କେନ୍ଦୁଝରରେ ହେବ ନର୍ସିଂ କଲେଜ

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୧୦ା୭(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝରରେ ଖୁବ୍‌ଶୀଘ୍ର ସରକାରୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏଥିସହିତ ଏଠାରେ ଏକ ନୂଆ ନର୍ସିଂ କଲେଜ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏଥିସହ ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ ପକ୍ଷରୁ କେନ୍ଦୁଝରରେ ୭୯୨୦ କୋଟି ଟଙ୍କା ବ୍ୟୟରେ ୩ ନିୟୁତ ଟନ୍‌ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ବ୍‌ିତ ଇସ୍ପାତ ପ୍ରକଳ୍ପ ସ୍ଥାପନ ହେବ। ଚମ୍ପୁଆର କରାଖେନ୍ଦ୍ରାଠାରେ ଏହି ପ୍ରକଳ୍ପ ସ୍ଥାପନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତ୍ତି ପାଇଁ କୃତଜ୍ଞତା ଜଣାଇବା ସକାଶେ ଜିଲାର ନାଗରିକମାନଙ୍କ ପକ୍ଷରୁ ଏକ ଧନ୍ୟବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କେନ୍ଦୁଝରରେ ଖଣି ସମୃଦ୍ଧ ଏକ ଇସ୍ପାତ କାରଖାନା ତାଙ୍କର ବହୁଦିନର ଇଚ୍ଛା ଥିଲା। ଜିଲାରେ ଇସ୍ପାତ ପ୍ରକଳ୍ପ ପାଇଁ ବିଧାୟକମାନଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ସବୁ ବର୍ଗର ଲୋକମାନେ ତାଙ୍କୁ ଅନୁରୋଧ ଜଣାଇଥିଲେ। ଜିଲାରେ ଇସ୍ପାତ ପ୍ରକଳ୍ପ ସାକାର ରୂପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିବା ସହିତ ତାହା ଯେପରି ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
କେନ୍ଦୁଝରର ବିକାଶ ପାଇଁ ବିଜୁବାବୁ ସବୁବେଳେ ତତ୍ପର ଥିଲେ। କେନ୍ଦୁଝରରେ ଆରମ୍ଭ ହୋଇଥିବା ମେଗା ପାଇପ ଜଳ ଯୋଗାଣ ଦ୍ୱାରା ସାରା ଜିଲାର ପ୍ରତି ଘରେ ଘରେ ଭଲ ପିଇବା ପାଣି ପହଞ୍ଚି ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଜିଲାର ରାସ୍ତାଘାଟ ଉନ୍ନତି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯିବ ବୋଲି ସେ କହିଥିଲେ। ତେଣୁ ସବୁ ସରକାରୀ ପ୍ରକଳ୍ପ ଯେପରି ଠିକ୍‌ ସମୟରେ ଶେଷ ହୋଇପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ବିଜେଡି ଜିଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଭାଗୀରଥି ସେଠୀ, ଜଗନ୍ନାଥ ନାୟକ, ମୀନାକ୍ଷୀ ମହାନ୍ତ, ପୂର୍ବତନ ବିଧାୟକ ସନାତନ ମହାକୁଡ ଓ ଜିତୁ ପଟ୍ଟନାୟକଙ୍କ ସମେତ ପଦ୍ମଶ୍ରୀ ଦୈତାରି ନାୟକ, କେନ୍ଦୁଝର ନାଗରିକ ଫୋରମ୍‌, ବରିଷ୍ଠ ନାଗରିକ ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଇସ୍ପାତ କାରଖାନା ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପାଇଁ ୧୧ ହଜାର ଟଙ୍କା ଦେଲେ ୬ ବର୍ଷର ଶିଶୁ

ଭୁବନେଶ୍ୱର,୧୩ା୫(ବ୍ୟୁରୋ):କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ପୋଲିସ କର୍ମଚାରୀ। ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଲୋକଙ୍କ ପାଇଁ ରାସ୍ତାରେ ଜଗୁଥିବାବେଳେ ଅମାନିଆଙ୍କୁ ଧରି...

ସ୍ବାସ୍ଥ୍ୟକେନ୍ଦ୍ର ଥାଇ ରୋଗୀଙ୍କୁ ମିଳୁନି ସେବା

କପ୍ତିପଦା,୨୬ା୮(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶିମିଳିପାଳ ପାଦଦେଶ ଆଦିବାସୀ ଅଧ୍ୟୁଷିତ କୁଳିଅଳମ୍‌ ପଞ୍ଚାୟତର ନଛିପୁରଠାରେ ୧୯୯୦ରେ ଖୋଲିଥିବା ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥାଇ...

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୯ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୋନପୁର ପଞ୍ଚାୟତର ସରପଞ୍ଚ କେଶରସେନ ମୁଠାମାଝିଙ୍କୁ କିଛି ଦୁର୍ବୁତ୍ତ ହତ୍ୟା ଧମକ ଦେଇଥିବା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି।...

ଅବହେଳାରୁ ଐତିହ୍ୟ ନଷ୍ଟ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ରାଜ୍ୟର ବହୁ ଐତିହ୍ୟସ୍ଥଳ। ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ମାଟିରେ ମିଶୁଛି ଐତିହାସିକ କୀର୍ତ୍ତିରାଜି। ଇତିମଧ୍ୟରେ ମନ୍ଦିରମାଳିନୀ ସହର...

୨୩ରେ ଅନୁଗୋଳ-ଭୁବନେଶ୍ୱର ବସ୍‌ ବନ୍ଦ

ଅନୁଗୋଳ ଅଫିସ, ୪।୧୨: କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ ଶେଷ ହେଉନାହିଁ। ଏପରି କି କାର୍ଯ୍ୟ ତ୍ୱରାନ୍ବିତ ହେଉ ନ ଥିବାରୁ ରାସ୍ତା ଶୋଚନୀୟ...

୨୧ ହଜାର ଟଙ୍କା ସହ ଧରାପଡ଼ିଲେ

ଝାରସୁଗୁଡା ଅଫିସ, ୬।୯: ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ପୁରୁଣାବସ୍ତି ଶୁଖୁଆ ଗୋଦାମ ନିକଟରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ସୋମବାର ଚଢାଉ କରି ୬ଜୁଆଡିଙ୍କୁ...

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ପରୀକ୍ଷାଫଳ

ଭୁବନେଶ୍ୱର,୧୮।୬(ବ୍ୟୁରୋ): +୨ ପରୀକ୍ଷାଫଳ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ରେଜଲ୍ଟ ଓ ମୂଲ୍ୟାୟନ ପଦ୍ଧତ୍ତି ନେଇ ସିଏଚ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ...

ବସ, ବାଇକ ଦୁର୍ଘଟଣା: ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରତିଶ୍ରୁତି ପରେ ହଟିଲାରାଜପଥ ଅବରୋଧ

କୋରାପୁଟ,୨।୮(ସ୍ବ.ପ୍ର.): କୋରାପୁଟ ଉପକଣ୍ଠ ଆଇଆର୍‌ବି ବାଟାଲିୟନଠାରେ ଗୁରୁବାର ହୋଇଥିବା ବସ, ବାଇକ ଦୁର୍ଘଟଣାରେ ମୃତ ମନୋଜ ମହାନନ୍ଦିଆ ପରିବାରକୁ କ୍ଷତିପୂରଣ ଦାବିରେ ୨୬ ନଂ. ଜାତୀୟ...

Advertisement
Archives

Model This Week