Posted inଫୁରସତ

ନୂଆଁଖାଇ ତିହାର୍‌: ନୂଆ ଆହ୍ବାନ ‘ସାମାଜିକ ଦୂରତାରୁ ସାମାଜିକ ନିବିଡ଼ତା’

ନୂଆଁଖାଇ ତିହାର୍‌ର ମୂଳ ଆବେଦନ ସାମାଜିକ ନିବିଡତା। ଏଥିରେ ସାମାଜିକ ଦୂରତାର ସ୍ଥାନ ନାହିଁ। କେଉଁ ଆବହମାନ କାଳରୁ ପଶ୍ଚିମ ଓଡିଶା ବା କୋଶଳାଞ୍ଚଳର ଭୌଗୋଳିକ ପରିସୀମାରେ ନୂଆଁଖାଇ ତିହାର ପାଳିତ ହୋଇଆସୁଛି। ଏହାକୁ ପ୍ରଥମ ଅନ୍ନର ପର୍ବ କୁହାଯାଏ। ମୂଳତଃ ଏହା କୃଷିଭିତ୍ତିକ ତିହାର। ଭାଦ୍ରବ ମାସରେ ଅଁାଟ(ଉଚ୍ଚ) ଜମିରେ ଧାନକେଣ୍ଡା ଗଜୁରି ଉଠେ। ଏହାକୁ ଦେଖି ମଣିଷ ମନ ଭାବୋଚ୍ଛାସରେ ଭରିଯାଏ। ପ୍ରଥମ ଅନ୍ନକୁ କୃତଜ୍ଞତା ସ୍ବରୂପ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରେ। ଏଇ ପ୍ରଥମ ଅନ୍ନ ଅର୍ପଣ ପର୍ବ ବା ତିହାର ହେଉଛି ନୂଆଁଖାଇ। ବିଭିନ୍ନ ରାଜ୍ୟରେ ପ୍ରଥମ ଅନ୍ନକୁ ନେଇ ଅନେକ ପର୍ବପର୍ବାଣି ପାଳନ ହୋଇଥାଏ। ତେବେ ପଶ୍ଚିମ ଓଡିଶାର ନୂଆଁଖାଇର ସ୍ବାତନ୍ତ୍ରତା ରହିଛି।

ନୂଆଁଖାଇ ପରିବାରକୁ ଏକାକାର କରେ। ବନ୍ଧୁ ପରିଜନ, ସମ୍ପର୍କୀୟ, ପଡୋଶୀଙ୍କୁ ସ୍ନେହବନ୍ଧନରେ ଯୋଡେ। ପରସ୍ପରକୁ ଦାୟିତ୍ୱସମ୍ପନ୍ନ କରେ। ନୂଆଁଖାଇ ଦିନ ଯିଏ ଯେତେ ଦୂରେଥିଲେ ମଧ୍ୟ ଘରକୁ ଫେରିବାକୁ ବ୍ୟାକୁଳ ହୁଏ। ଅଧିକାଂଶ ଲୋକେ ଦୂରଦୂରାନ୍ତରୁ ଘରକୁ ଓ ଗଁାକୁ ଫେରୁଥିବାରୁ ଏକ ମହାମିଳନ ପର୍ବରେ ରୂପାନ୍ତରିତ ହୋଇଯାଏ। ଇଷ୍ଟ ଦେବଦେବୀଙ୍କୁ ଅର୍ପିତ ନୂଆକୁଣ୍ଡା ସହ ଅନେକ ବ୍ୟଞ୍ଜନକୁ ପରିବାର ଲୋକେ ଏକତ୍ର ବସି ଖାଆନ୍ତି। ଏହାପରେ ପରିବାରର ବୟୋଜ୍ୟେଷ୍ଠଙ୍କୁ କନିଷ୍ଠମାନେ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥାନ୍ତି। ପରସ୍ପର ଭିତରେ ସ୍ନେହ ଓ ଶ୍ରଦ୍ଧା ଝଲସିଉଠେ। ଏହାପରେ ପଡୋଶୀ, ସମ୍ପର୍କୀୟ ଓ ଗଁା ଲୋକଙ୍କ ସହ ଆରମ୍ଭ ହୁଏ ଜୁହାର ଭେଟ୍‌ କାର୍ଯ୍ୟକ୍ରମ। ନୂଆଁଖାଇ ତିହାର ଦିନ ଗଁା ବା ସହର ଏକ ବୃହତ୍‌ ପରିବାରରେ ରୂପାନ୍ତରିତ ହୋଇଯାଏ। ମତାନ୍ତର, ମନାନ୍ତର ଭୁଲି ଜୀବନକୁ ଗତିଶୀଳ କରିବା ପାଇଁ ନୂଆ ସଂକଳ୍ପ ନିଅନ୍ତି। ଏହାହିଁ ନୂଆଁଖାଇର ପାରମ୍ପରିକତା, ମୂଳତତ୍ତ୍ୱ ଓ ବିଚାରବୋଧ। ତେବେ ସମୟଚକ୍ରରେ ନୂଆଁଖାଇ ତିହାର ପାଳନରେ ଅନେକ ପରିବର୍ତ୍ତନ ଘଟିଛି। କାଳକ୍ରମେ ମୂଳ କୃଷି ପରମ୍ପରାରେ ଅନେକ ନୂଆ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଉପକ୍ରମ ଯୋଡିହୋଇଛି। ଦିନକୁ ଦିନ ନୂଆଁଖାଇ ଉତ୍ସବ ମୁଖରିତ ଓ ଆକର୍ଷଣୀୟ ହୋଇଉଠୁଛି ସତ, ମାତ୍ର ଏହାର ମୂଳ ବିଚାରବୋଧଟି ଯେମିତି ସଂକ୍ରମିତ ହୋଇଚାଲିଛି।

ଦୁଇବର୍ଷ ତଳର କୋଭିଡ଼ ମହାମାରୀ ସମଗ୍ର ମଣିଷ ଜାତିକୁ ଦେହଲାଇ ଦେଲା। ଜୀବନ ବଞ୍ଚାଇବାକୁ ହେଲେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ହିଁ ପଡିବ ବୋଲି କୁହାଗଲା। ସାମାଜିକ ଦୂରତା ଶବ୍ଦର ବ୍ୟବହାରକୁ ନେଇ ଅନେକ ବିଜ୍ଞଜନ, ବୁଦ୍ଧିଜୀବୀ ପ୍ରଶ୍ନ କଲେ। ସାମାଜିକ ଦୂରତା ବଦଳରେ ଶାରୀରିକ ଦୂରତା କଥା କୁହାଯାଉ ବୋଲି ପରାମର୍ଶ ଦେଲେ। ସାମାଜିକ ଦୂରତା ଶବ୍ଦର ବହୁଳ ବ୍ୟବହାର ମଣିଷର ଅନ୍ତରାତ୍ମା ଓ ସମାଜକୁ ବହୁଳ ମାତ୍ରାରେ ପ୍ରଭାବିତ କରିବ ବୋଲି ଚେତାଇ ଦେଲେ। ଲୋକେ ଜୀବିକା ହରାଇ ନିଜ ଗଁାକୁ ଫେରିଲା ବେଳେ ଗ୍ରାମବାସୀ ଓ ସରକାରୀ କଳ ପ୍ରବାସୀଙ୍କୁ ଗଁାକୁ ପଶିବାକୁ ଦେଲେନାହିଁ। ଭୋକ ଉପାସ, ଭୟ ଓ ଭ୍ରାନ୍ତି ଭିତରେ ମଣିଷ ସେଦିନ କୋଭିଡ଼ ମହାମାରୀ କାଳର ସାମାଜିକ ଦୂରତାକୁ ଅଙ୍ଗେ ନିଭାଇଥିଲା। କେବଳ ପ୍ରବାସୀ ନୁହଁ, ପରିବାର, ଗଁା ଓ ସହର ଭିତରେ ପୀଡିତ ମଣିଷଟିଏ କେତେ ଅଲୋଡା, ଅବହେଳା ଏବଂ ଅମାନବିକ ପରିସ୍ଥିତିର ସମ୍ମୁଖୀନ ହେଲା। ସେଇ ଗଭୀର ପୀଡା ଆଜିବି ଅନେକଙ୍କ ଅନ୍ତର୍ମନକୁ ଦେହଲାଇ ଦେଉଛି। କୋଭିଡ ସମାଜରେ ସାମାଜିକ ଫାଟ ଓ ଦୂରତା ସୃଷ୍ଟି କରିଥିଲା। ଏଭଳି ସମୟରେ କୋଭିଡ ପରବର୍ତ୍ତୀ ନୂଆଁଖାଇ ଅଧିକ ପ୍ରାସଙ୍ଗିକ ହୋଇପଡିଛି। ସାମାଜିକ ଦୂରତାରୁ ସାମାଜିକ ନିବିଡତା ଆଡକୁ ପୁଣି ଥରେ ମଣିଷକୁ ଫେରାଇ ନେବାକୁ ନୂଆ ଆହ୍ବାନ ନେଇ ଆସିଛି ନୂଆଁଖାଇ।
– ରିପୋର୍ଟ: ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri