ଅବ୍ୟବସ୍ଥା ଘେରରେ ନୂଆଗାଁ ବ୍ଲକ କାର୍ଯ୍ୟାଳୟ

ନୂଆଗାଁ,୫।୧୦(ଧନେଶ୍ୱର ସାହୁ)ଗାଁର ବିକାଶ ତଥା ଜନସାଧାରଣଙ୍କ ସମସ୍ୟା ସୁଧାରିବା ପାଇଁ ବ୍ଲକ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଛି। ବ୍ଲକ କାର୍ଯ୍ୟାଳୟର ସୁପରିଚାଳନା ପାଇଁ ଅଧିକାରୀଙ୍କୁ ନିୟୋଜିତ କରାଯିବା ସହ ଆନୁସଙ୍ଗିକ ବ୍ୟବସ୍ଥା ହୋଇଛି। ଏଥିପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି ସରକାର। ହେଲେ ନୟାଗଡ ଜିଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ସବୁ ଥାଇ ମଧ୍ୟ ଅଧିକାରୀ ଓ କର୍ମଚାରୀଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ବୋଲି ଅଭିଯୋଗ ହୋଇଛି।
ଡ୍ରାଇଭର ଅଛନ୍ତି,କାମରେ ଲାଗୁନି ଜିପ୍‌: ବ୍ଲକ ଅଧିକାରୀ, କର୍ମଚାରୀ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା କୌଣସି ଅଫିସକୁ ପରିଦର୍ଶନରେ ଯିବା, କୌଣସି ବିକାଶ ମୂଳକ କାର୍ଯ୍ୟକୁ ତଦାରଖ କରିବା ପାଇଁ ସରକାରଙ୍କ ତରଫରୁ ଗୋଟିଏ ଜିପ୍‌ ଯୋଗାଇ ଦିଆ ଯାଇଛି। ସେହି ଗାଡ଼ିକୁ ଚଳାଇବା ପାଇଁ ଜଣେ ଡ୍ରାଇଭରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। କିନ୍ତୁ ଉକ୍ତ ଗାଡ଼ି ଓ ଡ୍ରାଇଭରଙ୍କୁ କାମରେ ନ ଲଗାଇ ଗ୍ରାମୀଣ ଗୃହ ନିର୍ମାଣ ବିଭାଗରେ ନିୟୋଜିତ ଥିବା ବେସରକାରୀ ଗାଡ଼ିକୁ ପ୍ରତି କାମରେ ବ୍ୟବହାର କରାଯାଉଛି।
ଜେନେରେଟର ଅଛି, ବିଦ୍ୟୁତ୍‌ କଟିଲେ କାମ ବନ୍ଦ: ବିଦ୍ୟୁତ କଟିଲେ ମଧ୍ୟ ଲୋକମାନଙ୍କ ସମସ୍ୟାକୁ ସମାଧାନ କରିବା ସହ ବ୍ଲକର ପ୍ରତି ବିଭାଗ କାର୍ଯ୍ୟକୁ ସୂଚାରୁ ରୂପେ ଠିକ୍‌ ସମୟରେ ସାରିବା ପାଇଁ ଗୋଟିଏ ଜେନେରେଟର ଯୋଗାଇ ଦିଆଯାଇଛି। କିନ୍ତୁ ତାହାକୁ ରକ୍ଷଣାବେକ୍ଷଣ ନ କରିବାରୁ ତାହା ଅଚଳ ହୋଇ ପଡିଛି। ବିଦ୍ୟୁତ୍‌ କଟିଲେ ଲୋକମାନଙ୍କ ସମସ୍ୟା ସମାଧାନ ହୋଇ ପାରୁ ନାହିଁ। ଏପରିକି ସମସ୍ତ କାର୍ଯ୍ୟ ସେହି ଆଳରେ ବନ୍ଦ ହୋଇ ଯାଉଛି।
ଅଚଳ ହୋଇ ପଡିଛି ସିସିଟିଭି ବ୍ୟବସ୍ଥା: ବ୍ଲକ କାର୍ଯ୍ୟାଳୟର ସୁରକ୍ଷା ଦୃଷ୍ଟିରୁ କାର୍ଯ୍ୟାଳୟ ପରିସରରେ ସିସିଟିଭି କ୍ୟାମେରା ଲଗାଯାଇଛି। ତତ୍‌ ସହିତ କେଉଁ ବିଭାଗର କର୍ମଚାରୀମାନେ ତାଙ୍କ ବିଭାଗରେ କାମ କରୁଛନ୍ତି କି ନାହିଁ ତାହା ବିଡିଓ ଜାଣିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରି ପ୍ରତି ବିଭାଗ କକ୍ଷରେ ସିସିଟିଭି କ୍ୟାମେରା ଲଗାଯାଇଛି। କିନ୍ତୁ ଦୀର୍ଘ ମାସ ହେଲା ତାହା ଅଚଳ ହୋଇ ପଡିଥିବା ବେଳେ ତାହାକୁ ମରାମତି କରାଯାଉ ନାହିଁ।
ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା ନାହିଁ: ଦୂରଦୂରାନ୍ତରୁ କୌଣସି କାମରେ ଲୋକମାନେ ବ୍ଲକ କାର୍ଯ୍ୟାଳୟକୁ ଆସିଲେ ବସିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏପରି କି ଭୀଷଣ ଖରା କିମ୍ବା ବର୍ଷା ହେଲେ ବାରଣ୍ଡାରେ ଠିଆ ହୋଇ ରହିବାକୁ ପଡୁଛି। ଏସବୁ ଅବ୍ୟବସ୍ଥା ବାବଦରେ ନୂଆଗାଁ ବିଡିଓ ବାସୁଦେବ ନାୟକଙ୍କୁ ପଚାରିବାରେ ମୁଁ ଏସବୁ ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ଚେଷ୍ଠା କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?