ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା…

ନୂଆଦିଲ୍ଲୀ, ୧୦।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩୩ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧.୨୧୬ ରହିଛି।

ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୯ ରେ ପହଞ୍ଚିଛି। ଦିଲ୍ଲୀରେ ୫୧୩, କର୍ନାଟକରେ ୪୪୧, କେରଳରେ ୩୩୩, ଗୁଜୁରାଟରେ ୨୩୬, ତାମିଲନାଡୁରେ ୧୮୫, ତେଲେଙ୍ଗାନାରେ ୧୨୩, ହରିୟାଣାରେ ୧୨୩, ଉତ୍ତରପ୍ରଦେଶରେ ୧୧୩, ଓଡ଼ିଶାରେ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶରେ ୨୮, ପଶ୍ଚିମବଙ୍ଗରେ ୨୭, ପଞ୍ଜାବରେ ୨୭, ଗୋଆରେ ୧୯, ମଧ୍ୟପ୍ରଦେଶରେ ୧୦, ଆସାମରେ ୯, ଉତ୍ତରାଖଣ୍ଡରେ ୮, ମେଘାଳୟ ୪, ଜମ୍ମୁ-କଶ୍ମୀରରେ ୩, ଚଣ୍ଡିଗଡ଼ରେ ୩, ଆଣ୍ଡାମାନ ନିକୋବରରେ ୩, ପୁଡୁଚେରୀରେ ୨,ହିମାଚଳପ୍ରଦେଶରେ ୧, ଲଦାଖରେ ୧, ଛତିଶଗଡ଼ରେ ୧ ଏବଂ ମଣିପୁରରେ ୧ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୧,୫୫୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଆଗରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ

ବେଲପାହାଡ଼,୩ା୭(ସୁବାସ ପ୍ରଧାନ): ବେଲପାହାଡ଼ ପୌରାଞ୍ଚଳରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ କାଣ୍ଡ ଘଟିଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଏବଂ ଉତ୍ତେଜନା ପ୍ରକାଶ…

Cristiano Ronaldo Retirement Plans: ବିଶ୍ୱକପ ପରେ କ୍ରିଷ୍ଟିଆନୋ ରୋନାଲ୍ଡୋ ଅବସର ନେବେ? ଭଉଣୀ କହିଲେ ବଡ଼ କଥା

ଲିସବନ,.୩।୭: କ୍ରିଷ୍ଟିଆନୋ ରୋନାଲ୍ଡୋ ଗୁରୁବାର ଫିଫା ବିଶ୍ୱକପ ନକଆଉଟ ମ୍ୟାଚରେ ସବୁଠାରୁ ବୟସ୍କ ଖେଳାଳି ହୋଇ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ରାଉଣ୍ଡ ଅଫ…

ମାଲାମାଲ ଅକ୍ଷୟ: ଗୋଟିଏ ମାସରେ ୪ ଫ୍ଲାଟ୍‌ ବିକି ଏତିକି ଟଙ୍କା କଲେ ଲାଭ

ବଲିଉଡ ଅଭିନେତା ଅକ୍ଷୟ କୁମାର କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ରିଅଲ ଇଷ୍ଟେଟରୁ ମଧ୍ୟ ରୋଜଗାର କରୁଛନ୍ତି। ସାମ୍ପ୍ରତିକ ମାସ ଗୁଡ଼ିକରେ ତାଙ୍କର ପ୍ରୋଜେକ୍ଟ ‘ଭୂତ ବଙ୍ଗଳା’…

ଓଲଟିଲା ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି, ୬ ଆହତ

ଶ୍ରୀନଗର,୩ା୭: ଜମ୍ମୁ-କଶ୍ମୀରର ଗାଣ୍ଡେରବଲ ଜିଲାର ସୋନମାର୍ଗ ଅଟଳ ସୁଡ଼ଙ୍ଗ ନିକଟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଛି।…

ପେଟ୍ରୋଲରେ ଇଥାନଲ ମିଶାଇଲେ ଗାଡ଼ିର ମାଇଲେଜ କମିଯାଏ କି? କେନ୍ଦ୍ରମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୩।୭: ପେଟ୍ରୋଲରେ ଇଥାନଲ ବ୍ୟବହାର ନେଇ ଦେଶରେ ବର୍ତ୍ତମାନ ଏକ ଉଷ୍ମ ବିତର୍କ ଚାଲିଛି। ଏହି ପ୍ରସଙ୍ଗକୁ ସମ୍ବୋଧିତ କରି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ…

ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା…

‘ମୋ ବିବାହ ଜୁଲାଇରେ…’ ଗୌରୀ ସ୍ପ୍ରେଟଙ୍କ ସହିତ ଓ୍ବେଡିଂ ପ୍ଲାନ ପ୍ରକାଶ କଲେ ଆମିର

ମୁମ୍ବାଇ: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ଜୁଲାଇ ୫ରେ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଅଭିନେତା ପୂର୍ବରୁ ଦୁଇଥର ବିବାହ କରିଛନ୍ତି,…

ଆମେରିକା-ଇରାନ ଶାନ୍ତି ଚୁକ୍ତି ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଦାବି, ଇରାନ ସମସ୍ତ ସର୍ତ୍ତ ଗ୍ରହଣ…

ଓ୍ବାଶିଂଟନ,୩ା୭: ଆମେରିକା ଏବଂ ଇରାନ ମଧ୍ୟରେ ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ପରେ, ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri