ଗାଁରେ ନୋଟ୍‌ଛପା କେନ୍ଦ୍ର

ବଲାଙ୍ଗୀର ଜିଲା ଦେଓଗାଁ ଥାନା ବୁଢ଼ାବାହାଲ ଗାଁରେ ଠାବ ହୋଇଛି ଜାଲ୍‌ନୋଟ ଛପା କେନ୍ଦ୍ର। ୫୦୦ଟଙ୍କିଆ ଜାଲ୍‌ନୋଟ ଛପାଯାଇ ବଜାରକୁ ଛଡ଼ାଯାଉଥିବା ଘଟଣା ଏବେ ଧରାପଡ଼ିଛି। ଏକ ୨୪ ପ୍ରହର ନାମଯଜ୍ଞରେ ଗାୟକ ଏବଂ ବାୟକଙ୍କୁ ଜାଲ ନୋଟ ଉପହାର ଦେଇ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ। ଏଥିସହିତ ଏହି କାରବାରରେ ବ୍ୟବହୃତ ହେଉଥିବା କମ୍ପ୍ୟୁଟର, ପ୍ରିଣ୍ଟର, ପେପର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଛି।

ପାଟଣାଗଡ଼, ୨୮ା୩ (ସଚ୍ଚିଦାନନ୍ଦ ମହାକୁର)ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ପୋଲିସ ଜାଲ୍‌ନୋଟ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପାଟଣାଗଡ଼ ଥାନା ଭଇଁଷା ଗାଁର ବରୁଣ ପନୁଆଁ ଓ ଦେଓଗାଁ ଥାନା ବନ୍ଦପଡ଼ା ଫାଣ୍ଡି ବୁଢ଼ାବାହାଲ ଗାଁର ରୋହିତ ବସ୍ତିଆ। ରୋହିତ ତାଙ୍କ ବୁଡାବାହାଲସ୍ଥିତ ବାସଭବନରେ ଜାଲ୍‌ନୋଟ ଛାପୁଥିଲେ ବୋଲି ବୁଧବାର ପାଟଣାଗଡ଼ ଥାନାରେ ଏକ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ସଦାନନ୍ଦ ପୂଜାରୀ ସୂଚନା ଦେଇଛନ୍ତି।
ପୂଜାରୀଙ୍କ ସୂଚନା ଅନୁସାରେ, ଗତ ୨୨ ତାରିଖରେ ଭଇଁଷା ଗାଁରେ ଚାଲିଥିବା ୨୪ ପ୍ରହର ନାମଯଜ୍ଞରେ କୀର୍ତ୍ତନ ଦଳର ଗାୟକ ଓ ବାୟକଙ୍କୁ ବରୁଣ ୨ଟି ୫ଶହ ଟଙ୍କିଆ ନୋଟ ଉପହାର ସ୍ବରୂପ ଦେଇଥିଲେ। କାର୍ଯ୍ୟକ୍ରମ ପରେ ଉଭୟ ଗାୟକ ଏବଂ ବାୟକ ଉପହାରରେ ପାଇଥିବା ନୋଟକୁ ଗଣତି କରିଥିଲେ। ତେବେ ଉଭୟଙ୍କ ପାଖରେ ଗୋଟିଏ ଲେଖାଏ ନକଲି ୫ଶହ ଟଙ୍କିଆ ନୋଟ ଥିବା ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ଏହି ଘଟଣାକୁ ସେମାନେ ଲୋକଲୋଚନକୁ ଆଣିଥିଲେ। ତେବେ ନକଲି ନୋଟ ଦୁଇଟି ସେମାନଙ୍କୁ ନାମଯଜ୍ଞ ସମୟରେ କିଏ ଦେଇଛି ସେନେଇ ଭିଡିଓ ଶୁଟିଂ କରୁଥିବା ଫଟୋଗ୍ରାଫରଙ୍କ ସହାୟତା ନିଆଯାଇଥିଲା। ଭିଡିଓରୁ ଉକ୍ତ ନୋଟ ଭଇଁଷା ଗ୍ରାମର ବରୁଣ ସେମାନଙ୍କୁ ଦେଇଥିବା ଜଣାପଡ଼ିଥିଲା। ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଭଇଁଷା ପଞ୍ଚାୟତର ସରପଞ୍ଚ ଜ୍ଞାନେନ୍ଦ୍ର ପଟେଲ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ବରୁଣଙ୍କୁ ଭଇଁଷାସ୍ଥିତ ତାଙ୍କ ଭଡାଘରୁ ଗିରଫ କରି ଥାନାକୁ ଆଣିଥିଲା। ସେଠାରୁ ୨୭୪ଟି ନକଲି ୫ଶହ ଟଙ୍କିଆ ନୋଟ (୧ ଲକ୍ଷ ୩୭ ହଜାର) ଜବତ କରାଯାଇଥିଲା। ଅଧିକ ପଚରାଉଚରା ପରେ ଏହି କାରବାରରେ ଦେଓଗାଁ ଥାନା ବୁଢ଼ାବାହାଲର ରୋହିତ ବସ୍ତିଆଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା। ପୋଲିସ ଚଢ଼ାଉ କରି ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଥାନା ଅଧୀନ ଟେପ୍ରେନ ଗାଁରୁ ରୋହିତଙ୍କୁ ଗିରଫ କରିଥିଲା। ରୋହିତଙ୍କ ବୁଢ଼ାବାହାଲସ୍ଥିତ ଘରେ ଚଢ଼ାଉ ପରେ ଏକ କମ୍ପ୍ୟୁଟର, କଲରପ୍ରିଣ୍ଟର, ପେପର ଏବଂ ଜାଲ୍‌ନୋଟ ପ୍ରସ୍ତୁତିରେ ବ୍ୟବହୃତ ରଙ୍ଗ ଜବତ କରାଯାଇଥିଲା। ଏ ନେଇ ଦଫା ୪୮୯(ବି), ୪୮୯(ସି)ରେ ଏକ ମାମଲା(ନଂ.୧୦୬/୨୪) ରୁଜୁ କରାଯାଇ ବୁଧବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ତାରାବତୀ ପଧାନ କହିଛନ୍ତି। ଉଭୟ ଅଭିଯୁକ୍ତ ଏହି ଜାଲ୍‌ନୋଟ କାରବାର କେବେଠାରୁ କରୁଛନ୍ତି, ଅନ୍ୟ କେଉଁଠି ଏହାକୁ ବ୍ୟବହାର କରିଛନ୍ତି, ସେ ସମ୍ପର୍କରେ ଅଧିକ ଖୋଳତାଡ଼ ପାଇଁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ବୋଲି ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?