ରାଜସ୍ବ ହରାଉଛନ୍ତି ସରକାର

ଭୁବନେଶ୍ୱର,୧୯।୯: ସାରା ଦେଶରେ ବ୍ୟବସାୟିକ କ୍ଷେତ୍ରରେ କମର୍ସିଆଲ ଗ୍ୟାସ୍‌ ପରିବର୍ତ୍ତେ ଘରୋଇ ଗ୍ୟାସ୍‌ର ବହୁଳ ବ୍ୟବହାର ଯୋଗୁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତି ବର୍ଷ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ସେହିଭଳି ଉଭୟ ସରକାରଙ୍କ ସମ୍ପୃକ୍ତ ବିଭାଗର ଅବହେଳା ନୀତି ଯୋଗୁ ଏଭଳି ଘଟଣା ଘଟୁଥିବା ଓଡିଶା ଏଲପିଜି ବିତରକ ସଂଘ ପକ୍ଷରୁ ଅଭିଯୋଗ ସହ ନିକଟରେ ଏକ ପ୍ରତିନିଧି ଦଳ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଭେଟି ଏକ ୧୦ ଦଫା ସମ୍ମିଳିତ ଦାବି ପତ୍ର ପ୍ରଦାନ କରିଥିଲେ। ସେହିପରି ସଂଘର କହିବା ଅନୁସାରେ ସରକାର ୧୯କି.ଗ୍ରା ଏଲପିଜି ସିଲିଣ୍ଡର ଉପରେ ୧୮% ଜିଏସଟି ଏବଂ ୧୪.୨କି.ଗ୍ରା ଏଲପିଜି ସିଲିଣ୍ଡର ଉପରେ ୫% ଜିଏସଟି ଆଦାୟ କରୁଛନ୍ତି। ହେଲେ କିଛି ଅସାଧୁ ବ୍ୟବସାୟୀ ନିଜର ଲାଭ ପାଇଁ ବ୍ୟବସାୟ କ୍ଷେତ୍ରରେ ଘରୋଇ ଗ୍ୟାସର ବ୍ୟାପକ ବ୍ୟବହାର କରୁଛନ୍ତି। ଫଳରେ ସରକାରଙ୍କର କର୍ମସିଆଲ ଗ୍ୟାସ ବିକ୍ରି ବାବଦୀୟ ଟିକସ (ଜିଏସଟି) ହ୍ରାସ ପାଉଛି। ଏପରିକି ଉଭୟ ସିଲିଣ୍ଡର ଉପରେ ଜିଏସଟିର ଅସମାନତା ଅଭାବରୁ ସରକାର ରାଜସ୍ବ କ୍ଷତି ସହୁଥିବା ଦର୍ଶାଇବା ସହ ସେଥିରେ ସୁଧାର ଆଣିବା ପାଇଁ ସଂଘ ପକ୍ଷରୁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଉକ୍ତ ପ୍ରତିନିଧି ଦଳରେ ସଂଘର ସଭାପତି ବିଶ୍ୱନାଥ ମୁଖାର୍ଜୀ, ଉପସଭାପତି ବାଣୀ ନିର୍ମାଲ୍ୟ ଦାସ, ସମ୍ପାଦକ ଡ.ଲୋପାମୁଦ୍ରା ବକ୍ସିପାତ୍ରଙ୍କ ସମେତ ସୂର୍ଯ୍ୟସାରଥୀ ବେହେରା,ଅଭିଜିତ ବରାଳ, ପବିତ୍ର ସାହୁ, ରଞ୍ଜନ ମହାପାତ୍ର,ନନ୍ଦ କୁମାର ମିଶ୍ର ଏବଂ ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ କାରବାର ନେଇ ଚିନ୍ତାରେ ଇଣ୍ଡିଆ ଇଙ୍କ

ନୂଆଦିଲ୍ଲୀ, ୧୫। ୪ : ବିଦେଶରେ ନିଜର ୟୁନିଟ ସ୍ଥାପନା କରିଥିବା କମ୍ପାନୀଗୁଡିକ ଏବେ ଚିନ୍ତାରେ ଅଛନ୍ତି। କରୋନା ପାଇଁ ସାରା ବିଶ୍ୱ ଏବେ ଲକ୍‌ଡାଉନ...

