ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର ହୋଇଛି। ହେଲେ ୨୨ ଏପ୍ରିଲରେ ଗୁଜରାଟର ସୁରଟ ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭାଜପା)ର ମୁକେଶ ଦଲାଲ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ଅବଶ୍ୟ ତାଙ୍କ ନାମକୁ କୌଣସି ଭାବେ କଦର୍ଥ କରିବା ଉଚିତ ନୁହେଁ। ସେଠାକାର କଂଗ୍ରେସ ପ୍ରାର୍ଥୀଙ୍କ ମନୋନୟନ ପତ୍ର ପ୍ରତ୍ୟାଖ୍ୟାତ ହେବା ଓ ଅନ୍ୟ ପ୍ରାର୍ଥୀମାନେ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ଦଲାଲ ବିଜୟୀ ହୋଇଛନ୍ତି। ଲୋକ ପ୍ରତିନିଧି ଆଇନ ୧୯୫୧ ଧାରା ୫୩ (୩) ଅନୁଯାୟୀ ଜଣେ ପ୍ରାର୍ଥୀ କେଉଁ ପରିସ୍ଥିତିରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଘୋଷିତ ହୋଇପାରିବେ, ସେ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ ଯଦି କୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ଜଣେମାତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଥିବେ, ସେହି କ୍ଷେତ୍ରରେ ତାଙ୍କୁ ବିଜୟୀ ବୋଲି ଘୋଷଣା କରାଯିବ। ଏଠାରେ ସୁରଟ ଲୋକ ସଭା ଆସନରୁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଦଲାଲ ନିର୍ବାଚିତ ହେବାକୁ କେତେକେ ପ୍ରାୟୋଜିତ ବୋଲି କହୁଛନ୍ତି। ଯୁକ୍ତି ଉପସ୍ଥାପନ କରାଯାଉଛି ଯେ, ଯଦି କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଭରିବାରେ ଭୁଲ୍‌ ଥିଲା ପରବର୍ତ୍ତୀ ସମୟରେ ଅନ୍ୟ ପ୍ରାର୍ଥୀମାନେ କେଉଁ ପରିସ୍ଥିତିରେ ପଡ଼ି ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ।
ଏଭଳି ସ୍ଥଳେ ପ୍ରଖ୍ୟାତ ପ୍ରେରଣାଦାୟୀ ଲେଖକ ଶିବ ଖେରାଙ୍କ ସୁପ୍ରିମକୋର୍ଟରେ ନୋଟା (ନନ୍‌ ଅଫ୍‌ ଦି ଏବଭ) ସଂକ୍ରାନ୍ତରେ କରିଥିବା ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ନେଇ ବିତର୍କ ଆରମ୍ଭ ହୋଇଛି। ସେ ନିଜ ଆବେଦନରେ କହିଛନ୍ତି, ଯଦି କୌଣସି ପ୍ରାର୍ଥୀ ନୋଟାଠାରୁ କମ୍‌ ଭୋଟ ପାଆନ୍ତି , ତାହା ହେଲେ ତାଙ୍କୁ ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରେ ବାରଣ କରାଯିବା ଉଚିତ। ଏଥିସହିତ ନୋଟାକୁ ନିର୍ବାଚନ କମିଶନ ଫିକ୍ସୋନାଲ କ୍ୟାଣ୍ଡିଡେଟ୍‌ ବା କାଳ୍ପନିକ ପ୍ରାର୍ଥୀ ଭାବେ ବିବେଚନା କରିବା ଲାଗି କହିଛନ୍ତି। ଖେରା ତାଙ୍କ ଆବେଦନରେ ଉଦାହରଣ ଦେଇ କହିଛନ୍ତି, ୨୦୧୮ରେ ମହାରାଷ୍ଟ୍ର ଓ ହରିୟାଣା ରାଜ୍ୟ ନିର୍ବାଚନ କମିଶନ ନୋଟାକୁ ଏକ କାଳ୍ପନିକ ପ୍ରାର୍ଥୀ ଭାବେ ଅଭିହିତ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ କୁହାଯାଇଥିଲା ଯଦି ନୋଟା ଅନ୍ୟ ପ୍ରାର୍ଥୀଙ୍କଠାରୁ ଅଧିକ ଭୋଟ ପାଏ, ତାହା ହେଲେ ସେହି ନିର୍ବାଚନକୁ ରଦ୍ଦ କରାଯିବ। ସର୍ବୋଚ୍ଚ ଅଦାଲତ ଖେରାଙ୍କ ଆବେଦନକୁ ପ୍ରାରମ୍ଭିକ ଅବସ୍ଥାରେ ବିଚାରକୁ ନେବାରେ ଅନିଚ୍ଛୁକ ଥିଲେ। ହେଲେ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ସୁରଟର ଭାଜପା ପ୍ରାର୍ଥୀଙ୍କ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ସମ୍ବନ୍ଧୀୟ ପ୍ରସଙ୍ଗ ଉପସ୍ଥାପନ କରିବା ପରେ ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିଶନକୁ ଏହା ଉପରେ ମତ ରଖିବାକୁ କହିଛନ୍ତି। ଶଙ୍କରନାରାୟଣଙ୍କ ଯୁକ୍ତି ହେଉଛି, ଇଲେକ୍‌ଟ୍ରୋନିକ ଭୋଟିଂ ମେଶିନ୍‌ (ଇଭିଏମ୍‌)ରେ ନୋଟା ବିକଳ୍ପ ରହିଥିବାରୁ ଭାଜପା ପ୍ରାର୍ଥୀ ଯଦି ସେହି କାଳ୍ପନିକ ପ୍ରାର୍ଥୀଙ୍କ ସହ ଲଢ଼ିଥାଆନ୍ତେ, ତେବେ ତାଙ୍କ ପ୍ରତି ଜନମତ କ’ଣ ରହିଛି ଜଣାପଡ଼ିଥାଆନ୍ତା।
ଉପରୋକ୍ତ ଯୁକ୍ତି ନିଶ୍ଚିତ ତର୍ଜମାଯୋଗ୍ୟ। ଲୋକ ପ୍ରତିନିଧି ଆଇନ ଅନୁଯାୟୀ ଜଣେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇପାରିବେ। କିନ୍ତୁ ଉକ୍ତ ପ୍ରାର୍ଥୀ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ କେତେ ଗ୍ରହଣୀୟ ତାହା ଅସ୍ପଷ୍ଟ ରହିଯାଉଛି। ନିୟମକୁ ଧରି ରଖି ନିର୍ବାଚନ କମିଶନ ମୁକେଶ ଦଲାଲଙ୍କୁ ବିଜୟୀ ଘୋଷିତ କରିପାରନ୍ତି। କିନ୍ତୁ ଯଦି ଶଙ୍କରନାରାୟଣନ୍‌ଙ୍କ ଯୁକ୍ତିକୁ ଆଇନସିଦ୍ଧ କରାଯାଏ, ତେବେ ମୁକେଶ ଦଲାଲଙ୍କୁ ନିର୍ବାଚନ ରଣାଙ୍ଗନର ସାମ୍ନା କରିବାକୁ ପଡ଼ିଥାଆନ୍ତା। ତାହା ହୋଇଥିଲେ, ନୋଟାର ବାସ୍ତବତା ପ୍ରମାଣ ହୋଇଥାଆନ୍ତା। ସମସ୍ତେ ଜାଣନ୍ତି ଗଣତନ୍ତ୍ରରେ ସଂଖ୍ୟା ବଳ ହେଉଛି ବଡ଼ କଥା। ତେବେ ଅନେକେ ପ୍ରାର୍ଥୀ ଥାଆନ୍ତି ସେମାନେ ସମୁଦାୟ ମତଦାନର ୩୦ ପ୍ରତିଶତ ଭୋଟ ନ ପାଇ ମଧ୍ୟ ନିର୍ବାଚିତ ହୋଇଥାଆନ୍ତି। ଅର୍ଥାତ୍‌ ବାକି ଭୋଟର ସମ୍ପୃକ୍ତ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାତ କଲେ ବୋଲି ଧରାଯିବା କଥା। କିନ୍ତୁ ତାହା ହେଉନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ନିର୍ବାଚନକୁ ନେଇ ବହୁ ପରୀକ୍ଷାନିରୀକ୍ଷା ହେଉଥିବାରୁ ଏବେ ସମୟ ଆସିଲାଣି ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେଉଥିବା ପ୍ରାର୍ଥୀଙ୍କ ଲୋକପ୍ରିୟତା ମାପିବା ଲାଗି କିଛି ପଦ୍ଧତି ବାହାର କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?