ଚାଉଳ ମିଳିଲାନି, ଯୋଗାଣ ଅଧିକାରୀଙ୍କୁ ପିଟିଲେ

ବାସୁଦେବପୁର, ୫ା୯(ନାରାୟଣ ପ୍ରସାଦ ବାରିକ):ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କରଞ୍ଜଆଡ଼ିଆ ପଞ୍ଚାୟତର ୭ଶହ ହିତାଧିକାରୀ ଚଳିତବର୍ଷ ଫେବୃୟାରୀ ଏବଂ ମାର୍ଚ୍ଚ ମାସର ପିଡିଏସ୍‌ ଚାଉଳ ପାଇ ନାହାନ୍ତି। ତାହା ସେମାନେ କେବେ ପାଇବେ ସେନେଇ କିଛି ସ୍ପଷ୍ଟ ହୋଇପାରିଲା ନାହିଁ। ଏନେଇ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବାବେଳେ ସୋମବାର ଅପରାହ୍ନ ପ୍ରାୟ ୨ଟାବେଳେ ଶତାଧିକ ମହିଳା ବ୍ଲକ କାର୍ଯ୍ୟାଳୟସ୍ଥିତ ଯୋଗାଣ ଅଧିକାରୀଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ ଚାଉଳ ଦେବାକୁ ଦାବି କରିଥିଲେ। ଖବରପାଇ ବାସୁଦେବପୁର ଥାନା ପୋଲିସ ମଧ୍ୟ ପହଞ୍ଚତ୍ଥିଲା। ପୋଲିସ ଉପସ୍ଥିତିରେ ଯୋଗାଣ ଅଧିକାରୀ ଓ ମହିଳାମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଚାଉଳ ମିଳିବା ନେଇ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଅପରାହ୍ନ ୩ଟା ବେଳେ ମହିଳାମାନେ ଯୋଗାଣ ଅଧିକାରୀ ଅଜୟ କୁମାର ଦାସଙ୍କୁ ତାଙ୍କ ସିଟ୍‌ରୁ ଘୋଷାରି କାର୍ଯ୍ୟାଳୟ ବାହାରକୁ ନେଇଯାଇଥିଲେ। ଏହାପରେ ଯୋଗାଣ ଅଧିକାରୀ ଦାସଙ୍କୁ ମହିଳାମାନେ ମାଡ଼ ମାରିବା ସହ ଟାଣିଓଟାରି ଟ୍ରାଫିକ ଛକ ଦେଇ ପୌରପାଳିକା ଛକ ପର୍ଯ୍ୟନ୍ତ ୩ଶହ ମିଟର ଚଲାଇ ନେଇଥିଲେ। ଯୋଗାଣ ଅଧିକାରୀ ଦାସ ଅସୁସ୍ଥ ହେବା ସହ ଚାଲିବାକୁ ଅକ୍ଷମ ହୋଇପଡ଼ିବା ସତ୍ତ୍ୱେ ତାଙ୍କୁ ବାସୁଦେବପୁର ମୁଖ୍ୟ ବଜାର ରାସ୍ତାରେ ଚଲାଇ ନିଆଯାଇଥିଲା।
ପୋଲିସ ଉପସ୍ଥିତ ଥିଲେ ମଧ୍ୟ ମହିଳାମାନଙ୍କ କବଳରୁ ଯୋଗାଣ ଅଧିକାରୀଙ୍କୁ ଉଦ୍ଧାର କରିପାରି ନ ଥିଲା। ଏପରି କି ପୋଲିସ ଓ ମହିଳାମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଳ୍ପସଂଖ୍ୟକ ମହିଳା ପୋଲିସ ଘଟଣାସ୍ଥଳରେ ଥିବାରୁ ସେମାନେ ଶତାଧିକ ମହିଳା ହିତାଧିକାରୀଙ୍କୁ ସାମ୍ନା କରିପାରି ନ ଥିଲେ। ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଯୋଗାଣ ଅଧିକାରୀ ଉକ୍ତ ମହିଳାମାନଙ୍କ କବ୍‌ଜାରେ ରହିଥିଲେ। ନିକଟସ୍ଥ ଚୂଡ଼ାମଣି ଓ କଷିଆ ସାମୁଦ୍ରିକ ଥାନା ପୋଲିସ ପହଞ୍ଚତ୍ବା ପରେ ଯୋଗାଣ ଅଧିକାରୀଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ଥାନାକୁ ନିଆଯାଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଚୂଡ଼ାମଣି ଓ କଷିଆ ସାମୁଦ୍ରିକ ଥାନା ପୋଲିସ ଏବଂ ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତା ବାସୁଦେବପୁର ଥାନାରେ ପହଞ୍ଚତ୍ଥିଲେ। ଆକ୍ରମଣ ସମ୍ପର୍କରେ ଯୋଗାଣ ଅଧିକାରୀ ଦାସଙ୍କ ଅଭିଯୋଗକ୍ରମେ ବାସୁଦେବପୁର ଥାନାରେ ଏକ ମାମଲା (ନଂ.୫୦୫/୨୩) ରୁଜୁ ହୋଇଛି। ଏ ସମ୍ପର୍କରେ ଭାରପ୍ରାପ୍ତ ଥାନା ଅଧିକାରୀ ଏସ୍‌ଆଇ ଜିତେନ୍ଦ୍ର କୁମାର ନାୟକ କହିଛନ୍ତି, ଯୋଗାଣ ଅଧିକାରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ପୋଲିସ ଜଣେ ମହିଳାଙ୍କ ସମେତ ୨ଜଣଙ୍କୁ ଅଟକ ରଖିଛି। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ନାୟକ କହିଛନ୍ତି।
ସୂଚନାଥାଉ କି, କରଞ୍ଜଆଡ଼ିଆ ପଞ୍ଚାୟତର ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଏସ୍‌ଏଚ୍‌ଜି ବନଦୁର୍ଗାକୁ ଯୋଗାଣ ବିଭାଗ ପକ୍ଷରୁ ୨୦୨୩ ଫେବୃୟାରୀ ଓ ମାର୍ଚ୍ଚରୁ ଚାଉଳ ଦିଆଯାଇଥିଲା। ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚାଉଳ ବଣ୍ଟା ହୋଇପାରି ନ ଥିଲା। ଫଳରେ ଚାଉଳ ପୁଣି ଯୋଗାଣ ବିଭାଗ ପାଖକୁ ଫେରିଯାଇଥିବାରୁ ହିତାଧିକାରୀମାନେ ପାଇବାରୁ ବଞ୍ଚତ୍ତ ହୋଇଥିବା ଆଲୋଚନାବେଳେ ଯୋଗାଣ ଅଧିକାରୀ କହିଥିଲେ। କିନ୍ତୁ ସମାନ କଥା ପୂର୍ବରୁ ମଧ୍ୟ କୁହାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉକ୍ତ ଚାଉଳ ହିତାଧିକାରୀଙ୍କୁ ଦିଆଯାଇ ନ ଥିଲା। ଫଳରେ ମହିଳାମାନେ ଏବେ ଚାଉଳ ଦିଅ ବୋଲି ଅଡ଼ିବସିଥିଲେ। ସେଥିରେ ସେମାନେ ବିଫଳ ହେବାରୁ ଯୋଗାଣ ଅଧିକାରୀଙ୍କୁ ଘୋଷାରି ନେଇ ପିଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛଡାକିଆରେ ରାସ୍ତା ଉପରେ ବିରାଟ ଗଛ: ଦାରିଙ୍ଗବାଡ଼ି-ମୋହନା ରାସ୍ତା ଠପ୍‌

ଦାରିଙ୍ଗବାଡ଼ି, ୨୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଛଡାକିଆ ନିକଟରେ ରାସ୍ତା ଉପରେ ଏକ ବିରାଟକାୟ ଗଛ ଉପୁଡ଼ି ପଡ଼ିବାରୁ…

ଲଗାଣ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି: ଏବେ ବି ସିଲ ଗାଜଲବାଡ଼ି ଘାଟି ରାସ୍ତା, ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି,୨୫।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁ ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳର ଜନଜୀବନ ବେହାଲ ହୋଇପଡ଼ିଛି।…

ବିପଦପୂର୍ଣ୍ଣ ରାସ୍ତାରେ ଯାତାୟାତ: ମରାମତି ଦାବି କଲେ ଅଞ୍ଚଳବାସୀ

କର୍ଲାମୁଣ୍ଡା, ୨୫।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରରୁ ରିଞ୍ଜାକୁ ଯାଇଥିବା ଆର୍ଡି ରାସ୍ତାର ସରବାହାଲ ଜୋର ବ୍ରିଜ ନିକଟରେ ରାସ୍ତାର ଅବସ୍ଥା ଏବେ…

ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ ଅଧିକାରୀ: ନୂଆପଡ଼ା ଜିଲାପାଳଙ୍କ ଅଭିନବ ପଦକ୍ଷେପ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ…

ରାୟଗଡ଼ା-କୋରାପୁଟ ରେଲଓ୍ୱେ ଟ୍ରାକ୍‌ରେ ଉପରେ ଖସିଲା ପଥର, ଅଟକିଲା ହୀରାଖଣ୍ଡ ଏକ୍ସପ୍ରେସ

​କଲ୍ୟାଣସିଂହପୁର,୨୫।୯(ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ଲଗାଣ ବର୍ଷା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡ଼ା ଓ ଶିଖରପାଇ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ଟନେଲ…

ଲଗାଣ ବର୍ଷାରେ ବେହାଲ ଝରିଗାଁ: ହଷ୍ଟେଲ ଭିତରେ ୨ ଫୁଟ୍ ପାଣି, ଭୟରେ ରାତି ବିତାଇଲେ ଛାତ୍ର

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥିତ…

ଅଭାବନୀୟ ଘଟଣା, ଖୋଲା ପାଇଖାନା ଟାଙ୍କିରେ ପଡ଼ି ୬ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ

ବୈଶିଙ୍ଗା,୨୫।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଲଗାଣ ବର୍ଷାରେ ଭରି…

ଲାଞ୍ଚ ନେଇଥିଲେ ବରିଷ୍ଠ କିରାଣୀ ଗୋବର୍ଦ୍ଧନ, ମିଳିଲା ଏମିତି ଦଣ୍ଡ

ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ତହସିଲ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ତଥା ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ବ ବିଭାଗରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?