ଅଶ୍ଳୀଳ ଭିଡିଓ ପଠାଇ ଅଡୁଆରେ ଓଏଏସ୍‌ ଅଫିସର

ଭୁବନେଶ୍ୱର,୭।୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ବାରମ୍ବାର ଅଶ୍ଳୀଳ ଭିଡିଓ ଓ ମେସେଜ ପଠାଇ ଅଡୁଆରେ ପଡିଛନ୍ତି ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଓଏଏସ୍‌ ଅଫିସର। ଯୁବତୀ ଜଣଙ୍କ ଏହାକୁ ବିରୋଧ କରିବାରୁ ଚାକିରିରୁ ବିଦା କରିଦେବାର ଧମକ ଦେଉଛନ୍ତି। ଶେଷରେ କିଛି ଉପାୟ ନ ପାଇ କର୍ମଚାରୀ ଜଣକ ଏନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗକାରିଣୀଙ୍କ ଘର କେନ୍ଦ୍ରାପଡା ଜିଲାରେ ହୋଇଥିବାବେଳେ ସେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଭଡ଼ାରେ ରହି ନ’ ତାଲାରେ ଥିବା ଏକ ସରକାରୀ ବିଭାଗରେ ଚାକିରି କରନ୍ତି। ଚୁକ୍ତି ଭିତ୍ତିରେ ଆକାଉଟାଣ୍ଟସ ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି। ଓଏଏସ୍‌ ଅଫିସର ଜଣକ ଉକ୍ତ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ଅଭିଯୋଗ ଅନୁଯାୟୀ, ଅଫିସର ଜଣକ ତାଙ୍କ ଉପରେ ବହୁଦିନ ହେବ ଖରାପ ନଜର ପକାଇ ଆସୁଛନ୍ତି। ଜୁନ୍‌ ୨୮ରୁ ସେ ତାଙ୍କ ହ୍ବାଟ୍ସଆପ୍‌ ନମ୍ବରକୁ ପ୍ରଥମେ ଅଶ୍ଳୀଳ ମେସେଜ ପଠାଇଥିଲେ। ପରେ ନଗ୍ନ ଭିଡ଼ିଓ ପଠାଉଛନ୍ତି। ପ୍ରତିବାଦ ପରେ ଅଫିସର ଜଣକ ନ ମାନି ନାଲିଆଖି ଦେଖାଇବାରୁ ଶେଷରେ ମହଳା କର୍ମଚାରୀ ଜଣକ ତାଙ୍କ ହ୍ବାଟ୍ସଆପ୍‌ ନମ୍ବରକୁ ବ୍ଲକ୍‌ କରିଦେଇଥିଲେ। ଏହାସତ୍ତ୍ୱେ ଉକ୍ତ ଅଫିସରଙ୍କ ପାଗଳାମି କମି ନ ଥିଲା। ସେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଫୋନ୍‌ କରି ଗାଳିଗୁଲଜ କରିବା ସହ ଅଶ୍ଳୀଳ ଇଙ୍ଗିତ ଦେଇ କଥା ହୋଇଥିଲେ। ଉକ୍ତ କଥାବାର୍ତ୍ତାର ଅଡିଓକୁ ମଧ୍ୟ ଅଭିଯୋଗବେଳେ ପୋଲିସକୁ ଦେଇଛନ୍ତି। ତେବେ ଗତ ଶୁକ୍ରବାର ଅଫିସର ପୁଣି ଫୋନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଯୁବତୀ ଏହାର ପ୍ରତିବାଦ କରିବାକୁ ତାଙ୍କୁ ଚାକିରିରୁ ବିଦା କରି ଦେବାକୁ ଧମକ ଦେଇଥିଲେ। ଏହାକୁନେଇ ମହିଳା କର୍ମଚାରୀ ଜଣକ ମାନସିକ ଚିନ୍ତାରେ ରହିବା ସହ ଅଫିସ ଯିବାକୁ ଡରୁଛନ୍ତି। ଅଫିସରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ସେ ପୋଲିସକୁ ନିବେଦନ କରିଛନ୍ତି।
ଏନେଇ ଥାନାଧିକାରୀ ବନିତା ମହାରଣା କହିଛନ୍ତି, ଅଫିସଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ ଚାଲିଛି। ସତ୍ୟାସତ୍ୟ ଜଣାପଡିଲେ ମାମଲା ରୁଜୁ ସହ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?