ଓଡ଼ିଶାରେ ଚାଲିବ ଗ୍ରୀନ୍‌ ହାଇଡ୍ରୋଜେନ ବସ୍‌: ଏହିସବୁ କରିଡରରେ ମିଳିବ ସେବା

ଭୁବନେଶ୍ୱର,୪ା୬(ସୁଚିସ୍ମିତା ସାହୁ):ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ସ୍ବଚ୍ଛ ଶକ୍ତି ସଂକ୍ରାନ୍ତ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏହି କ୍ରମରେ ଓଡ଼ିଶାରେ ଗ୍ରୀନ୍‌ ହାଇଡ୍ରୋଜେନ୍‌ ବସ୍‌ ଚଳାଚଳ କରିବ। ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟର ପ୍ରଥମ ଗ୍ରୀନ୍‌ ହାଇଡ୍ରୋଜେନ୍‌ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଗତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏନ୍‌ଟିପିସି ଏବଂ ଗ୍ରୀଡ୍‌କୋର ମିଳିତ ସହଯୋଗରେ ଓଡ଼ିଶାରେ ହାଇଡ୍ରୋଜେନ୍‌ଚାଳିତ ସାଧାରଣ ପରିବହନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହି ଅଭିନବ ପ୍ରୟାସ ଭାରତ ସରକାରଙ୍କ ‘ନ୍ୟାଶନାଲ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମିଶନ’ ଅନୁରୂପ ହୋଇଥିବାବେଳେ ଏହା ଦେଶର ‘ନେଟ୍‌ ଜିରୋ’ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ସହ ସ୍ବଦେଶୀ ସ୍ବଚ୍ଛ ଇନ୍ଧନ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ। ପ୍ରଥମ ପର୍ଯ୍ୟାୟରେ ୩ଟି ହାଇଡ୍ରୋଜେନ୍‌ ଫୁଏଲ ସେଲ୍‌ ଇଲେକ୍ଟ୍ରିକ ବସ୍‌ ଚଳାଚଳ କରାଯିବାକୁ ଯୋଜନା ରହିଛି। ଭୁବନେଶ୍ୱର ପୋଖରୀପୁଟସ୍ଥିତ ‘କ୍ରୁଟ୍‌’ ଡିପୋରେ ଏକ ‘ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉତ୍ପାଦନ ଏବଂ ରିଫୁଏଲିଂ କେନ୍ଦ୍ର’ ପ୍ରତିଷ୍ଠା କରାଯିବ। ଏଠାରେ ଦୈନିକ ପ୍ରାୟ ୨୬୦ କିଲୋଗ୍ରାମ ଗ୍ରୀନ୍‌ ହାଇଡ୍ରୋଜେନ୍‌ ଉତ୍ପାଦନ ହେବ। ବସ୍‌ଗୁଡ଼ିକ ଦୈନିକ ୬୦୦ କିଲୋମିଟର ପର୍ଯ୍ୟନ୍ତ ଚଳାଚଳ କରିପାରିବ। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ପ୍ରାୟ ୯୦୦ ଟନ୍‌ କାର୍ବନ ନିର୍ଗମନ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।
ପ୍ରକଳ୍ପ ପାଇଁ ମୋଟ ୫୩.୫୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବା ନେଇ ଆକଳନ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରୀନ୍‌ ହାଇଡ୍ରୋଜେନ୍‌ ମିଶନ ଅଧୀନରେ ୧୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ବାକି ଅର୍ଥ ଷ୍ଟେକ୍‌ ହୋଲ୍‌ଡରଙ୍କ ଅଂଶଧନ ଏବଂ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରିବାକୁୁ ପ୍ରସ୍ତାବ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପୁରୀ- କୋଣାର୍କ କରିଡରରେ ଏହି ବସ୍‌ ସେବା ସୁବିଧା ମିଳିବ। ସମୀକ୍ଷା ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା, ରୁଟ୍‌ ପ୍ଲାନିଂ, ଆର୍ଥିକ ସ୍ଥିରତା, ବିପଦ ଆବଣ୍ଟନ ଏବଂ ବିଭିନ୍ନ ସଂସ୍ଥାର ଦାୟିତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଛନ୍ତି, ଏହି ଗ୍ରୀନ୍‌ ହାଇଡ୍ରୋଜେନ୍‌ ଗତିଶୀଳତା ପ୍ରକଳ୍ପ ଓଡ଼ିଶାକୁ ସ୍ବଚ୍ଛ ଓ ଆଧୁନିକ ପରିବହନ ବ୍ୟବସ୍ଥାରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବ। ସମସ୍ତ ଅଂଶୀଦାର ସଂସ୍ଥାକୁ ପରସ୍ପର ସହ ସମନ୍ବୟ ରଖି ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ, ଏନ୍‌ଟିପିସି, ଗ୍ରୀଡ୍‌କୋ ଏବଂ ଇପିକଲ୍‌ର ବରିଷ୍ଠ ଅଧିକାରୀଙ୍କ ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri