦେଇଥାନ୍ତି। ମାତ୍ର ଯଦି ସେଥିରେ କେହି ଭଲ ପ୍ରଦର୍ଶନ କରି ନ ପାରିଲା ସେ କ୍ଷେତ୍ରରେ ଅଭିଯୋଗ ଆସିଥାଏ। ଏହା ପ୍ରକ୍ରିୟାର ଏକ ଅଂଶବିଶେଷ।
ଦେଶର ପ୍ରତିଭାସମ୍ପନ୍ନ ଖେଳାଳିଙ୍କ ମଧ୍ୟରେ ରବି ବିଷ୍ଣୋଇ, କାର୍ତ୍ତିକ ତ୍ୟାଗୀ, ଆକାଶ ସିଂ, ପ୍ରିୟମ ଗର୍ଗଙ୍କ ପରି ବହୁପ୍ରତିଭା ଅଛନ୍ତି। ଯେଉଁମାନେ ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିପାରିବେ। ଓଡ଼ିଶାର ଯୁବ ଖେଳାଳିଙ୍କ ମଧ୍ୟରେ ରାଜେଶ ମହାନ୍ତି ଏବଂ ଶୁଭ୍ରାଂଶୁ ସେନାପତି ବହୁ ପ୍ରତିଭା ସମ୍ପନ୍ନ। ସେମାନଙ୍କ ଉପରେ ନିଶ୍ଚିତ ଫୋକସ ରହିବ ବୋଲି କହିଛନ୍ତି ଏହି ଓଡ଼ିଆ ଅନ୍ତର୍ଜାତୀୟ କ୍ରିକେଟର। ତାଙ୍କ ପାଇଁ ବୈଠକ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ବୋଲି ସ୍ବୀକାର କରିଛନ୍ତି ଦେବାଶିଷ। ସେଥିରେ ଅନେକ କିଛି ଜାଣିବାକୁ ମିଳିବ। ସେ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବା ଉପରେ ଗୁରୁତ୍ୱ ଦେଇଛନ୍ତି। ତାଙ୍କ ଉପରେ ଆସ୍ଥା ରଖିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)କୁ ଧନ୍ୟବାଦ ଜଣାଇଛନ୍ତି ଦେବାଶିଷ। ବିଶେଷ କରି ଏପରି ସୁଯୋଗ ପାଇଁ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଓ ନିଯୁକ୍ତି ସଂସ୍ଥା ନାଲ୍‌କୋକୁ ସେ ଧନ୍ୟବାଦ ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସହିଦଦ ସ୍ପୋର୍ଟିଂ ସମ୍ପାଦକ ପଙ୍କଜ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ପକ୍ଷରୁ ଦେବାଶିଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?