ମାନବ ବିବର୍ତ୍ତନ ବୀକ୍ଷଣ

ଆବିଷ୍କାରର ଗୁରୁତ୍ୱ: ପ୍ରତ୍ନଜିନୋମ ବିଜ୍ଞାନ ବା ‘ପାଲିଓଜିନୋମିକ୍ସ’ ହେଉଛି ଏପରି ଏକ ବିଜ୍ଞାନ ଶାଖା, ଯେଉଁଥିରେ ବିଲୁପ୍ତ ପ୍ରଜାତିଙ୍କ ଖଣ୍ଡ ବିଖଣ୍ଡିତ ଡିଏନ୍‌ଏ ଅଣୁର ସମ୍ପୂର୍ଣ୍ଣ ପୁନର୍ଗଠନ ସମ୍ଭବ ହୋଇଥାଏ। ସ୍ବାଣ୍ଟେ ପାବୋଙ୍କ ଆବିଷ୍କାର ଏବଂ ଜିନୀୟ ତଥ୍ୟାବଳୀର ପୁନରୁଦ୍ଧାର ଯୋଗୁ ଆଧୁନିକ ମାନବଜାତି ବା ହୋମୋସାପିଏନ୍ସଙ୍କ ବିବର୍ତ୍ତନ ଏବଂ ପ୍ରବାସ ଗମନ ବା ମାଇଗ୍ରେସନ ଆଫ୍ରିକାରେ ସମ୍ଭବ ହୋଇଥିଲା ବୋଲି ବୈଜ୍ଞାନିକମାନେ ପ୍ରମାଣ ପାଇଗଲେ। ଏହା ମଧ୍ୟ ଜଣାପଡ଼ିଲା ଯେ, ଆଧୁନିକ ମାନବ ଜାତି ଓ ନିଣ୍ଡେରଥାଲମାନଙ୍କ ପୂର୍ବଜ ଥିଲେ ସମାନ। ସେମାନେ ପୃଥିବୀରେ ଆତଯାତ ହୋଇଥିଲେ ୬ଲକ୍ଷ ବର୍ଷ ପୂର୍ବେ। ସେହି ସମୟରେ ହିଁ ଦୁଇ ଭଗିନୀସହ ନିଣ୍ଡେରଥାଲସ ଏବଂ ଡେନିସୋଭାନ୍ସ ବିଚ୍ଛିନ୍ନ ହୋଇପଡ଼ିଲେ ପରସ୍ପରଠାରୁ। ପାବୋଙ୍କ ଆବିଷ୍କାରରୁ ପୁନଶ୍ଚ ପ୍ରମାଣ ମିଳିଯାଇଛି ଯେ, ଆଧୁନିକ ମାନବଙ୍କ ଆଦିପୁରୁଷ ୟୁରୋପ ଓ ଏସିଆରେ ବସବାସ କରିବା ପୂର୍ବରୁ ନିଣ୍ଡେରଥାଲସ ଓ ଡିନିସୋଭାନ୍ସଙ୍କ ସହ ଦୈହିକ ମିଳନରେ ଜଡ଼ିତ ଥିଲେ। ସେତେବେଳେ ଏହି ଅନ୍ତର୍ଜନନ ବା ନିକଟତମ ଆତ୍ମୀୟଙ୍କ ସହ ଯୌନ ମିଳନ ହୋଇ ସନ୍ତାନ ସୃଷ୍ଟି ସମ୍ଭବ ହୋଇଥିବା କାରଣରୁ ଏବକାର କେତେକ ଅଧିବାସୀଙ୍କଠାରେ ପ୍ରଚୀନ କାଳର ସେହି ନିଣ୍ଡେଥାଲସ ଓ ଡେନିସୋଭାନ୍ସଙ୍କ କିଛି କିଛି ଜିନ୍‌ ରହିଯାଇଛି। ଉଦାହରଣ ସ୍ବରୂପ ଆଧୁନିକ ତିବ୍ବତୀୟଙ୍କଠାରେ ଡେନିସୋଭାନ୍ସଙ୍କ କିଛି ଜିନ୍‌ ରହିଥିବାରୁ ତିବ୍ଦତୀୟମାନଙ୍କ ପକ୍ଷେ ସମୁଦ୍ର ପତ୍ତନଠାରୁ ଯଥେଷ୍ଟ ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ବସବାସ କରିବା ସମ୍ଭବ ହୋଇପାରୁଛି। ଏସିଆ ଓ ଦକ୍ଷିଣପୂର୍ବ ଏସିଆର ଆଧୁନିକ ମଣିଷଜାତିଙ୍କ ଜିନ୍‌ଗୁଡ଼ିକ ମଧ୍ୟରେ ଡେନିସୋଭାନ୍ସଙ୍କ ଜିନ୍‌ ୬ ପ୍ରତିଶତ ରହିଛି। ଏପରି ଜିନ୍‌ ସଂରଚନ ଫଳରେ ନିଣ୍ଡେରଥାଲସଙ୍କ କିଛି ଜିନ୍‌ ରହିଥିବା କାରଣରୁ କେତେକ କୋଭିଡ୍‌-୧୯ ରୋଗୀଙ୍କଠାରେ ଅତି ଗୁରୁତର ଧରଣର ଜଟିଳତା ପ୍ରକାଶ ପାଇଥିଲା ବୋଲି ୨୦୨୦ରେ ଦର୍ଶାଇଥିଲେ ପାବୋ। ଏହି ଜିନ୍‌ ସଂରଚନ ଯୋଗୁ ଆମ ଶରୀରର ପ୍ରତିରକ୍ଷାତନ୍ତ୍ର ବା ଇମ୍ୟୁନ ସିଷ୍ଟମ ସମ୍ପର୍କରେ ମିଳିପାରିଛି ଅନେକ ଉପାଦେୟ ତଥ୍ୟ। ମାତ୍ର ପ୍ରଶ୍ନ ଉଠେ, ଆମେ ହୋମୋ ସାଫିଏନ୍ସମାନେ ଏଯାବତ୍‌ ବେଶ୍‌ ସୁରୁଖୁରୁରେ ଜୀବନ ନିର୍ବାହ କରିଆସୁଥିବା ସତ୍ତ୍ୱେ ଆମର ନିକଟତମ ପୂର୍ବଜ ନିଣ୍ଡେରଥାଲସ ଓ ଡେନିସୋମାନ୍ସ ପୃଥିବୀପୃଷ୍ଠରୁ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଗଲେ କାହିଁକି? ସ୍ବାଣ୍ଟୋଙ୍କ ପବରର୍ତ୍ତୀ ବିକଶିତ ଗବେଷଣା ପଦ୍ଧତି ଏ ସମ୍ପର୍କରେ ସବିଶେଷ ଆଲୋକପାତ କରିପାରିବ ବୋଲି ଆଶା।

(ଶେଷ ଭାଗ)
-ଡା. ନିତ୍ୟାନନ୍ଦ ସ୍ବାଇଁ, ‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧,
ଅଭିନବ ବିଡ଼ାନାସୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri