Posted inଫୁରସତ

ଛୋଟ ପିଲା ବଡ଼ କାମ

ହସିବା ଖେଳିବା ବୟସ ସେମାନଙ୍କର। କିନ୍ତୁ ଏଇ ବୟସରେ ସେମାନେ ଏମିତି କିଛି କରିଦେଖାଇଛନ୍ତି ଯାହାକୁ ବଡ଼ମାନେ କରିବା ବି କଷ୍ଟକର । ନିଜର ସାହସ, ବୁଦ୍ଧି ଓ ବିଶେଷ ପ୍ରତିଭା ପାଇଁ ଏଇ କୁନି କୁନି ପିଲାମାନେ ସାରା ପୃଥିବୀରେ ପାଇଛନ୍ତି ସ୍ବତନ୍ତ୍ର ପରିଚୟ…

ତିଲକ ମେହତା:୨୦୦୬ ଗୁଜରାଟରେ ଜନ୍ମିତ ତିଲକ, କଅଁଳ ବୟସରେ ଯାହା କରି ଦେଖାଇଛନ୍ତି ତାହା ବେଶ୍‌ ଅବିଶ୍ୱସନୀୟ ଲାଗେ। ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେ ଆରମ୍ଭ କରିଥିଲେ ନିଜର ଏକ ଷ୍ଟାର୍ଟଅପ ତଥା କୋରିଅର୍‌ ବେସ୍‌ଡ କମ୍ପାନୀ ‘ପେପର୍‌ ଏନ୍‌ ପାର୍ସଲ’। ଖେଳିବା, ବୁଲିବା, ଟିଭି ଦେଖା ବୟସରେ ସେ ପାଠପଢ଼ା ସହ ନିଜ କମ୍ପାନୀ କଥା ବୁଝୁଛନ୍ତି। ଆଉ ବର୍ତ୍ତମାନ ତାଙ୍କ ବ୍ୟବସାୟ ୧୦୦ କୋଟିରେ ପହଞ୍ଚିସାରିଛି। ମୁମ୍ବାଇରେ ରହୁଥିବା ତିଲକ ଗୋଟିଏ ଦିନରେ କିଭଳି ପାର୍ସଲ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ପାରିବ ସେହି ବ୍ୟବସ୍ଥା କରିଛନ୍ତି। ସେ ଡୋର୍‌ ଟୁ ଡୋର୍‌ ପିକ୍‌ ଅପ୍‌ ଓ ଡେଲିଭରି ସର୍ଭିସ୍‌ ପ୍ରଦାନ କରୁଛନ୍ତି। ଏତେ କମ୍‌ ବୟସରେ ଏତେ ବଡ଼ ବ୍ୟବସାୟ ଗଢ଼ି ତାକୁ ସଫଳତାର ସହ ଚଳାଉଥିବାରୁ ସେ ୨୦୨୦ରେ ଗ୍ଲୋବାଲ ଚାଇଲ୍ଡ ପ୍ରୋଡିଜି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ୟଥାର୍ଥ ମୂର୍ତ୍ତି: ଯିଏ ଯେଉଁ ଦେଶର ନିବାସୀ ସେମାନେ ସେଇ ଦେଶର ଜାତୀୟ ସଙ୍ଗୀତ ଭଲଭାବେ ଜାଣିଥାନ୍ତି। କିନ୍ତୁ ବାଙ୍ଗାଲୋର, କର୍ନାଟକର ୧୪ ବର୍ଷୀୟ ୟଥାର୍ଥ କେବଳ ନିଜ ଦେଶ ଭାରତର ନୁହେଁ ବରଂ ୨୬୦ଟି ଦେଶର ଜାତୀୟ ସଙ୍ଗୀତ ବେଶ୍‌ ସୁନ୍ଦରଭାବେ ଗାଇପାରନ୍ତି। ପୃଥିବୀରେ ୟୁଏନ୍‌ ମାନ୍ୟତାପ୍ରାପ୍ତ ୧୯୩ଟି ଦେଶ ଅଛି। ତା’ଛଡା ୟୁଏନ୍‌ ମାନ୍ୟତା ପାଇ ନ ଥିବା ମଧ୍ୟ ଅନେକ ଦେଶ ଅଛି। ସେହି ଦେଶଗୁଡ଼ିକର ବି ଜାତୀୟ ସଙ୍ଗୀତ ଥାଏ। ୟଥାର୍ଥ ସେହିସବୁ ଜାତୀୟ ସଙ୍ଗୀତକୁ ବି ମନେ ରଖି ସୁନ୍ଦରଭାବେ ଗାଇପାରନ୍ତି। ତେଣୁ ଦୁଇ ଦୁଇ ଥର ସେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସବୁଠାରୁ ଅଧିକ ଦେଶର ଜାତୀୟ ସଙ୍ଗୀତ ଗାଇପାରୁଥିବା ପିଲାଭାବେ ସ୍ଥାନ ପାଇଛନ୍ତି। ୨୦୨୦ରେ ସେ ଗ୍ଲୋବାଲ୍‌ ଚାଇଲ୍ଡ ପ୍ରୋଡିଜି ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି।

ଅଦ୍ୱୈତ କୋଲାରକର: ମାତ୍ର ୬ ବର୍ଷରୁ ହିଁ ଅଦ୍ୱୈତ ସାରା ପୃଥିବୀରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଥିଲେ। ଆଉ ପାଇଥିଲେ ସର୍ବକନିଷ୍ଠ ହାଇ ଫ୍ଲାୟର୍‌ ୫୦ ଟାଇଟଲ୍‌। ଏହି ଟାଇଟଲ୍‌ ସେ ତାଙ୍କର ଅଦ୍ଭୁତ ଚିତ୍ରକଳା ପାଇଁ ପାଇଛନ୍ତି। ତା ଛଡା ଗ୍ଲୋବାଲ ଚାଇଲ୍ଡ ପ୍ରୋଡିଜି ସମ୍ମାନ ବି ପାଇଛନ୍ତି। ୮ ମାସର ହୋଇଥିବା ସମୟରୁ ହିଁ ସେ ରଙ୍ଗ ସହ ଖେଳିବା ଆରମ୍ଭ କରିଦେଇଥିଲେ। ବାପା ମା’ ତାଙ୍କର ଏହି ଅନ୍ତର୍ନିହିତ କଳାକୁ ଚିହ୍ନିପାରିଥିଲେ। ୨୦୧୬ରେ ଯେତେବେଳେ ତାଙ୍କୁ ଯେବେ ୨ ବର୍ଷ ବୟସ ହୋଇଥିଲା ତାଙ୍କର ପ୍ରଥମ ସୋଲୋ ଆର୍ଟ ଏକ୍‌ଜିବିଶନ୍‌ ପୁଣେରେ ହୋଇଥିଲା। ଏହାପରେ ପରିବାର ସହ ସେ କାନାଡ଼ା ଚାଲିଯାଇଥିଲେ। କାନାଡ଼ାରେ ବି ସୋଲୋ ଏକ୍‌ଜିବିଶନ୍‌ ହୋଇଥିଲା। ସେଠାରେ ତାଙ୍କର ପେଣ୍ଟିଂ ୨୦୦୦ ଡଲାରରେ ବିକ୍ରି ହୋଇଥିଲା। ନିକଟରେ ତାଙ୍କ ପେଣ୍ଟିଂ ନ୍ୟୁୟର୍କ ଆର୍ଟଏକ୍ସପୋରେ ବି ପ୍ରଦର୍ଶିତ ହୋଇଛି। ୪୦ ବର୍ଷର ଇତିହାସରେ ସେ ହେଉଛନ୍ତି ସର୍ବକନିଷ୍ଠ ଚିତ୍ରକର, ଯାହାଙ୍କ ପେଣ୍ଟିଂ ଏଠାରେ ପ୍ରଦର୍ଶିତ ହୋଇଛି।

ଅର୍ଶଦୀପ ସିଂ: ଜଳନ୍ଧରର ଅର୍ଶଦୀପ ଜଣେ ଜଣାଶୁଣା ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର। ୧୦ ବର୍ଷ ବୟସରେ ୨୦୨୦ରେ ସେ ଏସିଆର ସର୍ବକନିଷ୍ଠ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ସମ୍ମାନ ପାଇ ଇତିହାସ ରଚିଥିଲେ। ୨୦୧୮ରେ ତ ସିଏ ‘ଓ୍ବାଇଲ୍ଡ ଲାଇଫ ଫଟୋଗ୍ରାଫର୍‌ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଉଠାଇଥିବା ପାଇପ ଭିତରେ ଦୁଇ କୁନି ପେଚାର ଫଟୋକୁ ଏଥିରେ ସର୍ବଶ୍ରେଷ୍ଠ ଫଟୋ ଭାବେ ଚୟନ କରାଯାଇଥିଲା। ବ୍ରିଟେନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏହି ପ୍ରତିଯୋଗିତା ଆୟୋଜନ କରିଥାଏ। ୬ ବର୍ଷ ବୟସରୁ ତାଙ୍କର ଫଟୋଗ୍ରାଫି ଆରମ୍ଭ ହୋଇଛି। ତାଙ୍କର ଅନେକ ଫଟୋ ଲୋନଲୀ ପ୍ଲାନେଟ ୟୁକେ, ଲୋନଲୀ ପ୍ଲାନେଟ୍‌ ଜର୍ମାନୀ, ଲୋନଲୀ ପ୍ଲାନେଟ୍‌ ଇଣ୍ଡିଆ, ବିବିସି ଓ୍ବାଇଲ୍ଡ ଲାଇଫ୍‌ ୟୁକେରେ ସ୍ଥାନ ପାଇଛି। ୨୦୨୦ରେ ଗ୍ଲୋବାଲ ଚାଇଲ୍ଡ ପ୍ରୋଡିଜି ଆଓ୍ବାର୍ଡ ବି ସେ ପାଇଛନ୍ତି।

ଲିସିପ୍ରିୟା କଙ୍ଗୁଜମ୍‌: ୨୦୧୧, ମଣିପୁରରେ ଜନ୍ମିତ ଲିସିପ୍ରିୟା ଜଣେ କ୍ଲାଇମେଟ ଆକ୍ଟିଭିଷ୍ଟ। ୨୦୧୯ର ୟୁନାଇଟେଡ ନେଶନ୍‌ସର କଭେନ୍ସନ ଅନ କ୍ଲାଇମେଟ୍‌ ଚେଞ୍ଜରେ ସେ ଥିଲେ ସର୍ବକନିଷ୍ଠ ବକ୍ତା। ସେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିଲା। ଅନେକେ ତାଙ୍କୁ ‘ଭାରତର ଗ୍ରେଟା ଥନବର୍ଗ’ ବୋଲି ମଧ୍ୟ କହନ୍ତି। ୨୦୧୮ରୁ ସେ ପରିବେଶ ପରିବର୍ତ୍ତନ ଉପରେ କ୍ୟାମ୍ପେନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରି କ୍ଲାଇମେଟ ଚେଞ୍ଜ ଆଇନ ପାସ୍‌ କରିବାକୁ ସେ ଭାରତର ପାର୍ଲାମେଣ୍ଟ ହାଉସ୍‌ ପାଖରେ ୧ ସପ୍ତାହ ମଧ୍ୟ ବିତାଇଥିଲେ। ୨୦୧୯, ୩୧ ଅଗଷ୍ଟରେ ତାଙ୍କୁ ‘ଓ୍ବାର୍ଲଡ ଚିଲ୍ର୍ଡେନ୍‌ ପିସ୍‌’ ପ୍ରାଇଜ୍‌ ପ୍ରଦାନ କରାଯାଇଥିଲା।

ଲିଦିଆନ ନଧସ୍ବରମ୍‌: ୨୦୦୫ରେ ଜନ୍ମିତ ଲିଦିଆନ୍‌ ଜଣେ କୁନି ପିଆନୋ ବାଦକ। ୨୦୧୯ରେ ଯେତେବେଳେ ସେ ୧୩ ବର୍ଷ ବୟସର ହୋଇଥିଲେ ‘ସିବିଏସ୍‌ ଟ୍ୟାଲେଣ୍ଟ ଶୋ’ ଜିତିଥିଲେ। ଆଉ ପାଇଥିଲେ ୧ ମିଲିୟନ ଡଲାର ପୁରସ୍କାର ରାଶି। ଏହି ପ୍ରତିଯୋଗିତାରେ ସେ ଜଜ୍‌ମାନଙ୍କୁ ପ୍ରଥମେ ୧ ମିନିଟ୍‌ରେ ୨୮୦ ବିଟ୍‌ ବଜାଇ ଓ ପରେ ସ୍ପିଡ ବଢ଼ାଇ ୧ ମିନିଟ୍‌ରେ ୩୨୫ ବିଟ୍‌ ବଜାଇ ଚକିତ କରିଦେଇଥିଲେ। ୮ବର୍ଷ ବୟସରୁ ସେ ପିଆନୋ ବଜାଉଛନ୍ତି। ତାଙ୍କ ବାପା ବର୍ଷନ ସତିଶ ତାମିଲ ମ୍ୟୁଜିକ ଡାଇରେକ୍ଟର ଅଟନ୍ତି। ଲିଦିଆନ୍‌ ୪ ବର୍ଷ ଏ.ଆର ରେହମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କେଏମ୍‌ ମ୍ୟୁଜିକ୍‌ କଞ୍ଜରଭେଟୋରିରେ ପିଆନୋ ଶିକ୍ଷା ଗ୍ରହଣ କରିଛନ୍ତି।

ରମେଶ ପ୍ରଗ୍‌ନାନନ୍ଧା: ଚେନ୍ନାଇର ରମେଶ ହେଉଛନ୍ତି ଜଣେ ଚେସ୍‌ର ବିସ୍ମୟକର ପ୍ରତିଭା। ୨୦୧୬, ୧୦ ବର୍ଷ ବୟସରେ ସେ ସର୍ବକନିଷ୍ଠ ଇଣ୍ଟରନ୍ୟାଶନାଲ ମାଷ୍ଟରର ମାନ୍ୟତା ପାଇଥିଲେ। ୨୦୧୮ରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିବା ୪ର୍ଥ ସର୍ବକନିଷ୍ଠ ବାଳକ ହୋଇଥିଲେ। ଏହା ପୂର୍ବରୁ ସର୍ଜି କାର୍ଜାକିନ୍‌, ଗୁକେଶ ଡି, ଜାଭୋଖିର ସିନ୍ଦାରୋଭ ଏହି ଟାଇଟଲ ହାସଲ କରିଥିଲେ। ୨୦୧୯ରେ ସେ ଓ୍ବାର୍ଲଡ ୟୁଥ୍‌ ଚାମ୍ପିୟନଶିପ୍‌, ଅଣ୍ଡର ୧୮ ବିଭାଗରେ ବିଜୟ ଲାଭ କରି ଇତିହାସ ରଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri