Odisha Elections 2024
Posted inଜାତୀୟ

ରାହୁଲ-ନୀତୀଶ ନୁହେଁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ହେବେ ଖାର୍ଗେ: ସୋନିଆ ଦେଲେ ସଙ୍କେତ…

ନୂଆଦିଲ୍ଲୀ,୩୦।୧୧ : ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ଡିସେମ୍ବର ୩ରେ ହେବାକୁ ଯାଉଛି। ଏହା ପରେ ସମସ୍ତ ଦଳ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଭାରତୀୟ ଜନତା ପାର୍ଟିର ଏନଡିଏ ମିଳିତ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୦୨୪ ଲୋକସଭା ନିିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ଏଥି ସହିତ ବିରୋଧୀ ଭାରତୀୟ ମିଳିତ ମଞ୍ଚ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ନେଇ ନାହିଁ। ବିରୋଧୀ ଇଣ୍ଡିଆ ମେଣ୍ଟରୁ ରାହୁଲ ଗାନ୍ଧୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଆଗକୁ ଆସୁଥିଲା। କିନ୍ତୁ ସୋନିଆ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିବାକୁ ସଙ୍କେତ ଦେଇଛନ୍ତି।

ସୋନିଆ ଗାନ୍ଧୀଙ୍କ ସମେତ ବିଶିଷ୍ଟ ବିରୋଧୀଦଳ ନେତାମାନେ ୨୦୨୪ ଲୋକସଭା ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। ନୂଆଦିଲ୍ଲୀରେ ‘ମଲ୍ଲିକାର୍ଜୁନ ଖାର୍ଗେ: ପଲଟିକାଲ ଏନଗେଜମେଣ୍ଟ ଓ୍ବିଥ୍‌ କମ୍ପାଶନ,ଜଷ୍ଟିସ ଆଣ୍ଡ ଇନକ୍ଲୁଶିଭ ଡେଭଲପମେଣ୍ଟ’ ଉପରେ ଲେଖାଯାଇଥିବା ପୁସ୍ତକ ଉନ୍ମୋଚନ ସମୟରେ ଏହି କଥା ସାମ୍ନାକୁ ଆସିଛି। ବିରୋଧୀଦଳର ନେତାମାନେ ମଧ୍ୟ ଇଣ୍ଡିଆ ମେଣ୍ଟର ଏକତାକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ନେତା ମତ ଦେଇଛନ୍ତି ଖାର୍ଗେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେବା ଉଚିତ। ସୋନିଆ ଗାନ୍ଧୀ କହିଛନ୍ତି ଭାରତର ଆତ୍ମା ପାଇଁ ଏହି ଐତିହାସିକ ଯୁଦ୍ଧରେ କଂଗ୍ରେସ ଦଳର ନେତୃତ୍ୱ ନେବାକୁ ଖାର୍ଗେ ସର୍ବୋତ୍ତମ ତଥା ଉପଯୁକ୍ତ।

ସୋନିଆ ଗାନ୍ଧୀ ତାଙ୍କ ଅଭିଭାଷଣରେ ଖାର୍ଗେଙ୍କ ପ୍ରତିବଦ୍ଧତା ଏବଂ ଆଦର୍ଶକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ତାଙ୍କର ଚମତ୍କାର ଜୀବନ ଏବଂ କାର୍ଯ୍ୟ ମାଧ୍ୟମରେ ଆଧୁନିକ ଭାରତର ପ୍ରତିଷ୍ଠାତା ତଥା ସ୍ଥପତିମାନେ ଯେଉଁ ମୂଲ୍ୟବୋଧର ପରିଚୟ ଦେଇଛନ୍ତି। ବିସ୍ମରଣୀୟ ଭାରତୀୟ ଆତ୍ମାକୁ ପରିପ୍ରକାଶ କରି ସେ ତାଙ୍କର ଦୀର୍ଘ ଯାତ୍ରାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୮୧ ବର୍ଷିୟ ଖାର୍ଗେ ଗତ ବର୍ଷ ୨୬ଅକ୍ଟୋବରରେ କଂଗ୍ରେସର ଜାତୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ଅଧ୍ୟକ୍ଷତା ସମୟରେ କଂଗ୍ରେସ ଦଳ କର୍ନାଟକ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି। ଏହା ବ୍ୟତୀତ ସେ ଇଣ୍ଡିଆ ଆଲାଇନ୍ସର ବ୍ୟାନରରେ ଅତି କମରେ ୨୭ ଟି ଦଳକୁ ଏକାଠି କରିବାରେ ସଫଳ ହୋଇଛନ୍ତି। ଏହି ସମସ୍ତ ଦଳ ୨୦୨୪ରେ ଏକାଠି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଖାର୍ଗେ ତାଙ୍କ ଅଭିଭାଷଣରେ କହିଛନ୍ତି, ଗଣତନ୍ତ୍ର ଏବଂ ସମ୍ବିଧାନ ଯୋଗୁ ମୁଁ ଜଣେ ସାଧାରଣ କର୍ମୀରୁ ଏହି ପଦବୀକୁ ଆସିଛି। ଆଜି ଉଭୟ ସମ୍ବିଧାନ ଏବଂ ସଂସଦୀୟ ଗଣତନ୍ତ୍ର ବିପଦରେ। କ୍ଷମତାରେ ଥିବା ଲୋକମାନେ ସମ୍ବିଧାନରେ ବିଶ୍ୱାସ କରନ୍ତି ନାହିଁ। ପରିବର୍ତ୍ତନ ଏବଂ ନିଜ ସମ୍ବିଧାନ ଆଣିବା ପାଇଁ ଆମେ ଉପଯୁକ୍ତ ସମୟକୁ ଅପେକ୍ଷା କରିଛୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବାତୀ ମାଲିଓ୍ବାଲ ଭାଜପାର ମୋହରା’

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିୱାଲଙ୍କ ମାମଲା ଦିନକୁ ଦିନ ବିବାଦ ଘେରକୁ ଟାଣି ହେବାରେ ଲାଗିଛି। ଯେଉଁଥିରେ ଏଏପି...

ଏଥିପାଇଁ ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, କହିଲେ ବଡ଼ କାରଣ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି। ଗଣମାଧ୍ୟମକୁ କାହିଁକି ସେ ଖୁବ...

ସ୍ବାତୀ ମାଲିଓ୍ବାଲ କିଏ? ସ୍ବାମୀଙ୍କଠାରୁ ଅଲଗା; କିଭଳି କରିଥିଲେ ରାଜନୀତିରେ ଏଣ୍ଟ୍ରି..ଯାହା ପାଇଁ ଏବେ ଅଡୁଆରେ ଏଏପି…

ନୂଆଦିଲ୍ଲୀ,୧୭।୫: ଆମ ଆଦମୀ ପାର୍ଟି(ଏଏପି) ପକ୍ଷରୁ ରାଜ୍ୟ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ସ୍ବାତୀ ମାଲିଓ୍ବାଲଙ୍କ ସହ ଜଡ଼ିତ ଅସଦାଚରଣ ମାମଲା ଚର୍ଚ୍ଚାରେ ରହିଛି।...

ଦିଲ୍ଲୀ ଅବକାରି ନୀତି ମାମଲାରେ ଏଏପି ଅଭିଯୁକ୍ତ, କେଜରିଓ୍ବାଲ, ଏଏପି ବିରୋଧରେ ଇଡି ଦାଖଲ କଲା ଚାର୍ଜସିଟ

ନୂଆଦିଲ୍ଲୀ,୧୭।୫: ମଦ ଦୁର୍ନୀତି ମାମଲାରେ ଇଡି ଉଭୟ ଆମ ଆଦମୀ ପାର୍ଟି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛନ୍ତି। ଇଡି...

ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଲେ ଝାଡ଼ଖଣ୍ଡ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା…

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜରିମାନା। ଏକ ମାମଲାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରି ଜବାବ ଦାଖଲରେ ବିଳମ୍ବକୁ ନେଇ ରାହୁଲଙ୍କ ଉପରେ...

ମୁଁ ମୋ ପୁଅକୁ ଆପଣଙ୍କ ହାତରେ ଟେକି ଦେଉଛି, ରାହୁଲ ନିରାଶ କରିବେନି, ରାଏବରେଲି ମଞ୍ଚରେ ଏମିତି କହିଲେ ସୋନିଆ

ରାଏବରେଲି,୧୭।୫: ଶୁକ୍ରବାର ଗାନ୍ଧୀ-ନେହେରୁ ପରିବାରର ଦୁର୍ଗ ବୋଲି ବିବେଚନା କରାଯାଉଥିବା ରାଏ ବରେଲିରେ ବିରୋଧୀ ଦଳ I.N.D.I.A ର ଏକ ସମାବେଶ ଅନୁଷ୍ଠିତ ହୋଇଛି। ଏହି...

ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ-...

ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ରାଜନୈତିକ ବିଶ୍ଳେଷକଙ୍କ ଭବିଷ୍ୟବାଣୀ ଭାଜପାକୁ ଚମକାଇ, ବିରୋଧୀଙ୍କୁ ଖୁସି କରିପାରେ

ନୂଆଦିଲ୍ଲୀ,୧୭।୫: ଲୋକ ସଭାରେ ଚାରୋଟି ପର୍ଯ୍ୟାୟ ମତଦାନ ହୋଇଛି। ଅଦ୍ୟାବଧି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ଦାବି କରି ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରୁଛନ୍ତି। ୪୦୦ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri