Posted inଫୁରସତ

ଛୋଟ ପିଲା ବଡ଼ କାମ

ହସିବା ଖେଳିବା ବୟସ ସେମାନଙ୍କର। କିନ୍ତୁ ଏଇ ବୟସରେ ସେମାନେ ଏମିତି କିଛି କରିଦେଖାଇଛନ୍ତି ଯାହାକୁ ବଡ଼ମାନେ କରିବା ବି କଷ୍ଟକର । ନିଜର ସାହସ, ବୁଦ୍ଧି ଓ ବିଶେଷ ପ୍ରତିଭା ପାଇଁ ଏଇ କୁନି କୁନି ପିଲାମାନେ ସାରା ପୃଥିବୀରେ ପାଇଛନ୍ତି ସ୍ବତନ୍ତ୍ର ପରିଚୟ…

ତିଲକ ମେହତା:୨୦୦୬ ଗୁଜରାଟରେ ଜନ୍ମିତ ତିଲକ, କଅଁଳ ବୟସରେ ଯାହା କରି ଦେଖାଇଛନ୍ତି ତାହା ବେଶ୍‌ ଅବିଶ୍ୱସନୀୟ ଲାଗେ। ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେ ଆରମ୍ଭ କରିଥିଲେ ନିଜର ଏକ ଷ୍ଟାର୍ଟଅପ ତଥା କୋରିଅର୍‌ ବେସ୍‌ଡ କମ୍ପାନୀ ‘ପେପର୍‌ ଏନ୍‌ ପାର୍ସଲ’। ଖେଳିବା, ବୁଲିବା, ଟିଭି ଦେଖା ବୟସରେ ସେ ପାଠପଢ଼ା ସହ ନିଜ କମ୍ପାନୀ କଥା ବୁଝୁଛନ୍ତି। ଆଉ ବର୍ତ୍ତମାନ ତାଙ୍କ ବ୍ୟବସାୟ ୧୦୦ କୋଟିରେ ପହଞ୍ଚିସାରିଛି। ମୁମ୍ବାଇରେ ରହୁଥିବା ତିଲକ ଗୋଟିଏ ଦିନରେ କିଭଳି ପାର୍ସଲ ଗନ୍ତବ୍ୟ ସ୍ଥଳରେ ପହଞ୍ଚତ୍ପାରିବ ସେହି ବ୍ୟବସ୍ଥା କରିଛନ୍ତି। ସେ ଡୋର୍‌ ଟୁ ଡୋର୍‌ ପିକ୍‌ ଅପ୍‌ ଓ ଡେଲିଭରି ସର୍ଭିସ୍‌ ପ୍ରଦାନ କରୁଛନ୍ତି। ଏତେ କମ୍‌ ବୟସରେ ଏତେ ବଡ଼ ବ୍ୟବସାୟ ଗଢ଼ି ତାକୁ ସଫଳତାର ସହ ଚଳାଉଥିବାରୁ ସେ ୨୦୨୦ରେ ଗ୍ଲୋବାଲ ଚାଇଲ୍ଡ ପ୍ରୋଡିଜି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ୟଥାର୍ଥ ମୂର୍ତ୍ତି: ଯିଏ ଯେଉଁ ଦେଶର ନିବାସୀ ସେମାନେ ସେଇ ଦେଶର ଜାତୀୟ ସଙ୍ଗୀତ ଭଲଭାବେ ଜାଣିଥାନ୍ତି। କିନ୍ତୁ ବାଙ୍ଗାଲୋର, କର୍ନାଟକର ୧୪ ବର୍ଷୀୟ ୟଥାର୍ଥ କେବଳ ନିଜ ଦେଶ ଭାରତର ନୁହେଁ ବରଂ ୨୬୦ଟି ଦେଶର ଜାତୀୟ ସଙ୍ଗୀତ ବେଶ୍‌ ସୁନ୍ଦରଭାବେ ଗାଇପାରନ୍ତି। ପୃଥିବୀରେ ୟୁଏନ୍‌ ମାନ୍ୟତାପ୍ରାପ୍ତ ୧୯୩ଟି ଦେଶ ଅଛି। ତା’ଛଡା ୟୁଏନ୍‌ ମାନ୍ୟତା ପାଇ ନ ଥିବା ମଧ୍ୟ ଅନେକ ଦେଶ ଅଛି। ସେହି ଦେଶଗୁଡ଼ିକର ବି ଜାତୀୟ ସଙ୍ଗୀତ ଥାଏ। ୟଥାର୍ଥ ସେହିସବୁ ଜାତୀୟ ସଙ୍ଗୀତକୁ ବି ମନେ ରଖି ସୁନ୍ଦରଭାବେ ଗାଇପାରନ୍ତି। ତେଣୁ ଦୁଇ ଦୁଇ ଥର ସେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସବୁଠାରୁ ଅଧିକ ଦେଶର ଜାତୀୟ ସଙ୍ଗୀତ ଗାଇପାରୁଥିବା ପିଲାଭାବେ ସ୍ଥାନ ପାଇଛନ୍ତି। ୨୦୨୦ରେ ସେ ଗ୍ଲୋବାଲ୍‌ ଚାଇଲ୍ଡ ପ୍ରୋଡିଜି ସମ୍ମାନରେ ବି ସମ୍ମାନିତ ହୋଇଛନ୍ତି।

ଅଦ୍ୱୈତ କୋଲାରକର: ମାତ୍ର ୬ ବର୍ଷରୁ ହିଁ ଅଦ୍ୱୈତ ସାରା ପୃଥିବୀରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଥିଲେ। ଆଉ ପାଇଥିଲେ ସର୍ବକନିଷ୍ଠ ହାଇ ଫ୍ଲାୟର୍‌ ୫୦ ଟାଇଟଲ୍‌। ଏହି ଟାଇଟଲ୍‌ ସେ ତାଙ୍କର ଅଦ୍ଭୁତ ଚିତ୍ରକଳା ପାଇଁ ପାଇଛନ୍ତି। ତା ଛଡା ଗ୍ଲୋବାଲ ଚାଇଲ୍ଡ ପ୍ରୋଡିଜି ସମ୍ମାନ ବି ପାଇଛନ୍ତି। ୮ ମାସର ହୋଇଥିବା ସମୟରୁ ହିଁ ସେ ରଙ୍ଗ ସହ ଖେଳିବା ଆରମ୍ଭ କରିଦେଇଥିଲେ। ବାପା ମା’ ତାଙ୍କର ଏହି ଅନ୍ତର୍ନିହିତ କଳାକୁ ଚିହ୍ନିପାରିଥିଲେ। ୨୦୧୬ରେ ଯେତେବେଳେ ତାଙ୍କୁ ଯେବେ ୨ ବର୍ଷ ବୟସ ହୋଇଥିଲା ତାଙ୍କର ପ୍ରଥମ ସୋଲୋ ଆର୍ଟ ଏକ୍‌ଜିବିଶନ୍‌ ପୁଣେରେ ହୋଇଥିଲା। ଏହାପରେ ପରିବାର ସହ ସେ କାନାଡ଼ା ଚାଲିଯାଇଥିଲେ। କାନାଡ଼ାରେ ବି ସୋଲୋ ଏକ୍‌ଜିବିଶନ୍‌ ହୋଇଥିଲା। ସେଠାରେ ତାଙ୍କର ପେଣ୍ଟିଂ ୨୦୦୦ ଡଲାରରେ ବିକ୍ରି ହୋଇଥିଲା। ନିକଟରେ ତାଙ୍କ ପେଣ୍ଟିଂ ନ୍ୟୁୟର୍କ ଆର୍ଟଏକ୍ସପୋରେ ବି ପ୍ରଦର୍ଶିତ ହୋଇଛି। ୪୦ ବର୍ଷର ଇତିହାସରେ ସେ ହେଉଛନ୍ତି ସର୍ବକନିଷ୍ଠ ଚିତ୍ରକର, ଯାହାଙ୍କ ପେଣ୍ଟିଂ ଏଠାରେ ପ୍ରଦର୍ଶିତ ହୋଇଛି।

ଅର୍ଶଦୀପ ସିଂ: ଜଳନ୍ଧରର ଅର୍ଶଦୀପ ଜଣେ ଜଣାଶୁଣା ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର। ୧୦ ବର୍ଷ ବୟସରେ ୨୦୨୦ରେ ସେ ଏସିଆର ସର୍ବକନିଷ୍ଠ ଓ୍ବାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ସମ୍ମାନ ପାଇ ଇତିହାସ ରଚିଥିଲେ। ୨୦୧୮ରେ ତ ସିଏ ‘ଓ୍ବାଇଲ୍ଡ ଲାଇଫ ଫଟୋଗ୍ରାଫର୍‌ ଅଫ୍‌ ଦ ଇୟର’ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଉଠାଇଥିବା ପାଇପ ଭିତରେ ଦୁଇ କୁନି ପେଚାର ଫଟୋକୁ ଏଥିରେ ସର୍ବଶ୍ରେଷ୍ଠ ଫଟୋ ଭାବେ ଚୟନ କରାଯାଇଥିଲା। ବ୍ରିଟେନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଏହି ପ୍ରତିଯୋଗିତା ଆୟୋଜନ କରିଥାଏ। ୬ ବର୍ଷ ବୟସରୁ ତାଙ୍କର ଫଟୋଗ୍ରାଫି ଆରମ୍ଭ ହୋଇଛି। ତାଙ୍କର ଅନେକ ଫଟୋ ଲୋନଲୀ ପ୍ଲାନେଟ ୟୁକେ, ଲୋନଲୀ ପ୍ଲାନେଟ୍‌ ଜର୍ମାନୀ, ଲୋନଲୀ ପ୍ଲାନେଟ୍‌ ଇଣ୍ଡିଆ, ବିବିସି ଓ୍ବାଇଲ୍ଡ ଲାଇଫ୍‌ ୟୁକେରେ ସ୍ଥାନ ପାଇଛି। ୨୦୨୦ରେ ଗ୍ଲୋବାଲ ଚାଇଲ୍ଡ ପ୍ରୋଡିଜି ଆଓ୍ବାର୍ଡ ବି ସେ ପାଇଛନ୍ତି।

ଲିସିପ୍ରିୟା କଙ୍ଗୁଜମ୍‌: ୨୦୧୧, ମଣିପୁରରେ ଜନ୍ମିତ ଲିସିପ୍ରିୟା ଜଣେ କ୍ଲାଇମେଟ ଆକ୍ଟିଭିଷ୍ଟ। ୨୦୧୯ର ୟୁନାଇଟେଡ ନେଶନ୍‌ସର କଭେନ୍ସନ ଅନ କ୍ଲାଇମେଟ୍‌ ଚେଞ୍ଜରେ ସେ ଥିଲେ ସର୍ବକନିଷ୍ଠ ବକ୍ତା। ସେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ବୟସ ହୋଇଥିଲା। ଅନେକେ ତାଙ୍କୁ ‘ଭାରତର ଗ୍ରେଟା ଥନବର୍ଗ’ ବୋଲି ମଧ୍ୟ କହନ୍ତି। ୨୦୧୮ରୁ ସେ ପରିବେଶ ପରିବର୍ତ୍ତନ ଉପରେ କ୍ୟାମ୍ପେନ କରିଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରି କ୍ଲାଇମେଟ ଚେଞ୍ଜ ଆଇନ ପାସ୍‌ କରିବାକୁ ସେ ଭାରତର ପାର୍ଲାମେଣ୍ଟ ହାଉସ୍‌ ପାଖରେ ୧ ସପ୍ତାହ ମଧ୍ୟ ବିତାଇଥିଲେ। ୨୦୧୯, ୩୧ ଅଗଷ୍ଟରେ ତାଙ୍କୁ ‘ଓ୍ବାର୍ଲଡ ଚିଲ୍ର୍ଡେନ୍‌ ପିସ୍‌’ ପ୍ରାଇଜ୍‌ ପ୍ରଦାନ କରାଯାଇଥିଲା।

ଲିଦିଆନ ନଧସ୍ବରମ୍‌: ୨୦୦୫ରେ ଜନ୍ମିତ ଲିଦିଆନ୍‌ ଜଣେ କୁନି ପିଆନୋ ବାଦକ। ୨୦୧୯ରେ ଯେତେବେଳେ ସେ ୧୩ ବର୍ଷ ବୟସର ହୋଇଥିଲେ ‘ସିବିଏସ୍‌ ଟ୍ୟାଲେଣ୍ଟ ଶୋ’ ଜିତିଥିଲେ। ଆଉ ପାଇଥିଲେ ୧ ମିଲିୟନ ଡଲାର ପୁରସ୍କାର ରାଶି। ଏହି ପ୍ରତିଯୋଗିତାରେ ସେ ଜଜ୍‌ମାନଙ୍କୁ ପ୍ରଥମେ ୧ ମିନିଟ୍‌ରେ ୨୮୦ ବିଟ୍‌ ବଜାଇ ଓ ପରେ ସ୍ପିଡ ବଢ଼ାଇ ୧ ମିନିଟ୍‌ରେ ୩୨୫ ବିଟ୍‌ ବଜାଇ ଚକିତ କରିଦେଇଥିଲେ। ୮ବର୍ଷ ବୟସରୁ ସେ ପିଆନୋ ବଜାଉଛନ୍ତି। ତାଙ୍କ ବାପା ବର୍ଷନ ସତିଶ ତାମିଲ ମ୍ୟୁଜିକ ଡାଇରେକ୍ଟର ଅଟନ୍ତି। ଲିଦିଆନ୍‌ ୪ ବର୍ଷ ଏ.ଆର ରେହମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କେଏମ୍‌ ମ୍ୟୁଜିକ୍‌ କଞ୍ଜରଭେଟୋରିରେ ପିଆନୋ ଶିକ୍ଷା ଗ୍ରହଣ କରିଛନ୍ତି।

ରମେଶ ପ୍ରଗ୍‌ନାନନ୍ଧା: ଚେନ୍ନାଇର ରମେଶ ହେଉଛନ୍ତି ଜଣେ ଚେସ୍‌ର ବିସ୍ମୟକର ପ୍ରତିଭା। ୨୦୧୬, ୧୦ ବର୍ଷ ବୟସରେ ସେ ସର୍ବକନିଷ୍ଠ ଇଣ୍ଟରନ୍ୟାଶନାଲ ମାଷ୍ଟରର ମାନ୍ୟତା ପାଇଥିଲେ। ୨୦୧୮ରେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଥିବା ୪ର୍ଥ ସର୍ବକନିଷ୍ଠ ବାଳକ ହୋଇଥିଲେ। ଏହା ପୂର୍ବରୁ ସର୍ଜି କାର୍ଜାକିନ୍‌, ଗୁକେଶ ଡି, ଜାଭୋଖିର ସିନ୍ଦାରୋଭ ଏହି ଟାଇଟଲ ହାସଲ କରିଥିଲେ। ୨୦୧୯ରେ ସେ ଓ୍ବାର୍ଲଡ ୟୁଥ୍‌ ଚାମ୍ପିୟନଶିପ୍‌, ଅଣ୍ଡର ୧୮ ବିଭାଗରେ ବିଜୟ ଲାଭ କରି ଇତିହାସ ରଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri