Posted inଜାତୀୟ

ମୁଖ୍ୟମନ୍ତ୍ରୀ ହେବାକୁ ନୁହେଁ ତତ୍ପର: ତେଜସ୍ବୀ…

ପାଟନା, ୧।୧୦ : ବିହାରରେ ୨୦୨୩ରେ କିଏ ମୁଖ୍ୟମନ୍ତ୍ରୀ ହେବ ନେଇ ଚାଲିଥିବା ଆଲୋଚନା ମଧ୍ୟରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଶୀଘ୍ର ମୁଖ୍ୟମନ୍ତ୍ରୀ ହେବାକୁ ସେ ତତ୍ପର ନୁହଁନ୍ତି। ଆମର ଏକମାତ୍ର ଲକ୍ଷ୍ୟ ଥିଲା କିପରି ଭାଜପା ଏବଂ ଆରଏସଏସକୁ ସିଂହାସନରୁ ହଟାଇ ଦିଆଯିବ। ଆମେ ସେମାନଙ୍କୁ ବିହାରରୁ ହଟାଇଛୁ ଏବଂ ବର୍ତ୍ତମାନ ସେମାନଙ୍କୁ କେନ୍ଦ୍ରରୁ ହଟାଇବାକୁ ପଡିବ। ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ବିବୃତ୍ତିକୁ ନେଇ ଯାଦବ ଏହା କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି ଯେ ନୀତୀଶ କୁମାରଙ୍କ ନେତୃତ୍ୱରେ ଆମ ସରକାର ଭଲରେ ଚାଲିଛି। ସମର୍ଥକମାନେ ବେଳେବେଳେ ଏପରି ବିବୃତ୍ତି ଜାରି ରଖନ୍ତି । ଏହା ନୂଆ କଥା ନୁହେଁ। ଇତି ମଧ୍ୟରେ ନୀତୀଶ କୁମାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବାକୁ ତାଙ୍କର କୌଣସି ଇଚ୍ଛା ନାହିଁ। ଏହି ସବୁ ବିଷୟ ଏବେ ଆଲୋଚନା କରିବାର ସମୟ ନୁହେଁ। ଏହାପୂର୍ବରୁ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଲାଲ ଯାଦବ, ଭାଜପା, ଜିତନକୁମାର ମାଝିଂଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ନୀତୀଶ ବିହାରରେ ତେଜସ୍ବୀଙ୍କୁ କୌଣସି ମୂଲ୍ୟରେ କ୍ଷମତା ହସ୍ତାନ୍ତର କରିବେ ନାହିଁ। ସେ ଲାଲୁଙ୍କ ପ୍ରତି ପୁଣି ଥରେ ବିଶ୍ୱାସଘାତକତା କରିବେ।

ବିହାର ଆରଜେଡିର ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ଦିଲ୍ଲୀରେ ଦେଇଥିବା ବିବୃତ୍ତି ଉପରେ ତେଜସ୍ବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଂ କହିଥିଲେ ଯେ ଆସନ୍ତା ବର୍ଷ ସୁଦ୍ଧା ଯୁବ ନେତା ମୁଖ୍ୟମନ୍ତ୍ରୀ ହେବେ। ଏହି ବିବୃତ୍ତି ନେଇ ନୀତୀଶ କୁମାରଙ୍କ ଦଳର କିଛି ନେତା ଅସନ୍ତୋଷ ହୋଇଛନ୍ତି। ଜଗଦାନନ୍ଦ କହିଥିଲେ ଯେ ନୀତୀଶ କୁମାର ୨୦୨୩ ସୁଦ୍ଧା ନିଜକୁ ଜାତୀୟ ରାଜନୀତିରେ ଉତ୍ସର୍ଗ କରିବେ। ସେତେବେଳେ ତେଜସ୍ବୀ ତାଙ୍କ ଉତ୍ତରାଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri