୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ତୃଣମୂଳସ୍ତରରେ ଚାଷୀମାନେ ସୁଫଳ ପାଉନାହାନ୍ତି। ୧୫ ଦିନ ମଧ୍ୟରେ ଆଳୁର ଖୁଚୁରା ଦର ୧୦ ଟଙ୍କା ବୃଦ୍ଧି ପାଇ ଏବେ କିଲୋ ପିଛା ୩୦ ଟଙ୍କାରେ ପହଞ୍ଚତ୍ଛି। ମାସକ ପୂର୍ବେ ଚାଷୀ ଆଳୁ କିଲୋ ପ୍ରତି ୮ ଟଙ୍କାରେ ବିକ୍ରି କରିଥିବା ବେଳେ ଏବେ ୩୦ ଟଙ୍କାରେ ବଜାରରୁ କିଣିବାକୁ ପଡ଼ୁଥିବା କହିଛନ୍ତି।
ପ୍ରକାଶ ଯେ, ପ୍ରତିବର୍ଷ ନଭେମ୍ବରରେ ଆଳୁ ଚାଷପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହାର ଯଥେଷ୍ଟ ପୂର୍ବରୁ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଆଳୁ ବିହନ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ରହିଛି। ଆନନ୍ଦପୁର ଉଦ୍ୟାନ ବିଭାଗ ପକ୍ଷରୁ ଗତବର୍ଷ ୧୫ ଶହ କୁଇଣ୍ଟାଲ ଆଳୁ ବିହନ ଯୋଗାଇଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଥିଲା। ଶେଷରେ ମାତ୍ର ୩୦୦ କୁଇଣ୍ଟାଲ ଆଳୁ ବିହନ ଆସିଥିଲା। ଏହାକୁ ଆନନ୍ଦପୁର, ହାଟଡ଼ିହୀ ଓ ଘସିପୁରା ବ୍ଲକ୍‌ର ଚାଷୀମାନେ ଭାଗ କରି ନେଇଥିଲେ। ଆନନ୍ଦପୁର ବ୍ଲକ୍‌ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମର ଶୋକ ସାହୁ, ସୁବାସ ଖୁଣ୍ଟିଆ, ଗଙ୍ଗାଧର ସାହୁ, ଶରତ ଚନ୍ଦ୍ର ସ୍ବାଇଁ ପ୍ରମୁଖ ସରକାରୀ ଆଳୁ ବିହନ ବ୍ୟବହାର କରି ଚାଷ କରିଥିଲେ। ସେହିପରି ହାଟଡ଼ିହୀ ବ୍ଲକ୍‌ ଶଙ୍ଖଣାର ଗୋପବନ୍ଧୁ ଆଇଚ, ସମଣା ପଞ୍ଚାୟତ ଆଗିରିଆ ଗ୍ରାମର ଭାଗୀରଥି ଜେନା, ସୁଲଣ ପଞ୍ଚାୟତ ବିରିଡ଼ି ଗ୍ରାମର ନୃସିଂହ ପରିଡ଼ା ମଧ୍ୟ ହେକ୍ଟର ପିଛା ୮ରୁ ୧୦ କୁଇଣ୍ଟାଲ ଆଳୁ ଉତ୍ପାଦନ କରିଛନ୍ତି। କେତେଜଣ ଚାଷୀ ବାରମ୍ବାର ଉଦ୍ୟାନ ବିଭାଗ କାର୍ଯ୍ୟାଳୟକୁ ଯାଇ ବିହନ ନ ପାଇ ବାହାରୁ ଚଢ଼ାଦରରେ କିଣି ଚାଷ କରିଥିଲେ। ଆନନ୍ଦପୁର ବେଲବାହାଳିର ଚାଷୀ ସୁଦାମ ସାହୁ କହିଛନ୍ତି, ୧.୫ କୁଇଣ୍ଟାଲ ବିହନ ନେଇଥିଲେ। ଗତମାସରେ ଅମଳ ବେଳେ ଆଳୁ କେଜି ମାତ୍ର ୮ ଟଙ୍କାରେ ବିକ୍ରି କରିଥିଲେ। ମାତ୍ର ଏବେ ୩୦ ଟଙ୍କାରେ କିଣିବାକୁ ପଡ଼ୁଛି। ଶୀଘ୍ର ବିହନ ଆସିଥିଲେ ଅଧିକ ଜମିରେ ଚାଷ କରିପାରିଥାନ୍ତେ ବୋଲି କହିଛନ୍ତି। ଯୁବଚାଷୀ ବାସୁଦେବ ପୃଷ୍ଟି କହିଛନ୍ତି, ମାତ୍ର ୩ କୁଇଣ୍ଟାଲ ବିହନରେ ଚାଷ କରି ଆଳୁ ଅମଳ ପରେ ଫେବୃଆରୀରେ କେଜି ପ୍ରତି ୧୧ରୁ ୧୪ଟଙ୍କା ଦରରେ ବିକ୍ରି କରିଥିଲେ। ବିଳମ୍ବରେ ସରକାରୀ ବିହନ ମିଳିବାରୁ ଯେଉଁ ପରିମାଣରେ ଆଳୁ ଉତ୍ପାଦନ ହେବା କଥା ତାହା ହୋଇପାରିଲାନାହିଁ। ଫଳରେ ଏବେ ବଜାରରେ ଆଳୁ ଦର ବଢ଼ି ଚାଲିଛି ବୋଲି କହିଛନ୍ତି। ବାହାରୁ ବିହନ କିଣିଥିବା ଚାଷୀଙ୍କ ମୂଳ ବି ବାହାରି ନ ଥିବା ପ୍ରକାଶ କରିଛନ୍ତି। ଘସିପୁରା ଆଳୁ ବ୍ୟବସାୟୀ ପ୍ରକାଶ ନନ୍ଦୀ କହିଛନ୍ତି, ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭରଶୀଳ। ସେଠାରେ ଉତ୍ପାଦନ ହ୍ରାସ ପାଇଥିବାରୁ ଦର କ୍ରମାଗତ ବୃଦ୍ଧି ପାଉଛି। ଆଳୁ କୁଇଣ୍ଟାଲ ହୋଲ୍‌ସେଲ୍‌ ଦର ୨୨୦୦ ଟଙ୍କା ରହିଛି। ଆଗକୁ ଆହୁରି ବଢ଼ିବ। ସରକାର ଆଳୁ ମିଶନ ଜରିଆରେ ସ୍ଥାନୀୟ ଚାଷୀଙ୍କୁ ସହଯୋଗ କଲେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ନ୍ତାନାହିଁ। ଆଳୁ ଦର ମଧ୍ୟ ନିୟନ୍ତ୍ରଣ ହୋଇପାରନ୍ତା ବୋଲି ଖାଉଟି ଅଲେଖ ସା, ଲକ୍ଷ୍ମଣ ସାହୁ, ରାଜେଶ କୁମାର ମାଝୀ କହିଛନ୍ତି। ଆନନ୍ଦପୁର ଉଦ୍ୟାନ ବିଭାଗ ଅଧିକାରୀ ସୁରେନ୍ଦ୍ର ଡେଲକି କହିଛନ୍ତି, ବିଳମ୍ବରେ ବିହନ ଆସିବାରୁ ଚାଷୀମାନେ ବିଶେଷ ଉପକୃତ ହୋଇ ପାରିନାହାନ୍ତି। ହାତଗଣତି କେତେଜଣ ଚାଷୀ ଭଲ ଅମଳ କରିଥିବାରୁ ସବ୍‌ସିଡ୍ଡି ପାଇଁ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନରସଂହାର: ୭ଜଣଙ୍କୁ ଗୁଳି କରି ହତ୍ୟା

କ୍ୱେଟା, ୨୯।୪: ପାକିସ୍ତାନର ବାଲୋଚିସ୍ତାନ ପ୍ରାନ୍ତରେ ହିଂସାର ଛାୟା ଲାଗି ରହିଛି। ଏହି ପ୍ରାନ୍ତର ଜିଆରଟ ଜିଲାରେ ଏକ ନିର୍ମମ ହତ୍ୟାକାଣ୍ଡରେ ୭ ଜଣ ସ୍ଥାନୀୟ...

ସୀମା ଆରପଟୁ ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର…ସେନା ସହ ଲଢ଼ିବାର କ୍ଷମତା ନାହିଁ, ହେଲେ କରୁଛି ସାଇବର ଆଟାକ୍‌

ଇସଲାମାବାଦ,୨୯।୪: ୨୨ ଏପ୍ରିଲରେ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ପାକିସ୍ତାନ। ତଥାପି ଏହା ଘୃଣ୍ୟ ଷଡ଼ଯନ୍ତ୍ର କରୁଛି। ଏବେ ସୀମା ଆରପଟୁ...

ବାପାଙ୍କ କୋଳରେ ବସି ଷ୍ଟାଡିୟମରେ IPL ମ୍ୟାଚ୍‌ ଦେଖୁଥିବା ବୈଭବଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୯।୪:କ୍ରିକେଟର ନୂତନ ଯୁବ ତାରକା ଭାବରେ ଉଭା ହୋଇଥିବା ବୈଭବ ସୂର୍ଯ୍ୟବଂଶୀ ନିଜର ଦମଦାର ଶତକ ସହିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା...

Pakistan: ପାକିସ୍ତାନ ମୁଣ୍ଡରେ ପଡିଲା ଚଡକ, ଯୁଦ୍ଧ ପାଇଁ ବାହାରିଲେ ଏସବୁ ଦେଶ!

ଇସଲାମବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ପ୍ରଥମ-ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡି’

ଭୁବନେଶ୍ୱର,୨୯।୪: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ ଶିଶୁ ବାଟିକା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ଯାଦୁପେଡି ଦେଖିବା ସହିତ, ପିଲାମାନଙ୍କ...

Pakistan: ପାକିସ୍ତାନରେ କାହା ପାଖରେ ଅଛି ପରମାଣୁ ଅସ୍ତ୍ରର ରିମୋଟ୍‌? ନାଁ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

ରାସ୍ତା ଉପରେ ଓଲଟି ପଡ଼ିଲା ଟ୍ୟାଙ୍କର: ଦୁଇ ଗୁରୁତର

ବଲାଙ୍ଗୀର, ୨୯।୪- (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ଉପକଣ୍ଠରେ ବଲାଙ୍ଗୀର-ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥର ସ୍ମାର୍ଟ ପାର୍କ ବୁଲାଣି ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା...

ପାକିସ୍ତାନରେ ହଇଚଇ: ଶେହବାଜ ମେଡିକାଲରେ ଭର୍ତ୍ତି, ପ୍ରେସକିପଶନରୁ ମିଳିଲା ସାଂଘାତିକ ତଥ୍ୟ!

ଇସଲାମାବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri