Posted inଖେଳ

ରିଦ୍ଧିମାନଙ୍କୁ ଅବସର ନେବାକୁ ପରାମର୍ଶ ଦେବା ପଛର କାରଣ

କୋଲକାତା,୨୧।୨: ଦକ୍ଷିଣ ଆଫ୍ରିକା ସିରିଜ୍‌ ପରେ ବ୍ୟକ୍ତିଗତ ଭାବେ ଭାରତୀୟ ଦଳର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ ମୋତେ ସନ୍ନ୍ୟାସ ସମ୍ପର୍କରେ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। ଭେଟେରାନ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ଏଭଳି ବୟାନ ପରେ କୋଚ୍‌ ଡ୍ରାଭିଡ୍‌ ସୋମବାର ନିଜ ପକ୍ଷ ରଖିଛନ୍ତି।

“ଶାହାଙ୍କ ମନ୍ତବ୍ୟ ମୋତେ ଆଘାତ ଦେଇ ନାହିଁ। ରିଦ୍ଧିମାନ, ତାଙ୍କ ସଫଳତା ଓ ଦଳ ପ୍ରତି ତାଙ୍କ ଯୋଗଦାନକୁ ମୁଁ ଯଥେଷ୍ଟ ସମ୍ମାନ ଦିଏ। ମୋ ମତରେ ସେ ସଚ୍ଚୋଟତା ଏବଂ ସ୍ବଚ୍ଛତାର ହକ୍‌ଦାର। ଦଳରେ ତାଙ୍କର ପୋଜିଶନ ସମ୍ପର୍କରେ ତାଙ୍କୁ ଜଣାଇବା ମୋ କର୍ତ୍ତବ୍ୟ। ମୁଁ ପ୍ରତ୍ୟେକ ମ୍ୟାଚ୍‌ ଲାଗି ଦଳୀୟ ଏକାଦଶ ଘୋଷଣା ହେବା ପୂର୍ବରୁ ଖେଳାଳିଙ୍କ ସହ କଥା ହୁଏ” ବୋଲି ପୂର୍ବତନ ଅଧିନାୟକ କହିଛନ୍ତି।

ଦଳୀୟ ଏକାଦଶ ଘୋଷଣା କରାଯିବା ପୂର୍ବରୁ ଖେଳାଳିଙ୍କ ସହ କଥା ହେବା ପଛର କାରଣ ସମ୍ପର୍କରେ ମୁଖ୍ୟ କୋଚ୍‌ କହିଛନ୍ତି, “କଥା ହେବା ଦ୍ୱାରା ଖେଳାଳିମାନେ କିଛି ପ୍ରଶ୍ନ ଉତ୍ତର ପାଇଥାନ୍ତି। ଯେମିତି କି ମୁଁ କାହିଁକି ଖେଳୁ ନାହିଁ। ସ୍ଥାନ ନ ପାଇବାରୁ ଖେଳାଳିମାନେ ଦୁଃଖିତ ହେବା ସ୍ବାଭାବିକ। ଶାହାଙ୍କୁ ଅବସର ନେବାକୁ ପରାମର୍ଶ ଦେବା ପଛରେ କାରଣ ହେଉଛି ରିଷଭ ପନ୍ତ ଉଇକେଟକିପର ଭାବେ ଦଳରେ ସ୍ଥାନ ନିଶ୍ଚିତ କରି ସାରିଛନ୍ତି। ଏଣୁ ଆମେ ଯୁବ ଉଇକେଟକିପର(ଶିକର ଭରତ)ଙ୍କୁ ସୁଯୋଗ ଦେବାକୁ ଚାହୁଁଛୁ। ଏଥିଯୋଗୁ ରିଦ୍ଦିମାନଙ୍କ ପ୍ରତି ଥିବା ମୋ ସମ୍ମାନ ବଦଳି ଯିବ ନାହିଁ”।


Enter your email to get our daily news in your inbox.

All Right Reserved By Dharitri.Com

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ

ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ…

ENG vs IND: ଇଂଲଣ୍ଡ ODI ଏବଂ ଜିମ୍ବାୱେ T20 ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ; BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଏବଂ ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି। ରବିବାର, ପୁରୁଷ…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

‘ମୁଁ ଆତ୍ମହତ୍ୟା କରିଦେବି….’ନିର୍ବାଚନ କମିଶନରଙ୍କୁ ଘରକୁ ଡକାଇ ଏଭଳି କହିଥିଲେ ମନମୋହନ ସିଂ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୨।୭: ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଦଶ ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିବା ମନମୋହନ ସିଂଙ୍କ ସମ୍ପର୍କରେ ଏକ ଆକର୍ଷଣୀୟ କାହାଣୀ ସାମ୍ନାକୁ ଆସିଛି।…

ମୋବାଲରେ ପିଟି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ, ବୋହୂଙ୍କ ନାଁରେ ଅଭିଯୋଗ ଆଣି ଶ୍ୱଶୁର କହିଲେ ଏମିତି…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ବରାଜ ହସ୍ପିଟାଲରେ ରବିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଚମିନିଭାଟି ପଡ଼ାର ସ୍ବପ୍ନେଶ୍ବର…

ସଚିନ ତେନ୍ଦୁଲକରଙ୍କ ପରେ ଏବେ ବିରାଟଙ୍କ ପାଳି; ଇତିହାସ ରଚିବା ଲକ୍ଷ୍ୟରେ ବିରାଟ

ନୂଆଦିଲ୍ଲୀ,୧୨।୭: ଟି-୨୦ ସିରିଜରେ କ୍ଲିନ ସୁଇପ ପରେ, ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଖେଳିବାକୁ ଯାଉଛି। ଏହି ସିରିଜ ୧୪…

Watch: ଦଳରୁ ବାଦ ପଡିବା ପରେ ଭୋ ଭୋ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ, ସମ୍ଭାଳିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୨।୭: ସାଉଥାମ୍ପଟନରେ ଅନୁଷ୍ଠିତ ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri