ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ, ପୁଣି ହେବ ଜୁନରେ…

ପ୍ୟୋଙ୍ଗୟାଙ୍ଗ,୩୧।୫ : ବୁଧବାର ଉତ୍ତର କୋରିଆ କହିଛି ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ ହୋଇଛି। ଏଥି ସହିତ ଜୁନ ମାସରେ ଏହା ପୁଣି ଥରେ ଲଞ୍ଚ ହେବ। ଉତ୍ତର କୋରିଆ କହିଛି ଗୁପ୍ତଚର ଉପଗ୍ରହ ନେଇଥିବା ଏହି ରକେଟ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରେ କୋରିଆ ଉପଦ୍ୱୀପର ପଶ୍ଚିମ ଉପକୂଳରେ ପାଣିରେ ଖସିପଡିଛି। ଉତକ୍ଷେପଣ ବିଫଳ ହେବାର କାରଣ ଅନୁସନ୍ଧାନ କରାଯାଉଛି। ଦକ୍ଷିଣ କୋରିଆର ସୈନ୍ୟବାହିନୀ ପୂର୍ବରୁ କହିଥିଲେ ଉତ୍ତର କୋରିଆ ରକେଟ ପାଣିରେ ବୁଡ଼ିବା ପୂର୍ବରୁ ଏକ ଅସାଧାରଣ ଢଙ୍ଗରେ ଉଡୁଥିଲା।

ଜାପାନର କୋଷ୍ଟଗାର୍ଡ କହିଛନ୍ତି ଉତ୍ତର କୋରିଆ ମେ ୩୧ ରୁ ଜୁନ ୧୧ ମଧ୍ୟରେ ଉପଗ୍ରହ ଉତକ୍ଷେପଣ ବିଷୟରେ ସୂଚନା ଦେଇଛି। ଜାପାନର ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସୈନ୍ୟମାନଙ୍କୁ ଜାପାନ ଅଞ୍ଚଳରେ ପ୍ରବେଶ କରିଥିବା କୌଣସି ଉପଗ୍ରହ କିମ୍ବା ଆବର୍ଜନା ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦକ୍ଷିଣ କୋରିଆ ଜଏଣ୍ଟ ଚିଫ ଅଫ ଷ୍ଟାଫମାନେ କହିଛନ୍ତି ଦେଶର ମୁଖ୍ୟ ମହାକାଶ ଉତକ୍ଷେପଣ କେନ୍ଦ୍ର ଅବସ୍ଥିତ ଉତ୍ତର-ଉତ୍ତର-ପଶ୍ଚିମ ଟୋଙ୍ଗଚାଙ୍ଗ-ରି ଅଞ୍ଚଳରୁ ସକାଳ ପ୍ରାୟ ୬ଟା ୩୦ ସମୟରେ ଏହି ରକେଟ ଉତକ୍ଷେପଣ କରାଯାଇଛି।

ଦକ୍ଷିଣ କୋରିଆର ସୈନ୍ୟବାହିନୀ ଏହି ଉତକ୍ଷେପଣ ସଫଳ ହୋଇଛି କି ନାହିଁ ତାହା ନିଶ୍ଚିତ କରିବାକୁ ଚେଷ୍ଟା କରୁଛି ଏବଂ ଦକ୍ଷିଣ କୋରିଆ ଆମେରିକା ସହ ଘନିଷ୍ଠ ସମନ୍ବୟରେ ନିଜର ସାମରିକ ପ୍ରସ୍ତୁତିକୁ ମଜବୁତ କରିଛି ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ସତ୍ତ୍ୱେ ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ

ନବାତିହ,୧୮ା୪: ଲେବାନନ୍‌ ସହ ଇସ୍ରାଏଲ୍‌ର ୧୦ ଦିନିଆ ଅସ୍ତ୍ରବିରତି ଘୋଷଣା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ର ମେଫାଡାଉନ୍‌ ଗ୍ରାମ ବାହାରେ ୨ଟି ଆମ୍ବୁଲାନ୍ସ ଉପରେ…

ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ…

ବରଗଡ଼ରେ ହୋଇନାହିଁ ସ୍କୁଲ ଛୁଟି ଘୋଷଣା, ଘୂରି ବୁଲୁଛି ନକଲି ଚିଠି

ବରଗଡ଼,୧୮ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ବଢ଼ି ଚାଲିଛି। ଅନ୍ୟପଟେ ସ୍କୁଲ, କଲେଜରେ ପାଠପଢ଼ା ଚାଲିଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଛୁଟି ହେଉଥିବା ଯୋଗୁ ଘରକୁ…

ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି, କହିଲେ ବିରୋଧୀ ନାରୀଙ୍କ ଆତ୍ମସମ୍ମାନକୁ…

ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି…

ବରଗଛରେ ଝୁଲୁଥିଲା ଅଣଓଡ଼ିଆ ଶ୍ରମିକଙ୍କ ମୃତଦେହ, ଏଏସ୍‌ଆଇ ପହଞ୍ଚି…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନିସ୍ତିିପୁର ଗ୍ରାମ ନିକଟ ଆନ୍ଧ୍ର ଇଟାଭାଟିରେ ରହି କାମ କରୁଥିବା ଜଣେ ଅଣଓଡ଼ିଆ ଶ୍ରମିକ ଶନିବାର ଭୋର୍‌ରେ…

୨ ବାଇକ୍‌ ସହ ଧକ୍କା ହେଲା ଅଟୋ: ୩ ଗୁରୁତର

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ମ୍ଲୁକ୍‌ଚେରୀ ନିକଟରେ ୨ ବାଇକ୍‌ ଏବଂ ଗୋଟିଏ ଅଟୋ ମଧ୍ୟରେ ଧକ୍କା ହୋଇ ୩ ଜଣ ଗୁରୁତର ହୋଇଛନ୍ତି।…

ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ…

ହର୍ମୁଜରେ ଭାରତୀୟ ଜହାଜ ଉପରେ ଗୁଳିମାଡ଼ କଲା ଇରାନ! ସମୁଦ୍ର ମଝିରେ ମୁହାଁମୁହିଁ ହୋଇଗଲେ…

ନୂଆଦିଲ୍ଲୀ,୧୮।୪: ବିଶ୍ୱ ଶକ୍ତି ଯୋଗାଣ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧମନୀ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଇରାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri