ଆଗକୁ ଭାବୁ ନାହାନ୍ତି

ନିକଟରେ ୟୁକ୍ରେନ୍‌ର ଖାର୍କିଭ୍‌ରୁ ରୁଷିଆ ତା’ର ସୈନ୍ୟ ଅପସାରଣ କରିବା ପରେ ଭୂରାଜନୈତିକ ସ୍ଥିତି ବଦଳିବାରେ ଲାଗିଛି। ଫେବୃୟାରୀ ୨୪ରେ ଯୁଦ୍ଧ ଆରମ୍ଭ କରିବା ବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌କୁ ତାଚ୍ଛଲ୍ୟ କରି ମନ୍ତବ୍ୟ ଦେଇଥିଲେ। ଗୋଟେ ଧାରଣା ସୃ୍‌ଷ୍ଟି ହୋଇଥିଲା ସାମରିକ ଓ ଅଣୁ ଅସ୍ତ୍ରଧାରୀ ରୁଷିଆ ପାଇଁ ଭୋଲୋଡିମିର ଜେଲେନ୍‌ସ୍କିଙ୍କ ନେତୃତ୍ୱାଧୀନ ୟୁକ୍ରେନ୍‌ ଏକ ଛୋଟିଆ ମଶା, ଯାହାକି ପରାଜୟ ସ୍ବୀକାର କରିନେବ। ହେଲେ ୟୁକ୍ରେନ୍‌ବାସୀଙ୍କ ଅସୀମ ଧୈର୍ଯ୍ୟ ଓ ସାହସ ବଳରେ ଯୁଦ୍ଧକୁ ୬ ମାସରୁ ଅଧିକ ସମୟ ଗଡ଼ାଇ ଦିଆଯାଇପାରିଛି। ପ୍ରାରମ୍ଭିକ ସମୟରେ ଯେତେବେଳେ ପୃଥିବୀର ଅଧିକାଂଶ ଦେଶ ରୁଷିଆର ଆକ୍ରମଣକୁ ବିରୋଧ କରିଥିଲେ ସେତେବେଳେ ଭାରତ ତାହାର ସ୍ବରକୁ ଚାଇନା ସାଙ୍ଗରେ ମିଶାଇ ରୁଷିଆକୁ ଖୋଲାଖୋଲି ସମର୍ଥନ କରିଥିଲା। ରୁଷିଆ ସହ ସମ୍ପର୍କ ଭଲ ଥିବାରୁ ଏହାର ମଉକା ନେଇ ଭାରତ ସରକାର ଭାବିଥିଲେ ଯେ ରୁଷିଆ ଠାରୁ ସହଜରେ ଅଧିକ ପେଟ୍ରୋଲିୟମ୍‌ ଦ୍ରବ୍ୟ ଆଣି ଦେଶ ଭିତରେ ଦର ହ୍ରାସ କରି ବାହାବା ନେଇଥାନ୍ତେ। ଯୁଦ୍ଧ ଆରମ୍ଭ ପରେ ରୁଷିଆ ବିରୋଧରେ ୨ ମାର୍ଚ୍ଚରେ ଯେତେବେଳେ ଜାତିସଂଘର ବୈଠକ ବସିଲା ସେତେବେଳେ ଭାରତ ଭୋଟଦାନରୁ ବିରତ ରହିଥିଲା। ସେତେବେଳେ ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘରେ ୧୪୧ ରାଷ୍ଟ୍ର ରୁଷିଆ ବିରୋଧରେ ମତ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଘଟି ୟୁକ୍ରେନ୍‌ରେ ଯେତେବେଳେ ମାନବୀୟ ସଙ୍କଟ ଦେଖାଦେଇଥିଲା, ମାର୍ଚ୍ଚ ୨୩ରେ ଜାତିସଂଘରେ ପୁଣି ରୁଷିଆ ବିରୋଧୀ ସଙ୍କଳ୍ପ ପାରିତ କରାଯାଇଥିଲା। ସେତେବେଳେ ମଧ୍ୟ ଭାରତ ଭୋଟଦାନରୁ ବିରତ ରହି ରୁଷିଆକୁ ସମର୍ଥନ କରିଥିଲା। ଏହି ଦ୍ୱିତୀୟ ସଂକଳ୍ପକୁ ଭାରତ ସହ ଚାଇନା ମଧ୍ୟ ବିରୋଧ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଉଭୟ ସଂକଳ୍ପରେ ପାକିସ୍ତାନର ବୈଦେଶିକ ନୀତି ନିର୍ଦ୍ଧାରକମାନେ ନିଜ ଦେଶକୁ ରୁଷିଆ ସମର୍ଥକ ଭାବେ କୌଣସି ଜାଗାରେ ଚିତ୍ରଣ ହେବାକୁ ଦେଲେ ନାହିଁ। ତଥାପି ଉଭୟ ଚାଇନା ଓ ପାକିସ୍ତାନ ସହିତ ଇତିମଧ୍ୟରେ ରୁଷିଆ ତା’ର ସାମରିକ ଅଭ୍ୟାସ ଜାରି ରଖିଥିଲା। ହେଲେ ଏବେ ଅନ୍ତର୍ଜାତୀୟ ସ୍ଥିତିକୁ ଦେଖି ଭାରତ ତା’ର ବୈଦେଶିକ ନୀତିରେ ପଲଟି ମାରିବାକୁ ଚେଷ୍ଟା କରୁଛି। ଏଥିରୁ ବୁଝିବାକୁ ହେବ ଯେ, ଭାରତ ବର୍ତ୍ତମାନ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଯେତିକି ଶତ୍ରୁତା କରିଦେଇଛି ସେତିକି ଶତ୍ରୁତା ରୁଷିଆ ସହିତ ଆରମ୍ଭ କଲାଣି। ଦ୍ୱିତୀୟ ଥର ନିଜର ପୂର୍ବ ମତକୁ ଜଳାଞ୍ଜଳି ଦେଇ ଜାତିସଂଘରେ ଜେଲେନସ୍କିଙ୍କୁ ଭାଷଣ ଦେବାର ଅଧିକାର ଦିଆଯାଉ ବୋଲି ମତ ପ୍ରକାଶ କରି ରୁଷିଆ ବିରୋଧରେ ଛିଡ଼ା ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଜାତିସଂଘ ସାଧାରଣ ସଭାରେ ଜେଲେନ୍‌ସ୍କିଙ୍କ ଉଦ୍‌ବୋଧନ ଦେବା ନେଇ ଅନୁମତି ଦିଆଯିବା ସଂକ୍ରାନ୍ତ ୧୬ ସେପ୍ଟେମ୍ବରରେ ହୋଇଥିବା ଭୋଟରେ ଭାରତ ସମେତ ୧୦୧ ରାଷ୍ଟ୍ର ସମର୍ଥନ ଜଣାଇଥିଲେ। ଏଥିରେ ୭ ରାଷ୍ଟ୍ର ବିପକ୍ଷରେ ମତ ଦେଇଥିବା ବେଳେ ୧୯ ଦେଶ ପ୍ରକ୍ରିୟାରୁ ବିରତ ରହିଥିଲେ।
ହଠାତ୍‌ ଭାରତ କାହିଁକି ତା’ ବୈଦେଶିକ ନୀତିର ଆଭିମୁଖ୍ୟରେ ପରିବର୍ତ୍ତନ କଲା ଏବେ ପ୍ରଶ୍ନ ଉଠିବା ସ୍ବାଭାବିକ ହୋଇପଡ଼ିଛି। କାରଣ ଭାରତ ଯେଉଁ ଆଶା ରଖି ରୁଷିଆଠାରୁ ଶସ୍ତାରେ ତେଲ ପାଇବ ବୋଲି ଭାବିଥିଲା, ତାହା କ୍ରମେ କ୍ଷୀଣ ହୋଇଗଲା। ଏଥିସହିତ ରୁଷିଆକୁ ସମର୍ଥନ ଯୋଗୁ ଭାରତକୁ ଆମେରିକା ବିଶ୍ୱାସକୁ ନେଉ ନ ଥିବା ନୂଆଦିଲ୍ଲୀ ମଧ୍ୟ ଅନୁଭବ କଲା। ଯେତେବେଳେ ଜାତିସଂଘର ୧୯୩ ରାଷ୍ଟ୍ର ମଧ୍ୟରୁ ୧୪୧ ଦେଶ ଜେଲେନ୍‌ସ୍କିଙ୍କ ପ୍ରତି ଢଳୁଥିବା ଦେଖାଗଲା, ସେତେବେଳେ ଭାରତ ବିଳିବିଳେଇ ହୋଇ ରୁଷିଆ ବିରୋଧରେ ଯିବାକୁ ବାଧ୍ୟ ହୋଇଛି ବୋଲି କୁହାଯାଇପାରେ। ନିକଟରେ ଶେଷ ହୋଇଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ)ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ଏବେ ଯୁଦ୍ଧ କରିବାର ସମୟ ନୁହେଁ। ଅର୍ଥାତ୍‌ ପରୋକ୍ଷରେ ସେ ରୁଷିଆ ଯୁଦ୍ଧ ବନ୍ଦ କରୁ ବୋଲି ଚାହିଁଥିଲେ। ଏହି ବାର୍ତ୍ତାର ଓଜନ ରହିଥାନ୍ତା ଯଦି ଭାରତର ପ୍ରଧାନମନ୍ତ୍ରୀ ଏହି ବର୍ଷ ଫେବୃୟାରୀରେ ଯୁଦ୍ଧ ଆରମ୍ଭ ବେଳକୁ, ଏଭଳି ଉଚ୍ଚକୋଟୀର ମତ ଦେଇପାରିଥାନ୍ତେ। ଏହି ଐତିହାସିକ ସ୍ଥିତିକୁ ଦେଖିଲେ ଭାରତ ସବୁବେଳେ ଯୁଦ୍ଧକୁ ବିରୋଧ କରିଆସେ। ପୃଥିବୀବ୍ୟାପୀ ଭାରତୀୟ ସେନା ଜାତିସଂଘ ତରଫରୁ ଶାନ୍ତି ରକ୍ଷାକାରୀ ସୈନିକ ଭାବେ ମୁତୟନ ହୋଇଆସୁଥିଲେ। ନିକଟ ଅତୀତ ଅର୍ଥାତ୍‌ ୨୦୧୪ ପରଠାରୁ ଭାରତକୁ ଏକ ଯୁଦ୍ଧପ୍ରିୟ ଦେଶ ଭାବେ ଚିତ୍ରଣ କରିବା ଲାଗି ଚେଷ୍ଟା କରାଯାଇଛି। ଇତିମଧ୍ୟରେ ଦେଶ ଭିତରେ ହୋଇଥିବା କେତେକ ସର୍ଭେରୁ ଜଣାପଡ଼ିଛି ଯେ, ଅଧିକାଂଶ ଲୋକ ଭାବୁଛନ୍ତି ଭାରତ ଚାହିଁଲେ ଉଭୟ ପାକିସ୍ତାନ ଓ ଚାଇନାକୁ ଯୁଦ୍ଧରେ ପରାସ୍ତ କରିପାରିବ। ଏହିଭଳି ଭ୍ରାନ୍ତ ଧାରଣା ଯୋଗୁ ଗଲଓ୍ବାନରେ ଭାରତୀୟ ସୈନ୍ୟଙ୍କ ମୃତ୍ୟୁଠାରୁ ଆରମ୍ଭ କରି ଅନେକ ହଜାର କିଲୋମିଟର ଭିତରକୁ ଚାଇନା ପ୍ରବେଶ କରିଆସିଲାଣି। ଏହି ପରିପ୍ରେକ୍ଷୀରେ ଦେଖିଲେ ପାକିସ୍ତାନ ଭଳି ରାଷ୍ଟ୍ର ନିଜର ବୈଦେଶିକ ନୀତିକୁ ସ୍ପଷ୍ଟ ରଖି ମୂଳରୁ ଯୁଦ୍ଧ ଉପରେ ମନ୍ତବ୍ୟ ଦେବାକୁ ଉଚିତ ମଣି ନ ଥିଲା। ସେପଟେ ରୁଷିଆକୁ ଚାଇନା ସମର୍ଥନ କରିବା ବିଶ୍ୱବାସୀ ଜାଣିଛନ୍ତି। ହେଲେ ଭାରତ ଯେଉଁଭଳି ଭାବେ ସ୍ପଷ୍ଟ ଅଭିମୁଖ୍ୟ ନ ରଖି ଏପଟ ସେପଟ ହେବାରେ ଲାଗିଛି, ସେଥିରୁ ବୈଦେଶିକ ନୀତି ଦୁର୍ବଳ ଥିବା ଜଣାପଡ଼ିଯାଉଛି। କୌଣସି ବୈଦେଶିକ ନିଷ୍ପତ୍ତି ନେବା ପୂର୍ବରୁ ଭାରତ ଭବିଷ୍ୟତକୁ ଦେଖିବା ଉଚିତ। ଦୁର୍ଭାଗ୍ୟର ବିଷୟ ଯେ ଆଭ୍ୟନ୍ତରୀଣ ରାଜନୀତି ଭଳି ବୈଦେଶିକ ନୀତିକୁ ହାମ୍‌ବଡ଼ା ଆଭିମୁଖ୍ୟ ରଖି କାର୍ଯ୍ୟ କଲେ ଦେଶର ଦୀର୍ଘମିଆଦୀ କ୍ଷତି ଘଟିଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri