ମାସ୍କ ନ ପିନ୍ଧିଲେ ଖୋଳିବାକୁ ପଡିବ କରୋନା ସଂକ୍ରମିତ ମୃତକଙ୍କ ପାଇଁ କବର

ଜାକର୍ତ୍ତା,୧୫ ।୯: କରୋନା ସଂକ୍ରମଣ ସାରା ବିଶ୍ୱକୁ ଥରହର କରାଇ ଦେଇଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନିୟମମାନ ଲାଗୁ କରାଯାଇଛି । ତେବେ କରୋନା ସଂକ୍ରମଣ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି । ଏହାସହ ସାମାଜିକ ଦୂରତା ମଧ୍ୟ କରୋନା ସଂକ୍ରମଣ ହ୍ରାସ କରିବାରେ ବଡ ଭୁମିକା ନେଇଥାଏ ବୋଲି କୁହାଯାଇଛି । ଇଣ୍ଡୋନେସିଆରେ ଏବେ ଏହି ମାସ୍କ ପିନ୍ଧିବାକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଇଣ୍ଡୋନେସିଆର ଇଷ୍ଟ ଜାଭା ଅଞ୍ଚଳରେ ପ୍ରଶାସନ ଘୋଷଣା କରିଛି ଯେ ଯେଉଁମାନେ ମାସ୍କ ନ ପିନ୍ଧିବେ ସେମାନଙ୍କୁ ଦଣ୍ଡ ଭାବେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂସ୍କାର ପାଇଁ କବର ଖୋଳିବାକୁ ପଡିବ । ପ୍ରଶାସନ କହିବା କଥା ହେଲା କରୋନା ମୃତକଙ୍କ ସଂସ୍କାରରେ ଯୋଗ ଦେବାକୁ ସେଠାରେ କାହାକୁ ଅନୁମତି ନ ମିଳିଥିବାରୁ ଏବେ ସେଠାରେ ମୃତକଙ୍କୁ କବର ଦେବାକୁ ଲୋକଙ୍କ ଅଭାବ ପରିଲକ୍ଷିତ ହୋଇଛି । ତେଣୁ ଯେଉଁମାନେ ମାସ୍କ ପିନ୍ଧିବା ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଏହି ଦଣ୍ଡ ଦିଆଯାଉଛି । ନିକଟରେ ୨ ଜଣଙ୍କୁ ଏପରି ଦଣ୍ଡ ଦିଆଯାଇ ସରିଛି । ସୂଚନାଯୋଗ୍ୟ, ଏବେ ଇଣ୍ଡୋନେସିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨,୧୮,୩୮୨ରେ ପହଞ୍ଚିଥିବା ବେଳେ ରାଜଧାନୀ ଜାକର୍ତ୍ତାରେ ଏହି ସଂଖ୍ୟା ରହିଛି ୫୪,୨୨୦ । ଏହାସହ ଇଷ୍ଟ ଜାଭାରେ ଏବେସୁଦ୍ଧା ୩୮,୦୮୮ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ତେବେ କରୋନା ସଂକ୍ରମଣକୁ ରୋକିବାକୁ ସେପ୍ଟେମ୍ବର ୧୪ରୁ ସେଠାରେ ପୁଣିଥରେ ୨ ସପ୍ତାହ ଲାଗି ଲକ୍‌ଡାଉନ ଘୋଷଣା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବୋଚ୍ଚ ରେଲଓ୍ବେ ବ୍ରିଜ୍‌, ଆଇଫେଲ୍‌ ଟାଓ୍ବାରଠାରୁ ବି ଅଧିକ ଉଚ୍ଚ

ଶ୍ରୀନଗର,୧୪।୩: ଭାରତର ଜମ୍ମୁ-କଶ୍ମୀର ରାଜ୍ୟରେ ବିଶ୍ୱର ସବୁଠୁ ଉଚ୍ଚା ରେଲ୍‌ଓ୍ବେ ଆର୍କ ବ୍ରିଜ୍‌ (Railway Arch Bridge) ତିଆରି କରାଯାଉଛି। ଏହି ରେଲ୍‌ଓ୍ବେ ବ୍ରିଜ୍‌ ପ୍ୟାରିସର...

ଏକଲାପଣ ଦୂର କରିବାକୁ ଏମିତି ପଦକ୍ଷେପ ନେଲେ ଯୁବକ, ଏବେ ଲାଗୁଛି ଯୁବତୀଙ୍କ ଲମ୍ବା ଲାଇନ୍‌

କରୋନା ମହାମାରୀ ଯୋଗୁ ଅଧିକାଂଶ ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ଏହି ସମୟ ମଧ୍ୟରେ କିଛି ଲୋକ ଲକ୍‌ଡାଉନ୍‌ ହେତୁ ବହୁତ ଉଦାସୀନ ଥିଲେ।...

କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ଗ୍ରାମବାସୀଙ୍କ ବିରୋଧ

ଧାନବାଦ, ୧୯।୭- ଭାରତରେ ଗମ୍ଭୀର ରୂପ ଧାରଣ କରିଛି କରୋନା ମହାମାରୀ। କରୋନା ଯୋଗୁ ଦେଶରେ ଦୈନିକ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ...

ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ...

ବାଲିଆପାଳର ରମାଦେବୀ

ପ୍ରତି ଆନ୍ଦୋଳନରେ ନିଜକୁ ଲୋକଙ୍କ ସହ ମିଶେଇ ଦେବା ତାଙ୍କର ବିଶେଷତ୍ୱ। ସେମାନଙ୍କ ମନରେ ଶୋଷଣମୁକ୍ତ ଓ ଶ୍ରେଣୀବିହୀନ ସମାଜର ସ୍ବପ୍ନ ବୁଣନ୍ତି। ଆଖି ପାଉ...

ଦୃଷ୍ଟି ଯାହାର ମାଟିରୁ ଆକାଶ

ଦୃଷ୍ଟି ଯାହାର ମାଟିରୁ ଆକାଶ ମାଟିରୁ ଆକାଶଯାଏ ବ୍ୟାପ୍ତ ତାଙ୍କ ଲେନ୍ସର ପରିଧି। ସାଧାରଣ ଆଖିରୁ ବାଦ୍‌ ପଡ଼ିଯାଉଥିବା ଦୃଶ୍ୟ କିନ୍ତୁ ତାଙ୍କ କ୍ୟାମେରା ଲେନ୍ସରୁ...

ଅଶୋକ ଚଭନଙ୍କୁ କରୋନା

ମୁମ୍ବାଇ,୨୬ା୫: ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନଙ୍କ ଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ବରିଷ୍ଠ କଂଗ୍ରେସ ନେତା ଚଭନ ଏବେ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ: ୟୁକ୍ରେନକୁ ୮୦୦ ମିଲିୟନ ଡଲାର ସେନା ସହାୟତା ଯୋଗାଇ ଦେବ ଆମେରିକା

ୱାଶିଂଟନ,୧୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୫୦ ଦିନ ହେଲାଣି । ଯୁଦ୍ଧ ଆରମ୍ଭ ଦିନରୁ ଆମେରିକା ୟୁକ୍ରେନକୁ ସାହାଯ୍ୟ କରି ଆସୁଛି । ଏବେ ଆମେରିକା...

Advertisement
Archives

Model This Week