ଚାଷୀ ସମସ୍ୟାକୁ ନେଇ ନୂଆପଡ଼ା ବନ୍ଦ

ନୂଆପଡ଼ା,୫।୧(ମକାରୁ ବେମାଲ): ରାଜ୍ୟ ସରକାରଙ୍କ କୃଷିମାରଣ ନୀତି, ଧାନର କଟନି ଛଟନି, କପାର ଅଭାବୀ ବିକ୍ରି, ଅହେତୁକ ବିଦ୍ୟୁତ୍‌ ଦର ବୃଦ୍ଧି, ଚାଷୀ ସମସ୍ୟା ତଥା ଧାନକିଣାରେ ହେଉଥିବା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ନୂଆପଡ଼ା ଭାଜପା ପକ୍ଷରୁ ଶୁକ୍ରବାର ବନ୍ଦ ଡାକରା ଦିଆଯାଇଛି। ଫଳରେ ଜିଲାର ୫ଟି ବ୍ଳକ ସମେତ ୩ଟି ଏନ୍‌ଏସି ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହାର ପ୍ରଭାବରେ ଜିଲାରେ ଯାନବାହନ, ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ, କଲେଜ, ସହ ଜିଲାର ସମସ୍ତ ମଣ୍ଡି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବନ୍ଦ ଯୋଗୁ ଜନସାଧାରଣ ପ୍ରଭାବିତ ହୋଇଛନ୍ତି।

ନୂଆପଡ଼ା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢୀ, ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଶୀ, ବିଜୟ ଚନ୍ଦ୍ର ପାଲଙ୍କ ନେତୃତ୍ୱରେ ଭାଜପା କର୍ମକର୍ତ୍ତା ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ସେହିପରି କୋମନା ବ୍ଲକରେ ଭାଜପା ନେତା ଯଦୁମଣି ପାଣିଗ୍ରାହୀ ଏବଂ ସିନାପାଲିରେ ସୁବ୍ରତ ଠାକୁରଙ୍କ ନେତୃତ୍ୱରେ ବନ୍ଦ ପାଳନ କରାଯାଉଛି। ଏପରିକି କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ବନ୍ଦ ପାଳନକୁ ସମର୍ଥନ କରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍‌: ବାଟରେ ଦୁର୍ଘଟଣା

ଜଳେଶ୍ୱର,୩।୫: ୧୬ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶନିବାର ସକାଳେ ଦୁର୍ଘଟଣା...

ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି, ଜାଣନ୍ତୁ କାରଣ…

ଭୁବନେଶ୍ୱର,୪।୫: କଂଗ୍ରେସ ଟିକେଟ୍‌ ଫେରାଇଲେ ପୁରୀ ଏମ୍‌ପି ପ୍ରାର୍ଥୀ ସୁଚରିତା ମହାନ୍ତି।ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍‌ ସୁଚରିତା ଫେରାଇଥିବା ନେଇ ଆଇସିସିକୁ ଜଣାଇଛନ୍ତି। ବିନା...

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ଧର୍ମଶାଳା, ବରୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ରସୁଲପୁର,୪ା୫(ରଂଜିତ ରାଉତ):  ଯାଜପୁର ସଂସଦୀୟ କ୍ଷେତ୍ର(ସଂ) ଅଧୀନ ବରୀ ଓ ଧର୍ମଶାଳା ବିଧାନସଭା ନିବର୍ର୍ାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ଚର୍ଚ୍ଚା ହେଉଛିି।...

ନୀଳଗିରିରେ ସୁକାନ୍ତ-ସନ୍ତୋଷ ଲଢ଼େଇ

ନୀଳଗିରି, ୪।୫(ପ୍ରଶାନ୍ତ ବିଶ୍ୱାଳ): ଭାଜପାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନୀଳଗିରିରୁ ଭାଜପାର ପ୍ରାର୍ଥୀ ହୋଇଛନ୍ତି ସନ୍ତୋଷ ଖଟୁଆ। ନୀଳଗିରିରୁ ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ...

ବିକାଶ ବିରୋଧୀଙ୍କୁ ଓଡ଼ିଶାବାସୀ ଜବାବ ଦେବେ: ପାଣ୍ଡିଆନ

ଭଞ୍ଜନଗର/ବୁଗୁଡ଼ା/ପାଟପୁର, ୪।୫(ବାବୁଲା ପ୍ରଧାନ/କାଳିଚରଣ ଦାସ/ସୀମାଞ୍ଚଳ ସାହୁ): ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲାକୁ ତୋଫାନୀ ଗସ୍ତରେ ଆସି ଭଞ୍ଜନଗର, ବୁଗୁଡ଼ା, ସାନଖେମୁଣ୍ଡି...

ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଷ୍ଟାର୍ଟଅପ୍‌ ପୁରସ୍କୃତ

ଭୁବନେଶ୍ୱର, ୪।୫ (ବନ୍ଦନା ସେଠୀ): ଆମେରିକାର ବୋଷ୍ଟନ ନର୍ଥ ଇଷ୍ଟର୍ନ ୟୁନିଭର୍ସିଟିଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଷ୍ଟାର୍ଟଅପ୍‌ ପ୍ରଦର୍ଶନ ପ୍ରତିଯୋଗିତା ଓ ତତ୍‌ସମ୍ବନ୍ଧୀୟ ଅଭିଭାଷଣ କାର୍ଯ୍ୟକ୍ରମରେ ଓଡ଼ିଶା...

ଅସହ୍ୟ ନିର୍ଯାତନା: ହାଇଦ୍ରାବାଦରୁ ଲୁଚିଆସିଲେ ୪ ଶ୍ରମିକ

ଭବାନୀପାଟଣା/ଜୁନାଗଡ଼,୪ା୫ (ଉତ୍ତମ କୁମାର ଦାଶ/ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଥମୁନି ଦାଦନ ଦୁଃଖ। ହାଇଦ୍ରାବାଦ କାମ କରିବାକୁ ଯାଇ ଜୁନାଗଡ ସହରର ୪ଜଣ ଶ୍ରମିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri