ୟୁପିଏସ୍‌ସି ମୁଖ୍ୟ

ଭାରତର ସର୍ବୋଚ୍ଚ ବେସାମରିକ ଚାକିରି ପାଇଁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ହେଉଛି କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି)। ଦେଶର ଅମଲାତନ୍ତ୍ରୀ ଓ କୂଟନୀତିଜ୍ଞଙ୍କୁ ବାଛିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରୁଥିବାରୁ ଏହାର ମୁଖ୍ୟ ବା ଅଧ୍ୟକ୍ଷଙ୍କ ବ୍ୟକ୍ତିତ୍ୱ ଅନେକଙ୍କୁ ପ୍ରଭାବିତ କରିଥାଏ। ୭ ଅଗଷ୍ଟରେ ୟୁପିଏସ୍‌ସିର ଅଧ୍ୟକ୍ଷ ଭାବେ ଶିକ୍ଷାବିତ୍‌ ପ୍ରଫେସର ପ୍ରଦୀପ କୁମାର ଜୋଷୀ ନିଯୁକ୍ତ ହୋଇଛନ୍ତି। ଅରବିନ୍ଦ ସାକ୍‌ସେନାଙ୍କ ସ୍ଥାନରେ ସେ ଅବସ୍ଥାପିତ ହେବା ପରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ପ୍ରଦୀପ ଉତ୍ତରପ୍ରଦେଶର କାନପୁର ବିଶ୍ୱବିଦ୍ୟାଳୟରୁ ୧୯୭୭ରେ ବାଣିଜ୍ୟରେ ସ୍ନାତକୋତ୍ତର ଏବଂ ୧୯୮୧ରେ ସେଠାରୁ ପିଏଚ୍‌ଡି ଡିଗ୍ରୀ ଅର୍ଜନ କରିଥିଲେ। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୨୮ ବର୍ଷରୁ ଅଧିକ ଅଭିଜ୍ଞତା ରହିଆସିଛି। ମଧ୍ୟପ୍ରଦେଶର ଜବଲପୁରସ୍ଥିତ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍‌ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌ରେ ସେ ମେ’ ୨୦୦୦ରୁ ୧୨ ଜୁନ୍‌ ୨୦୦୬ ଯାଏ ପ୍ରଫେସର, ବିଭାଗୀୟ ମୁଖ୍ୟ ତଥା ଡିନ୍‌ ଭାବେ କାର୍ଯ୍ୟ ତୁଲାଇଥିଲେ। ତା’ ପୂର୍ବରୁ ସେ ଉତ୍ତରପ୍ରଦେଶର ବରେଲିସ୍ଥିତ ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟର ଡିପାର୍ଟମେଣ୍ଟ ଅଫ୍‌ ବିଜ୍‌ନେସ୍‌ ଆଡମିନିଷ୍ଟ୍ରେଶନର ବିଭାଗୀୟ ମୁଖ୍ୟ ଥିଲେ। ଏପରି କି ବରେଲୀ କଲେଜର ରିଡର ଭାବେ କାର୍ଯ୍ୟ କରି ଅଧ୍ୟାପନା କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଶିକ୍ଷାବିତ୍‌ ଭାବେ ଭାରତ ସରକାରଙ୍କ ଅଧୀନ ବହୁ ଜାତୀୟ ଓ ରାଜ୍ୟ ସ୍ତରୀୟ କମିଟିରେ ତାଙ୍କୁ ନିଆଯାଇଥିଲା। ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଭାରତର ୫୦ତମ ସାଧାରଣତନ୍ତ୍ର ଦିବସର ବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ଗଠିତ ରାଜ୍ୟ ସ୍ତରୀୟ କମିଟିରେ ପ୍ରଦୀପ ସଦସ୍ୟ ରହିଥିଲେ। ସେହିପରି ଶିକ୍ଷା କ୍ଷେତ୍ରରେ ସଂସ୍କାର ଅଣାଯିବା ଲାଗି ସୃଷ୍ଟ କମିଶନ ପାଇଁ ମାନବ ସମ୍ବଳ ବିକାଶ (ଏଚ୍‌ଆର୍‌ଡି) ମନ୍ତ୍ରଣାଳୟ ଅଧୀନରେ ଗଢ଼ାଯାଇଥିବା ଷ୍ଟିୟରିଂ କମିଟିର ସଦସ୍ୟ ରହିଥିଲେ ପ୍ରଦୀପ। ଅନୁରୂପ ଭାବେ ଏଚ୍‌ଆର୍‌ଡି ମନ୍ତ୍ରଣାଳୟ ଅଧୀନ ଦୂର ନିରନ୍ତର ଶିକ୍ଷା ସଂକ୍ରାନ୍ତ ଷ୍ଟିୟରିଂ କମିଟିର ମଧ୍ୟ ସେ ସଦସ୍ୟ ଥିଲେ। ଏଥିସହିତ ସର୍ବଶିକ୍ଷା ଅଭିଯାନ ଏବଂ ଏଚ୍‌ଆରଡି ମନ୍ତ୍ରଣାଳୟର ଶିକ୍ଷକ ଶିକ୍ଷା ମଞ୍ଜୁରୀ ବୋର୍ଡ ଭଳି ଶିକ୍ଷା ସମ୍ବନ୍ଧୀୟ ସର୍ବୋଚ୍ଚ ଉପଦେଷ୍ଟା ପରିଷଦରେ ପ୍ରଦୀପ ସ୍ଥାନ ପାଇପାରିଥିଲେ। କେବଳ ଶିକ୍ଷା ପ୍ରଶାସନ ନୁହେଁ, ଫାଇନାନ୍ସସିଆଲ୍‌ ମ୍ୟାନେଜମେଣ୍ଟ, ଫାଇନାନ୍ସିଆଲ୍‌ କଣ୍ଟ୍ରୋଲ, ମ୍ୟାନେଜମେଣ୍ଟ ଆକାଉଣ୍ଟିଂ, ଟ୍ୟାକ୍‌ସେଶନ, ଗ୍ରାମୀଣ ବିକାଶ ପରିଚାଳନା, ପଞ୍ଚାୟତିରାଜ ସଂସ୍ଥା ପରିଚାଳନା ଏବଂ ଖଦି ଗ୍ରାମୋଦ୍ୟୋଗ ଉପରେ ପ୍ରଦୀପଙ୍କ ପ୍ରଗାଢ଼ ଅଭିଜ୍ଞତା ରହିଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ତାଙ୍କ ଗବେଷଣାତ୍ମକ ନିବନ୍ଧ ବେଶ୍‌ ପ୍ରଶଂସନୀୟ ହୋଇପାରିଛି। ଜଣେ ସକ୍ରିୟ ଶିକ୍ଷାବିତ୍‌ ଭାବେ ସେ ବେଲଜିୟମ୍‌, ହଲାଣ୍ଡ୍‌, ଇଂଲଣ୍ଡ, ନେପାଳ ଏବଂ ଜାପାନ ଭଳି ରାଷ୍ଟ୍ରରେ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ମତ ରଖି ଅନ୍ତର୍ଜାତୀୟ ସ୍ତରର ଶିକ୍ଷାବିତ୍‌ଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ତାଙ୍କ ଅଧୀନରେ ୧୯ ଜଣ ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ଅର୍ଜନ କରିପାରିଛନ୍ତି ଏବଂ ୨୪ଟି ସନ୍ଦର୍ଭ ତାଙ୍କ ତତ୍ତ୍ୱାବଧାନରେ ଦାଖଲ କରାଯାଇ ପ୍ରଶଂସା ସାଉଁଟିଛି। ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ (ଏନ୍‌ଆଇଇପିଏ)ର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କଲା ବେଳେ ତାଙ୍କ ଦ୍ୱାରା ପ୍ରୟୋଗ କରାଯାଇଥିବା ଶିକ୍ଷା ପ୍ରଣାଳୀ ଶିକ୍ଷା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଆକର୍ଷିତ କରିଥିଲା।
୧୨ ମେ’ ୨୦୧୫ରେ ୟୁପିଏସ୍‌ସି ସଦସ୍ୟ ଭାବେ ପ୍ରଦୀପ ଯୋଗଦେଇଥିଲେ। ଏହା ପୂର୍ବରୁ ସେ ଛତିଶଗଡ଼ ଲୋକ ସେବା ଅୟୋଗ ଏବଂ ମଧ୍ୟପ୍ରଦେଶ ଲୋକ ସେବା ଆୟୋଗର ଅଧ୍ୟକ୍ଷ ରହିଥିଲେ। ଦିନକୁ ଦିନ ପ୍ରଶାସନିକ କ୍ଷେତ୍ରରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପ୍ରଶାସନିକ ସଂସ୍କାର ମାଧ୍ୟମରେ ଶାସନ ବ୍ୟବସ୍ଥାକୁ ପରିଚାଳନା କରାଯିବା ହୋଇଯାଇଛି ନୂଆ ଚିନ୍ତାଧାରା। ଏଭଳି ସ୍ଥଳେ ଦେଶରେ ଦକ୍ଷ ଓ କାର୍ଯ୍ୟ ପ୍ରତି ଅଙ୍ଗୀକାରବଦ୍ଧ ଥିବା ଅମଲାତନ୍ତ୍ରୀ ଓ କୂଟନୀତିଜ୍ଞଙ୍କୁ ବାଛିବା ଦାୟିତ୍ୱ ୟୁପିଏସ୍‌ସି ଉପରେ ନ୍ୟସ୍ତ କରାଯାଇଛି। ଆୟୋଗର ମୁଖିଆ ଭାବେ ପ୍ରଦୀପ ନିରପେକ୍ଷତା ଅବଲମ୍ବନ କରିବା ସହ ତାଙ୍କ ଟିମ୍‌କୁ ଉତ୍ତମ ଭାବେ ପରିଚାଳନା କରି ନୂଆ ପ୍ରଶାସକଙ୍କୁ ଚୟନ କରିବା ଏକ ଗୁରୁଦାୟିତ୍ୱ।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri