ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ (ଅନୁସୂଚିତ ଅଞ୍ଚଳରେ ପଞ୍ଚାୟତ ଆଇନର ସମ୍ପ୍ରସାରଣ) ଅନ୍ୟତମ। ୧୯୯୬ରେ କେନ୍ଦ୍ର ସରକାର ଏହି ଆଇନ ଲଗୁ କରିିଥିଲେ। ଆଦିବାସୀମାନଙ୍କୁ କ୍ଷମତା ପ୍ରଦାନ କରିବାରେ ଜଙ୍ଗଲ ଅଧିକାର ଆଇନ ପରି ପେସା ଆଇନ ଏକ ଯୁଗାନ୍ତକାରୀ ଆଇନ। ଏହି ଆଇନ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତକୁ କେତେଗୁଡ଼ିଏ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରେ, ଯାହା ବାସ୍ତବ ଅର୍ଥରେ ଆଦିବାସୀଙ୍କୁ ସଶକ୍ତୀକରଣ କରିବାରେ ସାହାଯ୍ୟ କରିବ।
ପେସା ଆଇନ ଅନୁସାରେ ଆଦିବାସୀ ଅଧ୍ୟୁଷିତ ଗ୍ରାମପଞ୍ଚାୟତର ଜଳ, ଜମି, ଜଙ୍ଗଲ ଓ ଗୋଷ୍ଠୀ ସମ୍ପଦର ସୁରକ୍ଷାର ସମ୍ପୂର୍ଣ୍ଣ ଅଧିକାର ଗ୍ରାମସଭାକୁ ଦିଆଯିବ। ଲଘୁ ବନଜାତ ଦ୍ରବ୍ୟର ମାଲିକାନା ସ୍ବତ୍ୱ ଗ୍ରାମସଭା ପାଖରେ ରହିବ। ଅର୍ଥାତ ଲଘୁ ବନଜାତ ଦ୍ରବ୍ୟର ବିକ୍ରି, ରପ୍ତାନି ଅଧିକାର ଆଦି ପାଇଁ ଆଦିବାସୀଙ୍କୁ ବନ ବିଭାଗ ପାଖରୁ ଅନୁମତି ନେବାକୁ ପଡ଼ିବ ନାହିଁ। ସେମାନେ ନିଜ ଗ୍ରାମସଭା ମାଧ୍ୟମରେ ଏହା କରିପାରିବେ। ପେସା ଆଇନ କହୁଛି, ଏହି ଆଇନ ଲାଗୁ ହୋଇଥିବା ଅନୁସୂଚିତ ଅଞ୍ଚଳରେ କୌଣସି ବି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପୂର୍ବରୁ ଗ୍ରାମସଭାର ଅନୁମତି ନିହାତି ଆବଶ୍ୟକ। ଅର୍ଥାତ ପେସା ଆଇନ ଅଞ୍ଚଳରେ ଗ୍ରାମସଭା ନ ଚାହିଁଲେ କମ୍ପାନୀ କାରଖାନା ସ୍ଥାପନ କରିପାରିବ ନାହିଁ। ଗ୍ରାମରେ ମଦ ବିକ୍ରୟ, ମଦ୍ୟପାନର ନିୟନ୍ତ୍ରଣ ଆଦି ବିଷୟରେ ବି ପଞ୍ଚାୟତ ନିଷ୍ପତ୍ତି ନେଇପାରିବ। ଗ୍ରାମର ବିକାଶ ପାଇଁ ହେଉଥିବା ଯୋଜନାର ହିତାଧିକାରୀ ଚୟନ ଗ୍ରାମସଭା ଦ୍ୱାରା କରାଯିବ। ଆଜିକାଲି ଯେପରି ବିଧାୟକ ଓ ଅନ୍ୟାନ୍ୟ ଶାସକ ଦଳର ନେତାମାନେ ଅନ୍ୟାୟପୂର୍ଣ୍ଣ ଭାବେ ନିଜର ପାଖ ଲୋକଙ୍କୁ ବିଭିନ୍ନ ଯୋଜନାର ହିତାଧିକାରୀ କରିଦେଉଛନ୍ତି ବା ଅଫିସରମାନେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାର ଲାଭ ଦେଉଛନ୍ତି, ପେସା ଆଇନ ଲାଗୁହେଲେ ଏବଂ ଗ୍ରାମସଭା ପାଖରେ ହିତାଧିକାରୀ ଚୟନ କରିବାର କ୍ଷମତା ରହିଲେ, ସେମାନେ ଆଉ ଏପରି କରିବାକୁ ସୁଯୋଗ ପାଇବେ ନାହିଁ। ପେସା ଆଇନର ମୂଳ ଉଦ୍ଦେଶ୍ୟ ହେଉଛି, ଆଦିବାସୀ ଗାଁରେ ଆଦିବାସୀଙ୍କ ଶାସନ। ପେସା ଆଇନ ସେମାନଙ୍କୁ ନିଜର ପରମ୍ପରା, ସଂସ୍କୃତି ଓ ସମ୍ବଳକୁ ରକ୍ଷା କରିବା ପାଇଁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରିଥାଏ। ଏହି ଆଇନକୁ ଅନୁଧ୍ୟାନ କଲେ, ଯେ କେହି ବି ବୁଝିପାରିବେ, ଆଦିବାସୀଙ୍କ ପାଇଁ ଏହା କେତେ ଜରୁରୀ!
କିନ୍ତୁ ଆମ ସମସ୍ତଙ୍କୁ ଏହି ଖବର ନିଶ୍ଚୟ ଚମକେଇ ଦେବ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆଇନ ପ୍ରଣୟନ ହେବାର ଦୀର୍ଘ ତିରିଶ ବର୍ଷ ପରେ ମଧ୍ୟ ଆମ ରାଜ୍ୟରେ ଏହି ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। କିନ୍ତୁ କାହିଁକି? ଏହି ପଥରେ ଅନ୍ତରାୟ କିଏ ଏବଂ କାହଁକି? ପ୍ରତ୍ୟେକ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ନିୟମାବଳୀ ହୋଇଥାଏ। ଓଡ଼ିଶାରେ ପେସାର କାର୍ଯ୍ୟକାରିତା ପାଇଁ ଚୁଡ଼ାନ୍ତ ନିୟମାବଳୀ ଏପର୍ଯ୍ୟନ୍ତ ତିଆରି ହୋଇନାହିଁ। ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ତେଲଙ୍ଗାନା, ହିମାଚଳ ପ୍ରଦେଶ, ରାଜସ୍ଥାନ ଆଦି ନଅଟି ରାଜ୍ୟରେ ପେସା ଆଇନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଛି। ଏହିସବୁ ରାଜ୍ୟ ନିଜ ନିଜ ପାଇଁ ପେସା ଆଇନକୁ ଲାଗୁ କରିବା ସକାଶେ ନିୟମାବଳୀ ପ୍ରସ୍ତୁତ କରିଛନ୍ତି। ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ଓଡ଼ିଶା ଏକ ଆଦିବାସୀ ବହୁଳ ଓ ଖଣିଜସମ୍ପଦ ପରିପୂର୍ଣ୍ଣ ରାଜ୍ୟ। ଯଦି ସେହିସବୁ ରାଜ୍ୟ ପେସା ଆଇନକୁ କାର୍ଯ୍ୟକାରୀ କରିପାରୁଛନ୍ତି, ତାହେଲେ ଓଡ଼ିଶା ପଛରେ ରହିଛି କାହିଁକି?
ଓଡ଼ିଶାର ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ସମ୍ପୂର୍ଣ୍ଣ ଭାବେ ପେସା ଆଇନ କାର୍ଯ୍ୟକାରୀ ହେବାର ସୁଯୋଗ ରହିଛି। ସେହିପରି କେଉଁଝର, କନ୍ଧମାଳ, ଗଜପତି, ଗଞ୍ଜାମ, କଳାହାଣ୍ଡି, ସମ୍ବଲପୁର ଓ ବାଲେଶ୍ୱର ଜିଲାରେ ଆଂଶିକ ଭାବେ ଏହି ଆଇନ କାର୍ଯ୍ୟକାରୀ ହୋଇପାରିବ। ଆମ ରାଜ୍ୟର ପ୍ରାୟ ୨୦୬୮ଟି ପଞ୍ଚାୟତରେ ପେସା ଆଇନ କାର୍ଯ୍ୟକାରୀ ହେବା ପାଇଁ ସୁଯୋଗ ରହିଛି। କିନ୍ତୁ ବାସ୍ତବତା ହେଉଛି, ଆଇନକୁ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ନ କରିବା ସରକାରଙ୍କର ଆଦିବାସୀ ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ଉଜାଗର କରୁଛି। ଆମ ରାଜ୍ୟରେ ଏହି ଆଇନ କାର୍ଯ୍ୟକାରୀ ନ ହେବାର ଏକ ମୁଖ୍ୟ କାରଣ ହେଉଛି ଶାସକ ଗୋଷ୍ଠୀର ସାମନ୍ତବାଦୀ ମନୋଭାବ। ଆଦିବାସୀମାନେ ନିଜେ ନିଜର ନିଷ୍ପତ୍ତି ପଞ୍ଚାୟତ ସ୍ତରରେ ନେବେ, ଏହା ବୋଧହୁଏ ଶାସକ ବର୍ଗକୁ ହଜମ ହେଉନାହିଁ। ଆମ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତଗୁଡ଼ିକରେ ଏହି ଆଇନ ଲାଗୁହେଲେ, ସେହି ପଞ୍ଚାୟତରେ ସମସ୍ତ ବିକାଶମୂଳକ ପ୍ରକଳ୍ପର ନିଷ୍ପତ୍ତି ଗ୍ରାମସଭା ନେବ। ଅର୍ଥାତ ସେଠାରେ ଖଣି ଖୋଳା ହେବ କି ନାହିଁ, ପାହାଡ଼, ଜଙ୍ଗଲ ଓ ଝରଣାକୁ ବିକାଶ ନାଁରେ ବିଦେଶୀଙ୍କ ହାତକୁ ଟେକି ଦିଆଯିବ କି ନାହିଁ, ତାହାର ନିଷ୍ପତ୍ତି ରାଜ୍ୟ ସରକାର ନ ନେଇ ଉକ୍ତ ପଞ୍ଚାୟତ ବା ଗ୍ରାମସଭା ନେବ। ତେଣୁ ସରକାର ସମ୍ପ୍ରତି ଯେପରି ଭାବେ ଗୋଟିଏ କାଗଜରେ ସନ୍ତକ କରି ଆଦିବାସୀଙ୍କ ପାହାଡ଼, ଝରଣା, ଜଙ୍ଗଲ ଆଦିକୁ ବିଦେଶୀ କମ୍ପାନୀଙ୍କ ହାତକୁ ଟେକି ଦେଉଛନ୍ତି, ତାହା ଆଉ ସମ୍ଭବ ହୋଇପାରିବ ନାହିଁ। ଏପରି ହୋଇ ନ ପାରିଲେ ନେତା ଓ ଅଫିସରଙ୍କ ପକେଟକୁ କମ୍ପାନୀର କୋଟି କୋଟି ଟଙ୍କା ଚାନ୍ଦା ପଶିପାରିବ ନାହିଁ। ତେଣୁ ସମସ୍ତେ ମିଶି ଜାଣି ଜାଣି ପେସା ଆଇନ ଲାଗୁ କରିବାରେ ବିଳମ୍ବ କରି ଚାଲୁଛନ୍ତି। ପେସା ଆଇନ ଲାଗୁ ହୋଇଗଲେ ଉପରୋକ୍ତ ପଞ୍ଚାୟତରେ ଲଘୁ ବନଜାତ ଦ୍ରବ୍ୟ, କ୍ଷୁଦ୍ର ଜଳସେଚନ, ଶିକ୍ଷାନୁଷ୍ଠାନର ପରିଚାଳନା, ଅଙ୍ଗନଓ୍ବାଡ଼ି ବିଭିନ୍ନ ଯୋଜନାରେ ନିଷ୍ପତ୍ତି ନେବା ପାଇଁ ଗ୍ରାମସଭା କ୍ଷମତା ପାଇବ। ସ୍ଥାନୀୟ ପ୍ରଶାସନର କ୍ଷମତା ସଙ୍କୁଚିତ ହୋଇ ତାହା ଲୋକଙ୍କୁ କ୍ଷମତାପନ୍ନ କରିବ। ତେଣୁ କିଏ ବା କାହିଁକି ନିଜ କ୍ଷମତାକୁ ଛାଡ଼ି ଆଦିବାସୀଙ୍କୁ କ୍ଷମତା ଦେବାକୁ ଯିବ! ପେସା ଆଇନକୁ ପୂର୍ଣ୍ଣପ୍ରାଣରେ କାର୍ଯ୍ୟକାରୀ ନ କରିବାର ଏହା ବି ଅନ୍ୟ ଏକ କାରଣ।
ଆଦିବାସୀ ବସବାସ କରୁଥିବା ଅଞ୍ଚଳରେ ଜଙ୍ଗଲ ଅଛି, ଝରଣା ପାଣି ଅଛି, ମାଟି ତଳେ ଖଣିଜ ସମ୍ବଳ ଅଛି, ଯାହାକୁ ହାତେଇବା ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀ ଶାଗୁଣା ପରି ଚାହିଁ ରହିଛନ୍ତି। ସେମାନଙ୍କର ଏହି ହାତେଇବା ରାସ୍ତାରେ ସେମାନେ ନେତା, ଅଫିସର ଓ ରାଜନୈତିକ ଦଳ ସମସ୍ତଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଓ ଚାନ୍ଦା ଦେଉଛନ୍ତି। ଥରେ ପେସା ଆଇନ ଲାଗୁ ହୋଇଗଲେ, କମ୍ପାନୀଗୁଡ଼ିକ ହୁଏତ ଏହିସବୁ ସମ୍ବଳକୁ ହାତେଇ ପାରିବେ ନାହିଁ ଓ ତାଙ୍କ ହାତବାରିଶି ସାଜିଥିବା ନେତା ଅଫିସର ଟଙ୍କା ରୋଜଗାର କରିବାକୁ ସୁଯୋଗ ପାଇବେ ନାହିଁ। ତେଣୁ ସମସ୍ତେ ମିଶି ସରକାରକୁ ହାତକରି କଳେବଳେ କୌଶଳେ ପେସା ଆଇନକୁ ପଛକୁ ଠେଲିବାକୁ ପ୍ରୟାସ କରୁଛନ୍ତି। ଆଦିବାସୀଙ୍କ ଅଧିକାରକୁ ଲୁଣ୍ଠନ କରିବା ପାଇଁ ଓ ପ୍ରାକୃତିକ ସମ୍ବଳକୁ ବିଦେଶୀଙ୍କ ହାତକୁ ଟେକି ଦେବା ପାଇଁ ପେସା ଆଇନକୁ ପ୍ରଶାସନର ନାଲିଫିତା ତଳେ ପେଷି ଦିଆଯାଉଛି।

ବିଚିତ୍ର ବିଶ୍ୱାଳ
– ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri