ତାଇୱାନରେ ୭.୨ ତୀବ୍ରତାର ଭୂକମ୍ପ, ୨୪ ଘଣ୍ଟାରେ ୧୦୦ ଭୂକମ୍ପ ଝଟ୍‌କା, ସୁନାମି ଆଲର୍ଟ

ତାଇପେଇ ସିଟି,୧୮ ।୯: ତାଇୱାନରେ ଗତ ୨୪ ଘଣ୍ଟା ମଧ୍ୟରେ ଥରେ ନୁହେଁ ୨ ଥର ନୁହେଁ, ୧୦ ଥର ନୁହେଁ କି ୫୦ ଥର ନୁହେଁ ପ୍ରାୟ ୧୦୦ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ଏଠାରେ ଆସିଥିବା ଏକ ବଡ ଧରଣର ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ଥିବା ରେକର୍ଡ କରାଯାଇଛି । ତାଇୱାନଠାରୁ ୮୫ କିଲୋମିଟର ପୂର୍ବରେ ଦିନ ପ୍ରାୟ ୧୨.୧୪ରେ ଭୂକମ୍ପ ଅନୁଭୁତ ହୋଇଥିଲା । ଏପଟେ ତାଇୱାନ ଉପକୂଳରେ ଆସିଥିବା ୭.୨ ତୀବ୍ରତାର ଭୂକମ୍ପ ଆସିବା ପରେ ଜାପାନ ପାଇଁ ସୁନାମୀ ଚେତାବନୀ ଦିଆଯାଇଛି । ଆମେରିକା ଭୂବିଜ୍ଞାନ ସର୍ବେକ୍ଷଣ କହିଛି, ଜାପାନକୁ ସୁନାମୀ ଚେତାବନୀ ଜାରି କରାଯାଇଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ତାଇୱାନରେ ପୃଥକ ଭାବେ ୧୦୦ ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଫଳରେ କେଉଁଠି ମାଟି ଫାଟି ଦୁଇ ଫାଳ ହୋଇଯାଇଛି ତ କେଉଁଠି ପୋଲ ଭୁଷୁଡି ଯାଇଛି । ଶନିବାର ବି ସେଠାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪ । ଏସବୁ ଭୂକମ୍ପ ଯୋଗୁ କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ରେଳ ସେବା ବାଧାପ୍ରାପ୍ତ ହୋଇଛ । ହାଇ ସ୍ପିଡ ରେଲୱେ ସେବାକୁ ରଦ୍ଦ କରି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବିବାହ କରି ହରଡ଼ଘଣାରେ ପାକିସ୍ତାନ ଏମ୍‌ପି

ଇସଲାମାବାଦ୍‌,୨୩।୨: ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିଥିବା ଅଭିଯୋଗରେ ପାକିସ୍ତାନ ପୋଲିସ ଏମ୍‌ପି ମୌଲାନା ସଲ୍ଲାଉଦ୍ଦିନ୍‌ ଆୟୁବିଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।...

ପ୍ରଥମ କିନ୍ନର ନ୍ୟୁଜ୍‌ ଆଙ୍କର, ମାର୍ଚ୍ଚ ୮ରୁ ପଢ଼ିବେ ଖବର

ଢାକା,୬।୩: ଇତିମଧ୍ୟରେ ବାଂଲାଦେଶ ସ୍ବାଧୀନତା ପାଇବା ୫୦ ବର୍ଷ ପୂରଣ କରିଛି। ଏହି ଦେଶକୁ ପ୍ରଥମଥର ପାଇଁ କିନ୍ନର ନ୍ୟୁଜ ଆଙ୍କର ମିଳିଛନ୍ତି। ଏଠାକାର ଏକ...

ଶାସନରେ ମହାରାଣୀଙ୍କ ରେକର୍ଡ

ଇଂଲଣ୍ଡ,୧୩।୬: ଦୀର୍ଘଦିନ ଧରି ଶାସନ କରିଥିବା ଶାସକଙ୍କ ସୂଚୀର ଦ୍ୱିତୀୟ ସ୍ଥାନରେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ ରହିଛନ୍ତି। ଥାଇଲାଣ୍ଡ ରାଜା ଭୂମିବୋଲ ଅଦୁଲ୍ୟାଦେଜ୍‌ଙ୍କୁ ପଛରେ...

ଅଲମ୍ପିକ୍‌ କ୍ରୀଡ଼ା ଗ୍ରାମରେ ବଢୁଛି କରୋନା ପଜିଟିଭ୍‌ଙ୍କ ସଂଖ୍ୟା…

ଟୋକିଓ,୧୮।୭: ଜାପାନର ଟୋକିଆ ଅଲମ୍ପିକ୍‌ର କ୍ରୀଡ଼ା ଗ୍ରାମରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ...

ଇନ୍ଧନ ସଙ୍କଟରୁ ପାକ୍‌ରେ ବିଦ୍ୟୁତ କାଟ୍‌

ଇସ୍‌ଲାମାବାଦ, ୧୯ା୪: ବିଦେଶରୁ କୋଇଲା, ପ୍ରାକୃତିକ ଗ୍ୟାସ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଫଳରେ କଳାକାରଖାନା ସମେତ...

ଆଫଗାନିସ୍ତାନକୁ ୪୭୦ କୋଟିର ଆର୍ଥିକ ସହାୟତା ଦେବ ଆମେରିକା

ୱାଶିଂଟନ,୧୪ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଏବେ ଆମେରିକା ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ଜାତିସଂଘରେ...

ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା ଆଇଏସ୍‌ଆଇ: ମାନିଲେ ଇମ୍ରାନ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଅଲ୍‌-କାଇଦା ଆତଙ୍କବାଦୀଙ୍କୁ ତାଲିମ୍‌ ଦେଇଥିଲା। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟୁୟର୍କର ସେଣ୍ଟର ଫର୍‌ ଫରେନ୍‌ ରିଲେଶନ୍‌...

ୟୁକ୍ରେନର ଏହି ମହିଳା ଏମ୍‌ପି ହାତରେ ଧରିଲେ ଅସ୍ତ୍ର, ଜୀବନ ଦେବାକୁ ଆସିଲେ ଆଗେଇ

କ୍ୱିଭ୍‌,୨୭ା୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଛି। ରୁଷିଆ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଥିବା ବେଳେ ୟୁକ୍ରେନ ମଧ୍ୟ...

Advertisement
Archives

Model This Week