Posted inଫୁରସତ

ନୂଆଁଖାଇ ଓ ରକ୍ଷାବନ୍ଧନ

କୃଷିଭିତ୍ତିକ ପର୍ବ ନୂଆଁଖାଇ । ଏହା କୃଷି ସଭ୍ୟତାର ସାକ୍ଷୀ ହେବା ସଙ୍ଗେ ସଙ୍ଗେ ଉନ୍ନତ ସାମାଜିକ ଜୀବନଯାପନ କରିବା ଲାଗି ପ୍ରେରଣା ଦେଇଥାଏ। ପରସ୍ପର ଭିତରେ ମୈତ୍ରୀଭାବ ଓ ସୌହାର୍ଦ୍ଦ୍ୟ ସ୍ଥାପନ କରି ସୁସ୍ଥ ସାମାଜିକ ଜୀବନ ଅତିବାହିତ କରିବାକୁ ଶିକ୍ଷା ଦେଇଥାଏ। ନୂଆଁଖାଇ ପରମ୍ପରା ଅନନ୍ୟ। ପଶ୍ଚିମ ଓଡିଶାର ବିଭିନ୍ନ ଜାନିଯାତ୍ରାଠାରୁ ନୂଆଁଖାଇର ସ୍ବତନ୍ତ୍ରତା ଅଲଗା। କୃଷିଭିତ୍ତକ ପର୍ବ ହୋଇଥିବାରୁ ଚାଷୀକୁଳ ଏହିଦିନ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ରକ୍ଷାବନ୍ଧନ କରିଥାନ୍ତି। ଗୃହପାଳିତ ପ୍ରାଣୀ, ହଳ ଲଙ୍ଗଳ, ଟାଙ୍ଗିଆ, ରଫା, ଦା ପ୍ରଭୃତି କୃଷି ସରଞ୍ଜାମକୁ ରାଖି ବାନ୍ଧି ପୂଜା କରାଯାଇଥାଏ। ସେହିପରି ଘରର ଦୁଆର ବନ୍ଦ ଓ କବାଟରେ ମଧ୍ୟ ରାଖି ବନ୍ଧାଯାଇଥାଏ। କୃଷି କାର୍ଯ୍ୟରେ ସୁଫଳ ଲାଗି ଧାନ କିଆରିରେ ନାରିକେଳ, ଫଳ ଚନ୍ଦନ ଦେଇ ପୂଜା କରାଯାଇଥାଏ। ଏହା କଲେ ଧାନ ଫସଲରେ ରୋଗ ପୋକ ଲାଗନ୍ତି ନାହିଁ ବୋଲି ବିଶ୍ୱାସ ରହିଛି। ସମ୍ପ୍ରତି ରକ୍ଷାବନ୍ଧନ ଓ ନୂଅଁାଖାଇ ପରସ୍ପର ଅଙ୍ଗାଙ୍ଗି ଭାବେ ଜଡିତ। ଆଧୁନିକ ସମାଜରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ଏହି ପର୍ବ ପୂର୍ବଭଳି ପାଳନ ହୋଇଆସୁଛି। ନୂଅଁାଖାଇରେ ବ୍ୟବହାର ହେଉଥିବା ରାଖୀକୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥାଏ। ହଳଦିଆ, ଲାଲ ଓ ଧଳା ରଙ୍ଗ ସୂତା ଏବଂ କଫାକୁ ବ୍ୟବହାର କରାଯାଇଥାଏ। ନୂଆଁଖାଇ ସ୍ବତନ୍ତ୍ର ହାଟରେ ଏହି ନିଆରା ରାଖି ବିକ୍ରି ହୋଇଥାଏ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଏହି ରାଖିର ଚାହିଦା ରହିଛି।
-ଶଙ୍କର ବେହେରା, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

କେତେ ତାପମାତ୍ରାରେ ତରଳିଯାଏ ମଣିଷ ଚର୍ମ? ଜାଣନ୍ତୁ ଆମ ଶରୀର କେତେ ଗରମ ସହିପାରିବ…

ପ୍ରଚଣ୍ଡ ସୂର୍ଯ୍ୟ ଏବଂ ରେକର୍ଡ ଭାଙ୍ଗି ଯାଉଥିବା ଗରମ ସମସ୍ତଙ୍କୁ କଷ୍ଟରେ ପକାଇଛି। ଯେତେବେଳେ ପାରଦ 45 ଡିଗ୍ରୀ ସେଲସିୟସ ଅତିକ୍ରମ କରେ, ଏହା କେବଳ ଝାଳ…

ଆଁ କରିଥିଲା ୧୪ ଫୁଟ ଲମ୍ବର କୁମ୍ଭୀର, କିସ୍‌ କଲେ ଯୁବତୀ, ଭିଡିଓ ଦେଖିଲେ…

କଲେଜ ଶେଷ ହେବା ପରେ ସମସ୍ତେ ସ୍ମୃତିକୁ ସାଇତି ରଖିବା ପାଇଁ ଫଟୋଶୁଟ୍‌ କରିଥାନ୍ତି। କେତେକ ବନ୍ଧୁମାନଙ୍କ ସହିତ ସେଲ୍‌ଫି ନିଅନ୍ତି ତ ଆଉ କେତେକ ପରିବାର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri