Posted inଜାତୀୟ

ଚମକାଇଲା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, କୋର୍ଟରେ ଏବେ ଏଆଇରେ ହେବ ସବୁ କାମ

ନୂଆଦିଲ୍ଲୀ,୪।୬: ସୁପ୍ରିମକୋର୍ଟଙ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କମିଟି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁସେଜ ଇନ କୋର୍ଟସ ୨୦୨୬’ (Artificial Intelligence Usage in Courts 2026) ର ଏକ ଚିଠା (Draft) ଜାରି କରିଛନ୍ତି। ଏଥିରେ ରହିଯାଇଥିବା ତ୍ରୁଟିଗୁଡ଼ିକୁ ଦୂର କରି ଏହାକୁ ଲାଗୁ କରିବା ପାଇଁ ଦେଶର ସମସ୍ତ ଓକିଲ, ସାଧାରଣ ଜନତା, ନ୍ୟାୟିକ ଅଧିକାରୀ ଏବଂ ଆଇନ ବିଶେଷଜ୍ଞମାନଙ୍କୁ ଜୁନ ୨୦ ତାରିଖ ସୁଦ୍ଧା ନିଜର ମତାମତ ଓ ପରାମର୍ଶ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଚିଠା ପ୍ରସ୍ତାବ ଅନୁଯାୟୀ, ସାରା ଦେଶର ଅଦାଲତଗୁଡ଼ିକରେ ନ୍ୟାୟିକ ପ୍ରକ୍ରିୟାକୁ ଦ୍ରୁତ ଓ ପ୍ରଭାବଶାଳୀ କରିବା ପାଇଁ ଏଆଇ (AI) ର ବ୍ୟବହାର କରାଯାଇପାରିବ। ଏହା ଦ୍ୱାରା କେସ ମ୍ୟାନେଜମେଣ୍ଟ, କଜ ଲିଷ୍ଟ (Cause List) ପ୍ରସ୍ତୁତ କରିବା, ଶୁଣାଣିର ତାରିଖ ଧାର୍ଯ୍ୟ କରିବା ଏବଂ ମାମଲାଗୁଡ଼ିକର ପ୍ରାଥମିକତା ସ୍ଥିର କରିବାରେ ସହାୟତା ମିଳିବ। ଏହାସହ କୋର୍ଟ କାର୍ଯ୍ୟଧାରାର ଟ୍ରାନ୍ସକ୍ରିପ୍ସନ (Transcription), ରାୟ ଏବଂ ଆବେଦନଗୁଡ଼ିକର ଅନୁବାଦ, ଆଇନଗତ ଗବେଷଣା (Legal Research), ସାଇଟେସନ ଭେରିଫିକେସନ (Citation Verification) ଏବଂ ପ୍ରଶାସନିକ କାର୍ଯ୍ୟ ମଧ୍ୟ AI ର ସହାୟତାରେ କରାଯାଇପାରିବ।

ଏହି ଡ୍ରାଫ୍ଟ ରିଲିଜ କରିବା ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, AI କୌଣସି ବି ମାମଲାର ପରିଣାମ ବିଷୟରେ ଭବିଷ୍ୟବାଣୀ କରିପାରିବ ନାହିଁ କିମ୍ୱା ଜଜ (ବିଚାରପତି) ଙ୍କ ଭୂମିକା ଗ୍ରହଣ କରିପାରିବ ନାହିଁ। ଏଭଳି ପରିସ୍ଥିତିରେ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର କେବଳ ବିଚାରପତିମାନଙ୍କ ପାଖରେ ହିଁ ରହିବ।

ଡ୍ରାଫ୍ଟ ଅନୁଯାୟୀ, ଅଦାଲତଗୁଡ଼ିକରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କେବଳ ଏକ ସହାୟକ ଭାବରେ କାର୍ଯ୍ୟ କରିବ। AI ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୌଣସି ବି କଣ୍ଟେଣ୍ଟ, ଦିଆଯାଇଥିବା ପରାମର୍ଶ, କରାଯାଇଥିବା ଅନୁବାଦ ଏବଂ ଟ୍ରାନ୍ସକ୍ରିପ୍ସନକୁ ସଠିକ ଭାବେ ଯାଞ୍ଚ (Verification) କରାଯିବା ପରେ ହିଁ ବ୍ୟବହାର କରାଯିବ, ନଚେତ୍ ବଡ଼ ଧରଣର ଭୁଲ ହେବାର ସମ୍ଭାବନା ରହିଛି।

ଏହି ଡ୍ରାଫ୍ଟରେ କେତେକ ର୍ନିଦ୍ଦିଷ୍ଟ ମାମଲାରେ AI ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାର ପ୍ରାବଧାନ ମଧ୍ୟ ରହିଛି। ଯେପରିକି ଜାମିନ ମିଳିବାର ସମ୍ଭାବନା, ଅଭିଯୁକ୍ତର ଭବିଷ୍ୟତର ବ୍ୟବହାର, ପୁନର୍ୱାର ଅପରାଧ କରିବାର ଆଶଙ୍କା, ସାକ୍ଷୀର ବିଶ୍ୱସନୀୟତା କିମ୍ୱା କୌଣସି ମୋକଦ୍ଦମାର ସମ୍ଭାବ୍ୟ ପରିଣାମର ଆକଳନ AI ଦ୍ୱାରା କରାଯାଇପାରିବ ନାହିଁ।

ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି ଯେ କୌଣସି ବି AI ସିଷ୍ଟମକୁ କୋର୍ଟରେ ଲାଗୁ କରିବା ପୂର୍ୱରୁ ଏହାର ‘କଣ୍ଟ୍ରୋଲ୍ଡ ଏନଭାଇରନମେଣ୍ଟ ଟେଷ୍ଟିଂ’ (Controlled Environment Testing) କରାଯିବ, ଅର୍ଥାତ ଏକ ନିୟନ୍ତ୍ରିତ ଏବଂ ସୁରକ୍ଷିତ ପରିବେଶରେ ଏହାର ବ୍ୟବହାରକୁ ପରଖାଯିବ। ଟେଷ୍ଟିଂ ସମୟରେ AI ରୁ ମିଳୁଥିବା ଆଉଟପୁଟକୁ କୌଣସି ପ୍ରକୃତ ନ୍ୟାୟିକ ପ୍ରକ୍ରିୟା କିମ୍ୱା ପ୍ରଶାସନିକ ନିଷ୍ପତ୍ତିରେ ବ୍ୟବହାର କରାଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri