କଳରବ ଶୁଭୁଛି, କୋଳାହଳ ନାହିଁ

ଭୁବନେଶ୍ୱର, ୧୪ା୧୨(ବ୍ୟୁରୋ):ପର୍ଯ୍ୟଟନ ଋତୁ ଆରମ୍ଭ ହେବାମାତ୍ରେ ବିହଙ୍ଗ ଭୂସ୍ବର୍ଗ ମଙ୍ଗଳାଯୋଡ଼ିକୁ ଅତିଥି ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିଲା। ପକ୍ଷୀଙ୍କ କଳରବରେ ପୂରା ଅଞ୍ଚଳ ଫାଟି ପଡୁଥିବାବେଳେ ପର୍ଯ୍ୟଟକଙ୍କ କୋଳାହଳ ଭିତରେ ମଙ୍ଗଳାଯୋଡ଼ି ସତେ ଯେମିତି ବେଶ୍‌ ଚଳଚଞ୍ଚଳ ହୋଇଉଠୁଥିଲା। ଶୀତ ଆରମ୍ଭରୁ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ଏକପ୍ରକାର ମହୋତ୍ସବର ପରିବେଶ ଲାଗି ରହୁଥିଲା। ଠିକ୍‌ ଏହିଦିନକୁ ଅପେକ୍ଷା କରି ରହୁଥିବା ଡଙ୍ଗା ଚାଳକ, ବାର୍ଡ ଗାଇଡ୍‌ ଓ ଦାୟିତ୍ୱରେ ରହୁଥିବା ବନ କର୍ମଚାରୀଙ୍କ ମନରେ କାହିଁ କେତେ ଉତ୍ସାହ ଉଙ୍କି ମାରୁଥିଲା। ଏବେ ଶୀତ ଆସିଛି, ଦେଶୀ ଓ ବିଦେଶୀ ପକ୍ଷୀ ବି ଆସିଛନ୍ତି। କଳରବ ଶୁଭୁଛି, ହେଲେ ପର୍ଯ୍ୟଟକଙ୍କ କୋଳାହଳ ନାହିଁ। ଡିସେମ୍ବର ଅଧା ହେବାକୁ ବସିଥିବାବେଳେ ଏବେ ବି ଅତିଥିଙ୍କ ଅପେକ୍ଷାରେ ମଙ୍ଗଳାଯୋଡ଼ି ଚାହିଁ ରହିଛି। କରୋନା ପାଇଁ ସବୁକିଛି ଖାଁଖାଁ ହୋଇଯାଇଛି।
ଚଳିତବର୍ଷ ମାର୍ଚ୍ଚ ୨୩ରୁ କରୋନା ପାଇଁ ଲକ୍‌ଡାଉନ ହେବା ପରଠୁ ମଙ୍ଗଳାଯୋଡିକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିଥିଲା। ନଭେମ୍ବରରୁ ଧୀରେ ଧୀରେ ପର୍ଯ୍ୟଟକ ଆସିବା ଆରମ୍ଭ କରିଛନ୍ତି। ହେଲେ ଏବେ ବି ଯାତାୟାତ ସମସ୍ୟା ପର୍ଯ୍ୟଟକଙ୍କ ଆଗମନରେ ବାଧକ ସାଜିଛି। ରେଳ ଓ ବିମାନ ସେବା ଏଯାଏ ସ୍ବାଭାବିକ ହୋଇ ନ ଥିବାରୁ ବାହାର ପର୍ଯ୍ୟଟକ ସେପରି ଆସିପାରୁନାହାନ୍ତି। କରୋନା ଭୟରେ ରାଜ୍ୟର ପର୍ଯ୍ୟଟକମାନେ ପିଲାଛୁଆ ଧରି ଯିବାକୁ ଉଚିତ ମଣୁନାହାନ୍ତି। ଏପଟେ ବସ୍‌ ଓ ଅନ୍ୟ ଯାତ୍ରୀବାହୀ ଗାଡ଼ି ପର୍ଯ୍ୟାପ୍ତ ପରିମାଣରେ ଚଳାଚଳ କରୁ ନ ଥିବାରୁ ଯେଉଁମାନେ ଆସୁଛନ୍ତି ସେମାନେ ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି। ଏଣେ ଲୋକ ନ ହେଲେ ଚକା ଗଡୁନି। କାଁଭାଁ ପର୍ଯ୍ୟଟକ ଆସୁଥିବାରୁ ମଙ୍ଗଳାଯୋଡ଼ିରେ ଇକୋ ଟୁରିଜମ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। କାମ ନ ପାଇ ବହୁ ବାର୍ଡ ଗାଇଡ୍‌ ଅନ୍ୟ ରାଜ୍ୟକୁ ରୋଜଗାର ପାଇଁ ଚାଲିଯାଉଛନ୍ତି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ପାଇଁ ବନ ବିଭାଗ ଅସ୍ଥାୟୀ କ୍ୟାମ୍ପ୍‌ ସହ ସ୍ବତନ୍ତ୍ର ବ୍ୟବସ୍ଥା କରି ଚାହିଁ ବସିଛି। ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ମଙ୍ଗଳାଯୋଡ଼ିରେ କାର୍ଯ୍ୟରତ ସଂସ୍ଥାମାନେ ମଧ୍ୟ କୋଭିଡ୍‌ କଟକଣାକୁ ଗୁରୁତ୍ୱ ଦେଇ ପର୍ଯ୍ୟଟକଙ୍କ ସେବାରେ ଲାଗିଛନ୍ତି। ପ୍ରତି ଟ୍ରିପ୍‌ ସରିବା ପରେ ଡଙ୍ଗାର ସିଟ୍‌, ଗଦି ଇତ୍ୟାଦିକୁ ସାନିଟାଇଜ କରାଯିବା ସହ ପର୍ଯ୍ୟଟକଙ୍କୁ ସାନିଟାଇଜର ଦିଆଯାଉଛି। କିନ୍ତୁ ପର୍ଯ୍ୟଟକଙ୍କ ଆଗରେ ସେପରି ବୃଦ୍ଧି ଘଟୁ ନ ଥିବାରୁ ଉତ୍ସାହ କମିଯାଉଥିବା କର୍ମଚାରୀମାନେ କହୁଛନ୍ତି।
ଦେଖିବାକୁ ମିଳୁଥିବା ବିଦେଶୀ ପକ୍ଷୀ
ଶୀତ ବଢ଼ିବା କ୍ଷଣି ଦେଶ ବାହାରୁ ପକ୍ଷୀମାନେ ଚିଲିକା ତଥା ମଙ୍ଗଳାଯୋଡ଼ିକୁ ଉଡ଼ି ଆସନ୍ତି। ଗତବର୍ଷ ସମୁଦାୟ ୪୪ଟି ପ୍ରଜାତିର ମାଇଗ୍ରେଟୋରି ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିଥିଲେ। ଏମାନଙ୍କ ସହିତ ୮୨ଟି ରେସିଡେଣ୍ଟ ପକ୍ଷୀ ମିଶି ୧୩୬ଟି ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି। ବିଦେଶୀ ପକ୍ଷୀଙ୍କ ମଧ୍ୟରେ ପ୍ରଥମେ ଆସନ୍ତି ‘ଗ୍ରେ ହେଡେଡ୍‌ ଲାପଓ୍ବିଙ୍ଗ’। ଏବର୍ଷ ମଧ୍ୟ ଅକ୍ଟୋବର ୧୨ରେ ଏହି ପକ୍ଷୀ ମଙ୍ଗଳାଯୋଡ଼ିରେ ପାଦ ଦେଇଥିଲେ। ଦ୍ୱିତୀୟରେ ଉଡ୍‌ ସ୍ୟାଣ୍ଡ ପାଇପର ଓ ତୃତୀୟରେ ଆସିଲେ କରଲ୍ୟୁ (curlew)। ସେହିପରି ଡକ୍‌ ବା ବତକ ପ୍ରଜାତି ପକ୍ଷୀଙ୍କ ଭିତରେ ପ୍ରଥମେ ଆସନ୍ତି ଗାର୍‌ଗାନି। ଏହିସବୁ ପକ୍ଷୀଙ୍କୁ ପ୍ରତିଦିନ ପ୍ରତ୍ୟକ୍ଷ ଭାବରେ ତଦାରଖ କରୁଥିବା ମଧୁ କୁହନ୍ତି, ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ୨ଟି ପକ୍ଷୀ ପ୍ରଥମକରି ମଙ୍ଗଳାଯୋଡ଼ିକୁ ଆସିଛନ୍ତି। ସେମାନେ ହେଲେ ମାଲାର୍ଡ ନାମରେ ଏକ ସୁନ୍ଦର ବତକ ପ୍ରଜାତିର ପକ୍ଷୀ ଓ ୟୁରେସିଆନ ହବି ନାମକ ଏକ ଶିକାରୀ ପକ୍ଷୀ। ଏମାନଙ୍କ ଛଡ଼ା ଏକ ଧଳା ଓ ମାଟିଆ ରଙ୍ଗ ମିଶ୍ରିତ ଏକ ବିରଳ ‘ନର୍ଦ୍ଦନ୍‌ ଶୋଭେଲର’ ମଧ୍ୟ ପ୍ରଥମଥର ଦେଖାଯାଇଛି। ଏହି ପକ୍ଷୀମାନେ ଶୀତ ସରିବା ପରେ ମାର୍ଚ୍ଚରୁ ନିଜ ଘର ଅଭିମୁଖେ ଫେରିବା ଆରମ୍ଭ କରିବେ ବୋଲି ସେ କହିଛନ୍ତି।

ଏମାନେ ଯାହା କୁହନ୍ତି…

ଯାତାୟାତ ସୁବିଧା ହେଲେ ଅଧିକ ପର୍ଯ୍ୟଟକ ଆସନ୍ତେ
ଗତବର୍ଷ ଏହି ସମୟରେ ଦିନକୁ ପ୍ରାୟ ୩୦ଟି ଡଙ୍ଗା ପର୍ଯ୍ୟଟକଙ୍କୁ ନେଇ ପକ୍ଷୀ ଦେଖାଇବାକୁ ଯାଉଥିବାବେଳେ ଏବର୍ଷ ଦିନକୁ ୨ରୁ ୩ଟି ଡଙ୍ଗା ମଧ୍ୟ ଯିବା ସମ୍ଭବ ହେଉନାହିଁ। କେବଳ ଛୁଟିଦିନରେ ଭୁବନେଶ୍ୱର ଏବଂ ଆଖପାଖର ପର୍ଯ୍ୟଟକଙ୍କ ପାଇଁ ଯାହାକିଛି ଆଶା ସଞ୍ଚାର ହେଉଛି। ଯାତାୟାତ ସୁବିଧା ହେଲେ ନିଶ୍ଚିତ ଅଧିକ ପର୍ଯ୍ୟଟକ ଆସିବେ।
-ମଧୁ ବେହେରା, ମଙ୍ଗଳାଯୋଡି କଞ୍ଜରଭେଶନ ଆଣ୍ଡ୍‌ ଟୁରିଜମ ଟ୍ରଷ୍ଟ
(ଏମ୍‌ସିଟିଟି)ର ଟ୍ରଷ୍ଟି ଓ ବାର୍ଡ ଗାଇଡ୍‌
ଶୌଚାଳୟ କବ୍‌ଜା, ପର୍ଯ୍ୟଟକ ହନ୍ତସନ୍ତ
ରବିବାର ବା ଅନ୍ୟ ସରକାରୀ ଛୁଟିଦିନରେ ମଙ୍ଗଳାଯୋଡ଼ିରେ ପର୍ଯ୍ୟଟକ ସଂଖ୍ୟା ବଢ଼ିବା ନିଶ୍ଚୟ ଇକୋ ଟୁରିଜମ ପାଇଁ ଖୁସିର ଖବର। କିନ୍ତୁ ପର୍ଯ୍ୟଟକଙ୍କୁ ସବୁ ସୁବିଧା ମଙ୍ଗଳାଯୋଡ଼ିରେ ଠିକ୍‌ ଭାବେ ମିଳୁନାହିଁ। ଇରିଗେଶନ ବିଭାଗ ତରଫରୁ ମଙ୍ଗଳାଯୋଡ଼ି ଜେଟି ପାଖରେ ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଥିବା ଶୌଚାଳୟ ସବୁବେଳେ ବନ୍ଦ ରହୁଛି। ଗୋଟିଏ ମହିଳା ଓ ଗୋଟିଏ ପୁରୁଷ ଶୌଚାଳୟକୁ ସ୍ଥାନୀୟ ଏକ ଇକୋଟୁରିଜମ ସଂସ୍ଥା ନିଜ କବ୍‌ଜାରେ ରଖି ସବୁବେଳେ ତାଲା ପକେଇ ରଖୁଛି। ଫଳରେ ପର୍ଯ୍ୟଟକମାନେ ବିଶେଷକରି ମହିଳାମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
-ସଞ୍ଜୟ ବେହେରା, ଏମ୍‌ସିଟିଟି କର୍ମକର୍ତ୍ତା


Enter your email to get our daily news in your inbox.

All Right Reserved By Dharitri.Com

କେତେ ବର୍ଷର ହେଲେ ଅଭିଜିତ ଦୀପକେ? ଜନ୍ମଦିନର ଶୁଭେଚ୍ଛା ଜଣାଇ ଆଶୁତୋଷ ରଙ୍କା କହିଲେ…

ନୂଆଦିଲ୍ଲୀ,୨୯।୯: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଆଜି ଦେଶ ତଥା ବିଦେଶରୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। CJPର ସହ-ଆବାହକ ତଥା ମୁଖପାତ୍ର ଆଶୁତୋଷ…

କମାଲ କଲେ ନୀରୁ: ଏସିଆନ୍‌ ଗେମ୍ସରେ ନୂଆ ରେକର୍ଡ ସହ ଜିତିରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୯।୯: ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରୁ ଧଣ୍ଡା। ମହିଳା ଟ୍ରାପ ଇଭେଣ୍ଟର ଫାଇନାଲ୍‌ରେ ନୀରୁ ୨୮ ପଏଣ୍ଟ ହାସଲ…

ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଅନଲକି ଶୁବମନ ଗିଲ୍‌: ଭାରତ ପାଇଁ ଦ୍ରୁତ ଶତକ ହାସଲ କରିବା ସତ୍ତ୍ୱେ…

ନୂଆଦିଲ୍ଲୀ,୨୯।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଦମଦାର ଶତକ ହାସଲ କରିଛନ୍ତି। ଡାହାଣହାତୀ ବ୍ୟାଟର୍‌ ଗିଲ ୧୧୦ ରନ୍‌ର ଚମତ୍କାର ଇନିଂସ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ

କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?