ମହାଭାରତ ନୁହେଁ, ଧୈର୍ଯ୍ୟର ସଂଗ୍ରାମ

ଆକାର ପଟେଲ

କୋଭିଡ୍‌ ବିରୋଧରେ ମହାଭାରତ ହାର୍‌ ମାନିଛି। ଚଳିତ ସପ୍ତାହରେ ଭାରତରେ ପ୍ରାୟ ୩ ଲକ୍ଷ କେସ୍‌ ( ସଂକ୍ରମିତ ) ପଞ୍ଜୀକୃତ ହୋଇଛି। ଏହା ଆମେରିକା ସମେତ ଅନ୍ୟ ଯେ କୌଣସି ଦେଶଠାରୁ ଅଧିକ। ଭାରତରେ ପ୍ରତିଦିନ ୬୦,୦୦୦ରୁ ଅଧିକ କେସ୍‌ ସାମ୍ନାକୁ ଆସୁଛି। ଆଗକୁ ଦିନକରେ ଏହା ୧ ଲକ୍ଷ କିମ୍ବା ତା’ଠାରୁ ଅଧିକରେ ପହଞ୍ଚିିବା ଆଶଙ୍କା କରାଯାଉଛି ଓ ଏହାକୁ କେହି ବି ଅଟକାଇପାରିବେନି। ଭାରତରେ କେବଳ ଯେଉଁ ସହରଗୁଡ଼ିକରେ ବ୍ୟାପକ ସଂକ୍ରମଣ ହୋଇଛି ଏବେ ସେଠାରେ ସଂକ୍ରମଣ କମିବା ଲକ୍ଷ୍ୟ କରାଯାଇଛି । କିନ୍ତୁ ମୋଟ ଉପରେ କୋଭିଡ୍‌ର ବ୍ୟାପକତାକୁ କିଛି ବି ଅଟକାଇପାରୁନାହିଁ।
ଭାରତ ହିଁ ଏକମାତ୍ର ଦେଶ ଯେଉଁଠାରେ ଲଗାତର ଦ୍ରୁତଗତିରେ ସଂକ୍ରମଣ ବଢିଚାଲିଛି। ବିଶ୍ୱର ଅନ୍ୟ କୌଣସି ଦେଶରେ ଏମିତି ଘଟିନାହିଁ। ୟୁରୋପରେ ମାର୍ଚ୍ଚରେ ସଂକ୍ରମଣ ଶୀର୍ଷରେ ଥିଲା ଏବଂ ତା’ପରଠାରୁ ଇଟାଲୀ, ସ୍ପେନ ଓ ଇଂଲଣ୍ଡ ସମେତ ଅନ୍ୟ ଦେଶଗୁଡିକରେ ଏହା କମିଯାଇଛି। ଆମେରିକାର ନ୍ୟୁୟର୍କ ସହରରେ ସଂକ୍ରମଣ ଅତ୍ୟଧିକ ହେବାରୁ ଏପ୍ରିଲ୍‌ରେ ସେଠାରେ ଏହା ଶୀର୍ଷରେ ପହଞ୍ଚତ୍ ତା’ ପରେ କମିଥିଲା। କିନ୍ତୁ ଏବେ ସେହି ଦେଶର ଅନ୍ୟ ଭାଗରେ ଏହା ପୁଣି ବୃଦ୍ଧି ପାଉଛି। ବାଂଲାଦେଶରେ ଜୁନ୍‌ରେ ସଂକ୍ରମଣ ଶୀର୍ଷକୁ ଯାଇଥିଲା ଓ ତା’ପରେ ସେବେଠାରୁ ଏହା କମିବାରେ ଲାଗିଛି। ପାକିସ୍ତାନର ସଂକ୍ରମିତଙ୍କ ସଂଖ୍ୟା ଭାରତର ଅଧା ଥିଲା, କିନ୍ତୁ ଜୁନ୍‌ରେ ଏହା ଅଧିକ ହେବା ପରେ ଏବେ ଦିନକୁ ହାରାହାରି ୧୦୦୦ କେସ୍‌ ହ୍ରାସପାଉଛି। ଶ୍ରୀଲଙ୍କାରେ ମାର୍ଚ୍ଚରେ ପ୍ରଥମ ସଂକ୍ରମିତ ଚିହ୍ନଟ କରାଯାଇଥିଲା। କିନ୍ତୁ ତା’ପରେ ଏହି ଦେଶ ମହାମାରୀକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଆସିଛି ଏବଂ ବର୍ତ୍ତମାନ ମାତ୍ର ୩୦୦ ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ୧୧ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଆରମ୍ଭରୁ ଏଯାବତ୍‌ କେବଳ ଭାରତରେ ହିଁ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇଆସୁଛି।
