ମା’କୁ ଖୋଜି ୫୦ କି.ମି.

ଢେଙ୍କାନାଳ ଅଫିସ,୭ା୧୦:ମା’ ପାଖରେ ପହଞ୍ଚତ୍ବାକୁ ଚାରିଦିନର ସଂଘର୍ଷ। ଦୀର୍ଘ ୫୦ କିଲୋମିଟରରୁ ଊର୍ଦ୍ଧ୍ୱ ବିପଦପୂର୍ଣ୍ଣ ଯାତ୍ରା। ଅତିକ୍ରମ କରିବାକୁ ପଡ଼ିଛି ନଦନଦୀ, ଅରଣ୍ୟ, ଜନବସତି। ଶେଷରେ ମିଳନ। ମଣିଷ ମାରି ନରହନ୍ତାର ଦୁର୍ନାମ ମୁଣ୍ଡାଇଥିବା ମା’ ହାତୀ ସହ ଅଣ୍ଡିରା ଛୁଆ ଯାଇଛି ଜଙ୍ଗଲକୁ। ଏଭଳି ଏକ ହୃଦୟସ୍ପର୍ଶୀ ତଥା ବିରଳ ଘଟଣାର ମୂକସାକ୍ଷୀ ପାଲଟିଛି ଢେଙ୍କାନାଳ ଜିଲା କପିଳାସ ବନ୍ୟପ୍ରାଣୀ ଉଦ୍ୟାନର ହାତୀ ରେସ୍‌କ୍ୟୁ ସେଣ୍ଟର। ହାତୀଭଳି ବିଶାଳକାୟ ପ୍ରାଣୀ ନିଜ ପରିବାର ପ୍ରତି କେତେ ସମ୍ବେଦନଶୀଳ, ତାହା ଏହି ଘଟଣାରୁ ପୁନର୍ବାର ପ୍ରମାଣିତ ହୋଇଛି। ରାଜ୍ୟର ବନ୍ୟପ୍ରାଣୀ ଉଦ୍ୟାନ ଇତିହାସରେ ପ୍ରଥମ ଥର ଏଭଳି ଘଟିଥିବା କୁହାଯାଉଛି।
ସେପ୍ଟେମ୍ବର ୨୯। କଟକ ଜଗତପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ ଗୋଠଛଡ଼ା ମା’ ହାତୀ ଏବଂ ଏହାର ଅଣ୍ଡିରା ଛୁଆ। ହାତୀ ଆକ୍ରମଣର ଶିକାର ହୋଇ ଅକାଳରେ ଲିଭିଯାଇଥିଲା ୩ ଜୀବନ। କ୍ରମାଗତ ହିଂସ୍ର ଆଚରଣ ପ୍ରଦର୍ଶନ କରୁଥିବା ମାଈ ହାତୀକୁ ୩୦ ତାରିଖରେ ଟ୍ରାଙ୍କୁଲାଇଜ କରି ଅଣାଯାଇଥିଲା କପିଳାସ ପ୍ରାଣୀ ଉଦ୍ୟାନର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରକୁ। ସେଠାକାର ‘କ୍ରଲ୍‌’ (ସ୍ବତନ୍ତ୍ର କାଠ ଘର)ରେ ସ୍ବତନ୍ତ୍ର ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ହାତୀଟିକୁ ରଖାଯାଇଥିଲା। ତେବେ ଛୁଆଠାରୁ ଅଲଗା ହେବା ପରେ ମା’ ଗର୍ଜନ କରିବା ସହ ଅଧିକ ଉଗ୍ର ଆଚରଣ ପ୍ରଦର୍ଶନ କରୁଥିଲା। ଇତିମଧ୍ୟରେ ମା’କୁ ଖୋଜିଖୋଜି ଇତସ୍ତତଃ ହୋଇ ଘୂରି ବୁଲୁଥିବା ଛୁଆହାତୀ ଜଗତପୁର ଅଞ୍ଚଳରୁ ବିରୂପା ନଦୀପାର ହୋଇ ଟାଙ୍ଗୀ-ଚୌଦ୍ୱାର ଦେଇ ପହଞ୍ଚତ୍ଥିଲା କପିଳାସ ଅଭୟାରଣ୍ୟରେ। ଛୁଆହାତୀର ଗତିବିଧି ଉପରେ ନଜର ରଖିଥିବା କଟକ ଜିଲାର ବନ କର୍ମଚାରୀମାନେ ଏ ସମ୍ପର୍କରେ ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଅନ୍ୟପଟେ ଛୁଆକୁ କପିଳାସ ଅଭୟାରଣ୍ୟର ହାତୀପଲ ପାଖ ପୂରାଇ ଦେଇ ନ ଥିଲେ। ଫଳରେ ସେ ଷୋରିଷିଆପଦା, ଜାମୁନାଳି, ଦେଓଝର, ଗୁଣ୍ଡୁରାପଶି ଡ୍ୟାମ୍‌ ନିକଟ ବିଲରେ ଉପଦ୍ରବ ସୃଷ୍ଟି କରିବା ସହ ବ୍ୟାପକ ଧାନ ଚାଷ ନଷ୍ଟ କରିଥିଲା। ଫସଲ କ୍ଷୟକ୍ଷତି କରୁଥିବା ନେଇ ଚାଷୀମାନେ ବନ ବିଭାଗକୁ ସୂଚନା ଦେଇଥିଲେ। ଅକ୍ଟୋବର ୨ ସନ୍ଧ୍ୟାରେ ଡିଏଫ୍‌ଓଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଛୁଆ ହାତୀକୁ ଟ୍ରଙ୍କୁଲାଇଜ୍‌ କରି କପିଳାସ ପ୍ରାଣୀ ଉଦ୍ୟାନର ହାତୀ ଉଦ୍ଧାର କେନ୍ଦ୍ରକୁ ଆଣି ମା’ ପାଖରେ ଛାଡ଼ିଥିଲେ। କ୍ରଲ୍‌ ଭିତରେ ଛୁଆକୁ କୋଳାଇ ନେଇଥିଲା ମା’ ଏବଂ ଶାନ୍ତ ପଡ଼ିଥିଲା। ବନ ବିଭାଗର ପଦସ୍ଥ ଅଧିକାରୀଙ୍କ ଅନୁମତିକ୍ରମେ ୩ ତାରିଖ ରାତିରେ ପ୍ରବଳ ବର୍ଷା ସତ୍ତ୍ୱେ ଉଭୟଙ୍କୁ ଏକ ସ୍ବତନ୍ତ୍ର ଗାଡ଼ିରେ ହିନ୍ଦୋଳ ରେଞ୍ଜ ସୀମାକୁ ଲାଗି ରହିଥିବା ନରସିଂହପୁର-ସାତକୋଶିଆ ନିକଟବର୍ତ୍ତୀ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ମା, ଛୁଆହାତୀ ସୁସ୍ଥ ଅଛନ୍ତି। ସେମାନଙ୍କ ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ମା’ ଓ ଛୁଆହାତୀଙ୍କୁ ଉଦ୍ଧାର କରି ହାତୀ ରେସ୍‌କ୍ୟୁ ସେଣ୍ଟରକୁ ଆଣିବା ଏବଂ ସେମାନଙ୍କୁ ଏକାଠି କରି ଜଙ୍ଗଲରେ ଛାଡ଼ିବା ରାଜ୍ୟରେ ପ୍ରଥମ ବୋଲି ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
ଅନ୍ୟପଟେ ଦୁଇହାତୀଙ୍କୁ ଜଙ୍ଗଲରେ ଛଡ଼ାଯାଇଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାସୋଳ ସେକ୍ସନର ଦଣ୍ଡିରି ଅଞ୍ଚଳବାସୀ। ଜନଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ସେମାନେ ଦଣ୍ଡିରି ବିଟ୍‌ ହାଉସରେ ତାଲା ପକାଇ ଧାରଣା ଦେଇଥିଲେ। ବନ କର୍ମଚାରୀ ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri