ପାକଳ ଧାନ କ୍ଷେତରେ ପୂଜା

ନୂଆଁଖାଇ କୃଷି ଓ କୃଷକର ପର୍ବ । ସେଥିପାଇଁ ଏହାକୁ କୃଷିଭିତ୍ତିକ ପର୍ବ ବୋଲି କୁହାଯାଏ । ନୂଆଁଖାଇ ଦିନ ଚାଷୀ ପୁଅ ପାକଳ ଧାନ କ୍ଷେତକୁ ଯାଇ ଅରୁଆ ଚାଉଳ, ଫୁଲ, ଦୀପ, ଧୂପ, ନାରିକେଳ ଦେଇ ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ କ୍ଷୀର ଢ଼ାଳି ସ୍ବର୍ଗଲୋକରେ ଥିବା ପିତୃ ପୁରୁଷଙ୍କୁ ସ୍ମରଣ କରିଥାନ୍ତି । ବସୁଧା ମାତା ଓ ଈଶ୍ୱରଙ୍କ କୃପାରୁ ଅଧିକ ଫସଲ ଅମଳ କରିବାକୁ କାମନା କରିଥାନ୍ତି । ସେହିପରି ଗୁହାଳରେ ମଧ୍ୟ ସ୍ବତନ୍ତ୍ର ପୂଜା କରାଯାଇଥାଏ । ଗୋମାତାଙ୍କୁ ସ୍ନାନ କରାଇବା ପରେ ସେମାନଙ୍କ ଶିଙ୍ଘରେ ରାଖୀ ବନ୍ଧା ଯାଇଥାଏ । ଏତତ୍‌ବ୍ୟତୀତ ଭବିଷ୍ୟତକୁ ଶୁଭମନାସି କୃଷି କାର୍ଯ୍ୟରେ ବ୍ୟବହୃତ କୃଷି ଉପକରଣ, ଦୁଆର ବନ୍ଧ ଗୁଡିକରେ ରାକ୍ଷୀ ବାନ୍ଧିଥାନ୍ତି । ଏହି ପରମ୍ପରାକୁ ବହୁ ପ୍ରାଚୀନ ଅଟେ । ଏବେ ଚାଷୀମାନେ ପାରମ୍ପରିକ କୃଷି ଉପକରଣ ପରିବର୍ତ୍ତେ ଅତ୍ୟାଧୁନିକ ଯନ୍ତ୍ରାଂଶ ବ୍ୟବହାର କରୁଛନ୍ତି । ତଥାପି ଶସ୍ୟ, ଫଳ, ଫୁଲ, ବୃକ୍ଷଲତାକୁ ଈଶ୍ୱରଙ୍କୁ ସମର୍ପଣ କରିବା ନୀତି ରହିଛି । ତାହାକୁ ପରବର୍ତ୍ତି ସମୟରେ ପ୍ରସାଦ ଭାବେ ସମସ୍ତେ ଗ୍ରହଣ କରିଥାନ୍ତି । ତେଣୁ ନୂଆଁଖାଇ ପର୍ବ ସଂକଳ୍ପ ନେବାର ବାର୍ତ୍ତା ଦେଇଥାଏ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଅନ୍ନର ମହିମା କବିତାରେ ଖାଦ୍ୟ ଶସ୍ୟ ତଥା ଅନ୍ନର ମହତ୍ୱ ଉପରେ ବର୍ଣ୍ଣନା କରାଯାଇଛି । ଧନ୍ୟ ମହାପ୍ରଭୁ ହେ ଆଗେ ସୃଜିଅନ୍ନ, ତା ଉତାରେ ସୃଜିଲି ଜୀବଜନ୍ତୁ ଗଣ । ଅନ୍ନବିନା ଜୀବନ ନ ପାରଇ ରହି, ବିନା ପ୍ରାଣୀଙ୍କ ଜୀବନ ନୀରତେ ଦହି ହେ …।
-ବି.ଶଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

ନିଟ୍‌ କୃତକାର୍ଯ୍ୟ ସୁଦାମଙ୍କୁ ସହାୟତା

ବଞ୍ଚୋ,୨୭ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଘଷିପୁରା ବ୍ଲକ୍‌ ଶାମୁକାନେଣ୍ଡି ପଞ୍ଚାୟତର ନିଟ୍‌ରେ କୃତକାର୍ଯ୍ୟ ହୋଇଥିବା ସୁଦାମ ହାଁସଦାଙ୍କୁ ଭାଜପା ନେତା ସହାୟତା କରିଛନ୍ତି। ସୁଦାମ ଶୁକ୍ରବାର ନାମ…

ସାକ୍ଷୀଗୋପାଳରେ ଆଜିବି ବଞ୍ଚିଛି ଶହ ଶହ ବର୍ଷର ନଡ଼ିଆ ଲଢ଼େଇ ପରମ୍ପରା, ଗହ୍ମାପୂର୍ଣ୍ଣମୀରେ…

ସାକ୍ଷୀଗୋପାଳ, ୨୭।୮ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ଅଞ୍ଚଳରେ ନଡିଆ ଲଢେଇ ପ୍ରତିଯୋଗିତା ଏକ ନିଆରା ପରମ୍ପରା ଭାବରେ ଶହ ଶହ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri