Posted inଜାତୀୟ

ଧର୍ମାନ୍ତରୀକରଣର ସମସ୍ତ ମାମଲା ନୁହେଁ ବେଆଇନ: ମଧ୍ୟପ୍ରଦେଶ ସରକାରଙ୍କ ଆବେଦନର ବିଚାର କରିବେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୧ : ମଧ୍ୟପ୍ରଦେଶ ହାଇକୋର୍ଟ ଧର୍ମାନ୍ତରୀକରଣର ଆଇନ ଉପରେ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର କହିଛନ୍ତି ଯେ ସମସ୍ତ ଧର୍ମାନ୍ତରୀକରଣର ମାମଲାକୁ ବେଆଇନ ବୋଲି ଧରାଯିବ ନାହିଁ।

ମଧ୍ୟପ୍ରଦେଶ ହାଇକୋର୍ଟ ଜିଲାପାଳଙ୍କ ଅନୁମତି ବିନା ଆନ୍ତର୍ଧାର୍ମିକ ବିବାହ କରୁଥିବା ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ରାଜ୍ୟ ସରକାରଙ୍କୁ ବାରଣ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ରାଜ୍ୟ ସରକାର ଏହାକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ପ୍ରସଙ୍ଗରେ ନୋଟିସ ଜାରି କରି ସୁପ୍ରିମକୋର୍ଟର ଜଷ୍ଟିସ ଏମ.ଆର. ଶାହା ଏବଂ ଜଷ୍ଟିସ ସି.ଟି. ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି ପାଇଁ ଫେବୃୟାରୀ ୭ ତାରିଖ କୁ ତାଲିକାଭୁକ୍ତ କରିଛନ୍ତି।

ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଜାରି ଲାଗି ମନା କରିଦେଇଥିଲେ। ମେହେଟ୍ଟା କହିଛନ୍ତି ଯେ ବେଆଇନ ଧର୍ମାନ୍ତରୀକରଣର ପାଇଁ ବିବାହ କରାଯାଉଛି ଏବଂ ଆମେ ଏନେଇ ଆଖି ବନ୍ଦ କରି ବସି ପାରିବୁ ନାହିଁ।

ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଦେଶରେ ମଧ୍ୟପ୍ରଦେଶ ଧାର୍ମିକ ସ୍ବାଧୀନତା ଅଧିନିୟମର ଧାରା ୧୦ ଅନୁଯାୟୀ ଆନ୍ତର୍ଧାର୍ମିକ ବିବାହ କରୁଥିବା ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ୧୪ ରେ ହାଇକୋର୍ଟ କହିଥିଲେ ଯେ ଉକ୍ତ ଆଇନର ଧାରା ୧୦ ଅଣ-ସାମ୍ବିଧାନିକ ଅଟେ। ଏହା ଅନ୍ତର୍ଗତ ଆନ୍ତର୍ଧାର୍ମିକ ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ, ଜିଲାପାଳଙ୍କ ପୂର୍ବ ଅନୁମୋଦନ ନେବା ବାଧ୍ୟତାମୂଳକ। ରାଜ୍ୟର ଧାର୍ମିକ ସ୍ବାଧୀନତା ଅଧିନିୟମ ଅନୁଯାୟୀ ମିଥ୍ୟା କିମ୍ବା ପ୍ରତାରଣା, ପ୍ରଲୋଭନ, ଧମକ, ଅନୁଚିତ ପ୍ରଭାବ, ବାଧ୍ୟତାମୂଳକ ବିବାହ କିମ୍ବା ଅନ୍ୟ କୌଣସି ଠକେଇ ମାଧ୍ୟମରେ ଧର୍ମାନ୍ତରୀକରଣ କରିବା ନିଷେଧ ।

ମଧ୍ୟପ୍ରଦେଶ ହାଇକୋର୍ଟ ଏହି ଆଇନର ଧାରାକୁ ଚ୍ୟାଲେଞ୍ଜ କରୁଥିବା ସାତୋଟି ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧିନିୟମ ଅନୁଯାୟୀ ରାଜ୍ୟ ସରକାରଙ୍କୁ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଦୋଷୀ ସାବ୍ୟସ୍ତ ନକରିବା ନେଇ ରୋକିବାକୁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?