ଆଗାମୀ ୪୦ ବର୍ଷ ଲାଗି ଯୋଜନା କରିଛନ୍ତି ରାମଦେବ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ଅନୁଷ୍ଠାନ ପତଞ୍ଜଳି ଆଗାମୀ ୪୦ ବର୍ଷ ଲାଗି ଯୋଜାନା ପ୍ରସ୍ତୁତ କରିଛନ୍ତି। ସେହିପରି ଯୋଗଗୁରୁ ରାମଦେବ ପତଞ୍ଜଳି ଗ୍ରୁପ୍‌ର ୪କମ୍ପାନୀଙ୍କ ଆଇପିଓ...

ଭାରତରେ ୟୁସି ବ୍ରାଉଜର କାରବାର ବନ୍ଦକଲା ଆଲିବାବା

ନୂଆଦିଲ୍ଲୀ,୧୭।୭: ଚାଇନା ସେନାର ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଏହାର ପ୍ରଭାବ...

ଏଲନ ମସ୍କଙ୍କୁ ଟୁଇଟର ବୋର୍ଡରେ ନିଯୁକ୍ତି

ନୂଆଦିଲ୍ଲୀ,୫।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ସହ ଯୋଡ଼ି ହୋଇଛନ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ। ତାଙ୍କୁ ଟୁଇଟର...

ଏୟାର ଇଣ୍ଡିଆ ଲାଗି ବିଦେଶୀ ବିଡର ଆକୃଷ୍ଟ କରିବାକୁ ଯୋଜନା

ନୂଆଦିଲ୍ଲୀ,୨୯-୧୦: ଏୟାର ଇଣ୍ଡିଆର ଘରୋଇକରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏଥିଲାଗି ବିଦେଶୀ ବିଡର ଆକୃଷ୍ଟ କରିବାକୁ ସରକାର ଯୋଜନା କରୁଛନ୍ତି। ଶିଳ୍ପ ଓ...

ଏନ୍‌ପିଏ ଆକାଉଣ୍ଟ ବିକ୍ରି କରିବ ଏସ୍‌ବିଆଇ

ନୂଆଦିଲ୍ଲୀ,୨୧।୩:  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସ୍‌ବିଆଇ) ପକ୍ଷରୁ ୮୨୦କୋଟି ଟଙ୍କାର ଋଣ ବକେୟାର ଭରଣା ପାଇଁ ୧୨ଟି ଅଣ-ପ୍ରଦର୍ଶନକାରୀ ସମ୍ପତ୍ତି (ଏନ୍‌ପିଏ) ଆକାଉଣ୍ଟ ବିକ୍ରି କରାଯିବ।...

ଷ୍ଟାର୍ଟଅପ୍‌ଗୁଡିକୁ ମିଳିବ ପ୍ରୋତ୍ସାହନ

ନୂଆଦିଲ୍ଲୀ,୬-୭: ଦେଶ ମଧ୍ୟରେ ଷ୍ଟାର୍ଟଅପଗୁଡିକୁ ସରକାର ପ୍ରୋତ୍ସାହିତ କରିବେ ବୋଲି ବଜେଟରେ ଘୋଷଣା କରିଛନ୍ତି। ଏଥି ଲାଗି ବିଭିନ୍ନ ପ୍ରୋତ୍ସାହନ ଯୋଜନା ଗ୍ରହଣ କରାଯିବାର କାର୍ଯ୍ୟକ୍ରମ...

ଏହି ୨ ଶସ୍ତା ପ୍ଲାନ ବନ୍ଦ କଲା ଜିଓ; ମିଳୁଥିଲା ଏଭଳି ସୁବିଧା

ନୂଆଦିଲ୍ଲୀ,୯।୯: ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନ ବନ୍ଦ କରିଛି। କମ୍ପାନୀର ଏହି ରିଚାର୍ଜ ପ୍ଲାନ ୩୯ ଏବଂ ୬୯ ଟଙ୍କାର ବୋଲି ଜଣାପଡ଼ିଛି।...

Advertisement
Archives

Model This Week