କେବଳ ଆମେରିକା କି ବ୍ରିଟେନ ନୁହଁ, ଏଠାରେ ମଧ୍ୟ ୧୦୦ରୁ ୧୦୦ ଇଂରାଜୀ କୁହନ୍ତି ଲୋକେ, ଜାଣନ୍ତୁ ଭାରତରେ ରହିଛି କେତେ ପ୍ରତିଶତ…

ଯେତେବେଳେ ବି ଇଂରାଜୀ ବକ୍ତାମାନଙ୍କ କଥା ଆସେ, ସେତେବେଳେ ଅଧିକାଂଶ ଲୋକ ଭାବନ୍ତି ଆମେରିକା କିମ୍ବା ବ୍ରିଟେନର ଲୋକମାନେ ହିଁ ୧୦୦ ପ୍ରତିଶତ ଲୋକ ଇଂରାଜୀ ଜାଣିଥାନ୍ତି ଏବଂ କହିଥାନ୍ତି। ମାତ୍ର ସେମିତି ନୁହେଁ। ଆଉ ମଧ୍ୟ କିଛି ଦେଶ ରହିଛି, ଯେଉଁଠାରେ ସମସ୍ତେ କେବଳ ଇଂରାଜୀରେ କଥାବାର୍ତ୍ତା କରନ୍ତି। ଓ୍ବାଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍ସ ଟୁଇଟରରେ ଇଂରାଜୀ ଭାଷାଭାଷୀ ଦେଶ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭାରତ ଏବଂ ପାକିସ୍ତାନର ନାଁ ମଧ୍ୟ ରହିଛି।

ଓ୍ବାଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍ସ ରିପୋର୍ଟ ଅନୁଯାୟୀ, ସ୍ପେନର ମାତ୍ର ୨୨ ପ୍ରତିଶତ ଲୋକ ଏବଂ ଫ୍ରାନ୍ସର ୪୦ ପ୍ରତିଶତ ଲୋକ ଭଲ ଇଂରାଜୀ କହିପାରିବେ।

ପାକିସ୍ତାନରେ ଇଂରାଜୀ ଭାଷାଭାଷୀ ଜନସଂଖ୍ୟା ୫୮ ପ୍ରତିଶତ। ଇଟାଲୀରେ(୪୩%), ଗ୍ରୀସ୍‌ (୫୦ %) ଏବଂ ଜର୍ମାନୀ (୫୬%) ଠାରୁ ଅଧିକ ଲୋକ ଇଂରାଜୀରେ କଥା ହୋଇଥାନ୍ତି। ତେବେ ଜନସଂଖ୍ୟା ଦୃଷ୍ଟିରୁ ଏହା ଭାରତ ତୁଳନାରେ ବହୁତ କମ୍‌ ଅଟେ।

ରୁଷିଆର କେବଳ ୧୨ ପ୍ରତିଶତ ଲୋକ ଭଲଭାବେ ଇଂରାଜୀ କହିପାରନ୍ତି। ସେହିପରି ତୁର୍କୀରେ ଏହି ସଂଖ୍ୟା ୧୮ ପ୍ରତିଶତ ଥିବା ବେଳେ ବ୍ରାଜିଲରେ କେବଳ ୫ ପ୍ରତିଶତ ଲୋକ ଇଂରାଜୀରେ ଭଲ କହିପାରନ୍ତି।

କାନାଡାରେ ୮୩ ପ୍ରତିଶତ ଲୋକ ଏବଂ ଅଷ୍ଟ୍ରେଲିଆର ୯୨ ପ୍ରତିଶତ ଲୋକ ଭଲ ଇଂରାଜୀ କହିପାରନ୍ତି। ସ୍ବିଡେନରେ ଏହି ସଂଖ୍ୟା ୮୮ ପ୍ରତିଶତ। ବାକି ଲୋକମାନେ ସେଠାରେ ସ୍ଥାନୀୟ ଭାଷାରେ କଥା ହୁଅନ୍ତି।

ସୁପର ପାଓ୍ବାର ଆମେରିକା (ଯୁକ୍ତରାଷ୍ଟ୍ର)ର ୯୫ ପ୍ରତିଶତ ଲୋକ ଇଂରାଜୀରେ କଥାବାର୍ତ୍ତା କରିବାରେ ପାରଙ୍ଗମ। ଅନ୍ୟ ପଟେ ଯଦି ଆମେ ବ୍ରିଟେନ ବିଷୟରେ କଥା ହେବା ତେବେ ଏଠାରେ ୯୮.୩ ପ୍ରତିଶତ ଲୋକ ଭଲ ଇଂରାଜୀ ଜାଣିଛନ୍ତି। ଏଠାରେ ୨୩୯ ମିଲିୟନ ଲୋକ ଇଂରାଜୀ କୁହନ୍ତି।

ଭାରତ ବିଷୟରେ କହିବାକୁ ଗଲେ, ଏଠାରେ ୨୦ ପ୍ରତିଶତ ଲୋକ ଭଲ ଇଂରାଜୀ କହିପାରନ୍ତି। କିନ୍ତୁ ଜନସଂଖ୍ୟା ଦୃଷ୍ଟିରୁ ଭାରତରେ ଇଂରାଜୀ ବକ୍ତାମାନଙ୍କ ସଂଖ୍ୟା ବୋଧହୁଏ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ରହିବ ।

ଅଧିକାଂଶ ଇଂରାଜୀ ଜିବ୍ରାଲଟର୍‌ରେ କଥିତ। ଓ୍ବଲର୍‌ଡ ଅଫ୍‌ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁଯାୟୀ, ଏଠାରେ ଶତ ପ୍ରତିଶତ ଲୋକ ଭଲ ଭାବେ ଇଂରାଜୀ କୁହନ୍ତି। କିନ୍ତୁ ଏହାର ଜନସଂଖ୍ୟା ମାତ୍ର ୩୨,୬୬୯।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri