ଆଗକୁ ଭାବୁ ନାହାନ୍ତି

ନିକଟରେ ୟୁକ୍ରେନ୍‌ର ଖାର୍କିଭ୍‌ରୁ ରୁଷିଆ ତା’ର ସୈନ୍ୟ ଅପସାରଣ କରିବା ପରେ ଭୂରାଜନୈତିକ ସ୍ଥିତି ବଦଳିବାରେ ଲାଗିଛି। ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ କରିବା ବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌କୁ ତାଚ୍ଛଲ୍ୟ କରି ମନ୍ତବ୍ୟ ଦେଇଥିଲେ। ଗୋଟେ ଧାରଣା ସୃ୍‌ଷ୍ଟି ହୋଇଥିଲା ସାମରିକ ଓ ଅଣୁ ଅସ୍ତ୍ରଧାରୀ ରୁଷିଆ ପାଇଁ ଭୋଲୋଡିମିର ଜେଲେନ୍‌ସ୍କିଙ୍କ ନେତୃତ୍ୱାଧୀନ ୟୁକ୍ରେନ୍‌ ଏକ ଛୋଟିଆ ମଶା, ଯାହାକି ପରାଜୟ ସ୍ବୀକାର କରିନେବ। ହେଲେ ୟୁକ୍ରେନ୍‌ବାସୀଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ବଳରେ ଯୁଦ୍ଧକୁ ୬ ମାସରୁ ଅଧିକ ସମୟ ଗଡ଼ାଇ ଦିଆଯାଇପାରିଛି। ପ୍ରାରମ୍ଭିକ ସମୟରେ ଯେତେବେଳେ ପୃଥିବୀର ଅଧିକାଂଶ ଦେଶ ରୁଷିଆର ଆକ୍ରମଣକୁ ବିରୋଧ କରିଥିଲେ ସେତେବେଳେ ଭାରତ ତାହାର ସ୍ବରକୁ ଚାଇନା ସାଙ୍ଗରେ ମିଶାଇ ରୁଷିଆକୁ ଖୋଲାଖୋଲି ସମର୍ଥନ କରିଥିଲା। ରୁଷିଆ ସହ ସମ୍ପର୍କ ଭଲ ଥିବାରୁ ଏହାର ମଉକା ନେଇ ଭାରତ ସରକାର ଭାବିଥିଲେ ଯେ ରୁଷିଆ ଠାରୁ ସହଜରେ ଅଧିକ ପେଟ୍ରୋଲିୟମ୍‌ ଦ୍ରବ୍ୟ ଆଣି ଦେଶ ଭିତରେ ଦର ହ୍ରାସ କରି ବାହାବା ନେଇଥାନ୍ତେ। ଯୁଦ୍ଧ ଆରମ୍ଭ ପରେ ରୁଷିଆ ବିରୋଧରେ ୨ ମାର୍ଚ୍ଚରେ ଯେତେବେଳେ ଜାତିସଂଘର ବୈଠକ ବସିଲା ସେତେବେଳେ ଭାରତ ଭୋଟଦାନରୁ ବିରତ ରହିଥିଲା। ସେତେବେଳେ ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘରେ ୧୪୧ ରାଷ୍ଟ୍ର ରୁଷିଆ ବିରୋଧରେ ମତ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଘଟି ୟୁକ୍ରେନ୍‌ରେ ଯେତେବେଳେ ମାନବୀୟ ସଙ୍କଟ ଦେଖାଦେଇଥିଲା, ମାର୍ଚ୍ଚ ୨୩ରେ ଜାତିସଂଘରେ ପୁଣି ରୁଷିଆ ବିରୋଧୀ ସଙ୍କଳ୍ପ ପାରିତ କରାଯାଇଥିଲା। ସେତେବେଳେ ମଧ୍ୟ ଭାରତ ଭୋଟଦାନରୁ ବିରତ ରହି ରୁଷିଆକୁ ସମର୍ଥନ କରିଥିଲା। ଏହି ଦ୍ୱିତୀୟ ସଂକଳ୍ପକୁ ଭାରତ ସହ ଚାଇନା ମଧ୍ୟ ବିରୋଧ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଉଭୟ ସଂକଳ୍ପରେ ପାକିସ୍ତାନର ବୈଦେଶିକ ନୀତି ନିର୍ଦ୍ଧାରକମାନେ ନିଜ ଦେଶକୁ ରୁଷିଆ ସମର୍ଥକ ଭାବେ କୌଣସି ଜାଗାରେ ଚିତ୍ରଣ ହେବାକୁ ଦେଲେ ନାହିଁ। ତଥାପି ଉଭୟ ଚାଇନା ଓ ପାକିସ୍ତାନ ସହିତ ଇତିମଧ୍ୟରେ ରୁଷିଆ ତା’ର ସାମରିକ ଅଭ୍ୟାସ ଜାରି ରଖିଥିଲା। ହେଲେ ଏବେ ଅନ୍ତର୍ଜାତୀୟ ସ୍ଥିତିକୁ ଦେଖି ଭାରତ ତା’ର ବୈଦେଶିକ ନୀତିରେ ପଲଟି ମାରିବାକୁ ଚେଷ୍ଟା କରୁଛି। ଏଥିରୁ ବୁଝିବାକୁ ହେବ ଯେ, ଭାରତ ବର୍ତ୍ତମାନ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଯେତିକି ଶତ୍ରୁତା କରିଦେଇଛି ସେତିକି ଶତ୍ରୁତା ରୁଷିଆ ସହିତ ଆରମ୍ଭ କଲାଣି। ଦ୍ୱିତୀୟ ଥର ନିଜର ପୂର୍ବ ମତକୁ ଜଳାଞ୍ଜଳି ଦେଇ ଜାତିସଂଘରେ ଜେଲେନସ୍କିଙ୍କୁ ଭାଷଣ ଦେବାର ଅଧିକାର ଦିଆଯାଉ ବୋଲି ମତ ପ୍ରକାଶ କରି ରୁଷିଆ ବିରୋଧରେ ଛିଡ଼ା ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଜାତିସଂଘ ସାଧାରଣ ସଭାରେ ଜେଲେନ୍‌ସ୍କିଙ୍କ ଉଦ୍‌ବୋଧନ ଦେବା ନେଇ ଅନୁମତି ଦିଆଯିବା ସଂକ୍ରାନ୍ତ ୧୬ ସେପ୍ଟେମ୍ବରରେ ହୋଇଥିବା ଭୋଟରେ ଭାରତ ସମେତ ୧୦୧ ରାଷ୍ଟ୍ର ସମର୍ଥନ ଜଣାଇଥିଲେ। ଏଥିରେ ୭ ରାଷ୍ଟ୍ର ବିପକ୍ଷରେ ମତ ଦେଇଥିବା ବେଳେ ୧୯ ଦେଶ ପ୍ରକ୍ରିୟାରୁ ବିରତ ରହିଥିଲେ।
ହଠାତ୍‌ ଭାରତ କାହିଁକି ତା’ ବୈଦେଶିକ ନୀତିର ଆଭିମୁଖ୍ୟରେ ପରିବର୍ତ୍ତନ କଲା ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ ହୋଇପଡ଼ିଛି। କାରଣ ଭାରତ ଯେଉଁ ଆଶା ରଖି ରୁଷିଆଠାରୁ ଶସ୍ତାରେ ତେଲ ପାଇବ ବୋଲି ଭାବିଥିଲା, ତାହା କ୍ରମେ କ୍ଷୀଣ ହୋଇଗଲା। ଏଥିସହିତ ରୁଷିଆକୁ ସମର୍ଥନ ଯୋଗୁ ଭାରତକୁ ଆମେରିକା ବିଶ୍ୱାସକୁ ନେଉ ନ ଥିବା ନୂଆଦିଲ୍ଲୀ ମଧ୍ୟ ଅନୁଭବ କଲା। ଯେତେବେଳେ ଜାତିସଂଘର ୧୯୩ ରାଷ୍ଟ୍ର ମଧ୍ୟରୁ ୧୪୧ ଦେଶ ଜେଲେନ୍‌ସ୍କିଙ୍କ ପ୍ରତି ଢଳୁଥିବା ଦେଖାଗଲା, ସେତେବେଳେ ଭାରତ ବିଳିବିଳେଇ ହୋଇ ରୁଷିଆ ବିରୋଧରେ ଯିବାକୁ ବାଧ୍ୟ ହୋଇଛି ବୋଲି କୁହାଯାଇପାରେ। ନିକଟରେ ଶେଷ ହୋଇଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ)ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏବେ ଯୁଦ୍ଧ କରିବାର ସମୟ ନୁହେଁ। ଅର୍ଥାତ୍‌ ପରୋକ୍ଷରେ ସେ ରୁଷିଆ ଯୁଦ୍ଧ ବନ୍ଦ କରୁ ବୋଲି ଚାହିଁଥିଲେ। ଏହି ବାର୍ତ୍ତାର ଓଜନ ରହିଥାନ୍ତା ଯଦି ଭାରତର ପ୍ରଧାନମନ୍ତ୍ରୀ ଏହି ବର୍ଷ ଫେବୃୟାରୀରେ ଯୁଦ୍ଧ ଆରମ୍ଭ ବେଳକୁ, ଏଭଳି ଉଚ୍ଚକୋଟୀର ମତ ଦେଇପାରିଥାନ୍ତେ। ଏହି ଐତିହାସିକ ସ୍ଥିତିକୁ ଦେଖିଲେ ଭାରତ ସବୁବେଳେ ଯୁଦ୍ଧକୁ ବିରୋଧ କରିଆସେ। ପୃଥିବୀବ୍ୟାପୀ ଭାରତୀୟ ସେନା ଜାତିସଂଘ ତରଫରୁ ଶାନ୍ତି ରକ୍ଷାକାରୀ ସୈନିକ ଭାବେ ମୁତୟନ ହୋଇଆସୁଥିଲେ। ନିକଟ ଅତୀତ ଅର୍ଥାତ୍‌ ୨୦୧୪ ପରଠାରୁ ଭାରତକୁ ଏକ ଯୁଦ୍ଧପ୍ରିୟ ଦେଶ ଭାବେ ଚିତ୍ରଣ କରିବା ଲାଗି ଚେଷ୍ଟା କରାଯାଇଛି। ଇତିମଧ୍ୟରେ ଦେଶ ଭିତରେ ହୋଇଥିବା କେତେକ ସର୍ଭେରୁ ଜଣାପଡ଼ିଛି ଯେ, ଅଧିକାଂଶ ଲୋକ ଭାବୁଛନ୍ତି ଭାରତ ଚାହିଁଲେ ଉଭୟ ପାକିସ୍ତାନ ଓ ଚାଇନାକୁ ଯୁଦ୍ଧରେ ପରାସ୍ତ କରିପାରିବ। ଏହିଭଳି ଭ୍ରାନ୍ତ ଧାରଣା ଯୋଗୁ ଗଲଓ୍ବାନରେ ଭାରତୀୟ ସୈନ୍ୟଙ୍କ ମୃତ୍ୟୁଠାରୁ ଆରମ୍ଭ କରି ଅନେକ ହଜାର କିଲୋମିଟର ଭିତରକୁ ଚାଇନା ପ୍ରବେଶ କରିଆସିଲାଣି। ଏହି ପରିପ୍ରେକ୍ଷୀରେ ଦେଖିଲେ ପାକିସ୍ତାନ ଭଳି ରାଷ୍ଟ୍ର ନିଜର ବୈଦେଶିକ ନୀତିକୁ ସ୍ପଷ୍ଟ ରଖି ମୂଳରୁ ଯୁଦ୍ଧ ଉପରେ ମନ୍ତବ୍ୟ ଦେବାକୁ ଉଚିତ ମଣି ନ ଥିଲା। ସେପଟେ ରୁଷିଆକୁ ଚାଇନା ସମର୍ଥନ କରିବା ବିଶ୍ୱବାସୀ ଜାଣିଛନ୍ତି। ହେଲେ ଭାରତ ଯେଉଁଭଳି ଭାବେ ସ୍ପଷ୍ଟ ଅଭିମୁଖ୍ୟ ନ ରଖି ଏପଟ ସେପଟ ହେବାରେ ଲାଗିଛି, ସେଥିରୁ ବୈଦେଶିକ ନୀତି ଦୁର୍ବଳ ଥିବା ଜଣାପଡ଼ିଯାଉଛି। କୌଣସି ବୈଦେଶିକ ନିଷ୍ପତ୍ତି ନେବା ପୂର୍ବରୁ ଭାରତ ଭବିଷ୍ୟତକୁ ଦେଖିବା ଉଚିତ। ଦୁର୍ଭାଗ୍ୟର ବିଷୟ ଯେ ଆଭ୍ୟନ୍ତରୀଣ ରାଜନୀତି ଭଳି ବୈଦେଶିକ ନୀତିକୁ ହାମ୍‌ବଡ଼ା ଆଭିମୁଖ୍ୟ ରଖି କାର୍ଯ୍ୟ କଲେ ଦେଶର ଦୀର୍ଘମିଆଦୀ କ୍ଷତି ଘଟିଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

କାହା ଦୁଃଖର କାରଣ ହୁଅନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କାର୍ଯ୍ୟ ଆମେ ବିନା ବିଚାରରେ କରିଥାଉ ଏବଂ ସେଥିପାଇଁ ଅନେକଙ୍କ ଦୁଃଖଯନ୍ତ୍ରଣାର କାରଣ ହୋଇଥାଉ। ମୋ ବିଶ୍ୱରେ ପରମେଶ୍ୱରଙ୍କ...

ପ୍ରବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା

ଡ. ରାମଚନ୍ଦ୍ର ରାଉତ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲକ୍ଷ୍ମୀଶଙ୍କରଙ୍କର ଗୋଟିଏ ମଧୁର ପୁରୁଣା ଗୀତରେ ‘କିଆ କେତକୀ ବନେ କହଇ କେ କାନେ କାନେ- ପରବାସୀ ବନ୍ଧୁ...

ବଢ଼ିଆ ଲାଗିଲା

ଦ୍ୱିତୀ ଚନ୍ଦ୍ର ସାହୁ ଗାଇଡ … ଗାଇଡ’ – ହୁରି ଛାଡୁଥାଏ ଜଣେ। ତା’ ପାଖ ଦେଇ ଗଲାବେଳେ ଆମ ଭିତରୁ ଜଣେ କହିଲା –...

ବିକଳ୍ପ ଆବଶ୍ୟକ

ଜୁଲିଆ ଗିଲାର୍ଡ ଦେଢବର୍ଷରୁ ଉର୍ଦ୍ଧ୍ୱ ହେବ କୋଭିଡ୍‌-୧୯ ମହାମାରୀ ବିଶ୍ୱକୁ କବଳିତ କରି ରଖିଛି। ସ୍ବାସ୍ଥ୍ୟ ଉପରେ ଏହାର ଭୟଙ୍କର ପ୍ରଭାବକୁ ସାରା ବିଶ୍ୱ ଅନୁଭବ...

ଏଇ ଭାରତରେ

‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ୍‌ର ଗଭୀରତାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ରାଜସ୍ଥାନର କୃଷକ ବବ୍‌ଲୁ ଚୌଧୁରୀ। ଏହାର ଗୁରୁତ୍ୱକୁ ସେ ସାଧାରଣରେ ପ୍ରତିପାଦିତ...

ଯୁଦ୍ଧ ଜର୍ଜରିତ ଶୈଶବ

ପ୍ରକାଶ ତ୍ରିପାଠୀ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନଁା ନେଉନାହିଁ। ଇତିମଧ୍ୟରେ ବୁଛା ସହରରେ ରୁଷ ସୈନିକଙ୍କ ବର୍ବର କାଣ୍ଡର ଅନେକ ଛବି...

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବର୍ଜ୍ୟର ପୁନଃ ବିନିଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ସି.ଏମ୍‌. ନାଗରାଜ। ବେଙ୍ଗାଲୁରୁର ଡୋଡାବନହାଲି ସରକାରୀ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ...

ବୈଷମ୍ୟର ପାଚେରି

ନାରାୟଣ ପଣ୍ଡା ”ଈଶ୍ୱର ନାହାନ୍ତି, ଈଶ୍ୱରଙ୍କ ଅସ୍ତିତ୍ୱ ନାହିଁ। ଯେ ଈଶ୍ୱରଙ୍କୁ ସୃଷ୍ଟି କରିଛନ୍ତି ସେ ନିର୍ବୋଧ। ଯିଏ ତାଙ୍କ ମହିମା ପ୍ରଚାର କରନ୍ତି ସେ...

Advertisement
Archives

Model This Week