ମନରୁ ଲିଭୁନି ଲୋମଟାଙ୍କୁରା ଦୃଶ୍ୟ

ଏରସମା,୨୯।୧୦(ଦୀପ୍ତି ରଞ୍ଜନ ଖଣ୍ଡୁଆଳ)୧୯୯୯ ମହାବାତ୍ୟାକୁ ରବିବାର ୨୪ ବର୍ଷ ପୂରିବ। ଏହା ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଛି। କିନ୍ତୁ ଏବେବି ସେଦିନର ସ୍ମୃତି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଜଗତ୍‌ସିଂହପୁର ଜିଲା ଏରସମାରେ ମହାବାତ୍ୟା କରାଳରୂପ ଧାରଣା କରିଥିଲା। ଫଳରେ ସେଠାକାର ଭୌଗୋଳିକସ୍ଥିତି ବଦଳି ଯାଇଥିଲା। ୩୫୦ କିଲୋମିଟର ବେଗରେ ପବନ ବହିବା ସହ ସମୁଦ୍ରର ଲୁଣା ଜୁଆର ମାଡ଼ି ଆସିବାରୁ ଅନେକ ଘରଦ୍ୱାର, ଗଛଲତା ସବୁ ମାଟିରେ ମିଶିଯାଇଥିଲା। ସବୁଆଡେ ଖାଲି କୁଢ଼ କୁଢ଼ ମଣିଷ ଓ ଗୃହପାଳିତ ପ୍ରାଣୀମାନଙ୍କ ଶବ ଦେଖିବାକୁ ମିଳିଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ଏରସମା ଶ୍ମଶାନ ପାଲଟିଯାଇଥିଲା। ସରକାରୀ ହିସାବ ଅନୁସାରେ ଏରସମା ବ୍ଲକର ୨୫ଟି ପଞ୍ଚାୟତରୁ ୧୦, ୦୦୦ଲୋକ ପ୍ରାଣ ହରାଇଥିବା ବେଳେ ୩୦,୦୦୦ ଗୃହ ପାଳିତ ପ୍ରାଣୀ ଓ ପକ୍ଷୀଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଏହି ବ୍ଲକ ଅନ୍ତର୍ଗତ ଗଡ଼ ବିଶୁନିପୁର ପଞ୍ଚାୟତର ନାଳଭେଡି ଗ୍ରାମରୁ ୩୦୦ଜଣଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମରେ ବସବାସ କରୁଥିବା ୬୫ ପରିବାର ମଧ୍ୟରୁ ୫୪ ପରିବାରୁ କେହିନା କେହି ମୃତ୍ୟୁବରଣ କରିଥିଲେ। ୧୧ ପରିବାରର ସମସ୍ତ ସଦସ୍ୟ ନିଖୋଜ ହୋଇଯାଇଥିଲେ ବୋଲି ଗ୍ରାମ ମୁରବି ଚନ୍ଦନ କରଣଙ୍କ ସହ ଧନଞ୍ଜୟ ପାତ୍ର, ଶଙ୍କର ଦାସ, ନନ୍ଦଳାଲ ଭୌମିକ, ଚିତ୍ତରଞ୍ଜନ ମାଇତି ପ୍ରମୁଖ କହିଛନ୍ତି। ଚନ୍ଦନଙ୍କ ସ୍ତ୍ରୀଙ୍କୁ ଗୋଟିଏ ଦିନ ପରେ ଏକ ଖଜୁରି ଗଛ ନିକଟରୁ ଉଦ୍ଧାର କରାଯାଇଥିଲା। ଗ୍ରାମବାସୀ ସେଦିନରୁ ପ୍ରତିବର୍ଷ ଏକ ମାଟି ଚଉରା ସ୍ଥାପନ କରି ମହାବାତ୍ୟାରେ ମୃତକଙ୍କ ସ୍ମୃତି ଚାରଣ କରି ଆସୁଛନ୍ତି। ଅଞ୍ଚଳରେ ଏକ ବାତ୍ୟା ଆଶ୍ରୟସ୍ଥଳ ସ୍ଥାପନ ଓ ପକ୍କା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।
ଇତି ମଧ୍ୟରେ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ କରାଯାଇଛି। ପକ୍କା ଗୃହ ନିର୍ମାଣ, ରାସ୍ତାଘାଟ ପୁନରୁଦ୍ଧାର, ମହାବାତ୍ୟା ଆଶ୍ରୟ ସ୍ଥଳ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଆଦି ଗଢା ହୋଇଛି। ମାତ୍ର ପରିତାପର ବିଷୟ ସମୁଦ୍ରର ଲୁଣା ଜୁଆର ଅଟକାଇବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯକାରୀ ହୋଇପାରିନାହିଁ। ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ୨୦୧୦ରେ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ସମୁଦ୍ର ଦର୍ଶନ କରିବାକୁ ଭିୟୁ ଟାୱାର ନିର୍ମାଣ କରାଯାଇଛି। ଭିୟୁ ଟାୱାରଠାରୁ ପୂର୍ବରୁ ସମୂଦ୍ର ୫୦ମିଟର ଦୂରରେ ଥିଲା। ମାତ୍ର ଏବେ ସମୁଦ୍ର ଜଳ ପତ୍ତନ ଆଶାତୀତ ବୃଦ୍ଧି ଘଟିଛି। ଲୁଣା ଜୁଆର ମାଡ଼ରେ ଭିୟୁ ଟାୱାରର ମୂଳଦୁଆ ଭୁଶୁଡ଼ି ଗଲାଣି। ପ୍ରଶାସନ ପକ୍ଷରୁ ପଥର, ତାର ଜାଲି ଓ ବାଲିବସ୍ତା ଦିଆଯାଇ ସମୁଦ୍ର ଜୁଆରକୁ ସାମୟିକ ଭାବରେ ରୋକିବା ପାଇଁ ଉଦ୍ୟମ କରାଯାଉଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଇ ନାହିଁ। ଉପକୂଳ ସୁରକ୍ଷା ସମିତିର ସଭାପତି ଅରୁଣ କୁମାର ବେହେରାଙ୍କ ପକ୍ଷରୁ ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?