Posted inଫୁରସତ

ଆଜି ବି ଏହିସବୁ ଦେଶରେ ରହିଛି ଦାସତ୍ୱର ପ୍ରଥା; ଜନତାକୁ ଉଠ କହିଲେ ଉଠନ୍ତି…

ଆଜିର ଆଧୁନିକ ଯୁଗରେ ଆମେ ସ୍ବାଧୀନତାରେ ବଞ୍ଚୁଛେ। ଯଦି କେହି ଆମକୁ ଦାସତ୍ୱ ବିଷୟରେ କୁହେ ତେବେ ଏହା ଆମକୁ ଅଜବ ଲାଗିପାରେ। ଗ୍ଲୋବାଲ ସ୍ଲାଭେରି ଇଣ୍ଡେକ୍ସ ୨୦୨୩ରୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଦୁନିଆରେ ଏବେ ଏପରି ଦେଶ ମଧ୍ୟ ଅଛି ଯେଉଁଠାରେ ଦାସତ୍ୱ ପ୍ରଥା ଆଜି ବି ଜାରି ରହିଛି।

ବହୁ ବର୍ଷ ପୂର୍ବେ ଦୁନିଆରେ ଦାସତ୍ୱ ପ୍ରଥା ଅତି ସାଧାରଣ ଥିଲା। ଆରବ ଦେଶରୁ ଆରମ୍ଭ କରି ପାଶ୍ଚାତ୍ୟ ଦେଶ ପର୍ଯ୍ୟନ୍ତ ଦାସମାନଙ୍କୁ ଚାଲାଣ କରାଯାଉଥିଲା। ଯଦିଓ ବର୍ତ୍ତମାନ ଏହାକୁ ଅନେକ ଦେଶରେ ଆଇନ ଦ୍ୱାରା ନିଷେଧ କରାଯାଇଛି। ତଥାପି ଗ୍ଲୋବାଲ ସ୍ଲାଭେରି ଇଣ୍ଡେକ୍ସ ଅନୁଯାୟୀ, ସମଗ୍ର ବିଶ୍ୱରେ ୫ କୋଟି ଲୋକ ଏବେ ବି ଦାସ ଭାବେ ଖଟୁଛନ୍ତି।

ଉତ୍ତର କୋରିଆରେ ଜନସାଧାରଣ ଉପରେ ଅତ୍ୟାଚାର ତଥା ଅଜବ ନିୟମକାନୁନ ବିଷୟରେ ଶୁଣିଥିବେ। ସୂଚକାଙ୍କରେ ଉତ୍ତର କୋରିଆ ଶୀର୍ଷରେ ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଉତ୍ତର କୋରିଆରେ ଗୁଲାମମାନଙ୍କୁ ସାମଗ୍ରୀ ପରି ରପ୍ତାନି କରାଯାଉଛି। ବର୍ତ୍ତମାନ ଏଠାରେ ୧୦୪.୬ ଲୋକ ବେଠି ଖଟୁଛନ୍ତି। ଅର୍ଥାତ୍‌ ଏଠାରେ ଥିବା ଜନସଂଖ୍ୟାରୁ ୧୦ଜଣରୁ ଜଣେ ଦାସ ଅଛନ୍ତି।

ତାଲିକାରେ କୋରିଆ ପରେ ଏରିଟ୍ରିଆ ଏବଂ ମୋରିତାନିଆ ପରି ଆଫ୍ରିକୀୟ ଦେଶଗୁଡିକର ନାଁ ରହିଛି। ଯଦିଓ ଏଠାରେ ଅଶୀ ଦଶକରେ ଦାସତ୍ୱକୁ ବେଆଇନ ଘୋଷଣା କରାଯାଇଥିଲା, କିନ୍ତୁ ଗୁଲାମି ଆଜି ବି ଏଠାରେ ଜାରି ରହିଛି। ତାଲିକାରେ ୟୁଏଇ, କୁବେତ ଏବଂ ସାଉଦି ଆରବ ଦେଶଗୁଡିକର ନାଁ ରହିଛିି। ଏହି ଦେଶଗୁଡିକରେ ବହୁତ ଧନୀ ଅଛନ୍ତି ଏଥିସହ ଏଠାରେ ନାଗରିକମାନଙ୍କ ଆର୍ଥିକ ଭାବେ ସ୍ବଚ୍ଚଳ। କିନ୍ତୁ ବାହାରୁ ଏଠାକୁ ଆସୁଥିବା ଶ୍ରମିକମାନଙ୍କୁ ଦାସ ପରି ରଖାଯାଇଥାଏ।

ଉତ୍ତର କୋରିଆରେ ଦାସତ୍ୱର ଅବସ୍ଥା ଏପରି ଯେ ନିଜ ଦେଶ ବ୍ୟତୀତ ଅନ୍ୟ ଦେଶକୁ ଦାସ ପଠାଯାଇଥାଏ। ୨୦୧୬ରେ ‘ଡାଟାବେସ ସେଣ୍ଟର ଫର୍‌ ନର୍ଥ କୋରିଆ ହ୍ୟୁମାନ ରାଇଟ୍ସ’ ଏକ ତଥ୍ୟ ଦେଇଥିଲା ଯେ, ଉତ୍ତର କୋରିଆର ଶ୍ରମିକମାନଙ୍କୁ ଅନ୍ୟ ଦେଶକୁ ପଠାଯାଇ ଦେଶ ତା’ର ସରକାରୀ ରାଜକୋଷକୁ ବଢାଇବାରେ ଲାଗିଛି।

୨୦୧୨ରେ କିମ ଜଙ୍ଗ ଉନ କ୍ଷମତା ଗ୍ରହଣ କରିବା ପରେ ଏଠାରେ ନାଗରିକମାନଙ୍କୁ ଦ୍ରବ୍ୟ ଭଳି ବ୍ୟବହାର କରାଯାଉଛି। ଯେଉଁମାନେ ଏଠାରୁ ଖସିଯିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ବାନ୍ଧି ଶ୍ରମିକ ଭାବେ ଖଟା ଯାଉଥିଲା। କାହାକୁ ନିଜ ଦେଶରେ ଦାସ ଭାବେ ରଖାଯାଉଥିଲା ତ କାହାକୁ ବିଦେଶକୁ ପଠାଯାଇଥିଲା।

ଆଧୁନିକ ଦାସତ୍ୱ ପ୍ରଥାରେ କାମ କରିବାର କୌଣସି ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ନାହିଁ। ଏଥିସହ ସେମାନଙ୍କୁ ଦରମା ମଧ୍ୟ ଦିଆଯାଏ ନାହିଁ। ଏଠାରେ ବିବାହିତ ଲୋକଙ୍କୁ ବାହାର ଦେଶକୁ ଦାସ ଭାବେ ପଠାଯାଇଥାଏ। ଏମାନଙ୍କୁ ୧୪ରୁ ୧୬ଘଣ୍ଟା କାମ କରାଯାଇଥାଏ। ଏପରିକି ସେମାନେ ଖସିଯିବା ଭୟରେ ସେମାନଙ୍କ ଠାରୁ ସବୁ ପରିଚୟ ପତ୍ର ନିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?