ନୂଆଦିଲ୍ଲୀ, ୧୮।୯ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଆମ ଆଦମୀ ପାର୍ଟିର ପ୍ରଥମ ଜାତୀୟ ଜନପ୍ରତିନିଧି ସମ୍ମିଳନୀ ରବିବାର ଆରମ୍ଭ ହୋଇଛି। ଏଏପିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏଥିରେ ଯୋଗଦେଇ କହିଛନ୍ତି ଯେ ଆମ ଆଦମୀ ପାର୍ଟି ରାକ୍ଷସ ମାନଙ୍କୁ ହତ୍ୟା କରିବା କାର୍ଯ୍ୟ କରୁଛି। ଏଏପି ଲୋକମାନେ ଅତ୍ୟନ୍ତ ସଚ୍ଚୋଟ। ତେଣୁ ଦୁନିଆରେ ମୋହାଲା କ୍ଲିନିକ ଉପରେ ଆଲୋଚନା ହେଉଛି। ଅମାନତୁଲ୍ଲା ଖାନଙ୍କ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ କେଜରିୱାଲ ଭାଜପାକୁ ଘେରିଛନ୍ତି। ସେ କହିଛନ୍ତି ଯେ ଅମାନତୁଲ୍ଲା ପରେ ଏବେ ମନୀଷ ସିସୋଡିଆ ଏବଂ କୈଳାସ ଗେହଲୋଟଙ୍କୁ ଭାଜପା ସରକାରଙ୍କ ନିର୍ଦ୍ଦେଶରେ ଗିରଫ କରାଯିବ।
ଲୋକମାନେ ବର୍ତ୍ତମାନ ଆମ ଆଦମୀ ପାର୍ଟିକୁ ସାରା ଦେଶରେ ପସନ୍ଦ କରୁଛନ୍ତି। ଦେଶର ଲୋକମାନଙ୍କ ଦ୍ୱାରା ମନୋନୀତ ଏଏପିର ସମସ୍ତ ଜନସାଧାରଣ ପ୍ରତିନିଧୀଙ୍କ ସହିତ କଥାବାର୍ତ୍ତା ହେବାର ସୁଯୋଗ ମିଳୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ଗୁଜୁରାଟ ନିର୍ବାଚନରେ ପରାଜୟର ଭୟ ଥିବାରୁ ସେ ଏଏପି ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣୁଥିବା କେଜରିଓ୍ବାଲ କହିଛନ୍ତି। ଭାଜପା ଏଏପିର ଲୋକପ୍ରିୟତାକୁ ହଜମ କରିପାରୁ ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଏଏପିର ପ୍ରଭାବ ବୃଦ୍ଧିକୁ ନେଇ ଭାଜପା ଭୟଭୀତ ହୋଇଛି। ତେଣୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ହିରେନ ଯୋଶୀ ଗୁଜୁରାଟରେ ଏଏପିକୁ କଭରେଜ ନକରିବାକୁ ବିଭିନ୍ନ ଟିଭି ଚ୍ୟାନେଲକୁ ଚେତାବନୀ ଦେଇଛନ୍ତି। କଭରେଜ୍ କଲେ ପରିଣତି ଭୋଗୀବାକୁ ପ୍ରସ୍ତୁତ ରହିବାକୁ ତାଙ୍କୁ ଧମକ ଦିଆଯାଇଛି।