କ୍ୱାଣ୍ଟମ୍‌ ଯାନ୍ତ୍ରିକୀ ବିକାଶ

ଫ୍ରାନ୍ସର ଆଲେନ୍‌ ଆସ୍ପେକଟ୍‌, ଯୁକ୍ତରାଷ୍ଟ୍ର ଆମେରିକାର ଜନ୍‌ କ୍ଲାଉଜର ଏବଂ ଅଷ୍ଟ୍ରିଆର ଆଣ୍ଟୋନ୍‌ ଜେଲିଫରଙ୍କୁ ପଦାର୍ଥ ବିଜ୍ଞାନ ଲାଗି ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। କ୍ୱାଣ୍ଟମ୍‌ ଯାନ୍ତ୍ରିକୀରେ ଅଭିନବ ଆବିଷ୍କାର ପାଇଁ ଏହି ତିନି ଜଣ ପଦାର୍ଥ ବିଜ୍ଞାନୀଙ୍କୁ ଉକ୍ତ ପୁରସ୍କାର ମିଳିବ। ନୋବେଲ କମିଟି ଅନୁଯାୟୀ, ଫାଳ (ଏଣ୍ଟାଙ୍ଗଲମେଣ୍ଟ)ରେ ଥିବା ଫୋଟନରେ ପରୀକ୍ଷଣ, ବେଲ୍‌ ଅସମାନତାର ଅମାନ୍ୟ ସିଦ୍ଧାନ୍ତ ସ୍ଥାପନ ଏବଂ କ୍ୱାଣ୍ଟମ୍‌ ତଥ୍ୟ ବିଜ୍ଞାନରେ ସେମାନେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।
ପଦାର୍ଥ ବିଜ୍ଞାନରେ ପୂର୍ବରୁ ନିଉଟନ୍‌ ମାଧ୍ୟାକର୍ଷଣ ନିୟମ ଅନୁଯାୟୀ ପାରମ୍ପରିକ ଯାନ୍ତ୍ରି୍ରକୀ ପ୍ରଚଳିତ ଥିଲା। ଏହା ଗ୍ରହ, ନକ୍ଷତ୍ର ଆଦି ସ୍ଥୂଳଜଗତର ବସ୍ତୁ ପାଇଁ ପ୍ରଯୁଜ୍ୟ, ଯାହାର ବେଗ ଆଲୋକ ବେଗ ତୁଳନାରେ ବହୁତ କମ୍‌ ଥାଏ। ୧୯୨୦ ଦଶକରେ ଆଇନଷ୍ଟାଇନ୍‌, ଏରଉଇନ୍‌ ସ୍ରୋଡିଞ୍ଜନ, ଲିନ୍‌ସ ବୋର୍‌, ପଲ ଡିରାକ୍‌, ଓ୍ବେର୍ଣ୍ଣର ହାଇଜେନବର୍ଗ ଆଦି ବୈଜ୍ଞାନିକମାନେ କ୍ୱାଣ୍ଟମ୍‌ ଯାନ୍ତ୍ରିକୀର ବିକାଶ କଲେ, ଯାହା ସୁକ୍ଷ୍ମ ଅଣୁ, ପରମାଣୁ ଓ ଉପପରମାଣିକ କଣିକା ଭଳି ସୂକ୍ଷ୍ମ ବସ୍ତୁଜଗତ ପାଇଁ ପ୍ରଯୁଜ୍ୟ ହୋଇଥାଏ। ଚଳିତ ବର୍ଷର ତିନି ନୋବେଲ୍‌ ବିଜ୍ଞାନୀ କ୍ୱାଣ୍ଟମ୍‌ ଫଳ ଉପରେ କାର୍ଯ୍ୟ କରି କ୍ୱାଣ୍ଟମ୍‌ ଯାନ୍ତ୍ରିକୀର ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇଛନ୍ତି।
କ୍ୱାଣ୍ଟମ୍‌ ଯାନ୍ତ୍ରିକୀରେ ଦୁଇ କିମ୍ବା ତତୋଽଧିକ କଣିକା ପରସ୍ପରଠାରୁ ଯେତେ ଦୂରରେ ଥିଲେ ସୁଦ୍ଧା ସମାନ ଅବସ୍ଥାରେ ରହିଥାଆନ୍ତି ; ଅର୍ଥାତ୍‌ ସମାନ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହା ହେଉଛି କ୍ୱାଣ୍ଟମ୍‌ ଫାଳ। ଏହି ଅବସ୍ଥାରେ ଗୋଟିଏ କଣିକାର ଗୁଣଗୁଡ଼ିକୁ ମାପ କରିବା ପରେ ଅନ୍ୟ କଣିକାର ଗୁଣଗୁଡ଼ିକୁ ମାନ ନ କରି ସେହି ମୂଲ୍ୟ ନିଆଯାଇପାରିବ। କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିର ଓ୍ବେବ୍‌ ସାଇଟ୍‌ରେ ଏହାର ଏକ ସୁନ୍ଦର ଅନୁରୂପତା ଦିଆଯାଇଛି। ଦୁଇ ଜଣ ଯମଜ ଭ୍ରାତା ଆମେରିକାରେ ୧୯୪୦ ଦଶକରେ ଜନ୍ମ ଗ୍ରହଣ କରିବା ପରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ ଏବଂ ୩୯ ବର୍ଷ ପରେ ପୁଣି ଭେଟ ହେଲେ। ଜଣାଗଲା ଯେ, ସେମାନଙ୍କର ସନ୍ତାନ, ପତ୍ନୀ ଓ ପୋଷା ଜନ୍ତୁମାନଙ୍କର ନାମ ସମାନ ଅଛି ଏବଂ ଦୁଇ ଯମଜ ଭ୍ରାତାଙ୍କର ପସନ୍ଦ ଅନେକ କ୍ଷେତ୍ରରେ ସମାନ ଅଛି।
ପରସ୍ପରଠାରୁ ଦୂରରେ ଥିବା ଅସଂଲଗ୍ନ ଦୁଇଟି କଣିକା ମଧ୍ୟରେ କିପରି ସମ୍ପର୍କର ସେତୁ ରହିପାରୁଛି ଏବଂ ଗୋଟିକର ଜଣା ପ୍ରଥମରୁ ଅନ୍ୟ କଣିକା ସମ୍ବନ୍ଧରେ ଜାଣି ହେଉଛି? ୧୯୩୫ ମସିହାରେ ଆଇନଷ୍ଟାଇନ୍‌ ଏବଂ ତାଙ୍କର ସହଯୋଗୀ ବୋରିସ୍‌ ପୋଡୋଲ୍‌ସ୍ଥି ଓ ନାଥାନ୍‌ ରୋଜେନ୍‌ ଏହି ପ୍ରଶ୍ନ ଉପରେ ଅଧ୍ୟୟନ କରି ପ୍ରକାଶ କଲେ ଯେ କିଛି ‘ଲୁକ୍କାୟିତ ଚଳରାଶି’ ଅଛି, ଯାହାଯୋଗୁଁ ଏପରି ଘଟୁଛି। ସେମାନେ ମଧ୍ୟ କହିଲେ ଯେ କ୍ୱାଣ୍ଟମ୍‌ ଯାନ୍ତ୍ରି୍ରକୀ ତତ୍ତ୍ୱ ଅସମ୍ପୂର୍ଣ୍ଣ ଅଛି। ଏହାକୁ ସେମାନଙ୍କ ନାମର ପ୍ରଥମ ଅକ୍ଷର ଅନୁସାରେ ‘ଇପିଏସ ବିରୋଧାଭାସ’ କୁହାଯାଏ।
ଆୟରଲାଣ୍ଡର ବୈଜ୍ଞାନିକ ଜନ୍‌ ଷ୍ଟିଓ୍ବାର୍ଟ ବେଲ୍‌ ୧୯୬୪ ମସିହାରେ ପ୍ରକାଶ କଲେ ଯେ ପୃଥିବୀ କ୍ୱାଣ୍ଟମ୍‌ ପଦାର୍ଥ ବିଜ୍ଞାନକୁ ଅନୁସରଣ କରୁଛି କିମ୍ବା ‘ଲୁକ୍କାୟିତ ଚଳରାଶି’ର ଭୂମିକା ରହୁଛି, ତାହା ଗୋଟିଏ ପରୀକ୍ଷଣରୁ ଜଣାପଡ଼ିବ। ଯଦି ପରୀକ୍ଷଣକୁ ଅନେକ ଥର ପୁନରାବୃତ୍ତ କରାଯାଏ ଏବଂ କିଛି ଫଳ ନିର୍ଦ୍ଦିଷ୍ଟ ମୂଲ୍ୟ ଭିତରେ ରହେ, ତାହାହେଲେ ଏହା ଲୁକ୍କାୟିତ ଚଳରାଶି ଯୋଗୁ ହେଉଛି। ଯଦି ଏହା ସେହି ମୂଲ୍ୟଠାରୁ ଅଧିକ ହୁଏ, ତାହାହେଲେ କ୍ୱାଣ୍ଟମ୍‌ ପଦାର୍ଥ ବିଜ୍ଞାନ ଠିକ୍‌ ଅଛି। ଏହି କ୍ରାନ୍ତୀୟ ମୂଲ୍ୟକୁ ‘ବେଲ୍‌ଙ୍କ ଅସମାନତା’ କୁହାଯାଏ।
କ୍ଲାଉଜର ୧୯୭୨ ମସିହାରେ ବେଲ୍‌ଙ୍କ ଧାରଣାକୁ ପରୀକ୍ଷା କରିବାକୁ ଚାହିଁଲେ। ସେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ତାଙ୍କର ଛାତ୍ର ଷ୍ଟୁଆର୍ଟ ଫ୍ରିଡମାନ୍‌ଙ୍କ ସହ ମିଶି ଗୋଟିଏ ଉପକରଣ ତିଆରି କଲେ, ଯାହା ଏକ ସଙ୍ଗରେ ଫାନ୍ଦରେ ଥିବା ଦୁଇଟି ଫୋଟନ୍‌ ନିର୍ଗତ କଲା ଏବଂ ପରୀକ୍ଷାର ଫଳ ବେଲ୍‌ଙ୍କ ଅସମାନତା ମୂଲ୍ୟଠାରୁ ଅଧିକ ହେଲା, ଅର୍ଥାତ୍‌ ଏହା କ୍ୱାଣ୍ଟାମ୍‌ ଯାନ୍ତ୍ରିକୀକୁ ଠିକ୍‌ ବୋଲି ପ୍ରମାଣ କଲା। ଏହି ପରୀକ୍ଷଣରେ ଅନ୍ତର୍ନିହିତ ଦୋଷତ୍ରୁଟି ଥିବା ସନ୍ଦେହରେ କେତେକେ ଏହାକୁ ଗ୍ରହଣ କରିବାକୁ କୁଣ୍ଠିତ ହେଲେ। ସେତେବେଳେ ପିଏଚ.ଡି. ଛାତ୍ର ଥିବା ଆସ୍ପେକଟ ଏହି ଦୋଷତ୍ରୁଟିକୁ ସୁଧାରିବା ପାଇଁ ୧୯୮୦ ଦଶକରେ ଗୋଟିଏ ଉନ୍ନତ ଉପକରଣ ନିର୍ମାଣ କରି ସମାନ ଫଳ ପାଇଲେ।
୧୯୯୭ ମସିହାରେ ଜେଲିଙ୍ଗର ପରୀକ୍ଷା କରି ଅନ୍ୟ ଗୋଟିଏ ଆକର୍ଷଣୀୟ ଦିଗକୁ ପ୍ରଦର୍ଶନ କଲେ ଯାହା ହେଉଛି ‘କ୍ୱାଣ୍ଟାମ୍‌ ଟେଲିପୋର୍ଟେସନ’। ଯଦି ଫାନ୍ଦରେ ଥିବା କଣିକାଦ୍ୱୟ ବିପରୀତ ଦିଗରେ ଗତି କରନ୍ତି ଏବଂ ସେଥିମଧ୍ୟରୁ ଗୋଟିଏ ଅନ୍ୟ ଏକ ତୃତୀୟ କଣିକାକୁ ଭେଟି ତାହା ସହ ଫାଳରେ ରହିଯାଏ, ସେମାନେ ଗୋଟିଏ ନୂତନ ଅବସ୍ଥାରେ ରହନ୍ତି। ତୃତୀୟ କଣିକା ନିଜର ପରିଚୟ ହରାଇଥାଏ ଏବଂ ଏହାର ମୂଳ ଗୁଣଗୁଡିକ ଏହାକୁ ଭେଟିଥିବା କଣିକା ପାଖକୁ ଚାଲିଯାଇଥାଏ।
କ୍ୱାଣ୍ଟମ୍‌ ଯାନ୍ତ୍ରିକୀ ସିଦ୍ଧାନ୍ତକୁ ବର୍ତ୍ତମାନ କ୍ୱାଣ୍ଟମ କମ୍ପ୍ୟୁଟର, କ୍ୱାଣ୍ଟମ ନେଟଓ୍ବର୍କ ଏବଂ କ୍ୱାଣ୍ଟାମ୍‌ ଗୁପ୍ତ ସଙ୍କେତ ଯୋଗାଯୋଗରେ ପ୍ରୟୋଗ ପାଇଁ ଗବେଷଣା ଚାଲିଛି। ତିନି ନୋବେଲ ବିଜ୍ଞାନୀ ମୋଟ ପୁରସ୍କାର ରାଶି ଦଶ ନିୟୁତ ସୁଇଡେନ୍‌ କ୍ରୋନୋର (ପ୍ରାୟ ନଅ ଲକ୍ଷ ଆମେରିକୀୟ ଡଲାର)କୁ ସମାନ ଭାବରେ ବାଣ୍ଟି ନେବେ।
ଆଲେନ୍‌ ଆସ୍ପେକ୍‌ଟ ୧୯୪୭ ମସିହା ଜୁନ୍‌ ୧୫ ତାରିଖରେ ଫ୍ରାନ୍ସର ଆଗେନ୍‌ଠାରେ ଜନ୍ମ ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ପ୍ୟାରିସ ବିଶ୍ୱବିଦ୍ୟାଳୟ ଓ ଫ୍ରାନ୍ସର ଇକୋ ପଲିଟେକନିକ୍‌ରେ ପ୍ରଫେସର ଅଛନ୍ତି। ଜନ୍‌ କ୍ଲାଉଜର ଯୁକ୍ତରାଷ୍ଟ୍ର ଆମେରିକାର ପାସଡୋନାଠାରେ ୧୯୪୨ ମସିହା ଡିସେମ୍ବର ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜ କମ୍ପାନୀ ଜେ.ଏଫ. କ୍ଲାଉଜର ଏଣ୍ଡ ଆସୋସିଏଟେଡ୍‌ରେ ଗବେଷଣା କରୁଛନ୍ତି। ଆଣ୍ଟୋନ୍‌ ଜେଲିଙ୍ଗର ଅଷ୍ଟ୍ରିଆର ରାଇଡ୍‌ ଇନକ୍ରେଇସଠାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ସେ ବର୍ତ୍ତମାନ ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri