Posted inଫୁରସତ

ମାତ୍ର ୧୦ ଟଙ୍କାରେ ଲାଗୁଥିଲେ ମୂଲ , ଏବେ ୭୩୦ କୋଟିର ମାଲିକ

ଭାଗ୍ୟ କାହାକୁ ନେଇ କେତେବେଳେ କେଉଁଠି ଠିଆ କରିଦେବ କହିହୁଏ ନାହିଁ। ଆଜି ଯେ ଧନୀ କାଲି ସେ ଗରିବ। ଆଉ ଆଜି ଯେ ଗରିବ କାଲି ସେ କୋଟିପତି। ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି କେରଳରେ।

କେରଳର ଏକ ନିପଟ ମଫସଲ ଗାଁରେ ଜନ୍ମ ହୋଇଥିବା ମୁସ୍ତାଫା ପିସିଙ୍କ କାହାଣୀ ଶୁଣିଲେ ପ୍ରଶଂସା କରିବେ। ମୁସ୍ତାଫାଙ୍କ ପିତା ଜଣେ ଦିନ ମଜୁରିଆ ଥିଲେ। ନିଜେ ବି ଅଶିକ୍ଷିତ ଥିଲେ। କିନ୍ତୁ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ସ୍ବପ୍ନ ଦେଖୁଥିଲେ। ପାଖରେ ଅର୍ଥ ନ ଥିବାରୁ ତାଙ୍କ ପୁଅ ମୁସ୍ତାଫା ୬ଷ୍ଠ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଇଥିଲେ। ଜଣେ ଶିକ୍ଷକ କହିବାରୁ ସେ ସ୍କୁଲ ଗଲେ। ଏବେ ସେ ଏକ କମ୍ପାନୀର ୭୩୦ କୋଟି ଟଙ୍କାର ମାଲିକ।

ଏକ ସାକ୍ଷାତକାରରେ ମୁସ୍ତାଫା କହିଛନ୍ତି, ମୁଁ ୧୦ ଟଙ୍କାରେ ପ୍ରତିଦିନ ପାହାଡ଼ରୁ ପଥରଫଟା କାମ କରୁଥିଲି। ଦିନକୁ ୩ ଥର ଖାଇବା ଆମ ପକ୍ଷେ କଷ୍ଟକର ଥିଲା। ବର୍ତ୍ତମାନ ସମୟରେ ଖାଦ୍ୟ, ଶିକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହାକୁ ଉପଲବ୍ଧ କରି ଏକ ଖାଦ୍ୟ ସାମଗ୍ରୀ ବ୍ୟବସାୟ ଆରମ୍ଭ କରିଛି। ଯେଉଁଟା ଏକ ବଡ଼ କମ୍ପାନୀ। ଯାହାର ନାମ ଆଇଡି ଫ୍ରେଶ ଫୁଡ୍‌ । ଏହା ଦେଶର ସଫଳ କମ୍ପାନୀ ମଧ୍ୟରୁ ଗୋଟିଏ। ଯାହାର ବ୍ୟବସାୟ ୭୩୦ କୋଟି।

ଆଇଡି ଫ୍ରେଶ୍‌ ଫୁଡ୍‌ର ସିଇଓ ମୁସ୍ତାଫା ପିସି କହିଛନ୍ତି, ଅର୍ଥ ନ ଥିବାରୁ ମୁଁ ଯେତେବେଳେ ସ୍କୁଲ ଛାଡ଼ିଲି ମୋର ଜଣେ ଶିକ୍ଷକ ମୋତେ ସ୍କୁଲ ଆସିବାକୁ କହିଥିଲେ। ସେତେବେଳେ ମୁଁ ମନା କରିଥିଲି। ମାତ୍ର ଶିକ୍ଷକ ମୋତେ ବାଧ୍ୟ କଲେ ଆଉ କହିଲେ ମାଗଣାରେ ପଢ଼ାଇବେ। ସେହିଦିନଠାରୁ ମୁଁ ପୁଣି ସ୍କୁଲ ଗଲି। ମୋର ଗଣିତ ବହୁତ ଭଲ ହେଉଥିଲା। ଏପରିକି ସ୍କୁଲ ଟପ୍ପର ବି ହୋଇଥିଲି। ଯେତେବେଳେ କଲେଜ ଯିବାର ସମୟ ଆସିଲା ମୋ ଶିକ୍ଷକ ମୋତେ ଦେୟ ପ୍ରଦାନ କରିଥିଲେ। ପାଠପଢ଼ା ସରିବା ପରେ ଏକ ଚାକିରି ଆରମ୍ଭ କରିଥିଲି। ମୋର ପ୍ରଥମ ଦରମା ଥିଲା ୧୪୦୦୦ ଟଙ୍କା। ମୁଁ ଏହା ମୋ ବାପାଙ୍କୁ ଦେଇଥିଲି। ଏହି ସମୟରେ ମୋ ବାପା ବହୁତ କାନ୍ଦିଥିଲେ। କହିଲେ ମୋ ଜୀବନକାଳନ ମଧ୍ୟରେ ମୁଁ ଏତିକି ଟଙ୍କା ରୋଜଗାର କରିନି। ଯାହା ତୁ ଆଜି ମୋତେ ଦେଲୁ। ମୁସ୍ତାଫା ବିଦେଶରେ ଚାକିରି ପାଇଲେ। ଏହା ପରେ ସେ ତାଙ୍କ ବାପା ଋଣ କରିଥିବା ୨ ଲକ୍ଷ ଟଙ୍କା ଶୁଝି ଦେଲେ। ଭଲ ଅର୍ଥ ରୋଜଗାର ପରେ ନିଜେ ଏକ ବ୍ୟବସାୟ କରିବାକୁ ଇଚ୍ଛା କଲେ। ଯାହା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri