ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର: ପ୍ରସୂତି-ନବଜାତକଙ୍କ ମୃତ୍ୟୁ ନେଇ ଜେଲ୍‌ ଗଲେ ନର୍ସିଂହୋମ୍‌ ମାଲିକ

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ରେ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ନର୍ସିଂ ହୋମ୍‌ ମାଲିକ ମଙ୍ଗୁଳୁ ଚରଣ ପ୍ରଧାନଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଡେଙ୍ଗାଓସ୍ତା ଗ୍ରାମ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠ ନଗର ୪ର୍ଥ ଲେନ୍‌ରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକଙ୍କୁ ଗତ ମେ’ ୧୯ରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହିପରି ନର୍ସିଂ ହୋମ୍‌ରେ କାମକରୁଥିବା ଗଜପତି ଜିଲା ମୋହନା ଥାନା ଲୁହାଗୁଡ଼ି ଗ୍ରାମ ନିକଟସ୍ଥ ବାଲିବଡ଼ ଗ୍ରାମର ଅନ୍ୟତମ ଅଭିଯୁକ୍ତ ମହିଳା ସ୍ବାସ୍ଥ୍ୟକର୍ମୀ(ଏଏନ୍‌ଏମ) ପ୍ରମୋଦିନୀ ଗମାଙ୍ଗ (୨୨) ଙ୍କୁ ଗତ ୧୦ ତାରିଖରେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁରର ମାଗୁଣି ନାୟକଙ୍କ ଝିଅ ରୋଜି ପ୍ରାୟ ବର୍ଷକ ପୂର୍ବେ ପାଟପୁର ଥାନା କରାଖଣ୍ଡି ଗ୍ରାମର ଉଦୟ ନାୟକଙ୍କ ପୁଅବାବୁ ନାୟକଙ୍କୁ ବିବାହ କରିଥିଲେ। ବାବୁ ଗୁଜରାଟ ବରୋଦାସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ରୋଜି ଗର୍ଭବତୀ ହେବା ପରେ ସିଙ୍ଗପୁର ଗ୍ରାମର ବାପଘରେ ରହୁଥିଲେ। ସେ ପ୍ରାୟ ୯ ମାସର ଗର୍ଭବତୀ ଥିଲେ। ମେ’ ୧୧ ମଧ୍ୟାହ୍ନରେ ପେଟରେ ଯନ୍ତ୍ରଣା ହେବାରୁ ବାପଘର ଲୋକେ ତାଙ୍କୁ ଉକ୍ତ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ। ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ମାମଲା ନଂ.୨୮୪/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ.ଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ପ୍ରକାଶ ଯେ, ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ଗତ ୮ରେ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ  ଗଞ୍ଜାମ ଜିଲା ଅତିରିକ୍ତ ଚିକିତ୍ସାଧିକାରୀ, ଡ୍ରଗସ ଇନ୍ସପେକ୍ଟର,ଦିଗପହଣ୍ଡି ପୋଲିସ ଟିମ୍ ଉପସ୍ଥିତିରେ ଉକ୍ତ ନର୍ସିଂହୋମକୁ ସିଲ୍ କରାଯାଇଥିବା ଜଣାପଡିଛି। ଗତ ୨୦୧୩ ଅକ୍ଟୋବର ୭ରେ ଉକ୍ତ ନର୍ସିଂହୋମରେ ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିଲା। ଏନେଇ ନର୍ସିଂହୋମ  ମାଲିକ ମଙ୍ଗୁଳୁଙ୍କ ନାଁରେ ଦିଗପହଣ୍ଡି ଥାନା ମାମଲା ନଂ.୧୦୧/୧୩ ଅନୁଯାୟୀ ମାମଲା ପଞ୍ଜୀକୃତ କରାଯାଇଥିଲା ବୋଲି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?