ମୁଣ୍ଡ ନୁଆଁଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଢେଙ୍କାନାଳ ଅଫିସ, ୭।୧୦:ଦେବାଳିଆ ହୋଇଗଲା ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାମ ନେଇଥିବା ଠିକାସଂସ୍ଥା। ଏବେ ପୁଣି ଥରେ ଟେଣ୍ଡର ହୋଇଛି। ୩ ଠିକାସଂସ୍ଥା ଉପରେ ଭରସା କରିଛନ୍ତି କେନ୍ଦ୍ର ସରକାର। ହେଲେ ସମସ୍ୟା ଏତିକିରେ ଶେଷ ହୋଇନାହିଁ। ଗତ ୪ବର୍ଷ ମଧ୍ୟରେ ଭାରିଯାନ ଚଳାଚଳ ଏବଂ ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଏହି ବ୍ୟସ୍ତବହୁଳ ସଡ଼କ। ଶିଳ୍ପଭିତ୍ତିକ ଜିଲା ଢେଙ୍କାନାଳ ଏବଂ ଅନୁଗୋଳର ଜୀବନରେଖା ଭାବେ ପରିଚିତ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଦିନକୁ ଦିନ ଦୁର୍ଘଟଣାପ୍ରବଣ ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନିଜର ଅସହାୟତା ପ୍ରକାଶ କରିଛନ୍ତି। ଏହି ସମସ୍ୟା ଯୋଗୁ ସେ ନତମସ୍ତକ ବୋଲି ସ୍ବୀକାର କରିଛନ୍ତି। ଢେଙ୍କାନାଳ ମିନି ଷ୍ଟାଡିୟମରେ ବୁଧବାର ରାତିରେ ଅନୁଷ୍ଠିତ ରାବଣପୋଡ଼ି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ କହିଲେ, କଟକ-ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁର ପର୍ଯ୍ୟନ୍ତ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଏଭଳି ଅବସ୍ଥାକୁ ନେଇ ଆପଣମାନଙ୍କ ମଧ୍ୟରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ। ଏହି ସମସ୍ୟାକୁ ମୁଁ ମଧ୍ୟ ନତମସ୍ତକ ହୋଇ ସ୍ବୀକାର କରୁଛି। ଜିଲା ଓକିଲ ସଂଘଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ମଞ୍ଚ ଓ ବିଭିନ୍ନ ସଙ୍ଗଠନ ଜାତୀୟ ରାଜପଥର ସମସ୍ୟା ସମ୍ପର୍କରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ କରିଛନ୍ତି। ସେସବୁର କଟିଂ ମୋ ପାଖକୁ ଆସିଲେ ମୁଁ ସେଗୁଡ଼ିକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଦେଖାଇଥାଏ। ତାଙ୍କୁ ଏକଥା ବି କହିଛି, ମୋତେ ଆପଣ ଆଉ ଢେଙ୍କାନାଳ ଯିବାକୁ ଦେବେନି। ରାସ୍ତା ନ ହେଲେ ମୁଁ ସେହି ଅଞ୍ଚଳକୁ ଯିବିନାହିଁ। ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ କହିଛନ୍ତି ଯେ, କାମ ନେଇଥିବା ଠିକାସଂସ୍ଥା ଦେବାଳିଆ ହୋଇପଡ଼ିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏବେ ୩ ଠିକାସଂସ୍ଥାକୁ ୩ଟି ପର୍ଯ୍ୟାୟରେ ୫୫ନଂ. ଜାତୀୟ ରାଜପଥ ଉନ୍ନତୀକରଣ କାର୍ଯ୍ୟ ଦିଆଯାଇଛି। କଟକରୁ ଢେଙ୍କାନାଳ, ଢେଙ୍କାନାଳରୁ ଅନୁଗୋଳ ଏବଂ ଅନୁଗୋଳରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ସମ୍ପୃକ୍ତ ୩ ଠିକାସଂସ୍ଥା ପକ୍ଷରୁ କରାଯିବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନଗୁଡ଼ିକର ମାଲ୍‌ ପରିବହନ ପାଇଁ ୫୫ନଂ. ଜାତୀୟ ରାଜପଥ ଅତ୍ୟଧିକ ବ୍ୟସ୍ତବହୁଳ ହୋଇପଡ଼ିଛି। ଏହାକୁ ନଜରରେ ରଖି ୨୦୧୮ରେ ଏହି ସଡ଼କର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ କାମ ନେଇଥିବା ଠିକାସଂସ୍ଥା ଦେବାଳିଆ ହୋଇପଡ଼ିବାରୁ ରାସ୍ତା କାମ ବନ୍ଦପଡ଼ିଛି। ଭାରିଯାନ ଚଳାଚଳ ଏବଂ ବର୍ଷା ଯୋଗୁ ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତାରେ ପରିଣତ ହୋଇଛି। ଏହାର ମରାମତି ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଗୁରୁତ୍ୱ ଦିଆଯାଉନାହିଁ। ପ୍ରତିବାଦରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।
ବିପଦସଙ୍କୁଳ ୫୫ନଂ. ଜାତୀୟ ରାଜପଥ ମୃତ୍ୟୁଯନ୍ତା ପାଲଟିଛି। ଗତ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥରେ ୫୧ଟି ଦୁର୍ଘଟଣା ଘଟି ୨୨ ଲୋକଙ୍କ ଜୀବନହାନି ଘଟିଛି। ୨୬ଜଣ ଗୁରୁତର ହୋଇଥିବାବେଳେ ୧୦ଜଣ ଆହତ ହୋଇଥିବା ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ୨୦୨୧ ଜାନୁୟାରୀରୁ ୨୦୨୨ ଅଗଷ୍ଟ ସୁଦ୍ଧା ଜିଲା ମଧ୍ୟଦେଇ ଯାଇଥିବା ୨ ରାଜପଥ (୫୩ ନଂ. ଏବଂ ୫୫ନଂ.)ରେ ମୋଟ ୨୨୧ ଦୁର୍ଘଟଣା ଘଟିଛି। ସେହିପରି ଏନ୍‌ଏଚ୍‌ ସମେତ ଅନ୍ୟ ପ୍ରମୁଖ ସଡ଼କରେ ୨୦୨୦ ଜାନୁୟାରୀରୁ ଡିସେମ୍ବର ମଧ୍ୟରେ ୩୦୨ ଦୁର୍ଘଟଣା ଘଟି ୧୩୭ଜଣଙ୍କ ଜୀବନହାନି ହୋଇଥିବାବେଳେ ୨୨୭ ଆହତ ହୋଇଛନ୍ତି। ୨୦୨୧ରେ ସମାନ ସମୟ ମଧ୍ୟରେ ୩୬୭ ଦୁର୍ଘଟଣା ଘଟି ୧୩୯ଜଣଙ୍କ ଜୀବନ ଯାଇଥିଲା। ୩୬୮ଜଣ ଆହତ ହୋଇଥିଲେ। ଅନୁରୂପ ଭାବେ ୨୦୨୨ରେ ଅଗଷ୍ଟ ଶେଷ ସୁଦ୍ଧା ୨୮୮ ଦୁର୍ଘଟଣା ଘଟି ୧୩୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୩୦ଜଣ ଆହତ ହୋଇଛନ୍ତି। ଏହା ସତ୍ତ୍ୱେ କେନ୍ଦ୍ର ସରକାର ନ ଚେତିବା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?