ପ୍ରାଚୁର୍ଯ୍ୟ ଭିତରେ ଅପପୁଷ୍ଟି

କେନ୍ଦୁଝର, ୭/୧୦:ଖଣିଖାଦାନ ଭରା ଜିଲା କେନ୍ଦୁଝରରୁ ରାଜ୍ୟ ସରକାର ସିଂହଭାଗ ରାଜସ୍ବ ଆଦାୟ କରୁଥିଲେ ମଧ୍ୟ ସ୍ବାସ୍ଥ୍ୟସେବା ଭଳି ସର୍ବନିମ୍ନ ସୁବିଧା ଲୋକଙ୍କୁ ଯୋଗାଇବାରେ ବିଫଳ ହୋଇଛନ୍ତି। ଜିଲାରେ ରକ୍ତହୀନତା ଓ ଅପପୁଷ୍ଟି ବୃଦ୍ଧି ପାଇବା ଭଳି ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସିଛି। ଗତ ସେପ୍ଟେମ୍ବରରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୮ ଦିନ ମଧ୍ୟରେ ୧୩ ନବଜାତ ଶିଶୁଙ୍କ ମୃତ୍ୟୁ ଏହାର ନିଚ୍ଛକ ଚିତ୍ର ପ୍ରଦାନ କରୁଛି। କମ୍‌ ଓଜନ ହେତୁ ରୋଗ ପ୍ରତିରୋଧକ ଶକ୍ତି କମିଯିବାରୁ ଏହି ଶିଶୁମାନେ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ୁଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବୀକାର କରାଯାଇଛି। ଜିଲାରେ ଦେଶର ସର୍ବାଧିକ ଲୁହାପଥର ଗଚ୍ଛିତ ରହିଛି। ପ୍ରାଚୁର୍ଯ୍ୟରେ ଭରି ରହିଥିବା ଜିଲାରେ ଦାରିଦ୍ର୍ୟ ଭଳି ସ୍ଥିତି ଚିନ୍ତାଜନକ ହୋଇଥିବାରୁ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭ୍‌ଲପମେଣ୍ଟ କର୍ପୋରେଶନ (ଓମ୍‌ବାଡକ୍‌)ରୁ ଅନେକ ହଜାର ଟଙ୍କା ଋଣ ନେଇ ରାଜ୍ୟର ବିକାଶ କ୍ଷେତ୍ରରେ ବିନିଯୋଗ କରୁଛନ୍ତି। ଏହାବ୍ୟତୀତ ଜିଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରେ ୫ ହଜାର କୋଟି ଟଙ୍କା ରହିଛି। କାର୍ଯ୍ୟକାରୀ ହେଉଥିବା ପୋଷଣ ଭଳି ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା କିନ୍ତୁ ଫଳପ୍ରଦ ହେଉନାହିଁ। ଜିଲାର ଅଧିକାଂଶ ଆଦିବାସୀ ଓ ଖଣି ଅଞ୍ଚଳରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଓ ବହୁ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ଜିଲାର ଅନେକ ଶିଶୁଙ୍କ ଉଚ୍ଚତା କମ୍‌ ହେଉଥିବା ବେଳେ ଅନେକେ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ ଜିଲାରେ ଜନ୍ମରୁ ୫ବର୍ଷ ମଧ୍ୟରେ ଶିଶୁମାନଙ୍କର ଜନ୍ମ ପଞ୍ଜୀକରଣ ୮୭.୫ ପ୍ରତିଶତ ହୋଇଛି। ତେବେ ଅବଶିଷ୍ଟ ୧୨.୫ ପ୍ରତିଶତ ଶିଶୁଙ୍କ ତଥ୍ୟ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ଯେଉଁମାନଙ୍କ ତଥ୍ୟ ନାହିଁ ସେମାନଙ୍କ ପାଖରେ ସ୍ବାସ୍ଥ୍ୟସେବା ଠିକ୍‌ ଭାବେ ପହଞ୍ଚୁଛି କି ନାହିଁ, ସେମାନେ ଠିକ୍‌ ଭାବେ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି କି ନାହିଁ, ସେମାନଙ୍କୁ ନିୟମିତ ବ୍ୟବଧାନରେ ଟିକା ଦିଆଯାଉଛି କି ନାହିଁ ଆଦି ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ସେହିଭଳି ଶିଶୁ ମୃତ୍ୟୁ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା। ଗତ ୩ ବର୍ଷ ମଧ୍ୟରେ ମୃତ୍ୟୁ ପଞ୍ଜୀକରଣ ୬୧.୧ ପ୍ରତିଶତ ରହିଛି। ବାକି ୩୮.୯ ପ୍ରତିଶତ ମୃତ ଶିଶୁଙ୍କ ବିଷୟରେ ସ୍ବାସ୍ଥ୍ୟ ବିଭାଗ ପାଖରେ ମଧ୍ୟ କୌଣସି ଖବର ନାହିଁ। ସର୍ଭେ ଅନୁସାରେ ଜନ୍ମରୁ ୫ବର୍ଷ ମଧ୍ୟରେ ମୋଟ୍‌ ୩୭.୧ ପ୍ରତିଶତ ଶିଶୁ କମ୍‌ ଓଜନ ବିଶିଷ୍ଟ ବା ଅପପୁଷ୍ଟିର ଶିକାର। ଏହା ବ୍ୟତୀତ ଜିଲାର ୧୪ଟି ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ପ୍ରକଳ୍ପ ଅଞ୍ଚଳରେ ୧,୭୩,୬୫୭ ଜଣ ଶୂନରୁ ୫ବର୍ଷ ବୟସର ଶିଶୁ ଅଛନ୍ତି। ବୟସ ଅନୁସାରେ ଅତ୍ୟନ୍ତ କମ୍‌ ଓଜନ ରହିଥିବା ଶିଶୁ ୧୨,୬୬୯ଜଣ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଖଣି ଅଞ୍ଚଳ ବ୍ଲକ୍‌ ବାଂଶପାଳରେ ୨୮୩୦ ଜଣ ଶିଶୁ ରହିଛନ୍ତି। ରାଜ୍ୟର ସବୁଠାରୁ ଅଧିକ ଲୁହାପଥର ଖଣି ଥିବା ବ୍ଲକ ଯୋଡ଼ାରେ ୨୪୩୬, ଦୈତାରୀ ଲୁହାପଥର ଖଣି ରହିଥିବା ହରିଚନ୍ଦନପୁର ବ୍ଲକରେ ୧୭୩୬ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଏହାବ୍ୟତୀତ ରାଜ୍ୟରେ ୬୧.୮ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଥିବା ବେଳେ କେନ୍ଦୁଝର ଜିଲାରେ ୭୪.୭ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି। ଜିଲାରେ ୩୨.୭ ପ୍ରତିଶତ ଶିଶୁ ମଧ୍ୟ ରକ୍ତହୀନତାର ଶିକାର ହୋଇଥିବା ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି, ଜିଲାରେ ଗର୍ଭବତୀଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ଦେଖାଯାଉଛି। ଶିଶୁଙ୍କ ମଧ୍ୟରେ ଅପପୁଷ୍ଟି ମଧ୍ୟ ରହିଛି। ରକ୍ତହୀନତା ଓ ଅପପୁଷ୍ଟି ଦୂର ପାଇଁ ସଚେତନତା ସହ ପୋଷଣ ଯୋଜନା ଭଳି ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କହିଛନ୍ତି, କେନ୍ଦୁଝର ଜିଲାରେ ରାଜ୍ୟ ସରକାରଙ୍କ ପୋଷଣ ଯୋଜନା ବିଫଳ ହୋଇଛି। ଡିଏମ୍‌ଏଫ୍‌ ଏବଂ ଓମ୍‌ବାଡ୍‌ସି ପାଣ୍ଠିରେ ଅନେକ ହଜାର ଟଙ୍କା ରହିଥିବା ବେଳେ ଜିଲାବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ବିଭିନ୍ନ ବିଭାଗରେ ଡାକ୍ତର ଅଭାବ ସହ ଚିକିତ୍ସାଳୟଗୁଡ଼ିକରେ ପ୍ରଶାସନିକ ଅବ୍ୟବସ୍ଥା ଲାଗି ରହିଛି। ଫଳରେ ଅଧିକାଂଶ ମହିଳା ଓ ଶିଶୁ ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହେଉଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଜୟକୃଷ୍ଣ ପଣ୍ଡା କହିଛନ୍ତି।

ଦୀପକ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?