ଆର୍ୟନଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ: ମୁମ୍ବାଇ ହାଇକୋର୍ଟ

ମୁମ୍ବାଇ,୨୦ା୧୧: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନଙ୍କ ବିରୋଧରେ ମୁମ୍ବାଇ ହାଇକୋର୍ଟ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ଆର୍ୟନ ମୁମ୍ବାଇ ହାଇକୋର୍ଟଙ୍କଠାରୁ ଜାମିନ ଆଦେଶ ପାଇଛନ୍ତି। ଜାମିନ ଆଦେଶ ସହିତ କୋର୍ଟ ୧୪ ପୃଷ୍ଠାର ନିର୍ଦ୍ଦେଶ ଦେବାବେଳେ ସ୍ପଷ୍ଟ କରିଛନ୍ତି ଯେ, ଆର୍ୟନ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ନାହିଁ।

କୋର୍ଟ କହିଛନ୍ତି, ସମସ୍ତ ଅଭିଯୁକ୍ତ ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବା ଥିବା ପ୍ରମାଣ ନିମନ୍ତେ କୋର୍ଟରେ କୌଣସି ଅନ୍‌-ରେକର୍ଡ ବା ସକାରାତ୍ମକ ପ୍ରମାଣ ଉପସ୍ଥାପନ କରାଯାଇ ନାହିଁ। ଏଥିରେ ଆବେଦନକାରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିବା ପାଇଁ ପ୍ରମାଣ ଆକାରରେ ମୌଳିକ କଥା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

କୋର୍ଟ ଆହୁରି କହିଛନ୍ତି, ଯେହେତୁ ଆର୍ୟନ ଏବଂ ତାଙ୍କ ସାଙ୍ଗ ଅରବାଜ ମର୍ଚ୍ଚାଣ୍ଟ, ମୁନ୍‌ମୁନ୍‌ ଧାମଚା ସେହି କ୍ରୁଜ୍‌ରେ ଥିଲେ କିନ୍ତୁ ସେମାନଙ୍କ ମଧ୍ୟରେ ହୋଇଥିବା ହ୍ବାସ୍ସଆପ୍‌ ଚାଟରୁ କୌଣସି ପ୍ରକାରର ଆପତ୍ତିଜନକ ବିଷୟବସ୍ତୁ ମିଳିନାହିଁ। ସମସ୍ତ ଅଭିଯୁକ୍ତ ମିଳିତ ଭାବେ ବେଆଇନ କାର୍ଯ୍ୟ କରିବାକୁ ଏକାଠି ହୋଇଥିବାର ସକାରାତ୍ମକ ପ୍ରମାଣ କୋର୍ଟଙ୍କ ପାଖରେ ଉପସ୍ଥାପନ କରାଯାଇନାହିଁ।  ୩ ଜଣ ଏକାଠି ଗୋଟିଏ କ୍ରୁଜରେ ଯାଇଥିବାର ଅର୍ଥ ନୁହେଁ , ମିଳିତ ଭାବେ ସେଠାରେ କୌଣସି ବେଆଇନ କାମ ପାଇଁ ଯୋଜନା କରିବା। ତାଙ୍କୁ ଜାମିନ ଦେବା ଯଥାର୍ଥ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶନାମାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଜୟପୁରରେ କର୍ଣ୍ଣି ସେନା ସଭାପତି ସୁଖଦେବ ସିଂଙ୍କ ହତ୍ୟା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦେଇଥିଲା ଧମକ

ନୂଆଦିଲ୍ଲୀ,୫।୧୨: ରାଜସ୍ଥାନର ରାଜଧାନୀ ଜୟପୁରରେ ରାଷ୍ଟ୍ରୀୟ କର୍ଣ୍ଣି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଦିଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି ଅଜଣା ଦୁର୍ବୁତ୍ତ। ଦିନ ଦିପ୍ରହରରେ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ମିଗଜୋମ’: ୯୦ରୁ ୧୧୦ କି.ମି. ମଧ୍ୟରେ ବୋହୁଛି ପବନ

ହାଇଦ୍ରାବାଦ୍‌,୫।୧୨: ବାତ୍ୟା ‘ମିଗଜୋମ’ ଭୀଷଣ ରୂପ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳ ନେଲୋର ଏବଂ ମଚ୍ଛଲିପଟନମରେ ସ୍ଥଳଭାଗ ଛୁଇଁଛି। ସ୍ଥଳଭାଗ ଛୁଇଁବା ପରେ ବାତ୍ୟାର ବେଗ...

ଇଣ୍ଡିଆ ଗଠବନ୍ଧନ ବୈଠକ ସ୍ଥଗିତ, ମମତା-ନୀତୀଶ-ଅଖିଲେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧୨: ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ବିରୋଧୀ ଗୋଷ୍ଠୀଙ୍କ ଇଣ୍ଡିଆ ମେଣ୍ଟ’ର ବୈଠକ ସ୍ଥଗିତ ରଖାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଏହି ବୈଠକ ଡିସେମ୍ବର...

”ସେମାନେ ଅହଂକାର, ମିଛ, ନିରାଶା ଏବଂ ଅଜ୍ଞତାକୁ ନେଇ ଖୁସି ହେବା ଉଚିତ୍”, ପୁଣି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୨: ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମାପ୍ତ ହୋଇଛି। ହିନ୍ଦୀ ହାର୍ଟଲ୍ୟାଣ୍ଡକୁ ଭାଜପା ସମ୍ପୂର୍ଣ୍ଣ ଭାବେ କବଜା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ...

ରେଭନ୍ଥ ରେଡ୍ଡୀ ହେବେ ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ, ବୁଧବାର ନେଇପାରନ୍ତି ଶପଥ

ହାଇଦ୍ରାବାଦ, ୫।୧୨: ତେଲଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ କଂଗ୍ରେସ ସଭାପତି ରେଭନ୍ଥ ରେଡ୍ଡୀ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି...

‘ଇଣ୍ଡିଆ’ ମେଣ୍ଟରେ ଫାଟ! ବୈଠକରେ ଯୋଗଦେବେନି ଅଖିଳେଶ

ନୂଆଦିଲ୍ଲୀ,୫।୧୨: ଡିସେମ୍ବର ୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଫାଟ ସୃଷ୍ଟି ହୋଇଛି। ଏହି ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ...

ଆଖିବୁଜିଲେ ‘ସିଆଇଡି’ ଫେମ୍‌ ଅଭିନେତା

ସୋନି ଟିଭିର ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି’ର ସିଆଇଡି ଅଧିକାରୀ ଫ୍ରେଡେରିକ୍ସଙ୍କ ପ୍ରସିଦ୍ଧ ଚରିତ୍ରରେ ଅଭିନୟ କରିଥିବା ଦୀନେଶ ଫଡନିସଙ୍କ ପରଲୋକ ଘଟିଛି। ଏକାଧିକ ଅଙ୍ଗ...

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri