Posted inଜାତୀୟ

ଦେଶରେ ନିଆଁ ଲଗାଇଛନ୍ତି ନୂପୁର

ନୂଆଦିଲ୍ଲୀ,୨ା୭: ଭାରତରେ ଯାହାସବୁ ଘଟୁଛି ସେଥିପାଇଁ ନୂପୁର ଶର୍ମା ଏକା ଦାୟୀ। ଏହି ମହିଳା ସାରା ଦେଶରେ ଭାବାବେଗକୁ ପ୍ରଜ୍ଜ୍ୱଳିତ କରିଛନ୍ତି। ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯିବା ଭଳି ଘଟଣା ପଛରେ ତାଙ୍କ ମନ୍ତବ୍ୟ ଦାୟୀ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଭାଜପାର ନିଲମ୍ବିତ ମୁଖପାତ୍ରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ସେ ଦେଇଥିବା ବିଚଳିତ କରିଦେବା ଭଳି ମନ୍ତବ୍ୟ ପଛରେ ଶସ୍ତା ଲୋକପ୍ରିୟତା ହାସଲ, ରାଜନୈତିକ ଏଜେଣ୍ଡା ଓ ମନ୍ଦ ଗତିବିଧି ରହିଛି। ତେଣୁ ନୂପୁର ସାରା ଦେଶକୁ କ୍ଷମା ମାଗିବା ଉଚିତ ବୋଲି ଶୀର୍ଷ ଅଦାଲତ କହିଛନ୍ତି।
ଗତ ମେ’ ୨୨ରେ ଭାଜପାର ତତ୍କାଳୀନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଚ୍ୟାନେଲରେ ଜ୍ଞାନବାପି ମସ୍‌ଜିଦ ବିବାଦ ଉପରେ ବିତର୍କ କାର୍ଯ୍ୟକ୍ରମରେ ଭାଗନେଇ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦୀୟ ହୋଇଥିଲେ। ଏହି ମନ୍ତବ୍ୟ ବିରୋଧରେ ଦେଶବ୍ୟାପୀ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏପରି କି ଉପସାଗରୀୟ (ଗଲ୍ଫ) ଏବଂ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏଥିପାଇଁ ଭାରତ ସରକାରଙ୍କୁ ସମାଲୋଚନା କରିଥିଲେ। ତାଙ୍କ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ଭାଗରେ ୧୨ରୁ ଊର୍ଦ୍ଧ୍ୱ ଏଫ୍‌ଆଇଆର୍‌ ହୋଇଛି। ସବୁ ମାମଲାର ତଦନ୍ତ ପାଇଁ ସେଗୁଡ଼ିକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବା ଲାଗି ନୂପୁର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜେ.ବି. ପରଡିଓ୍ବାଲାଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ତାଙ୍କ ପିଟିଶନର ଶୁଣାଣି କରିବାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୂପୁର ସର୍ବୋଚ୍ଚ ଅଦାଲତରୁ ନିଜ ପିଟିଶନ ପ୍ରତ୍ୟାହାର କରିନେଇଛନ୍ତି।
ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି, ନୂପୁରଙ୍କ ମନ୍ତବ୍ୟ ସାରା ଦେଶକୁ ଅଶାନ୍ତ କରିଦେଇଛି। ଏକ ଦଳର ମୁଖପାତ୍ର ହେବାର ତାତ୍ପର୍ଯ୍ୟ ଏଇୟା ନୁହେଁ ଯେ, ତାଙ୍କ ପାଖରେ ଏପରି ମନ୍ତବ୍ୟ ଦେବା ପାଇଁ ଲାଇସେନ୍ସ ରହିଛି। ସେ ଏପରି ମନ୍ତବ୍ୟ ଦେବା କ’ଣ ଦରକାର ଥିଲା। ଏକ ଟିଭି ଚ୍ୟାନେଲର ଏଜେଣ୍ଡା ଚଳାଇବା ବ୍ୟତୀତ କୋର୍ଟରେ ବିଚାରାଧୀନ ଥିବା ଏହି ପ୍ରସଙ୍ଗରେ ବିତର୍କ କରିବା ପଛର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ଶୀର୍ଷ ଅଦାଲତ ପ୍ରଶ୍ନ କରିଛନ୍ତି। ନୂପୁରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ କହିଥିଲେ, ତାଙ୍କ ମହକିଲ ତତ୍କାଳ ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରି କ୍ଷମା ମଧ୍ୟ ମାଗିଥିଲେ। ଏହା ଉପରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ଯଦି କାହାରି ଭାବାବେଗ ପ୍ରତି କୁଠାରାଘାତ ହୋଇଛି ତେବେ ସେ କ୍ଷମା ମାଗୁଛନ୍ତି ବୋଲି ନୂପୁର ବହୁ ବିଳମ୍ବରେ କହିଥିଲେ। ସେ ନିଜ ମନ୍ତବ୍ୟରୁ ଏପରି ସସର୍ତ୍ତ ଓହରିବା ପରିବର୍ତ୍ତେ ଟିଭି ଚ୍ୟାନେଲକୁ ଯାଇ ସାରା ଦେଶକୁ କ୍ଷମା ମାଗିବା ଆବଶ୍ୟକ ଥିଲା। ଦେଶରେ ଆଜି ଯାହାକିଛି ବି ହେଉଛି ସେଥିପାଇଁ ନୂପୁର ଏକାକୀ ଦାୟୀ।
ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିବା ନେଇ ଖଣ୍ଡପୀଠ କହିଥିଲେ, ନୂପୁରଙ୍କ ଆବେଦନ ତାଙ୍କ ଅହଂକାରକୁ ଦର୍ଶାଉଛି। ୧୦ ବର୍ଷ ଧରି ଓକିଲାତି କରୁଛନ୍ତି ବୋଲି ଦାବି କରୁଥିବା ନୂପୁରଙ୍କ ପାଇଁ ଦେଶର ବିଚାରପତିମାନଙ୍କୁ ସେ ବହୁ ଛୋଟ ମନେକରୁଛନ୍ତି। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇଛି। କିନ୍ତୁ ସେ ଗିରଫ ହୋଇନାହାନ୍ତି। ଏହା ତାଙ୍କ ପହଞ୍ଚକୁ ଦର୍ଶାଉଛି। ଲୋକେ ତାଙ୍କ ପଛରେ ଅଛନ୍ତି ଓ ସେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଚାଲିଥିବେ ବୋଲି ନୂପୁର ମନେକରୁଛନ୍ତି ବୋଲି ଖଣ୍ଡପୀଠ କହିଥିଲେ। ନୂପୁରଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ନିଜ ପିଟିଶନ ପ୍ରତ୍ୟାହାର ପାଇଁ ଅନୁମତି ମାଗିଥିଲେ। ଏଥିସହ ସେ କୁଆଡେ ଯିବେ ନାହିଁ ଏବଂ ତଦନ୍ତ ପାଇଁ ଏଜେନ୍ସିଗୁଡ଼ିକ ଯେତେବେଳେ ଡାକିବେ ନୂପୁର ସହଯୋଗ କରିବେ ବୋଲି ଖଣ୍ଡପୀଠଙ୍କ ଆଗରେ ମନିନ୍ଦର ସୁନିଶ୍ଚିତ କରିଥିଲେ। ନୂପୁରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ପ୍ରତିକୂଳ ମନ୍ତବ୍ୟ ଆସିବା ପରେ ଦିଲ୍ଲୀର ସାମାଜିକ କର୍ମୀ ଅଜୟ ଗୌତମ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କୁ ଏକ ପତ୍ର ଲେଖିଛନ୍ତି। ନୂପରଙ୍କୁ ତାଙ୍କ ମତ ରଖିବା ପାଇଁ ସୁଯୋଗ ଦିଆଯାଉ। ଏଥିସହ ତାଙ୍କ ବିରୋଧରେ ଦିଆଯାଇଥିବା ନକାରାମତ୍କ ମନ୍ତବ୍ୟକୁ ପ୍ରତ୍ୟାହାର ପାଇଁ ସିଜେଆଇ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏଥିରେ ସେ ଉଲ୍ଲେଖ କରିଛନ୍ତି। ଅଜୟ ଗୌତମ ନିଜ ପତ୍ରକୁ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ରୂପେ ବିବେଚନା କରି ଶୁଣାଣି କରିବାକୁ ସିଜେଆଇଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?