ଚାଲାଣକୁ ନୁହେଁ, ଯମରାଜଙ୍କୁ ତ ଟିକେ ଡର

ଲକ୍ଷ୍ନୌ,୧୬ା୮: ଉତ୍ତରପ୍ରଦେଶରେ ଏକ ବାଇକ୍‌ରେ ୭ ଜଣ ଲୋକ ଯାଉଥିବାର ଦେଖି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ୟୁପି ପୋଲିସ ଏହି ବାଇକ୍‌ରେ ଯାଉଥିବା ଲୋକଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରି ଲୋକଙ୍କୁ ସଚେତନ କରୁଛି। ୟୁପି ପୋଲିସ ନିଜ ଟୁଇଟର ଆକାଉଣ୍ଟରେ ଏହି ଫଟୋକୁ ଶେୟାର କରି ଲେଖିଛି, ‘ଚାଲାଣକୁ ନୁହଁ, ଯମରାଜଙ୍କୁ ତ ଡର’।

ୟୁପି ପୋଲିସର ଏହି କଥା ସମ୍ପୂର୍ଣ୍ଣ ଠିକ୍‌। ସଡ଼କରେ କେବଳ ଚାଲାଣକୁ ଡରନ୍ତୁ ନାହିଁ ସମସ୍ତ ନିୟମ ମାନି ଚଳିବା ଉଚିତ୍‌। ନିୟମ ପାଳନ କଲେ ଲୋକେ ସୁରକ୍ଷିତ ରହିବେ।

ୟୁପି ପୋଲିସ ଶେୟାର କରିଥିବା ଏହି ଫଟୋରେ ଜଣେ ବ୍ୟକ୍ତି ମହିଳାଙ୍କ ବ୍ୟତୀତ ୫ ଶିଶୁଙ୍କୁ ବସାଇ ଯାଉଛନ୍ତି। ଖାଲି ଏତିକି ନୁହେଁ, ନିଜେ ମଧ୍ୟ ହେଲମେଟ୍‌ ପିନ୍ଧିନାହାନ୍ତି। ଏହି ବ୍ୟକ୍ତିଙ୍କୁ ରାସ୍ତାରେ ଦେଖି ପୋଲିସ କର୍ମଚାରୀ ତାଙ୍କୁ ହାତଯୋଡ଼ି ନମସ୍କାର କରିଛନ୍ତି।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ଏଟା ଜିଲା ମାୟା ପ୍ୟାଲେସ ଛକରେ। ଏଠାରେ ପୋଲିସ ଜଣେ ଲୋକ ୭ ଜଣଙ୍କୁ ବାଇକ୍‌ରେ ବସାଇ ଯାଉଥିବାର ଦେଖି ଅଟକାଇଥିଲା। ପଚାରିବାରୁ ବ୍ୟକ୍ତିଜଣକ କହିଲେ, ସେ ହସ୍ପିଟାଲ ଯାଇଥିଲେ। ନିଜ ପରିବାର ସହ ଘରକୁ ଫେରୁଛନ୍ତି। ପୋଲିସ ଚାଲାଣ ବି କାଟିଲା ଏଥିସହିତ ତାଙ୍କୁ ଟ୍ରାଫିକ୍‌ ନିୟମ ବିଷୟରେ ମଧ୍ୟ ସଚେତନ କଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲୀକରଣ ଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ବିକାଶ ସମ୍ଭବ: ଜଷ୍ଟିସ ଚନ୍ଦ୍ରଚୂଡ଼…

ନୂଆଦିଲ୍ଲୀ, ୧୭।୯ : ନ୍ୟାୟିକ ପ୍ରକ୍ରିୟାରେ କାଗଜବିହୀନ କୋର୍ଟ ଆଇନଜୀବୀମାନଙ୍କ ପାଇଁ ସମୟ ବଞ୍ଚାଇବାର ମୂଲ୍ୟବାନ ଉପକରଣ ପାଲଟିବ। ଏହି କୋର୍ଟଗୁଡିକ ପରିବେଶ ଦୃଷ୍ଟିକୋଣରୁ ମଧ୍ୟ...

‘କୋଭାକ୍ସିନ୍‌ ଟିକା ନେଇଥିବା ମୋଦିଙ୍କୁ ଆମେରିକା ଯିବାକୁ କେମିତି ମିଳିଲା ଅନୁମତି’

ନୂଆଦିଲ୍ଲୀ,୨୪।୯: ଟିଏମସି ନେତା ରିଜୁ ଦତ୍ତଙ୍କ ପରେ ଏବେ କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ...

ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍‌ ଲାଗିଛି। ଲଗାତାର ୧୬...

ଶିରିଡି ନ ଆସିବାକୁ ଅନୁରୋଧ କଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ,୧୫।୩: ଦେଶରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହାକୁ ଆଉ ନ ବ୍ୟାପିବାକୁ ଚାଲିଛି ପ୍ରୟାସ। ଏହାକୁ ରୋକିବା ପାଇଁ...

ଅଣ୍ଟା ସଳଖିବ କଂଗ୍ରେସ, ପ୍ରତିମାସରେ ସମସ୍ତ ରାଜ୍ୟରେ ମିନି କର୍ମଶାଳା…

ନୂଆଦିଲ୍ଲୀ, ୨୧।୫ : ରାଜସ୍ଥାନରେ ଅନୁଷ୍ଠିତ ଚିନ୍ତନ ଶିବୀର ପରେ କଂଗ୍ରେସ ଏହି ଘୋଷଣାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଦଳ ବର୍ତ୍ତମାନ ପ୍ରତି ରାଜ୍ୟରେ...

‘ନ୍ୟାୟ ନୁହେଁ, ମୁଁ ଚାହେଁ ମୋ ଝିଅ ଘରକୁ ଚାଲି ଆସୁ’

ନୂଆଦିଲ୍ଲୀ,୧।୨: ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଅପହରଣ, ବଳାତ୍କାର ପରେ ମାଡ଼ ମରାଯିବା ସହ ପରେଡ୍‌ କରାଇଥିଲେ ପଡ଼ୋଶୀମାନେ। ୩ ବର୍ଷୀୟ ଛୁଆର ମା’ ଏବଂ...

ଆଜି ଅଟଳଜୀଙ୍କ ଅନୁପସ୍ଥିତି ଅନୁଭବ କରୁଛି: ମେହବୁବା ମୁଫ୍‌ତି

ଶ୍ରୀନଗର,୫ା୮: ଜମ୍ମୁ-କଶ୍ମୀରରେ ଏବେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା। ସୋମବାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ବଡ...

ନିଜ ଜୀବନ ନିଜେ ବଞ୍ଚାନ୍ତୁ, ପ୍ରଧାନମନ୍ତ୍ରୀ ମୋଦି ମୟୂର ସହ ବ୍ୟସ୍ତ ଅଛନ୍ତି: ରାହୁଲ

ନୂଆଦିଲ୍ଲୀ,୧୪।୯: ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଟୁଇଟ୍‌ ଯୋଗେ...

Advertisement
Archives

Model This Week