ଏହି ସମସ୍ୟାର ସମାଧାନ କରିବା ପାଇଁ କେନ୍ଦ୍ର ମାର୍ଚ୍ଚ ୨୪ରେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଥିବା ଅବସ୍ଥାରେ ଯେତେବେଳେ ଦାୟିତ୍ୱ ନେଲା ସେତେବେଳେ ଏଭଳି ଫଳାଫଳ ଆସିବ ବୋଲି ଆଶା କରାଯାଉ ନ ଥିଲା। ବିଭିନ୍ନ ପର୍ଯ୍ୟାୟ ଲକ୍‌ଡାଉନରେ ସବୁ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ କରିବାଠାରୁ ଆରମ୍ଭ କରି କ୍ରମାନ୍ବୟ ଅନ୍‌ଲକ ପରେ ବି ବର୍ତ୍ତମାନ ଦିନକୁ ୩୦ ଗୁଣରୁ ଅଧିକ କେସ୍‌ ସାମ୍ନାକୁ ଆସୁଛି। ଆରମ୍ଭରୁ କାର୍ଯ୍ୟକଳାପ ବନ୍ଦ କରିବାକୁ ଆଗ୍ରହୀ ଥିବା ପୋଲିସ ପରେ ଦେଶ ସାରା ଏହି ମହାମାରୀ ବିରୋଧରେ ଲଢେଇ କରିବାରେ ଆଗ୍ରହ ହରାଇବସିଛି। ଆମେ କୋଭିଡ୍‌ ମହାଭାରତ ହାରି ଯାଇଛୁ କି ନାହିଁ ତାହା ପ୍ରଶ୍ନ ନୁହେଁ କାରଣ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ହିଁ ସ୍ପଷ୍ଟ। ପ୍ରଶ୍ନ ହେଉଛି ଆମେ କାହିଁକି ହାରିଛୁ। ଏହାର ଉତ୍ତର ହେଉଛି, ମହାମାରୀ ବିରୋଧରେ ଲଢ଼େଇ କରିବାକୁ କେବେ ମଧ୍ୟ ଆମ ପାଖରେ କୌଣସି ଯୋଜନା ନ ଥିଲା। ପ୍ରଥମ ଲକ୍‌ଡାଉନ କରି ଆମେ ବଡ଼ ଭୁଲ୍‌ କଲୁ। ଏହି ରୋଗ ବ୍ୟାପକ ଭାବେ ସଂକ୍ରମିତ ହେଲେ ବି ଏହାର ମୃତ୍ୟୁ ହାର କମ୍‌ ବୋଲି ମୋଦି ଦେଶବାସୀଙ୍କୁ କହିବା ଉଚିତ ଥିଲା। ଲୋକମାନେ ସେମାନଙ୍କ ମୁହଁକୁ ନ ଛୁଇଁବା, ନିୟମିତ ହାତ ଧୋଇବା ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଲାଗି ମାସ୍କ ପିନ୍ଧିବା ଉପରେ ଅଧିକ ସତର୍କ ହେବା ସହ ସେମାନଙ୍କ ବ୍ୟବସାୟ ଓ କର୍ମସ୍ଥଳୀକୁ ଯାଇପାରିବେ ବୋଲି କହିବା ଆବଶ୍ୟକ ଥିଲା। କିନ୍ତୁ ଏହା ବଦଳରେ ସେ ସାରା ଦେଶରେ ଏକ ଭୟର ବାତାବରଣ ସୃଷ୍ଟି କଲେ। ସେ ମହାଭାରତ ଆଖ୍ୟା ଦେଇ ନିର୍ଦ୍ଦିଷ୍ଟ ଭାବେ ଏହାକୁ ଆମେ ୨୧ ଦିନରେ ଜିତିବା ବୋଲି କହିଲେ ଓ କୋଭିଡ ବିରୋଧ ଯୁଦ୍ଧକୁ ଗମ୍ଭୀରତାର ସହ ନେଲେ ନାହିଁ। ସେ ଆମ୍ଭମାନଙ୍କୁ କହିଥିଲେ ଯେ,ମହାଭାରତ ଲକ୍‌ଡାଉନ ପରେ ଶେଷ ହୋଇଯିବ। ଏହା ସମ୍ପୂର୍ଣ୍ଣ ଭୁଲ ଥିଲା। ଏହା ଶୀଘ୍ର ଶେଷ ହେଉଥିବା ଏକ ଯୁଦ୍ଧ ନୁହେଁ ଯାହାକୁ ତିନି ସପ୍ତାହରେ ଜିତି ହେବ କିମ୍ବା ପରାସ୍ତ କରିହେବ। ବ୍ୟାପକ ପଦକ୍ଷେପ ପରିବର୍ତ୍ତେ ଏଥିପାଇଁ ଏକ ଦୀର୍ଘମିଆଦୀ ସଚେତନତା ବା ଦୂରଦୃଷ୍ଟି ଲୋଡା ଥିଲା।
ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ତିନି ସପ୍ତାହର କଡ଼ା ଲକ୍‌ଡାଉନ୍‌କୁ ବିଶ୍ୱର ସବୁଠୁ କଠୋର ବୋଲି ପ୍ରକାଶ କଲା। ଭାରତ ସମେତ ମରିସସ୍‌, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାରେ ଏହାକୁ ଶତ ପ୍ରତିଶତ କଠୋର ବୋଲି ଅଭିହିତ କରାଗଲା। ଅର୍ଥାତ୍‌ ଏଠାରେ ଲୋକଙ୍କର କୌଣସି ସ୍ବାଧୀନତା ନ ଥିଲା। କେବଳ ତାହା ନୁହେଁ, ଭାରତରେ ଲକ୍‌ଡାଉନ ବ୍ୟାପକ ଭାବେ ଅର୍ଥବ୍ୟବସ୍ଥାକୁ ନିରାଶ କରିଥିବା ଆମେ ସ୍ପଷ୍ଟରୂପେ ଅନୁଭବ କରିପାରୁଛୁ। ଏମିତି ଆମେ ଯନ୍ତ୍ରଣା ପାଉଛୁ ଯାହା ଜୀବନରେ ପୂର୍ବରୁ କେବେ ବି ପାଇ ନ ଥିଲୁ। ଯେଉଁମାନେ ଏଯାଏ ତାହା ପାଇନାହାନ୍ତି ଖୁବ୍‌ ଶୀଘ୍ର ପାଇବେ।
ଲକ୍‌ଡାଉନର କୁପରିଚାଳନା ଯୋଗୁ ଭାରତ ଲଗାତର ପ୍ରକୃତ ମୂଲ୍ୟ ଦେଇ ଆସିଛିି ଓ ୪ ମାସ ପରେ ସମ୍ପୂର୍ଣ୍ଣ ଦେଉଛି। ହିନ୍ଦୁ ଫ୍ରଣ୍ଟ୍‌ଲାଇନର ‘ସୁରଟ: ସାଇଲେନ୍ସ ଅଫ୍‌ ଦି ଲୁମସ୍‌’ ଶୀର୍ଷକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ସୁରଟ୍‌ରେ ରହୁଥିବା ୩୫ ଲକ୍ଷ ପ୍ରବାସୀ ଶ୍ରମିକ ଚାକିରି ହରାଇ ସଙ୍କଟର ସମ୍ମୁଖୀନ ହେବା ପରେ ଘରକୁ ଫେରିଯାଇଥିଲେ। ସେଠାରେ ମେଶିନ ଚଲାଇବା ପାଇଁ କେହି ଜଣେ ବି ନ ଥିଲେ। ଏପରିକି ଜଣେ ପଜିଟିଭ କେସ୍‌ ବାହାରିବା ପରେ ଯେଉଁ ମାର୍କେଟ ଖୋଲା ଥିଲା ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଗଲା। ଆଗକୁ ଯିବାର କୌଣସି ଯୋଜନା ନ ଥିଲା ଏବଂ ଏସବୁ ଭୁଲ୍‌ ଯୋଗୁ ହିଁ ଘଟୁଥିଲା। କୋଭିଡ୍‌ ସଂକ୍ରମଣର ଶିକାର ହୋଇଥିବା ଅନ୍ୟ କୌଣସି ଦେଶରେ ଏଭଳି ଅପାରଗତା ଦେଖାଯାଇନି। କୋଭିଡ୍‌ ମହାଭାରତ ଭଳି ୧୮ ଦିନର ହିଂସକ ଯୁଦ୍ଧ ନ ଥିଲା ବରଂ ଏକ ଲମ୍ବା ଅବଧିର ସାବଧାନତା ତଥା ଧୈର୍ଯ୍ୟର ସଂଗ୍ରାମ ଥିଲା। ଅନ୍ୟ ଦେଶ ଏହାକୁ ଭଲ ଭାବେ ଜାଣିଲା ଏବଂ ତା’ ନେତାମାନେ ସେହି ବାଟରେ ଗଲେ। କିନ୍ତୁ ମୋଦିଙ୍କ ଷ୍ଟାଇଲ୍‌ ଆମକୁ ୨୦ ଲକ୍ଷ କେସ୍‌ ଓ ୪୦,୦୦୦ ମୃତ୍ୟୁରେ ଛାଡିଦେଇଛି ଏବଂ କିଏ ଜାଣେ ଆଗକୁ ଏହି ସଂଖ୍ୟା କେତେ ହେବ। ଏଯାଏ କୌଣସିଠାରେ ଶୀର୍ଷ ସଂକ୍ରମଣ ନଜରକୁ ଆସିନି। ବରଂ ଗତ ବର୍ଷ ଦୋଦୁଲ୍ୟମାନ ସ୍ଥିତିରେ ଥିବା ଅର୍ଥବ୍ୟବସ୍ଥାକୁ ଏହା ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛି।

Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri