ଏଣିକି ଥାନାରେ ଅମାନିଆ ପଢ଼ିବେ ଟ୍ରାଫିକ୍‌ ନିୟମ

ଭୁବନେଶ୍ୱର,୨୭।୬ (ସୂର୍ଯ୍ୟକାନ୍ତ ବେହେରା)ଟ୍ରାଫିକ ନିୟମ ଭଙ୍ଗ କଲେ ଉଲ୍ଲଂଘନକାରୀଙ୍କୁ ଜରିମାନାରେ ଦଣ୍ଡିତ କରାଯାଉଛି। ଏପରିକି କୋର୍ଟରୁ ଜବତ ଗାଡ଼ି ମୁକୁଳାଇବାକୁ ନିର୍ଦ୍ଦେଶ ରହିଛି। ଏହାପରେ ବି ପରିସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଦିନକୁ ଦିନ ଟ୍ରାଫିକ ନିୟମ ଉଲ୍ଲଂଘନ ଘଟଣା ବୃଦ୍ଧି ପାଉଛି। ସମୟର ମୂଲ୍ୟ ଆଗରେ ଅର୍ଥର ମୂଲ୍ୟ କମ୍‌ ବୋଲି ହୃଦବୋଧ କରି ଉଲ୍ଲଂଘନକାରୀମାନେ ଜରିମାନା ଦେଇ ଖସିଯିବାକୁ ସୁବିଧା ବାଟ ଭାବେ ଧରି ନେଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିକ୍ଷିତ ଶ୍ରେଣୀର। ଏଣୁ କମିଶନରେଟ ପୋଲିସ ଟ୍ରାଫିକ ନିୟମ ଉଲ୍ଲଂଘନ ରୋକିବାକୁ ଭିନ୍ନ ପନ୍ଥା ଗ୍ରହଣ କରିବାକୁ ଯାଉଛି। ଏଣିକି କୌଣସି ବ୍ୟକ୍ତି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ତାଙ୍କୁ ଜରିମାନାରେ ଦଣ୍ଡିତ କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଘଣ୍ଟାଏରୁ ଅଧିକ ସମୟ ଅଟକ ରଖି ସଡ଼କ ସୁରକ୍ଷା କିମ୍ବା ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯିବ। ଉପସ୍ଥିତ ଥିବା ଟ୍ରାଫିକ କର୍ମଚାରୀ ତାଙ୍କୁ ପଚରାଉଚରା କରିବେ। ସଂପୃକ୍ତ ବ୍ୟକ୍ତି କେଉଁ କାରଣରୁ ନିୟମ ଭାଙ୍ଗିଲେ ସେ ନେଇ ପ୍ରଥମେ ପଚାରି ବୁଝିବେ । ଏହାପରେ ତାଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଇବେ । ଏଥିପାଇଁ ଏଜି ଛକସ୍ଥିତ ଟ୍ରାଫିକ ଥାନା ପରିସରରେ ଏକ ସ୍ବତନ୍ତ୍ର ଗୃହ ସ୍ଥାପନ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଉକ୍ତ ଘରେ ଏକ ପ୍ରୋଜେକ୍ଟର ଲଗାଯାଇଛି, ଯେଉଁଥିରେ ସଂପୃକ୍ତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ବିଭିନ୍ନ ସହରର ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ। ସଂପୃକ୍ତ ବ୍ୟକ୍ତି ଯଦି ସେଠାରେ କୌଣସି ବଦମାସି କରନ୍ତି ତେବେ ତାଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଉକ୍ତ ଘରେ ବସାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ବର୍ତ୍ତମାନ ଭୁବନେଶ୍ୱର ଟ୍ରାଫିକ ପୋଲିସ ପ୍ରତ୍ୟେକ ଦିନ ଜରିମାନା ଆଦାୟ କରୁଛି। ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କିନ୍ତୁ ଲୋକେ ସଚେତନ ହେଉନାହାନ୍ତି। ଏଣୁ ଏପରି ପଦକ୍ଷେପ ନିଆଯିବାକୁ ଚିନ୍ତା କରାଯାଉଛି। ଆଲୋଚନା ପରେ ଏହି ଯୋଜନା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବା ନିମନ୍ତେ ପ୍ରସ୍ତୁତ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି। ସେହିପରି ବର୍ତ୍ତମାନ ସମୟରେ ଅଧିକାଂଶ ଶିକ୍ଷିତ ଲୋକ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସୁଛି। ଜାଣିଶୁଣି ସେମାନେ ନିୟମ ଉଲ୍ଲଂଘନ କରୁଛନ୍ତି। ସେମାନେ ଭାବୁଛନ୍ତି କିଛି ଟଙ୍କା ଦେଇ ଜରିମାନା ରସିଦ ନେଇଗଲେ ତାଙ୍କ କାମ ଶେଷ। କିନ୍ତୁ ପ୍ରକୃତରେ ସେମାନେ ଜାଣିଶୁଣି ବିପଦକୁ ଡାକୁଛନ୍ତି ବୋଲି ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଯଦି ଜଣେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଥାନାକୁ ଅଣାଯାଇ ଏକ ଘଣ୍ଟା ବସାଯିବ ତେବେ ତାହା ଦ୍ୱାରା ତାଙ୍କର ସମୟ ନଷ୍ଟ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିଲେ ସେଥିରେ ବାଧା ଉପୁଜିବ। ଫଳରେ ସେ ଆଗାମୀ ଦିନରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିବେ ନାହିଁ ବୋଲି ଆଶାବାଦୀ ଅଛି ପୋଲିସ। ଆଗାମୀ କିଛିଦିନ ମଧ୍ୟରେ ଏହି ଯୋଜନା ପ୍ରଥମେ ଏଜି ଛକରେ ଆରମ୍ଭ କରାଯିବ ଓ ପରେ ଏହାକୁ ଅନ୍ୟ ଛକ ସ୍ଥାନଗୁଡିକରେ କାର୍ଯ୍ୟକାରୀ କରାଯିବ ବୋଲି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri