Posted inଜାତୀୟ

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି । ନିକଟରେ ଆକାଶଙ୍କୁ ଦଳରୁ ବାହାର କରିଥିବା ମାୟାବତୀ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରାଯାଉଛି । ଏହି କାରଣରୁ ସେ ନିଜେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ।

ମାୟାବତୀ କହିଛନ୍ତି ଯେ, ଦଳର ହିତ ପାଇଁ ସେ ନିକଟରେ କିଛି କଠୋର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦଳକୁ କୌଣସି କ୍ଷତି ହେଉନାହିଁ, ବରଂ ଲାଭ ହେଉଛି। ତାଙ୍କ ଅସୁସ୍ଥତାକୁ ନେଇ ଗୁଜବ ପ୍ରଚାର ହେଉଥିବାରୁ ଏହାର ସ୍ପଷ୍ଟୀକରଣ ଦେବାକୁ ସେ ନିଜେ ମିଡିଆ ସାମ୍ନାକୁ ଆସିଥିବା କହିଛନ୍ତି। ତାଙ୍କ ଅସୁସ୍ଥତାକୁ ନେଇ ଗୁଜବ ପଛରେ ଆକାଶ ଆନନ୍ଦ ଓ ତାଙ୍କ ସହଯୋଗୀମାନେ ଥାଇପାରନ୍ତି । ସେ କହିଛନ୍ତି ଯେ, ତାଙ୍କ ବାସଭବନରେ ରାତି ପ୍ରାୟ ୧୦ଟା ସମୟରେ ଦଳୀୟ ପ୍ରଭାରୀ ଆଲୋକ କୁମାରଙ୍କ ପାଖକୁ ଆକାଶଙ୍କ ଫୋନ୍‌ ଆସିଥିଲା।

ଆକାଶ ଫୋନ୍‌ରେ ମାୟାବତୀ ଅସୁସ୍ଥ ଅଛନ୍ତି କି ନାହିଁ ଏବଂ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ବୋଲି ପଚାରିଥିବା ମାୟାବତୀ କହିଛନ୍ତି । ଏହାର ଉତ୍ତରରେ ଆଲୋକ କୁମାର ମାୟାବତୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ନିଜ କାମ କରୁଥିବା କହିଥିଲେ। ଏହାପରେ ଆକାଶ ଏହି କଥା ମାୟାବତୀଙ୍କୁ ନ କହିବାକୁ କହି ଫୋନ୍‌ କାଟି ଦେଇଥିବା ସେ ଦାବି କରିଛନ୍ତି। ମାୟାବତୀ ଆହୁରି କହିଛନ୍ତି ଯେ, ଆକାଶଙ୍କ ଉଦ୍ଦେଶ୍ୟ ଠିକ୍‌ ମଧ୍ୟ ହୋଇପାରେ, ଭୁଲ୍‌ ମଧ୍ୟ ହୋଇପାରେ। କିନ୍ତୁ ସେ ଏବେ ବି ନିଜ ମସ୍ତିଷ୍କରେ ନୁହେଁ, ବରଂ ଅଶୋକ ସିଦ୍ଧାର୍ଥଙ୍କ ପ୍ରଭାବରେ କାମ କରୁଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି।

ଏହି ଅବସରରେ ମାୟାବତୀ ଦଳର ସଂଗଠନକୁ ନେଇ ମଧ୍ୟ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଜାତୀୟ ସ୍ତରରେ ବିଏସ୍‌ପିର ସଂଗଠନକୁ ତିନୋଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରଥମ ସେକ୍ଟରରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡକୁ ରଖାଯାଇଛି । ଏହି ଦୁଇ ରାଜ୍ୟରେ ଦଳର ସଂଗଠନର ସମସ୍ତ କାର୍ଯ୍ୟକୁ ମାୟାବତୀ ନିଜେ ତଦାରଖ କରିବେ। ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ଅନ୍ୟ ଦୁଇଟି ସେକ୍ଟରରେ ବାଣ୍ଟି ବିଭିନ୍ନ ନେତାଙ୍କୁ ସେକ୍ଟର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।

ମାୟାବତୀ କହିଛନ୍ତି ଯେ, ଏହି ପ୍ରଭାରୀମାନଙ୍କଠାରୁ ସେ ଲକ୍ଷ୍ନୌରୁ ରିପୋର୍ଟ ନେବେ ଏବଂ ଫୋନ୍‌ ଯୋଗେ ମଧ୍ୟ ଯୋଗାଯୋଗ ରଖିବେ। ଅନ୍ୟ ଦୁଇ ସେକ୍ଟରର କେନ୍ଦ୍ରୀୟ ପ୍ରଭାରୀମାନେ ଦିଲ୍ଲୀରେ ରିପୋର୍ଟ ଦେବେ । ପ୍ରତି ଦେଢ଼ ମାସରେ ସେମାନଙ୍କ ବୈଠକ ହେବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଭୋପାଳ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ, ଟଳିଲା ବଡ଼ ବିପଦ

ଭୋପାଳ/ନୂଆଦିଲ୍ଲୀ: ଭୋପାଳରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ବିମାନ (AI-୧୮୮୬) ଜୟପୁର ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଛି। ଉଡ଼ାଣ ସମୟରେ ବିମାନଟିକୁ ଜୟପୁରକୁ ଡାଇଭର୍ଟ କରାଯାଇ ସୁରକ୍ଷିତ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?