Posted inଖେଳ

କୋହଲିଙ୍କୁ କେରଳ ହାଇକୋର୍ଟଙ୍କ ନୋଟିସ୍‌

କୋଚି,୨୭।୧: କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ଏସ୍‌. ମନିକୁମାରଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟକୁ ନୋଟିସ୍‌ ଜାରି କରିଛନ୍ତିି। କୋହଲିଙ୍କ ସମେତ ମାଲାୟାଲମ ଅଭିନେତା ଅଜୁ ଭର୍ଗିସ ଓ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି। ଏକ ଅନ୍‌ଲାଇନ୍‌ ଗ୍ୟାମ୍ବଲିଂକୁ ବ୍ୟାନ୍‌ କରିବା ନେଇ କୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଏହି ସେଲିବ୍ରିଟିମାନେ ତାସକୁ ନେଇ ଖେଳାଯାଉଥିବା ଅନ୍‌ଲାଇନ୍‌ ଗେମ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ଥିଲେ।

ପାଉଲି ଭାଡକ୍କାନ ନାମକ ଜଣେ ବ୍ୟକ୍ତି ଏହି ଅନ୍‌ଲାଇନ୍‌ ଗେମ୍‌କୁ ବାତିଲ କରିବାକୁ କୋର୍ଟରେ ପିଟିଶନ ଦାଏର କରିଥିଲେ। ଏହି ଗେମ୍‌ ଏବେ ରାଜ୍ୟରେ ବିଶୃଙ୍ଖଳା କାରଣ ପାଲଟିଛି। ଏହାକୁ ସହଜରେ ଅର୍ଥ ଉପାର୍ଜନ କରିବାର ମାଧ୍ୟମ ଭାବେ ବ୍ୟବହାର କରୁଛି ରାଜ୍ୟର ଯୁବ ବର୍ଗ। ମାତ୍ର ଏମାନେ ଠକାମିର ଶିକାର ହେଉଛନ୍ତି। ରାଜ୍ୟରେ ଏକାଧିକ ଲୋକ ଏହି ଠକାମିର ଶିକାର ହୋଇଛନ୍ତି ବୋଲି ଭାଡକ୍କାନ ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି।

କିଛିଦିନ ତଳେ ଏଭଳି ଠକାମିର ଶିକାର ହୋଇ ଥିରୁଭାନନ୍ତପୁରମ୍‌ସ୍ଥିତ କାଟ୍ଟାକାଡ଼ାରେ ରହୁଥିବା ଇସ୍ରୋର ଜଣେ ୨୮ ବର୍ଷୀୟ କର୍ମଚାରୀ ଆତ୍ମହତ୍ୟାର ଶିକାର ହୋଇଛନ୍ତି। ଏହି ଅନଲାଇନ୍‌ ରୁମି ଗେମ୍‌ର ଜାଲରେ ପଡି ସେ ୨୧ ଲକ୍ଷ ଟଙ୍କା ଋଣ କରିଥିଲେ। ଋଣ ଶୁଝିବାର କୌଣସି ଉପାୟ ନ ପାଇ ଶେଷରେ ଆତ୍ମହତ୍ୟାର ପନ୍ଥା ବାଛିଥିଲେ ବୋଲି ସେ ପିଟିଶନରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଣୀ, ସର୍ଦ୍ଦାର ପ୍ରଶିକ୍ଷକ

ଭୁବନେଶ୍ୱର,୨୨ା୮(ସରୋଜ ଜେନା): ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହୋଇଛି ଜାତୀୟ ସବ୍‌ଜୁନିୟର ଜାତୀୟ ହକି କ୍ୟାମ୍ପ। ପୂର୍ବତନ...

ଦୀର୍ଘ ଦିନ ପରେ ଦଳକୁ ଫେରିଲେ ମାକ୍ସଓ୍ବେଲ, ମାର୍ଶ

ମେଲବୋର୍ନ,୨୪ା୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ୩ ଜଣ...

ସୁଇଜରଲାଣ୍ଡରେ ଛୁଟି କାଟୁଛନ୍ତି ବିରୁଷ୍କା

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ପରିବାର ସହ ଏବେ ନୂଆବର୍ଷ ଛୁଟି କଟାଇବା ପାଇଁ ଯାଇଛନ୍ତି। ଏହି କ୍ରମରେ...

ଟିମ୍‌ ଇଣ୍ଡିଆକୁ ଝଟ୍‌କା: ଦ୍ୱିତୀୟ ଟେଷ୍ଟରୁ ବି ବାଦ୍‌ ପଡ଼ିଲେ ରୋହିତ, ଏହି ଖେଳାଳି ବି ଆହତ

ନୂଆଦିଲ୍ଲୀ,୧୦।୧୨: ବାଲାଂଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ହିଆକୁ ବଡ଼ ଝଟ୍‌କା ଲାଗିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ନବଦୀପ...

ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳାଙ୍କୁ ନୋଟିସ୍‌

ମୁମ୍ବାଇ, ୧୪ା୧ -ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ଉପ ସଭାପତି ରାଜୀବ ଶୁକ୍ଳାଙ୍କ ବିରୋଧରେ ଆସିଛି ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ (କନଫ୍ଲିକ୍ଟ ଅଫ୍‌...

‘ଆଇପିଏଲକୁ ନେଇ ମୋ ପାଖରେ ଉତ୍ତର ନାହିଁ’

ନୂଆଦିଲ୍ଲୀ, ୨୫।୩ (ପି.ଟି.)- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣକୁ ନେଇ ମୋ ପାଖରେ କୌଣସି...

ଧୋନୀ ଆଉ ପ୍ରଥମ ଉଇକେଟକିପର ବିକଳ୍ପ ନୁହନ୍ତି

ନୂଆଦିଲ୍ଲୀ,୧୭।୭- ଆଇସିସି ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନ ଶେଷ ହେବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗି ରହିଛି।...

ପୁଣି ମ୍ୟାଚ୍‌ରେ ଦେଖିବାକୁ ମିଳିଲା ବଳିଦାନ ଚିହ୍ନ

ଲଣ୍ଡନ,୧୦।୬- ଆଇସିସି ନିର୍ଦ୍ଦେଶକ୍ରମେ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ତାଙ୍କ ଗ୍ଲୋଭ୍ସରୁ ବଳିଦାନ ଚିହ୍ନ ତଥା ଆର୍ମିର କୌଣସି ପ୍ରତୀକକୁ ହଟାଇ ଦେଇଛନ୍ତି।...

Advertisement
Archives

Model This Week