Posted inଖେଳ

ଏବେ ଅସ୍ଥିତ୍ୱର ଲଢ଼େଇ: ପଞ୍ଜାବ- ହାଇଦ୍ରାବାଦ ମୁକାବିଲା

ଦୁବାଇ,୨୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁତ୍ବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶନିବାର ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ ଏହି ଦୁଇ ଦଳ ପାଇଁ ସମାନ ଭାବେ ଗୁରୁତ୍ୱ ବହନ କରୁଛି। କାରଣ ଉଭୟ ଦଳ ସମାନ ୮ ପଏଣ୍ଟ ହାସଲ କରିଛନ୍ତି। ଦୁଇ ଦଳ ପ୍ଲେ- ଅଫ୍‌ ଦୌଡ଼ରେ ସ୍ଥିତି ବଜାୟ ରଖିବାକୁ ଅସ୍ଥିତ୍ୱର ଲଢେଇରେ ମୁହଁାମୁହିଁ ହେବେ। ଦୁଇ ଦଳ ଏବେ ନିଶ୍ଚିତ ବିଜୟ ହାସଲ ପରସ୍ଥିତିର ସମ୍ମୁଖୀନ ହେବେ।
ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୬ ପରାଜୟ ସହ ୮ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ହାସଲ କରି ରନ୍‌ ରେଟ୍‌ରେ ପଛକୁ ରହି ସପ୍ତମ ସ୍ଥାନରେ ରହିଛି। ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ପାଇଁ ଦୁଇ ଦଳକୁ ଏବେ ସେମାନଙ୍କ ବାକି ମ୍ୟାଚ୍‌ଗୁଡିକରେ ବିଜୟୀ ହେବା ଜରୁରୀ ହୋଇପଡିଛି। ଫଳରେ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି।
ମନ୍ଥର ଆରମ୍ଭ କରିଥିଲେ ମଧ୍ୟ ପଞ୍ଜାବ ପରେ ଭଲ ପ୍ରଦର୍ଶନ କରିଛି। ହ୍ୟାଟ୍ରିକ୍‌ ବିଜୟ ସହ ପଞ୍ଜାବ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭଳି ଶକ୍ତିଶାଳୀ ଦଳକୁ ହରାଇବାରେ ସକ୍ଷମ ହୋଇଛି ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ। ଏହି ମୁମେଣ୍ଟମ ବଜାୟ ରଖିବାକୁ ପ୍ରୟାସ କରିବ ପଞ୍ଜାବ। ରାହୁଲ, ମୟଙ୍କ ଅଗ୍ରଓ୍ବାଲ, କ୍ରିସ୍‌ ଗେଲ୍‌, ନିକୋଲାସ ପୁରନଙ୍କୁ ନେଇ ପଞ୍ଜାବ ବ୍ୟାଟିଂ ଲାଇନ୍‌ ବେଶ୍‌ ଶକ୍ତିଶାଳୀ ମନେ ହେଉଛି। ରାହୁଲ (୫୪୦) ଓ ଅଗ୍ରଓ୍ବାଲ (୩୯୮) ରନ ସଂଗ୍ରହ କରି ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ଗେଲ୍‌ଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଦଳର ପ୍ରଦର୍ଶନ ଭଲ ହୋଇପାରିଛି। ଜିମ୍ମି ନିଶାମ ସାମିଲ ହେବା ପରେ ପଞ୍ଜାବର ବ୍ୟାଟିଂ ଓ ବୋଲିଂର ଗଭୀରତା ବଢିଛି। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜ ଦାୟିତ୍ୱ ତୁଲାଇବାରେ ସମର୍ଥ ହୋଇଛନ୍ତି।
ଅନ୍ୟପଟେ ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ପାଇଁ ହାଇଦ୍ରାବାଦକୁ ତା’ର ବାକି ୪ଟି ମ୍ୟାଚ୍‌ ଜିତିବାକୁ ହେବ। କ୍ରମାଗତ ୩ଟି ମ୍ୟାଚ୍‌ର ପରାଜୟ ପରେ ହାଇଦ୍ରାବାଦ ୮ ଉଇକେଟରେ ରାଜସ୍ଥାନକୁ ପରାସ୍ତ କରି ଆତ୍ମବିଶ୍ୱାସ ଫେରିପାଇଛି। ଗତ ମ୍ୟାଚ୍‌ରେ ମନୀଷ ପାଣ୍ଡେ (୮୩) ଓ ବିଜୟ ଶଙ୍କର (୫୨) ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିବା ଦଳ ପାଇଁ ଏକ ବଡ଼ ଶୁଭ ଖବର। ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନ୍ନି ବେୟାରଷ୍ଟୋଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ଜାସନ ହୋଲ୍ଡର ଦଳରେ ସାମିଲ ହେବା ପରେ ହାଇଦ୍ରାବଦ୍‌ ବୋଲିଂରେ ସୁଧାର ଆସିଛି। ପ୍ରିୟମ ଗର୍ଗ, ଅବୁଦୁଲ ସମାଦ ଓ ଟି. ନଟରାଜନଙ୍କ ଭଳି ଯୁବ ଖେଳାଳି ଶ୍ରେଷ୍ଠ ପଦର୍ଶନ କରିବାର ସମୟ ଆସି ଉପନୀତ ହୋଇଛି। ଶନିବାର ଦୁଇଟି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ପାଇଡର୍‌ମ୍ୟାନ୍‌ କ୍ୟାଚ୍‌: ଦେଖନ୍ତୁ ଭିଡିଓ

ଆଡିଲେଡ,୧୭।୧୨: ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟା ର ପ୍ରଥମ ଦିନରେ ଜୋସ ବଟଲର ଏକ...

ଟଙ୍କଧରଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଫୁଟବଲ ଏକାଡେମୀର ସଦସ୍ୟ ଟଙ୍କଧର ବାଗ୍‌ଙ୍କ ସହ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ)ର ଅନ୍ୟତମ ପ୍ରତିଷ୍ଠିତ ଦଳ ଓଡ଼ିଶା ଏଫ୍‌ସି ଚୁକ୍ତି...

ଦୀର୍ଘ ଦିନର ଅପେକ୍ଷାର ଅନ୍ତ! ୬୯ ବର୍ଷ ପରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କଲେ ଏଭଳି ସ୍ବତନ୍ତ୍ର ରେକର୍ଡ

ନୂଆଦିଲ୍ଲୀ,୧୩।୮: ଦୀର୍ଘ ଦିନ ଧରି ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ଏକ ଶକ୍ତିଶାଳୀ ଏବଂ ସ୍ଥାୟୀ ଓପନିଂ ଯୋଡ଼ି ଖୋଜୁଥିଲେ। ଅନେକ ଖେଳାଳିଙ୍କୁ ନେଇ ଏହି...

୨୦୨୧ ମହିଳା ବିଶ୍ୱକପ୍‌ରେ ରହିଛି ୩ ରିଜର୍ଭ ଡେ

ଅକ୍‌ଲାଣ୍ଡ,୧୧।୩- ନ୍ୟୁଜିଲାଣ୍ଡରେ ହେବାକୁ ଥିବା ୨୦୨୧ ମହିଳା ବିଶ୍ୱକପର କାର୍ଯ୍ୟସୂଚୀ ବୁଧବାର ପ୍ରକାଶ ପାଇଛି। ଏହି ଇଭେଣ୍ଟର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ପାଇଁ ୩...

ବେଲି ଅଷ୍ଟ୍ରେଲିଆ କ୍ରିକେଟ ଚୟନକାର୍ତ୍ତା

ସିଡ୍‌ନୀ,୨୭।୧୧(ଏଏଫ୍‌ପି): ପୂର୍ବତନ ଟି୨୦ ଦଳର ଅଧିନାୟକ ଜର୍ଜ ବେଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଚୟନକର୍ତ୍ତା ପଦରେ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ୩ ଜଣିଆ ଜାତୀୟ...

ଡେବ୍ୟୁ ମ୍ୟାଚ୍‌ ପୂର୍ବରୁ ପାଖରେ ଏହି ଜିନିଷ ସବୁ ରଖିଥିଲେ କ୍ରୁନାଲ ପାଣ୍ଡ୍ୟା

ପୁଣେ,୨୫।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା। ଏହି ମ୍ୟାଚ୍‌ରେ ସେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ...

କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ: ରାଜେଶ ବିଜୟୀ, ଡ୍ର’ ରଖିଲେ ଦେବାଶିଷ

ଭୁବନେଶ୍ୱର, ୩।୬(ସ୍ପୋଟର୍‌ସ ବ୍ୟୁରୋ)- କିଟ୍‌ ବିଶ୍ୱବିଦ୍ୟାଳୟ ଓ ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲର ରବିବାର ଥିଲା...

ସନ୍ତରଣରେ ଜୈନ ବିଶ୍ୱବିଦ୍ୟାଳୟକୁ ୪ ସ୍ବର୍ଣ୍ଣ; ଜିଏନଡିୟୁ ଫେନ୍ସିଂରେ ଜିତିଲା ୩ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରାରମ୍ଭିକ ସଂସ୍କରଣରେ ରବିବାର ସନ୍ତରଣରେ ବେଙ୍ଗାଲୁରୁର ଜୈନ ବିଶ୍ୱବିଦ୍ୟାଳୟ ୪ଟି ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ...

Advertisement
Archives

Model This Week