Posted inଜାତୀୟ

ରାଜସ୍ଥାନ ଭାଜପାରେ ସବୁ କିଛି ଠିକ୍‌ ଚାଲିନି

ଜୟପୁର, ୨୩।୫: ଭାଜପା ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ ରାଜସ୍ଥାନରେ ଗୈରିକ ଦଳ ଭିତରେ ସବୁକିଛି ଠିକ୍‌ ଚାଲିଥିବା ଭଳି ବିଶ୍ୱାସ ହେଉ ନାହିଁ। ଶନିବାର ନାଗାଉର ଜିଲାର ଲାଡ୍‌ନୁନ୍‌ଠାରେ ରାଜସ୍ଥାନ ଭାଜପା କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଅନୁପସ୍ଥିତ ରହିବା ଭାଜପା ନେତାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ଜଣାପଡ଼ିଯାଇଛି। ସମ୍ପୃକ୍ତ ବୈଠକରେ ରାଜ୍ୟ ଭାଜପା ଦାୟିତ୍ୱରେ ଥିବା ନେତା, ପୂର୍ବତନ ରାଜ୍ୟ ସଭାପତି, ବିରୋଧୀ ଦଳ ନେତା ଓ ଉପନେତା, ରାଜ୍ୟରୁ ଥିବା କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବଡ଼ ନେତା ଉପସ୍ଥିତ ଥିବା ବେଳେ ବସୁନ୍ଧରାଙ୍କୁ ଦେଖିବାକୁ ମିଳି ନ ଥିଲା। ଏପରି କି ପୂର୍ବରୁ ଯେତେବେଳେ ପୂର୍ବତନ ରାଜ୍ୟ ସଭାପତି ସତୀଶ ପୁନିଆଙ୍କ ସହିତ ତାଙ୍କର ମତଭେଦ ରହିଥିଲା, ସେତେବେଳେ ମଧ୍ୟ ବସୁନ୍ଧରା ସବୁ କାର୍ଯ୍ୟକାରୀ କମିଟି ବୈଠକରେ ଯୋଗ ଦେଇଥିଲେ। କିନ୍ତୁ ଚଳିତ ବୈଠକରେ ତାଙ୍କ ଅନୁପସ୍ଥିତି ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।
ଭାଜପାର କାର୍ଯ୍ୟକାରୀ କମିଟି ବୈଠକରେ ଆସନ୍ତା ୩ ମାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ନିର୍ବାଚନ ଲାଗି ପ୍ରସଙ୍ଗ କ’ଣ ରହିବ ସେହି ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଏଭଳି ସ୍ଥଳେ ବସୁ୍‌ନ୍ଧରାଙ୍କ ଅନୁପସ୍ଥିତି ରାଜନୈତିକ ପରିମଣ୍ଡଳରେ ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ କିଛି ଦିନ ତଳେ ସେ ନାଗାଉର ଜିଲା ଗସ୍ତ କରି ଏକ ବୈଠକରେ ଉଦ୍‌ବୋଧନ ଦେଇଥିଲେ। ତେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଭାଷ ମାହାରିଆ ନିକଟରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳରେ ବିବାଦ ଦେଖାଦେଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ସଂସଦୀୟ ନିର୍ବାଚନ ବେଳେ ଭାଜପା ତାଙ୍କୁ ଟିକେଟ ନ ଦେବାରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଏବେ ଭାଜପାକୁ ଫେରି ଆସିଥିବାରୁ ଦଳ ତାଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ଦୋତସାରାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେବ ବୋଲି ଆଶା କରାଯାଉଛି। ନିକଟରେ ମାହାରିଆଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ସିକର ଏମ୍‌ପି ସୁମେଧାନନ୍ଦ ସରସ୍ବତୀ କହିଛନ୍ତି, ଲୋକଙ୍କ ଯିବା ଆସିବା ଲାଗି ରହିଛି। ଯଦି ୧୦୦ କୁଇଣ୍ଟାଲ ଶସ୍ୟ ଅଛି, ସେଥିରେ ମୁଠାଏ ଚଣାର ମାନେ କିଛି ନାହିଁ। ମାହାରିଆ ତାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଦୁଇ ତିନୋଟି ନିର୍ବାଚନରେ ପରାସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି। ମାହାରିଆଙ୍କ ଗୃହ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମରେ ବସୁନ୍ଧରା ରାଜେ ଅନୁପସ୍ଥିତ ଥିବା ଦେଖାଯାଇଥିଲା।
ବିଧାନସଭା ନିର୍ବାଚନକୁ ୬ ମାସ ଥିବା ବେଳେ ଦଳ ଭିତରେ ଫାଟ ସୃଷ୍ଟି ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଣି କର୍ନାଟକ ଓ ପୂର୍ବରୁ ହିମାଚଳ ପ୍ରଦେଶରେ ଦଳ ହାରି ଯାଇଥିବାରୁ ରାଜସ୍ଥାନ ଭାଜପାରେ ଦେଖାଦେଇଥିବା କନ୍ଦଳ ଆଗକୁ ସମସ୍ୟା ସୃଷ୍ଟି କରିବ। କିନ୍ତୁ ଦଳୀୟ ନେତାଙ୍କ କହିବା କଥା ଯେ, ବସୁନ୍ଧରା ବ୍ୟକ୍ତିଗତ କାରଣ ଯୋଗୁ ଉକ୍ତ ବୈଠକରେ ଯୋଗ ଦେଇପାରି ନ ଥିଲେ। ନାଗାଉରରେ ହୋଇଥିବା କାର୍ଯ୍ୟକ୍ରମ ଅତି ସଫଳ ହୋଇଥିଲା ବୋଲି ନେତାମାନେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?