ମିଳୁନି ରତ୍ନଭଣ୍ଡାର ରେଜିଷ୍ଟର ତଥ୍ୟ

ପୁରୀ ଅଫିସ,୩୧।୧୨: ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ଶିରରେ ଲାଗିଥିବା ଚିତା ବ୍ୟବହାରଯୋଗ୍ୟ ନ ହେବା ହେତୁ ରାଜ୍ୟ ସରକାରଙ୍କ ବିଧି ବିଭାଗ ଚିଠି ନମ୍ବର- ୮୭୬୭,୧୨। ୭।୧୯୮୫ ଆଦେଶାନୁଯାୟୀ ଭିତର ରତ୍ନଭଣ୍ଡାର ଖୋଲାଯାଇ ପୂର୍ବ ପରି ତାଲା ପକାଇ ଜଉମୁଦ ଦିଆଯାଇଥିଲା। ମାତ୍ର ଶ୍ରୀମନ୍ଦିର ପ୍ରଶାସନ ପାଖରେ ସମ୍ପୃକ୍ତ ଦିନରର ରନତ୍ଭଣ୍ଡାର ରେଜିଷ୍ଟର ତଥ୍ୟ ମହଜୁଦ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ନୀତି ବିଭାଗ ନିକଟରେ ତଥ୍ୟ ନ ଥିବା ସୂଚନା ଅଧିକାର କର୍ମୀ ଦିଲୀପ ବରାଳଙ୍କୁ କୁହାଯାଇଛି। ସମ୍ପୃକ୍ତ ଦିନ ରନତ୍ଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ ହୋଇଥିବା ବିବରଣୀ ମଗାଯାଇଥିଲେ ମଧ୍ୟ ତଥ୍ୟ ମିଳିପାରି ନାହିଁ।

ନିୟମ ମୁତାବକ, ରନତ୍ଭଣ୍ଡାର ଖୋଲା ଗଲେ, ରେଜିଷ୍ଟରରେ ବିସ୍ତୃତ ଭାବେ ଏସମ୍ପର୍କରେ ଉଲ୍ଲେଖ କରାଯିବା କଥା। ଶେଷଥର ୨୦୧୮ରେ ରନତ୍ଭଣ୍ଡାର ଖୋଲିବାକୁ ଯାଇଥିବା ୧୭ଜଣିଆ ପ୍ରାଧିକୃତ ସଦସ୍ୟ ମଧ୍ୟ ରେଜିଷ୍ଟରରେ ଦସ୍ତଖତ କରିବା ସହ ଘଟଣାକ୍ରମରୁ ଉଲ୍ଲେଖ କରିଥିଲେ। ଫଳରେ ସମ୍ପୃକ୍ତ ଦିନ ଶ୍ରୀମନ୍ଦିର ରନତ୍ଭଣ୍ଡାରରେ କ’ଣ ଘଟିଲା ତାହା ଜଣାପଡ଼ିପାରିଲା। ମାତ୍ର ୧୯୮୫ ମସିହା ତଥ୍ୟ କାହିଁକି ମିଳୁନାହିଁ ଓ ନୀତି ବିଭାଗ ପାଖରେ ଏହି ତଥ୍ୟ କାହିଁକି ନାହିଁ ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ସୂଚନା ଅଧିକାର କର୍ମୀ ବରାଳ କହିଛନ୍ତି, ୧୯୮୫ ମସିହାରେ ଭିତର ରନତ୍ଭଣ୍ଡାର ଖୋଲଯିବା ସମୟର ବିବରଣୀ କିପରି ଗାୟବ ହେଲା ସେନେଇ ତଦନ୍ତ ହେବା ଦରକାର। କିଏ ରନତ୍ଭଣ୍ଡାର ଖୋଲିଥିଲେ, କିଏ ଜଉମୁଦ ମାରିଲେ ଓ କ’ଣ କ’ଣ ଘଟିଲା ସେନେଇ ସ୍ପଷ୍ଟ ଚିତ୍ର ଜଗନ୍ନାଥପ୍ରେମୀଙ୍କ ଆଗରେ ରଖିବାର ଆବଶ୍ୟକତା ରହିଛି। ବଡ଼ଠାକୁରଙ୍କ ଚିତା ନିମନ୍ତେ ରନତ୍ଭଣ୍ଡାର ଖୋଲାଯିବା ସମୟରେ ଜିଲାପାଳଙ୍କ ପ୍ରତିନିଧି ଭାବେ ଏଡିଏମ୍‌ ମଦନମୋହନ ନନ୍ଦ ଉପସ୍ଥିତ ଥିଲେ। ମଦନ ମୋହନ ନନ୍ଦ ୧୯୮୫ରେ ଭିତର ରନତ୍ଭଣ୍ଡାର ଚାବି ନେଇ ଦେଇଥିବା କଥା ସେତେବେଳର ସହକାରୀ ପ୍ରଶାସକ ଗଣମାଧ୍ୟମ ଜରିଆରେ କୋଟିକୋଟି ଜଗନ୍ନାଥପ୍ରେମୀଙ୍କୁ ଜଣାଇ ସାରିଛନ୍ତି। ସେହିଭଳି ବିଶ୍ୱନାଥ ମିଶ୍ର, ମଦନମୋହନ ନନ୍ଦ, ପଦ୍ମଚରଣ ମିଶ୍ର, ଗୁରୁପ୍ରସାଦ ମହାନ୍ତି, ନରସିଂହ ଦାସ ମହାପାତ୍ର, ରବିନାରାୟଣ ମିଶ୍ର, ଭିତରଚ୍ଛ ମଧୁସୂଦନ ମହାପାତ୍ର, କୈଳାସଚନ୍ଦ୍ର ମହାନ୍ତି, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଏନ୍‌ ମେକାପ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ରନତ୍ଭଣ୍ଡାର ଖୋଲାଯାଇ ପରେ ଜଉମୁଦ ଦିଆଗଲା। ମାତ୍ର ଏହାର ବିସ୍ତୃତ ବିବରଣୀ ରେଜିଷ୍ଟରରେ ରହିବା କଥା ମାତ୍ର ରେଜିଷ୍ଟରର ନକଲ ପ୍ରଦାନ କରାଯାଉ ନାହିଁ। ଏଭଳି ସ୍ଥଳେ ରେଜିଷ୍ଟର ବାସ୍ତବରେ ରହିଛି ଅଥବା ଏହାକୁ କେହି ଗାୟବ କରିସାରିଲେଣି ତାହା ଏକ ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପକ୍ଷେ କଂଗ୍ରେସ ନେତା ସ୍ବାଧୀନ ପଣ୍ଡା କହିଛନ୍ତି, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ରନତ୍ଭଣ୍ଡାର ପ୍ରସଙ୍ଗରେ ପାରିଦର୍ଶିତା ଅବଲମ୍ବନ କରିବାକୁ ଚାହୁନାହାନ୍ତି। ସବୁବେଳେ ତଥ୍ୟ ଲୁଚାଇବାର ପ୍ରୟାସ ହେଉଛି। ଏଭଳି କାର୍ଯ୍ୟକଳାପ ପ୍ରଶାସନର ପାରିବାପଣିଆକୁ ପଦାରେ ପକାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri