ମୁଣ୍ଡ ନୁଆଁଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଢେଙ୍କାନାଳ ଅଫିସ, ୭।୧୦:ଦେବାଳିଆ ହୋଇଗଲା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମ ନେଇଥିବା ଠିକାସଂସ୍ଥା। ଏବେ ପୁଣି ଥରେ ଟେଣ୍ଡର ହୋଇଛି। ୩ ଠିକାସଂସ୍ଥା ଉପରେ ଭରସା କରିଛନ୍ତି କେନ୍ଦ୍ର ସରକାର। ହେଲେ ସମସ୍ୟା ଏତିକିରେ ଶେଷ ହୋଇନାହିଁ। ଗତ ୪ବର୍ଷ ମଧ୍ୟରେ ଭାରିଯାନ ଚଳାଚଳ ଏବଂ ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଏହି ବ୍ୟସ୍ତବହୁଳ ସଡ଼କ। ଶିଳ୍ପଭିତ୍ତିକ ଜିଲା ଢେଙ୍କାନାଳ ଏବଂ ଅନୁଗୋଳର ଜୀବନରେଖା ଭାବେ ପରିଚିତ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦିନକୁ ଦିନ ଦୁର୍ଘଟଣାପ୍ରବଣ ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜର ଅସହାୟତା ପ୍ରକାଶ କରିଛନ୍ତି। ଏହି ସମସ୍ୟା ଯୋଗୁ ସେ ନତମସ୍ତକ ବୋଲି ସ୍ବୀକାର କରିଛନ୍ତି। ଢେଙ୍କାନାଳ ମିନି ଷ୍ଟାଡିୟମରେ ବୁଧବାର ରାତିରେ ଅନୁଷ୍ଠିତ ରାବଣପୋଡ଼ି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ କହିଲେ, କଟକ-ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଏଭଳି ଅବସ୍ଥାକୁ ନେଇ ଆପଣମାନଙ୍କ ମଧ୍ୟରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ। ଏହି ସମସ୍ୟାକୁ ମୁଁ ମଧ୍ୟ ନତମସ୍ତକ ହୋଇ ସ୍ବୀକାର କରୁଛି। ଜିଲା ଓକିଲ ସଂଘଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମଞ୍ଚ ଓ ବିଭିନ୍ନ ସଙ୍ଗଠନ ଜାତୀୟ ରାଜପଥର ସମସ୍ୟା ସମ୍ପର୍କରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ କରିଛନ୍ତି। ସେସବୁର କଟିଂ ମୋ ପାଖକୁ ଆସିଲେ ମୁଁ ସେଗୁଡ଼ିକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଦେଖାଇଥାଏ। ତାଙ୍କୁ ଏକଥା ବି କହିଛି, ମୋତେ ଆପଣ ଆଉ ଢେଙ୍କାନାଳ ଯିବାକୁ ଦେବେନି। ରାସ୍ତା ନ ହେଲେ ମୁଁ ସେହି ଅଞ୍ଚଳକୁ ଯିବିନାହିଁ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି ଯେ, କାମ ନେଇଥିବା ଠିକାସଂସ୍ଥା ଦେବାଳିଆ ହୋଇପଡ଼ିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏବେ ୩ ଠିକାସଂସ୍ଥାକୁ ୩ଟି ପର୍ଯ୍ୟାୟରେ ୫୫ନଂ. ଜାତୀୟ ରାଜପଥ ଉନ୍ନତୀକରଣ କାର୍ଯ୍ୟ ଦିଆଯାଇଛି। କଟକରୁ ଢେଙ୍କାନାଳ, ଢେଙ୍କାନାଳରୁ ଅନୁଗୋଳ ଏବଂ ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ସମ୍ପୃକ୍ତ ୩ ଠିକାସଂସ୍ଥା ପକ୍ଷରୁ କରାଯିବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନଗୁଡ଼ିକର ମାଲ୍‌ ପରିବହନ ପାଇଁ ୫୫ନଂ. ଜାତୀୟ ରାଜପଥ ଅତ୍ୟଧିକ ବ୍ୟସ୍ତବହୁଳ ହୋଇପଡ଼ିଛି। ଏହାକୁ ନଜରରେ ରଖି ୨୦୧୮ରେ ଏହି ସଡ଼କର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ କାମ ନେଇଥିବା ଠିକାସଂସ୍ଥା ଦେବାଳିଆ ହୋଇପଡ଼ିବାରୁ ରାସ୍ତା କାମ ବନ୍ଦପଡ଼ିଛି। ଭାରିଯାନ ଚଳାଚଳ ଏବଂ ବର୍ଷା ଯୋଗୁ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତାରେ ପରିଣତ ହୋଇଛି। ଏହାର ମରାମତି ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗୁରୁତ୍ୱ ଦିଆଯାଉନାହିଁ। ପ୍ରତିବାଦରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।
ବିପଦସଙ୍କୁଳ ୫୫ନଂ. ଜାତୀୟ ରାଜପଥ ମୃତ୍ୟୁଯନ୍ତା ପାଲଟିଛି। ଗତ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥରେ ୫୧ଟି ଦୁର୍ଘଟଣା ଘଟି ୨୨ ଲୋକଙ୍କ ଜୀବନହାନି ଘଟିଛି। ୨୬ଜଣ ଗୁରୁତର ହୋଇଥିବାବେଳେ ୧୦ଜଣ ଆହତ ହୋଇଥିବା ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ୨୦୨୧ ଜାନୁୟାରୀରୁ ୨୦୨୨ ଅଗଷ୍ଟ ସୁଦ୍ଧା ଜିଲା ମଧ୍ୟଦେଇ ଯାଇଥିବା ୨ ରାଜପଥ (୫୩ ନଂ. ଏବଂ ୫୫ନଂ.)ରେ ମୋଟ ୨୨୧ ଦୁର୍ଘଟଣା ଘଟିଛି। ସେହିପରି ଏନ୍‌ଏଚ୍‌ ସମେତ ଅନ୍ୟ ପ୍ରମୁଖ ସଡ଼କରେ ୨୦୨୦ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ୩୦୨ ଦୁର୍ଘଟଣା ଘଟି ୧୩୭ଜଣଙ୍କ ଜୀବନହାନି ହୋଇଥିବାବେଳେ ୨୨୭ ଆହତ ହୋଇଛନ୍ତି। ୨୦୨୧ରେ ସମାନ ସମୟ ମଧ୍ୟରେ ୩୬୭ ଦୁର୍ଘଟଣା ଘଟି ୧୩୯ଜଣଙ୍କ ଜୀବନ ଯାଇଥିଲା। ୩୬୮ଜଣ ଆହତ ହୋଇଥିଲେ। ଅନୁରୂପ ଭାବେ ୨୦୨୨ରେ ଅଗଷ୍ଟ ଶେଷ ସୁଦ୍ଧା ୨୮୮ ଦୁର୍ଘଟଣା ଘଟି ୧୩୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୩୦ଜଣ ଆହତ ହୋଇଛନ୍ତି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ନ ଚେତିବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri